ଗାଡ଼ି ଚଳାଚଳ ବନ୍ଦ, ଖୋଲା ରହିଛି ଦୋକାନ ବଜାର
ପାଟଣା,୮।୧(ସ୍ବ.ପ୍ର.): କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ୧୨ଦଫା ଦାବିରେ ବୁଧବାର ବନ୍ଦ ଡାକରା ଦିଆଯାଇଥିବା ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଥିବା ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ, ସ୍କୁଲ ଜଲେଜ, ସରକାରୀ କାର୍ଯ୍ୟାଳୟ,ବସସେବା ବନ୍ଦ ରହିଥିବା ବେଳେ…
କଟକରେ ଭାରତ ବନ୍ଦର ଆଶିଂକ ପ୍ରଭାବ
କଟକ ଅଫିସ,୮।୧: ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କଟକରେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ସରକାରୀ କାର୍ଯ୍ୟାଳୟ, ବଡ ବଡ ଶପିଂ ମଲ ବନ୍ଦ ରହିଛି। ସହରର…
କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା ଶ୍ରମିକ ସଂଘ
ବନ୍ତ,୮।୧(ସ୍ବ.ପ୍ର.): କେନ୍ଦ୍ରୀୟ ଶ୍ରମିକ ସଂଘ, ଫେଡେରେଶନ ଓ ଆସୋସିଏଶନ ପକ୍ଷରୁ ଭଦ୍ରକ ଜିଲା ଆଗରପଡ଼ା ବଜାରରେ ବୁଧବାର ସକାଳୁ ବନ୍ଦ ପାଳନ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଏହି ପ୍ରତିବାଦ ସଭାରେ ଶ୍ରମିକ ନେତାମାନେ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ…
ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ପାଳନ
ତିହିଡ଼ି,୮।୧(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ସିପିଏମ୍ ସମେତ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ବୁଧବାର ବନ୍ଦ ପାଳନ କରାଯାଇଛି। ଆନ୍ଦୋଳନକାରୀମାନେ ଶୋଭାଯାତ୍ରାରେ ତିହିଡ଼ି ବଜାର ପରିକ୍ରମା କରି ଦୋକାନ ବଜାର ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ। ଏଥିସହିତ…
ରାଜ ଠାକରେଙ୍କୁ ଭେଟିଲେ ଫଡନବୀସ: ଜୋରଧରିଲା ରାଜନୀତି
ମୁମ୍ବାଇ,୮।୧: ଶିବସେନା ହାତ ଛାଡିବା ପରେ ଏବେ ଭାଜପା ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ୍) ସହ ସମ୍ପର୍କ ଯୋଡିବାକୁ ଚେଷ୍ଟା କରିଛି। ଏମ୍ଏନ୍ଏସ୍ ପ୍ରମୁଖ ରାଜ ଠାକରେଙ୍କୁ ଭେଟିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନବୀଶ। ଉଭୟଙ୍କ ମଧ୍ୟରେ ପ୍ରାୟ ଦେଢ ଘଣ୍ଟା…
କୁକୁରକୁ ହେଲମେଟ୍ ପିନ୍ଧାଇ ବାଇକ୍ରେ ବୁଲାଇଲେ ମାଲିକ: ସୋସିଆଲ୍ ମିଡ଼ିଆରେ ଭାଇରାଲ; ଲୋକେ କଲେ ପ୍ରଶଂସା
ଚେନ୍ନାଇ,୮।୧: ଏବେ ସୋସିଆଲ୍ ମିଡ଼ିଆରେ କୁକୁରକୁ ହେଲମେଟ୍ ପିନ୍ଧାଇ ବାଇକ୍ରେ ବୁଲାଇଥିବା ଜଣେ ମାଲିକଙ୍କ ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହାର ତାମିଲନାଡୁର ବୋଲି କୁହାଯାଉଛି। ମାଲିକ ଜଣକ ନିଜ ପୋଷା କୁକୁରକୁ ପଛରେ ବସାଇ ହେଲମେଟ୍ ପିନ୍ଧାଇ…
ମାଧପୁର ବଜାରରେ ବନ୍ଦର ପ୍ରଭାବ ପଡ଼ିନି
ମାଧପୁର,୮।୧(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ବଜାରରେ ବୁଧବାର ବନ୍ଦର ପ୍ରଭାବ ପଡ଼ି ନ ଥିବା ଦେଖିବାକୁ ମିଳିଛି। ସବୁଦିନ ପରି ଦୋକାନ ବଜାର ଖୋଲା ରହିଛି। ଯାତ୍ରୀବାହୀ ବସ ବ୍ୟତୀତ ଅନ୍ୟ ସମସ୍ତ ଗାଡ଼ିମୋଟର ଯିବା ଆସିବା ଲାଗିରହିଛି।…
ଅନୁଗୋଳରେ ଧର୍ମଘଟ ଡାକରାର ପ୍ରଭାବ
ଅନୁଗୋଳ ଅଫିସ,୮।୧: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ୧୨ ଦଫା ଦାବି ନେଇ ଦେଶବ୍ୟାପୀ ଧର୍ମଘଟ ଡାକରାର ପ୍ରଭାବ ଅନୁଗୋଳରେ ଦେଖାଦେଇଛି। ଶ୍ରମିକ ସଂଗଠନ ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇ ଦୋକାନ ବଜାର ବନ୍ଦ କରାଯାଇଛି। ରେଳରୋକୋ…
ଶହୀଦ୍ ସୋଲେମାନୀ ଅପରେଶନ୍ରେ ଆମେରିକାର ୮୦ ସୈନ୍ୟଙ୍କ ମୃତ୍ୟୁ: ଇରାନ କଲା ଦାବି
ତେହେରାନ,୮।୧: ଇରାକରେ ଥିବା ଆମେରିକା ଏୟାର ବେସ୍ ଉପରେ ଇରାନ ବୁଧବାର ଆକ୍ରମଣ କରିଛି। ପଶ୍ଚିମ ଇରାକର ଅଲ୍ ଅସଦ ଏବଂ ଉତ୍ତର ଇରାକର ଇରବିଲ୍ ଏୟାର ବେସ୍ ଉପରେ ହୋଇଥିବା ଆକ୍ରମଣରେ ୮୦ ଜଣ ଆମେରିକା ସୈନ୍ୟଙ୍କ ମୃତ୍ୟୁ ଘଟିଥିବା…
୪ ନିର୍ଦ୍ଦୋଷ ଯୁବକଙ୍କୁ ମାଡ଼ ଅଭିଯୋଗ: ସିମେଣ୍ଟ କାରଖାନା ସମ୍ମୁଖରେ ଉତ୍ତେଜନା
ବରଗଡ଼ ଅଫିସ,୮।୧: ବରଗଡ଼ ସିମେଣ୍ଟ କାରଖାନାର କେତେକ କର୍ମଚାରୀ ବିଶାଲଟିକ୍ରା ଗ୍ରାମର ୪ ନିର୍ଦ୍ଦୋଷ ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବୁଧବାର କାରଖାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ଶତାଧିକ ଗ୍ରାମବାସୀ କାରଖାନା ନିକଟକୁ ଆସି…
କପଡ଼ା ଆଲମିରା ପଡ଼ି ଶିଶୁ ମୃତ: କମ୍ପାନୀ ଦେଲା ୩୩୧ କୋଟି କ୍ଷତିପୂରଣ
ନ୍ୟୁୟର୍କ,୮।୧: କପଡ଼ା ଆଲମିରା ପଡ଼ି ଜଣେ ୨ ବର୍ଷ ଶିଶୁର ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଆଲମିଲା କମ୍ପାନୀକୁ ୩୩୧ କୋଟି ଟଙ୍କାର କ୍ଷତି ପୂରଣ ଦେବାକୁ ପଡ଼ିଛି। ଆମେରିକା କାଲିଫର୍ନିଆରେ ୩୦ ଇଞ୍ଚ ଉଚ୍ଚା କପଡ଼ା ଆଲମିରା ପଡ଼ିଯିବାରୁ ୨୦୧୭ ମଇ…
ବଡ଼ସାହିରେ ଭାରତ ବନ୍ଦର ମିଶ୍ରିତ ପ୍ରଭାବ
ବଡ଼ସାହି,୮।୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଞ୍ଚଳରେ ଭାରତ ବନ୍ଦ ଡାକରାର ମିଶ୍ରିତ ପ୍ରଭାବ ଦେଖାଦେଇଛି। ବ୍ଲକ କଂଗ୍ରେସର ବଡ଼ସାହି ଜୋନ୍ ସଭାପତି ଶଶାଙ୍କ ଶେଖର କରଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ପିକେଟିଂ ପୂର୍ବକ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ବ୍ୟାଙ୍କ…
Archives


