Home

କୁନି କାନ୍ଧରେ ପରିବାରର ବୋଝ ଘଟଣା: ଅସହାୟ ପବିତ୍ରଙ୍କ ପରିବାକୁ ଭେଟିଲେ କେନ୍ଦ୍ରାପଡ଼ା ଜିଲାପାଳ

ମାର୍ଶାଘାଇ,୭।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଆଠବାଟିଆ ଗ୍ରାମର ଅସହାୟ ପବିତ୍ର ବେହେରାଙ୍କ ପରିବାର ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶୁକ୍ରବାର ଜିଲାପାଳ ସମର୍ଥ ବର୍ମା ତାଙ୍କ ଘରେ ପହଞ୍ଚିଥିଲେ। ପରିବାରର ସମସ୍ୟା ବିଷୟରେ ସେ ବୁଝିବା ସହ…

ନିର୍ଭୟା ମାମଲା: ତୃତୀୟ ଡେଥ୍‌ ଓ୍ବାରେଣ୍ଟ ଜାରି କରିବାକୁ ମନା କଲେ କୋର୍ଟ

ନୂଆଦିଲ୍ଲୀ,୭।୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଶୀଘ୍ର ଫାଶୀ ଦେବା ଲାଗି ତିହାର ଜେଲ ପ୍ରଶାସନ ପଟିଆଲା ହାଉସ କୋର୍ଟ ଯାଇଥିଲେ। ଶୁକ୍ରବାର ଏହି ମାମଲାର ଶୁଣାଣି କରି ପଟିଆଲା ହାଉସ କୋର୍ଟ ଏବେ ନୂଆ ଡେଥ୍‌ ଓ୍ବାରେଣ୍ଟ…

ପାକିସ୍ତାନର ମିରାଜ ବିମାନ ଦୁର୍ଘଟଣାଗ୍ରସ୍ତ

ଇସ୍‌ଲାମାବାଦ,୭।୨: ପାକିସ୍ତାନର ସରାକୋଟ ସହର ନିକଟରେ ସେନାର ପ୍ରଶିକ୍ଷଣ ବିମାନ ମିରାଜ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ପାକିସ୍ତାନ ବାୟୁ ସେନାର ମିରାଜ ବିମାନ ସବୁଦିନ ଭଳି ଶୁକ୍ରବାର ମଧ୍ୟ…

ରାଲି ସମୟରେ କୈଳାଶ ବିଜୟବର୍ଗିୟଙ୍କୁ ଅଟକ

କୋଲକାତା,୭।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)ର ସମର୍ଥନରେ ବାହାରିଥିବା ରାଲିରୁ ଭାଜପା ମହାସଚିବ କୈଳାଶ ବିଜୟବର୍ଗିୟଙ୍କୁ ଉଠାଇନେଲା ପୋଲିସ। ଶୁକ୍ରବାର ସିଏଏ ସମର୍ଥନରେ କୈଳାଶ ଏକ ଅଭିନନ୍ଦନ ରାଲିର ଆୟୋଜନ କରିଥିଲେ। ଏହି ରାଲି କୋଲକାତାର ଟାଲିଗଞ୍ଜ ଫେରିରୁ ଆରମ୍ଭ ହେବାର…

କରୋନା ମୁକାବିଲା ଚିନ୍ତା: ସ୍କୁଲଗୁଡ଼ିକ ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା ସ୍ବାସ୍ଥ୍ୟବିଭାଗ

ଭୁବନେଶ୍ୱର,୭।୨(ବ୍ୟୁରୋ): ପ୍ରାଣଘାତକ କରୋନା ଭାଇରସ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍କୁଲଗୁଡ଼ିକୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଖାଦ୍ୟ ଖାଇବା ପୂର୍ବରୁ ଭଲ ଭାବେ ସାବୁନରେ ହାତ ଧୋଇବା ସହ ଥଣ୍ଡା ହୋଇଥିଲେ ରୁମାଲ ଦେଇ ଛିଙ୍କିବାକୁ ଛାତ୍ରୀଛାତ୍ରୀମାନଙ୍କୁ ପରାମର୍ଶ…

ପ୍ରପୋଜ୍‌ ଡେ’: ଜାଣନ୍ତୁ ସାଥୀଙ୍କୁ କେମିତି କହିବେ ମନର କଥା…

ବର୍ତ୍ତମାନ ଭାଲେଣ୍ଟାଇନ୍‌ ଓ୍ବିକ୍‌ ବା ପ୍ରେମ ସପ୍ତାହ ଚାଲିଛି। ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଏହି ସପ୍ତାହକୁ ଯୁବପିଢ଼ି ବେଶ୍‌ ଉତ୍ସାହର ସହ ପାଳନ କରୁଛନ୍ତି। ରୋଜ୍‌ ଡେ’କୁ ପ୍ରେମର ପ୍ରଥମ ଦିନ କୁହାଯାଉଥିବା ବେଳେ ଦ୍ୱିତୀୟ ଦିନକୁ ପ୍ରପୋଜ୍‌ ଡେ’…

କ୍ୟାବିନେଟ୍‌ ବୈଠକରେ ୯ ପ୍ରସ୍ତାବକୁ ମଞ୍ଜୁରୀ: ସରକାରୀ ଚାକିରିରେ ଥିବା ବେଳେ ମୃତ୍ୟୁ ହେଲେ ପରିବାରଲୋକଙ୍କୁ ଥଇଥାନ

ଭୁବନେଶ୍ୱର,୭।୨(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋଟ ୯ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳଛି। ପଞ୍ଚମ ଅର୍ଥ କମିଶନଙ୍କ ରିପୋର୍ଟ, ଓଡ଼ିଶା ସିଭିଲ ସର୍ଭିସ ସଂଶୋଧନ…

ଏଥର ବଜେଟ ପରିମାଣ ଟପିବ ଦେଢ଼ ଲକ୍ଷ କୋଟି

ଭୁବନେଶ୍ୱର,୭।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦୨୦-୨୧ ବର୍ଷ ପାଇଁ ରାଜ୍ୟ ବଜେଟକୁ ଅନୁମୋଦନ ମିଳିଛି। ଆସନ୍ତା ୧୮ ତାରିଖରେ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ହେବ। ଏଥର ବଜେଟ ପରିମାଣ…

କେରଳ ସରକାର ବଜେଟର କଭର ପେଜ୍‌ରେ ଛାପିଲେ ଗାନ୍ଧୀଙ୍କ ମୃତ୍ୟୁ ବେଳର ଫଟୋ: ତେଜିଲା ବିବାଦ

ଥିରୁଭାନନ୍ଥପୁରମ,୭।୨: କେରଳ ସରକାରଙ୍କ ଦ୍ୱାରା ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ପ୍ରକାଶ କରାଯାଇଥିବା ବଜେଟର କଭର ପେଜ୍‌କୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସରକାର ଏବେ ଏହାକୁ ନେଇ ଚର୍ଚ୍ଚାର ପରିସରକୁ ଚାଲିଆସିଛନ୍ତି। ବଜେଟର…

ନେହା-ଆଦିତ୍ୟଙ୍କ ବିବାହ ଖବରରେ ପୂର୍ଣ୍ଣଚ୍ଛେଦ ପକାଇଲେ ଟୋନି କକ୍କର

ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଇଣ୍ଡିଆନ ଆଇଡଲ ୧୧’ ଶୋ’ରେ ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣ ଓ ତାଙ୍କ ସ୍ତ୍ରୀ ନେହାଙ୍କୁ ବୋହୂ କରିବାକୁ ଚାହୁଁଥିବା କଥା କହିବା ପରେ ଚର୍ଚ୍ଚା…

ରାହୁଲଙ୍କ ବୟାନକୁ ନେଇ ଲୋକ ସଭାରେ ହଙ୍ଗାମା

ନୂଆଦିଲ୍ଲୀ,୭।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଲୋକ ସଭାରେ ଶୁକ୍ରବାର ଝଡ଼ ସୃଷ୍ଟି ହୋଇଛି। ଏହି ଉତ୍ତେଜନା ଏତେ ବଢ଼ିଯାଇଥିଲା ଯେ, ଘଟଣା ଠେଲାପେଲା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ସୂଚନାଯୋଗ୍ୟ, ଲୋକ ସଭାରେ ପ୍ରଶ୍ନକାଳ ଚାଲିଥିବା ବେଳେ…

ଜାଣନ୍ତି ଶତକ ହାସଲ ପରେ କାହିଁକି ଜିଭ କାଢନ୍ତି ରସ୍‌ ଟେଲର

ହାମିଲଟନ, ୭।୨: ସେଡନ ପାର୍କ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡ ଅଭିଜ୍ଞ ରସ ଟେଲରଙ୍କ ଅପରାଜିତ ଶତକ ସହାୟତାରେ ଭ୍ରମଣକାରୀ ଭାରତକୁ ୧୧ଟି ବଲ ବାକି ରଖି ୪ ଉଇକେଟରେ ପରାସ୍ତ କରିଛି। ଟେଲର ୮୪ଟି ବଲ ଖେଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?