ବାପା ପଡ଼ିଯିବା ଖବର ପାଇ ବି ଶୁଟିଂସେଟ୍‌ ଛାଡ଼ିପାରି ନ ଥିଲି

ସମ୍ବଲପୁରୀ ଆଲବମର ଜଣେ ଆଗଧାଡ଼ିର ଅଭିନେତା ଭାରତଗୌରବ ଦାଶ। ମାଆ ଗୀତାଞ୍ଜଳି ଓ ବାପା ଭିକାରିଚରଣ ଦାଶଙ୍କ ସୁଯୋଗ୍ୟ ସନ୍ତାନ ଭାରତଗୌରବ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର କୋଣ ଅନୁକୋଣରେ ନିଜସ୍ବ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସମ୍ବଲପୁର ଜିଲା ରେଢ଼ାଖୋଲରେ ୧୯୭୭ ମସିହାରେ ଜନ୍ମିତ ଏହି ସଫଳ ଅଭିନେତା ପିଲାଦିନୁ ବାପା ଓ କାକାଙ୍କ ପ୍ରେରଣାରେ ନୃତ୍ୟ, ଅଭିନୟ ପ୍ରତି ଆକୃଷ୍ଟ ହୋଇ ଅଡିଓ ପ୍ରୋଗ୍ରାମ ପ୍ରଡକ୍ସନରେ ପିଜି ଡିପ୍ଲୋମା ଶେଷ କରିବା ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପ୍ରଦର୍ଶନ କଳାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଜଣେ ସଫଳ ନୃତ୍ୟଗୁରୁ, ଆଲବମ ଅଭିନେତା, ଓଡ଼ିଆ ସିନେମା ନିର୍ମାତା ଭାବେ ଜାତୀୟସ୍ତରୀୟ କଳା ଉତ୍ସବରେ ଜୁରି ପୁରସ୍କାର ପାଇଥିବା ଭାରତଗୌରବଙ୍କ ଅନୁଭୂତିରୁ କିଛି..

ସଂପ୍ରତି ସମ୍ବଲପୁର ଜିଲା ଖୁଲିଆ ସେବାଶ୍ରମ ସ୍କୁଲରେ କଳା ପ୍ରଶିକ୍ଷକ ଥିବା ତଥା୧୫୦ରୁ ଊର୍ଦ୍ଧ୍ୱ ଆଲବମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଭାରତଗୌରବ ନିଜ ଜୀବନର ଅନୁଭୂତି ସମ୍ପର୍କରେ କୁହନ୍ତି, ଜୀବନ ଅଛି ତ’ ଅନେକ ଅନୁଭୂତି ରହିଛି। ସେଥିମଧ୍ୟରୁ ବଲାଙ୍ଗିରଠାରେ ଶୁଟିଂ ସମୟର ଅନୁଭୂତି ମୋର ସବୁଦିନ ମନେ ରହିବ। ବଲାଙ୍ଗିରରେ ଏକ ଆଲବମ ଶୁଟିଂ ଚାଲିଥିବା ବେଳେ ସମ୍ବଲପୁରରୁ ମାଆଙ୍କ ଫୋନ କଲ୍‌ ଆସିଲା। ଖୁବ୍‌ ବ୍ୟସ୍ତ ବିବ୍ରତ ଥିଲେ ସେ। ବାପା ବାଥ୍‌ରୁମରେ ପଡିଯାଇଛନ୍ତି ବୋଲି କହିଲେ। ଏ କଥା ଶୁଣିବା ପରେ ମୋ ମନ ବିଚଳିତ ହୋଇଯାଇଥିଲା। ଶୁଟିଂରେ ଆଉ ମନ ଲାଗି ନ ଥିଲା। ଅତ୍ୟନ୍ତ ଧୈର୍ଯ୍ୟହରା ହୋଇ ପଡିଥିଲି। କିନ୍ତୁ କଳାକାର ଜୀବନ ସବୁ ବେଳେ ସଂଘର୍ଷମୟ ଭାବି କୋହକୁ ଚାପି ରଖିଥିଲି ଶୁଟିଂ ଶେଷ ପର୍ଯ୍ୟନ୍ତ। ରାତ୍ରି ୨ଟାରେ ଶୁଟିଂ ଶେଷ ହେଲା। ବଲାଙ୍ଗିରରୁ ସମ୍ବଲପୁର ଆସିବା କଷ୍ଟକର ବ୍ୟାପାର ଥିଲା। କିନ୍ତୁ ରାତି ୨ଟା ୩୦ ମିନିଟ୍‌ରେ ଏକ ଡିଜେଲ ଟ୍ୟାଙ୍କର ଅଟକାଇ ସମ୍ବଲପୁର ଆସିଥିଲି। ଶୁଟିଂ ସେଟର ସମସ୍ତେ ମନା କରୁଥିଲେ। ଆଲବମ ସୁପରଷ୍ଟାର ପୁଣି ଡିଜେଲ ଟ୍ୟାଙ୍କରରେ ଯିବ। ଅନ୍ୟମାନଙ୍କ କଥାକୁ ଭ୍ରୂକ୍ଷେପ ନ କରି ସେହି ଗାଡିରେ ସମ୍ବଲପୁର ଆସି ଘରେ ପହଞ୍ଚତ୍ଲି। ସିଧା ବାପାଙ୍କ ପାଖକୁ ଯାଇ ଦେଖିଲି, ବାପା ସେତେବେଳ ଯାଏ ବୋଧହୁଏ ଶୋଇ ନ ଥିଲେ। ନିଦ ଭାଙ୍ଗି ସତେ ଯେମିତି ସେ ମୋ ଅପେକ୍ଷାରେ ଥିଲେ। ମତେ ଦେଖି ଚେନାଏ ହସି ଦେଇଥିଲେ। ତାଙ୍କର ସେହି ଚେନାଏ ହସ ଆଜି ବାପାଙ୍କ ଅନୁପସ୍ଥିତିରେ ବି ମୋତେ ସବୁଦିନ ପ୍ରେରଣା ଦେଇ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା ବିଭୀଷିକା: ବରଗଡ଼ର ମା’-ଝିଅ ନିଖୋଜ, ସ୍ବାମୀ ସୁରକ୍ଷିତ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ବରଗଡ଼ ଜିଲାର ମା’ ଓ ଝିଅ ନିଖୋଜ ହୋଇ ଯାଇଥିବା ସୂଚନ ମିଳିଛି। ସେମାନେ ହେଲେ, ବରଗଡ଼ ବ୍ଲକ ଜାମପାଲି…

