Home

ଓଡ଼ିଆ ବୋହୂ ଅମିତା ମିସେସ୍‌ ୟୁନିଭର୍ସ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ମିସେସ୍‌ ୟୁନିଭର୍ସ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଅମିତା ପଣ୍ଡା। ନିକଟରେ ଚୀନ୍‌ରେ ଅନୁଷ୍ଠିତ ୪୨ତମ ମିସେସ୍‌ ୟୁନିଭର୍ସ-୩ ପ୍ରତିଯୋଗିତାରେ ଅମିତା ବିଜୟୀ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ୯୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହା ପୂର୍ବରୁ ଅମିତା…

ଫ୍ୟାନରେ ଝୁଲି ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଟିଆ ଛକସ୍ଥିତ ଏକ ଘରୋଇ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଭିନ୍ନ ମୋଡ ନେଇଛି। ପରିବାର ଲୋକେ ସମ୍ପୃକ୍ତ ଘରୋଇ ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ପଶ୍ଚିମବଙ୍ଗର ଝୁମ୍ପା…

ଡାକ୍ତର ପରିଚୟ ଦେଇ କାର୍‌ ଲୋନ୍‌ ଆଳରେ ୧୮ ଲକ୍ଷ ଠକେଇ: ଫେରାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ନିଜକୁ ଡାକ୍ତର ପରିଚୟ ଦେଇ କାର ଲୋନ୍‌ ନେବା ଆଳରେ ବ୍ୟାଙ୍କରେ ଜାଲ କାଗଜପତ୍ର ଦାଖଲ କରି ୧୮ଲକ୍ଷ ଠକେଇ କରିଥିବା ଅଭିଯୁକ୍ତଙ୍କୁ ଶୁକ୍ରବାର ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି। ସେ ହେଲେ କଟକ ଜିଲା ଗୋପାଳପୁର…

ବିଏମ୍‌ସିର ଘୋଷଣା: ଭୁବନେଶ୍ୱର ଖୋଲା ମଳମୁକ୍ତ ସହର

ଭୁବନେଶ୍ୱର, ୪ା୧(ବ୍ୟୁରୋ): ଭୁବନେଶ୍ୱରରେ ବର୍ତ୍ତମାନ ୨୨୬ଟି ଶୌଚାଳୟ କାର୍ଯ୍ୟରତ ଥିବାବେଳେ ଏଥିରେ ୧୬୯୮ଟି ସିଟ୍‌ରେ ଲୋକେ ଶୌଚ କରୁଛନ୍ତି। ସାମୂହିକ, ଗୋଷ୍ଠୀ, ଇ-ଟଏଲେଟ୍‌ ଓ ପେଟ୍ରୋଲପମ୍ପ ଆଦିରେ ଏହି ଶୌଚାଳୟଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି। ମାର୍ଚ୍ଚ ଶେଷ ସୁଦ୍ଧା ଭୁବନେଶ୍ୱରର ୨୦ଟି ମୁଖ୍ୟ…

ପ୍ରେମ ଜାଲରେ ଫସାଇ ନାବାଳିକାଙ୍କୁ ଅପହରଣ: କଟକରୁ ଅପହୃତା ଉଦ୍ଧାର, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ପ୍ରେମ ଜାଲରେ ଫସାଇ ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ କଟକରୁ ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ କୋଚସାହିର ଚିନୁ…

ମାଓବାଦୀଙ୍କ ବର୍ବରକାଣ୍ଡ:  ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ଗୁଳିକରି ହତ୍ୟା

ଦାରିଙ୍ଗବାଡ଼ି/କ.ନୂଆଗଁ।,୪।୧(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ. ନୂଆଗଁ। ବ୍ଲକ ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହାରେ ଗୁରୁବାର ରାତିରେ ମାଓବାଦୀମାନେ ଜଣକୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗୁଳିକରି ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଛନ୍ତି ବାଲିଗୁଡା ଥାନା ରେବିଙ୍ଗିଆ ପଞ୍ଚାୟତ ମାର୍ଦ୍ଦୋଳ ଗ୍ରାମର ରଞ୍ଜନ ଦିଗାଳ…

ସିପିଆଇ ପାଳିଲା ମହଙ୍ଗା ମାଡ଼ ଦିବସ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ପ୍ରଥମ ମହିଳା ଶିକ୍ଷାବିତ୍‌ ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମଦିବସକୁ ଶୁକ୍ରବାର ସିପିଆଇ ନାରୀ ସୁରକ୍ଷା ଦିବସ ଭାବେ ପାଳନ କରିଛି। ଏହା ବ୍ୟତୀତ ଏହି ଦିବସକୁ ସିପିଆଇ ମହଙ୍ଗା ମାଡ଼ ଦିବସ ଭାବେ ମଧ୍ୟ ପାଳନ କରିଥିଲା। ଝିପିଝିପି…

ସ୍ବଚ୍ଛ ସର୍ବେକ୍ଷଣରେ ବିଏମ୍‌ସିର କ୍ରମାଗତ ଖରାପ ପ୍ରଦର୍ଶନ: ରାଜ୍ୟର ୫ ସହର ତଳେ ଭୁବନେଶ୍ୱର

ଭୁବନେଶ୍ୱର, ୪ା୧(ବ୍ୟୁରୋ): ସ୍ବଚ୍ଛ ସର୍ବେକ୍ଷଣ ସର୍ଭେରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କ୍ରମାଗତ ଭାବେ ଖରାପ ପ୍ରଦର୍ଶନ କରିବା ପରେ ଆଗକୁ ଭଲ ପ୍ରଦର୍ଶନ ନିମନ୍ତେ ଅଣ୍ଟା ଭିଡ଼ିଲାଣି। ଇତିମଧ୍ୟରେ ଏହି ସର୍ବେକ୍ଷଣର ଦୁଇଟି କ୍ବାର୍ଟର ସରି ଫଳାଫଳ ପ୍ରକାଶ ପାଇଛି।…

ପୋଲିସ କମିଶନରଙ୍କ ବକ୍ତବ୍ୟକୁ ନେଇ ଚର୍ଚ୍ଚା: ପ୍ରଶ୍ନ ଉଠାଇଲେ ବିଜେଡି ମୁଖପାତ୍ର

ଭୁବନେଶ୍ୱର, ୪ା୧(ବ୍ୟୁରୋ): କମିଶନରେଟ ପୋଲିସର ୧୨ତମ ପ୍ରତିଷ୍ଠା ଦିବସରେ ଗୁରୁବାର ମହିଳା ଓ ଯୁବତୀଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୨୪୬ ଜଣ ମହିଳା ଏସ୍‌ପିଓଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଟୁଇନ ସିଟି ପୋଲିସ କମିଶନର ସୁଧାଂଶୁ…

ଉତ୍ତର ଭାରତରେ ଘନ କୁହୁଡ଼ି: ଅଧିକାଂଶ ଟ୍ରେନ୍‌ ବାତିଲ୍‌ ଓ ବିଳମ୍ବ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ପୂର୍ବତଟ ରେଳପଥ ସହ ଜଡ଼ିତ ଟ୍ରେନଗୁଡ଼ିକ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି। ଅଧିକାଂଶ ଟ୍ରେନ ବିଳମ୍ବରେ ଚାଲୁଥିବାବେଳେ ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ କେତେକ ଟ୍ରେନ୍‌କୁ…

ଜିଲା ଯୋଜନା କମିଟି ବାର୍ଷିକ ବଜେଟ: ୧୩୬୦. ୭୯ କୋଟିର ପ୍ରସ୍ତାବ ଅନୁମୋଦନ

ଭଦ୍ରକ ଅଫିସ, ୪।୧- ଭଦ୍ରକ ଜିଲା ଯୋଜନା କମିଟିର ବାର୍ଷିକ ବଜେଟ ବୈଠକ ଶୁକ୍ରବାର ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଜିଲାରେ ୨୦୧୯-୨୦ ଆର୍ଥିକ ବର୍ଷ…

ମୟୂରଭଞ୍ଜରେ ଆରମ୍ଭ ହେଲା ପକ୍ଷୀ ଗଣନା

ବାରିପଦା ଅଫିସ/ଠାକୁରମୁଣ୍ଡା/ ରାଇରଙ୍ଗପୁର,୪ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲାରେ ବନ ବିଭାଗ ପକ୍ଷରୁ ଶୁକ୍ରବାର ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପକ୍ଷୀଙ୍କ ସଂରକ୍ଷଣ, ପ୍ରଜାତି ଚିହ୍ନଟ ଓ ଗତିବିଧି ଜାଣିବା ପାଇଁ ଏହି ଗଣନା କରାଯାଉଛି। ଶିମିଳିପାଳ ଅଭୟାରଣ୍ୟ ସମେତ ବାରିପଦା, କରଞ୍ଜିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri