୩ ନମ୍ବର ଜେଲକୁ ଦୋଷୀ ସ୍ଥାନାନ୍ତର: ଫାଶୀ ବିଳମ୍ବକୁ ନେଇ ଭାଜପା-ଏଏପି ବାକ୍ଯୁଦ୍ଧ
ନୂଆଦିଲ୍ଲୀ,୧୭।୧(ପି.ଟି.):ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୪ ଅପରାଧୀଙ୍କୁ ଗୁରୁବାର ତିହାର ଜେଲ୍ କମ୍ପ୍ଲେକ୍ସର ୩ ନମ୍ବର ଜେଲ୍କୁ ନିଆଯାଇଛି, ଯେଉଁଠି ସେମାନଙ୍କୁ ଫାଶୀ ଦିଆଯିବ। ଅପରାଧୀ ବିନୟ ଶର୍ମା, ଅକ୍ଷୟ କୁମାର ସିଂ, ମୁକେଶ ସିଂ ଓ…
ହରିଶ ସାଲ୍ଭେ ହେଲେ ବ୍ରିଟେନ କ୍ୟୁସି
ନୂଆଦିଲ୍ଲୀ,୧୭।୧(ଆଇଏଏନ୍ଏସ୍):ପୂର୍ବତନ ସଲିସିଟର ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କୁ ଇଂଲଣ୍ଡ ଓ ଓ୍ବେଲ୍ସ କୋର୍ଟଗୁଡ଼ିକରେ ବ୍ରିଟେନ ରାଣୀଙ୍କ ଓକିଲ (କ୍ୟୁସି) ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଆନୁଷ୍ଠାନିକ ନିଯୁକ୍ତି ମାର୍ଚ୍ଚରେ ମିଳିବ। ବ୍ରିଟେନ୍ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ…
ଜାତିସଂଘରେ କଶ୍ମୀର ପ୍ରସଙ୍ଗକୁ ମିଳିଲାନି ସମର୍ଥନ
ନୂଆଦିଲ୍ଲୀ,୧୭।୧(ପି.ଟି.):ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇବାରେ ବିଫଳ ହୋଇଛି। ତେବେ ଇସ୍ଲାମାବାଦର ଏହି ଉଦ୍ୟମକୁ ଚାଇନା ସହାୟତା କରୁଥିବାରୁ ଭାରତ ଏହାର ସମାଲୋଚନା କରିଛି। ବିଶ୍ୱସ୍ତରୀୟ ସହମତିକୁ ବେଜିଂ ଗୁରୁତ୍ୱର ସହ ନେବା ଉଚିତ। ଭବିଷ୍ୟତରେ ଏଭଳି…
ମିଖାଇଲ୍ ମିଶୁଷ୍ଟିନ୍ ରୁଷିଆ ପ୍ରଧାନମନ୍ତ୍ରୀ
ମସ୍କୋ,୧୭।୧:ରୁଷିଆର ନୂଆ ପ୍ରଧାନମନ୍ତ୍ରୀ ଭାବେ ମିଖାଇଲ୍ ମିଶୁଷ୍ଟିନ୍ଙ୍କ ନାମକୁ ଗୁରୁବାର ପାର୍ଲାମେଣ୍ଟ (ଡୁମା) ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ଏହି ୫୩ ବର୍ଷୀୟ ଟିକସ ସେବା ଅଧିକାରୀଙ୍କ ନାଁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସୁପାରିସ କରିଥିଲେ। ବୁଧବାର ପ୍ରଧାନମନ୍ତ୍ରୀ ଡିମିଟ୍ରି…
‘ଟ୍ରମ୍ପଙ୍କ ଭୂଗୋଳ ଜ୍ଞାନ କମ୍’
ୱାଶିଂଟନ,୧୭।୧:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଭୂଗୋଳ ଜ୍ଞାନ କମ । ଭାରତ ଏବଂ ଚାଇନା ମଧ୍ୟରେ ଅନ୍ତର୍ଜାତୀୟ ସୀମା ରହିଛି ବୋଲି ସେ ଜାଣିନାହାନ୍ତି। ଦୁଇଜଣ ପୁଲିଟ୍ଜର ପୁରସ୍କାର ବିଜେତା ଆମେରିକାର ଖବରଦାତା ‘ଏ ଭେରି ଷ୍ଟାବଲ ଜିନିୟସ୍’ ଶୀର୍ଷକ ଏକ…
୭୫ ବର୍ଷର ସଂଘର୍ଷମୟ ଜୀବନ: ଜାଭେଦ୍ ଅଖତରଙ୍କ ମୁହଁକୁ ସ୍କ୍ରିଫ୍ଟ ଫୋପାଡ଼ି ଦେଇଥିଲେ ଜଣେ ଫିଲ୍ମ ନିର୍ମାତା
ମୁମ୍ବାଇ: ବିଶିଷ୍ଟ ଗୀତିକାର ଜାଭେଦ୍ ଅଖତର୍ ଶୁକ୍ରବାର ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୫ ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ ଜନ୍ମଗ୍ରହଣ କରିଥିଲେ। ଜୀବନର ପ୍ରାଥମିକ ପର୍ଯ୍ୟାୟରେ ଜାଭେଦ୍ଙ୍କୁ ଅନେକ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ସେ ଇଣ୍ଡଷ୍ଟ୍ରୀରେ ସଫଳ…
ସ୍ବାସ୍ଥ୍ୟ ଉପକାରୀ ଜିରା
ଜିରା ଖାଲି ଏକ ମସଲାଜାତୀୟ ସାମଗ୍ରୀ ନୁହେଁ, ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗବେଷଣା କରି କହିଛନ୍ତି। ଜିରାରେ ଆଇରନ, କ୍ୟାଲସିୟମ, ଫାଇବର, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ସି’ ପରି ଅନେକ ପୋଷକତତ୍ତ୍ୱ ରହିଛି। ଯାହା…
ଓଜନ ନିୟନ୍ତ୍ରଣ କରେ ସାଗୁଦାନା
ସାଗୁଦାନା ସ୍ବାସ୍ଥ୍ୟ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଧଳା ମୋତି ଭଳି ଦେଖାଯାଉଥିବା ଏହି ଛୋଟ ଛୋଟ ଦାନା ଭିତରେ ଲୁଚିରହିଛି ଅନେକ ଗୁଣକାରୀ ତତ୍ତ୍ୱ। ସାଗୁଦାନାରେ ଥିବା ଫଲିକ୍ ଏସିଡ୍ ଏବଂ ଭିଟାମିନ୍ ବି କମ୍ପ୍ଲେକ୍ସ ଗର୍ଭାବସ୍ଥା ସମୟରେ ଗର୍ଭରେ…
କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମାବେଶ, ୮ଶହ ଅଭିଭାବକ ସାମିଲ
କୁଆଁରମୁଣ୍ଡା,୧୬।୧(ଡି.ଏନ.ଏ.)-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶମତେ ଗୁରୁବାର ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନ କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମାବେଶ ହୋଇଥିଲା। ୮ଶହରୁ ଅଧିକ ଅଭିଭାବକ ଯୋଗଦେଇ ବିଦ୍ୟାଳୟର ସୁନ୍ଦରବଗିଚା ବୁଲିଦେଖିବାସହ ବିଦ୍ୟାଳୟର ପରିବେଶକୁ ଦେଖି…
ରାଜକୋଟ୍ରେ ଭଲ ନାହିଁ ଭାରତର ରେକର୍ଡ
ରାଜକୋଟ,୧୬।୧(ପି.ଟି.)- ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏସ୍ସିଏ) ଗ୍ରାଉଣ୍ଡରେ ଘରୋଇ ଭାରତର ରେକର୍ଡ ଭଲ ନାହିଁ। ଏଠାରେ ଗତ ଦୁଇଟି ମ୍ୟାଚ୍ ଖେଳି ଭାରତ ପରାସ୍ତ ହୋଇଥିଲା। ୨୦୧୩ରେ ଏଠାରେ ଭାରତ ଇଂଲଣ୍ଡଠାରୁ ଏକ ରୋମାଞ୍ଚକ ମ୍ୟାଚ୍ରେ ମାତ୍ର ୯ ରନରେ…
ଫେରିବା ସଙ୍କେତ ଦେଲେ ଧୋନୀ
ନୂଆଦିଲ୍ଲୀ,୧୬।୧(ପି.ଟି.)- ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ଖେଳାଳିଙ୍କ ତାଲିକାରୁ ବାଦ୍ ପଡ଼ିଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗୁରୁବାର କ୍ରିକେଟକୁ ଫେରିବା ସଙ୍କେତ ଦେଇଛନ୍ତି। ସେ ଝାଡ଼ଖଣ୍ଡ ରଣଜୀ ଦଳ ସହ ଅଭ୍ୟାସ ଆରମ୍ଭ କରିଛନ୍ତି। ଏଥିସହ ଭେଟେରାନ ଉଇକେଟକିପର…
ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରୀଛାତ୍ର
ବାଲିଆପାଳ,୧୬।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ଅସ୍ତି ପଞ୍ଚାୟତର ବଢ଼ାପାଲ୍ ଗ୍ରାମରେ ଥିବା ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଗୁରୁବାର ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ଛାତ୍ରୀଛାତ୍ରଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ହେଲା ବିଦ୍ୟାଳୟକୁ ଥିବା ଚଲା ରାସ୍ତାକୁ ଜମି…
Archives


