Home

ପେନ୍‌ସନଧାରୀଙ୍କ ଘରୁ ସଂଗ୍ରହ ହେବ ଜୀବିତ ପ୍ରମାଣପତ୍ର

ନୂଆଦିଲ୍ଲୀ,୩୧-୧(ପି.ଟି.):ପେନ୍‌ସନଧାରୀ ଜୀବିତ ଥିବାର ପ୍ରମାଣପତ୍ର ଏଣିକି ସେମାନଙ୍କ ଘରୁ ସଂଗ୍ରହ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏବାବଦରେ ପେନ୍‌ସନଧାରୀଙ୍କଠାରୁ ସର୍ବାଧିକ ୬୦ ଟଙ୍କା ଦେୟ ନିଆଯିବ । ସାର୍ଟିଫିକେଟ ଦାଖଲ କରିବାକୁ ସେମାନଙ୍କୁ ଆଉ ପେନ୍‌ସନ ଯୋଗାଉଥିବା ବ୍ୟାଙ୍କକୁ ଦୌଡ଼ିବାକୁ…

କରୋନା ଭୟ: ଜାହାଜରେ ଫସିଛନ୍ତି ୭୦୦୦ ଲୋକ

ସିଭିଟାଭେଛିଆ (ଇଟାଲୀ),୩୧-୧:କରୋନା ଭୂତାଣୁ ସଂକ୍ରମଣ ଭୟରେ ଇଟାଲୀର ଏକ କ୍ରୁଜ୍‌ ଜାହାଜରେ ୭୦୦୦ ଲୋକ ସମୁଦ୍ର ମଧ୍ୟରେ ଅଟକି ରହିଛନ୍ତି। ଜାହାଜରେ ଥିବା ଜଣେ ୫୪ ବର୍ଷୀୟା ମହିଳା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କଠାରେ କରୋନା ଭୂତାଣୁ ରହିଥିବା ସନ୍ଦେହ କରାଯାଉଛି। ମାକାଉରୁ…

ଗୁଳିକାଣ୍ଡକୁ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ,୩୧-୧(ପି.ଟି.):ଦିଲ୍ଲୀର ଜାମିଆ ନଗରରେ ଗୁରୁବାର ଘଟିଥିବା ଗୁଳିକାଣ୍ଡକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଘୁଞ୍ଚାଇବା ପାଇଁ ଏହା ଭାଜପାର ଏକ ଷଡ଼ଯନ୍ତ୍ର ବୋଲି ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସମାଲୋଚନା କରିଛି। କଂଗ୍ରେସ ଏହାକୁ…

ଆଜି ଇୟୁ ଛାଡ଼ିବ ବ୍ରିଟେନ

ଲଣ୍ଡନ,୩୧-୧:ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଶୁକ୍ରବାର ରାତି ୧୧ଟାରେ ଅଲଗା ହୋଇଯିବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ବ୍ରେକ୍‌ଜିଟ ଚୁକ୍ତିକୁ ଚୂଡ଼ାନ୍ତ ଅନୁମୋଦନ ମିଳିଯାଇଛି। ବ୍ରସେଲ୍ସରେ ଥିବା ୟୁରୋପୀୟ ପାର୍ଲାମେଣ୍ଟର ବ୍ରିଟିଶ ସଦସ୍ୟମାନେ ସେମାନଙ୍କ…

ୟୁପିରେ ୨୦ ପିଲା ବନ୍ଧକ: ଉଦ୍ଧାର ଲାଗି ପୋଲିସର ଉଦ୍ୟମ ଜାରି

ଫାରୁଖାବାଦ (ୟୁପି), ୩୧-୧(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ଫାରୁଖାବାଦରେ ଜଣେ ଅପରାଧୀ ୨୦ ଜଣ ପିଲାଙ୍କୁ ନେଇ ବନ୍ଧକ ରଖିଥିବା ଜଣାପଡିଛି। ସେ ଜନ୍ମଦିନ ପାଳନ ପାଇଁ ପିଲାମାନଙ୍କୁ ଘରକୁ ଡାକି ବନ୍ଧକ ରଖିଥିଲେ। ଫାରୁଖାବାଦର ମହମ୍ମଦାବାଦ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଏହି ଘଟଣା…

ଏନ୍‌ପିଆର୍‌, ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ଉଠାଇଲା ବିଜେଡି

ନୂଆଦିଲ୍ଲୀ,୩୧-୧:ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ବିଜେଡି ଯୋଗଦେଇ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିବା ସହ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)ରେ ଥିବା କେତେକ ବ୍ୟବସ୍ଥା ବାଦ୍‌ ଦେବାକୁ ଦାବି କରିଛି। ସଂଦୀୟ ବ୍ୟାପାର ମନ୍ତ୍ରୀ…

ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ: ମୋଦି

ନୂଆଦିଲ୍ଲୀ,୩୧-୧(ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଥିବାବେଳେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୨୦-୨୧ ବର୍ଷ ଲାଗି ବଜେଟ ଉପସ୍ଥାପନ କରିବେ। ବଜେଟ ଉପସ୍ଥାପନର ଦିନକ ପୂର୍ବରୁ ଅର୍ଥାତ୍‌ ୩୧ ତାରିଖରେ ସରକାର ଚଳିତବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ…

୯୩୩ କୋଟି ଟଙ୍କା ଜମା କରି ଖଣି ଚଳାଅ

ଭୁବନେଶ୍ୱର, ୩୧-୧(ବ୍ୟୁରୋ):ବନ୍ଦ ରହିଥିବା ଖଣି କାର୍ଯ୍ୟ ଆରମ୍ଭ କରିବାକୁ ସାରଦା ମାଇନ୍ସ ପ୍ରାଇଭେଟ ଲିମିଟେଡ (ଏସଏମ୍‌ପିଏଲ)କୁ ଗୁରୁବାର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ତେବେ ଆସନ୍ତା ଫେବୃୟାରୀ ୨୯ ସୁଦ୍ଧା ପରିବେଶ କ୍ଷତିପୂରଣ ରାଶି ବାବଦରେ ୯୩୩ କୋଟି ଟଙ୍କା ଓଡ଼ିଶା ସରକାରଙ୍କ…

ସିଏଏ ବିରୋଧୀ ଶୋଭାଯାତ୍ରାବେଳେ ରାମଭକ୍ତଙ୍କ ଉନ୍ମତ୍ତକାଣ୍ଡ: ବନ୍ଧୁକ ବୁଲାଇଲେ, ଗୁଳି ଚଳାଇଲେ

ନୂଆଦିଲ୍ଲୀ,୩୧-୧(ପି.ଟି.):କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ବେଳେ ଦିନକୁ ଦିନ ହିଂସା ବଢ଼ିବାରେ ଲାଗିଛି। ଏହିକ୍ରମରେ ଗୁରୁବାର ଦିଲ୍ଲୀର ଜାମିଆ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ବିକ୍ଷୋଭକାରୀମାନେ ଶୋଭାଯାତ୍ରା ପାଇଁ ବାହାରୁଥିବାବେଳେ ଜଣେ କିଶୋର ‘ଏଇ ନିଅ…

୪୫ ବର୍ଷରେ ପାଦ ଦେଲେ ପ୍ରୀତି ଜିଣ୍ଟା: ୨ ଥର ନିଶ୍ଚିତ ମୁତ୍ୟୁ ମୁହଁରୁ ବଞ୍ଚିଥିଲେ

ମୁମ୍ବାଇ: ବଲିଉଡ୍‌ର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା ଶୁକ୍ରବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୫ ଜାନୁୟାରୀ ୩୧ରେ ଶିମଲାଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ପ୍ରୀତମ୍‌ ସିଂ ଜିଣ୍ଟା। ତାଙ୍କୁ ୧୩ ବର୍ଷ ହୋଇଥିବାବେଳେ ପିତା ଦୁର୍ଗାନନ୍ଦ…

ଏସବୁ ଦିଗପ୍ରତି ଧ୍ୟାନଦେଲେ ଅଣ୍ଟା ଯନ୍ତ୍ରଣାରୁ ମିଳେ ମୁକ୍ତି

ଆଜିକାଲି ଅଧିକାଂଶ ଲୋକ ଅଣ୍ଟା ଯନ୍ତ୍ରଣାକୁ ନେଇ ଚିନ୍ତିତ। କିନ୍ତୁ କିଛିଦିଗ ପ୍ରତି ଧ୍ୟାନ ଦେଲେ ଏହି ଯନ୍ତ୍ରଣାରୁ ମୁକ୍ତି ମିଳିବ। ଜାଣନ୍ତୁ ଏ ସମ୍ପର୍କରେ… – କାର୍ଯ୍ୟାଳୟରେ ବସିବା ସମୟରେ ଏପରି ବସନ୍ତୁ ଯେମିତି ଆପଣଙ୍କୁ ଆରାମ ଲାଗିବା ସହ…

କୋଲେଷ୍ଟ୍ରଲ ନିୟନ୍ତ୍ରଣ କରେ ଦହି

ଦହି ଶରୀର ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଦହି ରକ୍ତରେ ନିର୍ମିତ ହେଉଥିବା କୋଲେଷ୍ଟ୍ରଲର ଅତ୍ୟଧିକ ମାତ୍ରାକୁ ନିୟନ୍ତ୍ରିତ କରିଥାଏ। ଯଦ୍ଦ୍ବାରା ଶିରାପ୍ରଶିରାରେ ରକ୍ତପ୍ରବାହ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ଏବଂ ହୃଦ୍‌ସ୍ପନ୍ଦନ ଠିକ୍‌ ରହିବ। ଏକ ଗବେଷଣାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?