ପ୍ରପୋଜ୍‌ ଡେ’: ଜାଣନ୍ତୁ ସାଥୀଙ୍କୁ କେମିତି କହିବେ ମନର କଥା…

ବର୍ତ୍ତମାନ ଭାଲେଣ୍ଟାଇନ୍‌ ଓ୍ବିକ୍‌ ବା ପ୍ରେମ ସପ୍ତାହ ଚାଲିଛି। ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଏହି ସପ୍ତାହକୁ ଯୁବପିଢ଼ି ବେଶ୍‌ ଉତ୍ସାହର ସହ ପାଳନ କରୁଛନ୍ତି। ରୋଜ୍‌ ଡେ’କୁ ପ୍ରେମର ପ୍ରଥମ ଦିନ କୁହାଯାଉଥିବା ବେଳେ ଦ୍ୱିତୀୟ ଦିନକୁ ପ୍ରପୋଜ୍‌ ଡେ’ ଭାବେ ପାଳନ କରାଯାଏ। କାହାକୁ ମନେ ମନେ ପ୍ରେମ କରିବା ବା ଭଲ ପାଇବା ସହଜ ମାତ୍ର ଏହାକୁ ପରିପ୍ରକାଶ କରିବା ବହୁ ମୁସ୍କିଲ୍‌। ଯଦି କାହାକୁ ପ୍ରପୋଜ କରିବାକୁ ଚାହୁଁଥା’ନ୍ତି ତେବେ କିଛି ରୋମାଣ୍ଟିକ୍‌ ଟିପ୍ସ ଜାଣିରଖିବା ନିହାତି ଜରୁରୀ। ନଚେତ୍‌ ମନ ଚାହୁଁଥିବା ସାଥୀଟି ହାତଛଡ଼ା ହୋଇଯିବ।

– ଯେଉଁ ରାସ୍ତା ଦେଇ ଆପଣଙ୍କ ମନର ମଣିଷ ଯିବା ଆସିବା କରୁଥା’ନ୍ତି ସେହି ରାସ୍ତାରେ କିଛି ପ୍ରେମଭରା କଥା ଲେଖି ପତ୍ରଟିଏ ପକାଇ ଦିଅନ୍ତୁ। ଯେମିତି ସେ ଆପଣଙ୍କ ପ୍ରତି ଆକର୍ଷିତ ହେବେ।

– ଆଜିକାଲି ତ ଡିଜିଟାଲ ଯୁଗ। ସାଥୀଙ୍କୁ ସାମ୍ନା କରିବାକୁ ଯଦି ସତ୍‌ସାହସ ହେଉନି ତେବେ ହ୍ବାଟ୍‌ସଆପ୍‌, ଫେସ୍‌ବୁକ୍‌ ମାଧ୍ୟମରେ ମଧ୍ୟ ଏକ ଛୋଟିଆ ଏସ୍‌ଏମ୍‌ସଟି ପଠାଇ ମନର କଥା ପରିପ୍ରକାଶ କରନ୍ତୁ।

– ମନ ଚାହୁଁଥିବା ସାଥୀଙ୍କୁ ଯଦି କୌଣସି ଉପହାର ପସନ୍ଦ ତେବେ ତାଙ୍କୁ ଦେବାକୁ ଆଦୌ ଭୁଲନ୍ତୁ ନାହିଁ।

– ସର୍‌ପ୍ରାଇଜ୍‌ ପ୍ଲାନିଂ କରି ପ୍ରେମିକା ବା ପ୍ରେମିକ କେଉଁଆଡ଼େ ବୁଲି ଆସନ୍ତୁ। ସୁଯୋଗ ଦେଖି ମନର କଥା ପ୍ରକାଶ କରିଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri