ବିନା କାଉନ୍‌ସିଲରେ ଭୁବନେଶ୍ୱରକୁ ବର୍ଷେ

ଭୁବନେଶ୍ୱର, ୧୬ା୧(ବ୍ୟୁରୋ): ୨୦୧୯ ଜାନୁୟାରୀ ୧୫ରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଶେଷ କାଉନ୍‌ସିଲ ବୈଠକ ବସିଥିଲା। ଏହାପରେ କାଉନ୍‌ସିଲର କାର୍ଯ୍ୟକାଳ ସରିଥିଲେ ମଧ୍ୟ ପୌର ନିର୍ବାଚନ କିମ୍ବା ନୂଆ କାଉନ୍‌ସିଲ୍‌ ଗଠନ ହୋଇପାରିନି। ଇତିମଧ୍ୟରେ ବିନା କାଉନ୍‌ସିଲ୍‌ରେ ଭୁବନେଶ୍ୱରକୁ ବୁଧବାର ବର୍ଷେ ବିତିଯାଇଛି। କେବେ ନିର୍ବାଚନ ହେବ ତାହା ମଧ୍ୟ ଏଯାଏ ସ୍ପଷ୍ଟ ହୋଇନି। ଏପରିସ୍ଥଳେ ମହାନଗର ନିଗମର ଓ୍ବାର୍ଡଗୁଡ଼ିକ ମୁରବୀ ଶୂନ୍ୟ ହୋଇଯାଇଥିବାବେଳେ ଅଧିକାରୀଙ୍କ ହାତରେ ସବୁ ଦାୟିତ୍ୱ ଅର୍ପଣ କରାଯାଇଛି। କିନ୍ତୁ କାର୍ଯ୍ୟଭାର ସହ ଚାପ ଭିତରେ ଅଧିକାରୀମାନେ ସବୁ ସମସ୍ୟା ଦେଖିପାରୁ ନାହାନ୍ତି କି ସମାଧାନ କରିପାରୁ ନ ଥିବା ଅନେକ ସମୟରେ ଅଭିଯୋଗ ଉଠୁଛି। ସ୍ମାର୍ଟସିଟି ପ୍ରକଳ୍ପଠାରୁ ଆରମ୍ଭ କରି ଓ୍ବାର୍ଡଗୁଡ଼ିକରେ ବିଭିନ୍ନ ଯୋଜନା ଓ ଉନ୍ନୟନ କାର୍ଯ୍ୟ ମନଇଚ୍ଛା ଚାଲୁଥିବା ଦେଖିବାକୁ ମିଳୁଛି। କେଉଁଠି ଗଦା ଗଦା ଅଳିଆ ପଡ଼ିରହୁଛି ତ କେଉଁଠି ଅମୃତ ଯୋଜନାରେ ବିଛାଯାଇଥିବା ପାଇପ୍‌ ସଂଯୋଗୀକରଣ କାର୍ଯ୍ୟ ପାଇଁ ରାସ୍ତାକୁ ଖୋଳି ବିପଜ୍ଜନକ ଅବସ୍ଥାରେ ଛାଡ଼ି ଦିଆଯାଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଓ ପ୍ରସ୍ତାବ ଶୁଣିବାକୁ ମଧ୍ୟ କେହି ନାହାନ୍ତି। ଏପରି କି ଅଧିକାଂଶ ଓ୍ବାର୍ଡରେ ମୌଳିକ ସୁବିଧା ସୁଯୋଗ ପାଇବାରୁ ସହରବାସୀ ବଞ୍ଚତ୍ତ ହେଉଥିବା ନଜରକୁ ଆସିଛି।
ଅନ୍ୟପକ୍ଷରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଚାଲିଥିବାବେଳେ ବିଏମ୍‌ସି ବହୁ ସମୟରେ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥାଏ। ଏକ୍ଷେତ୍ରରେ ଜନପ୍ରତିନିଧି ବା କାଉନ୍‌ସିଲରମାନେ ଲୋକଙ୍କୁ ବୁଝାଶୁଝା କରିବା ସହ ଉଭୟଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରି ସମସ୍ୟାର ସମାଧାନ କରିଥାନ୍ତି। ଏବେ କିନ୍ତୁ ତାହା ହୋଇପାରୁନି। ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ବିଏମ୍‌ସିର ମେଗା ପ୍ରକଳ୍ପ ୪୩ ଏମ୍‌ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ମଧ୍ୟରୁ ୨୩ଟିକୁ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକେ ବିରୋଧ କରୁଥିବାରୁ ତାହା ଆରମ୍ଭ ହୋଇପାରୁନି। ସେହିଭଳି ବିରୋଧ ଯୋଗୁ ଡ୍ରେନ୍‌ ନିର୍ମାଣ ହେଉ କି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନେକ ସ୍ଥାନରେ ଆଗେଇପାରୁ ନ ଥିବା ନଜିର ରହିଛି।
ପୂର୍ବତନ କର୍ପୋରେଟର ତଥା ବିଏମ୍‌ସି ଯୋଜନା ଓ ଉନ୍ନୟ କମିଟି ଅଧ୍ୟକ୍ଷ ନବକିଶୋର ବେହେରା କହିଛନ୍ତି, କାଉନ୍‌ସିଲ୍‌ ଥିବା ସମୟରେ ଲୋକମାନେ ସେମାନଙ୍କ ଦାବି ଓ ହକ୍‌ ସାବ୍ୟସ୍ତ କରି କାମ କରାଉଥିଲେ। ଜନପ୍ରତିନିଧିମାନେ ନିଜ ଲୋକଙ୍କ ସମସ୍ୟା ବୁଝି ପ୍ରଶାସନିକ ସ୍ତରରେ ସମାଧାନ କରୁଥିଲେ। ହେଲେ ଏବେ ଲୋକଙ୍କ ସହ ରହୁ ନ ଥିବା ଅଧିକାରୀ କ’ଣ ସେମାନଙ୍କ ଦୁଃଖକଷ୍ଟ ଓ ସମସ୍ୟା ସେପରି ବୁଝିପାରିବେ? ଏବେ ଲୋକେ କାହାକୁ ପାଖକୁ ଅଭିଯୋଗ କରିବେ ତାହା ମଧ୍ୟ ଜାଣିପାରୁ ନାହାନ୍ତି। ଫଳରେ ସମସ୍ୟା ସମାଧାନ ହେବାରେ ସମୟ ଲାଗୁଛି। ତୁରନ୍ତ ନିର୍ବାଚନ କରାଯାଇ ନୂଆ କାଉନ୍‌ସିଲ ଗଠନର ଆବଶ୍ୟକତା ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?