ରାକ୍ଷୀ ମଉକାରେ ଚଉକା: ସ୍ତ୍ରୀଙ୍କୁ ବାପଘରେ ଛାଡ଼ିବାକୁ ଯାଉଥିଲେ ସ୍ବାମୀ, ବାଟରେ ମିଠା କିଣିବାକୁ ପଠାଇ ପ୍ରେମିକ ସହ…

ପାଟନା,୨୮।୮: ବିହାରର ମଧେପୁରା ଜିଲାରୁ ରକ୍ଷାବନ୍ଧନ ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପତ୍ନୀଙ୍କୁ ତାଙ୍କ ବାପଘରେ ଛାଡ଼ିବା ପାଇଁ ବାଇକରେ ନେଇ ଯାଉଥିବା ଜଣେ…

ଭୋଟର ତାଲିକାରୁ ଶତାଧିକ ଯୋଗ୍ୟ ନାଗରିକଙ୍କ ନାଁ କାଟିବାକୁ ଷଡ଼ଯନ୍ତ୍ର, ଅଭିଯୋଗ ଆଣି ବିଜେଡି କହିଲା…

ଧାମନଗର,୨୮ା୮(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଏନଏସି ଅଞ୍ଚଳରେ ଶତାଧିକ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦେବା ପାଇଁ ଜାଲିଆତି ଓ ଷଡ଼ଯନ୍ତ୍ର…

ମରିଗଲା ମାନବିକତା! ନେପାଳ ବନ୍ୟାରେ ଭାସିଆସିଥିବା ମୃତଦେହରୁ ଅଳଙ୍କାର ଲୁଟିଲେ ଯୁବକ, ଭିଡିଓ ଭାଇରାଲ ପରେ…

କାଠମାଣ୍ଡୁ,୨୮।୮: ନେପାଳରେ ବିନାଶକାରୀ ବନ୍ୟା ଯୋଗୁ ହଜାର ହଜାର ପରିବାର ପ୍ରଭାବିତ ହୋଇଛନ୍ତି। ଲୋକେ ନିଜ ଜୀବନ ବଞ୍ଚାଇବା ସହ ପରସ୍ପରକୁ ସାହାଯ୍ୟ କରୁଥିବା ବେଳେ ଏହାରି…

୯୦୦ ମନ୍ଦିରର ରହସ୍ୟମୟ ପର୍ବତ! ସୂର୍ଯ୍ୟାସ୍ତ ହେଉ ହେଉ ଦେଖାଯା’ନ୍ତି…

ଭାରତରେ ଅନେକ ସୁନ୍ଦର ପାର୍ୱତ୍ୟ ସ୍ଥଳ ରହିଛି, କିନ୍ତୁ ଗୁଜରାଟର ଶତ୍ରୁଞ୍ଜୟ ପର୍ୱତ ନିଜର ଆଧ୍ୟାତ୍ମିକ ଓ ଧାର୍ମିକ ବିଶେଷତା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ବହନ…

ରେଭେନ୍ସା ବିଶ୍ବବିଦ୍ୟାଳୟ ବିବାଦ; ସମୂହ ଛୁଟିରେ ଗଲେ ଅଧ୍ୟାପକ

କଟକ,୨୮।୮(ପ୍ରଭୁକଲ୍ୟାଣ ପାଲ): ସମୁହ ଛୁଟିରେ ଗଲେ ରେଭେନ୍ସା ଅଧ୍ୟାପିକା ଓ ଅଧ୍ୟାପକ । ଏହାସହ କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ରେଭେନ୍ସା ୟୁନିଭରସିଟି ଟିଚର୍ସ…

କ’ଣ ରାକ୍ଷୀରେ ଭାଇଙ୍କ ଠାରୁ ମିଳୁଥିବା ଟଙ୍କାରୁ ସରକାର ନିଅନ୍ତି ଟ୍ୟାକ୍ସ? ଜାଣନ୍ତୁ କେତେ ଟଙ୍କା ନେଲେ…

ନୂଆଦିଲ୍ଲୀ,୨୮।୮: ରକ୍ଷାବନ୍ଧନ ପର୍ୱ ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ ଓ ପ୍ରେମର ପ୍ରତୀକ। ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧିଥାନ୍ତି ଏବଂ ବଦଳରେ ଭାଇ ସେମାନଙ୍କୁ…

ଥରିଲା ଚାଇନା: ଭୟରେ ଲୋକେ ଦୌଡ଼ିଲେ

ବେଜିଂ,୨୮।୭: ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କସ ସେଣ୍ଟର (CENC) ଅନୁଯାୟୀ, ଲଙ୍ଗଚାଙ୍ଗ ସହରରେ ୫.୧ ତୀବ୍ରତାର ଭୂକମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri