ଗଣିଆ ପଞ୍ଚାୟତ ସମିତିର ୭ମ ଅଧିବେଶନ: ଶିକ୍ଷା, ସ୍ବାସ୍ଥ୍ୟ, କୃଷି ସମସ୍ୟାକୁ ଗୁରୁତ୍ୱ
ଗଣିଆ,୧୮ା୧(ଡି.ଏନ୍.ଏ.): ଗଣିଆ ବ୍ଲକ ସଦ୍ଭାବନା ଗୃହଠାରେ ଶୁକ୍ରବାର ପଞ୍ଚାୟତ ସମିତିର ୭ମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବିଡିଓ ମାନସ ରଞ୍ଜନ ସାମଲ, ଏବିଡିଓ ସରୋଜ କୁମାର ନାୟକ, ଜିଲା ପରିଷଦ ସଭ୍ୟ…
ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ: ଜଳର ସର୍ବୋତ୍କୃଷ୍ଟ ବିନିଯୋଗ କରିବାକୁ ପରାମର୍ଶ
ରଣପୁର,୧୮ା୧(ସ୍ବ.ପ୍ର.): ଚାଷୀମାନଙ୍କୁ ସଙ୍ଗଠିତ କରିବା ସହ ପାଣିପଞ୍ଚାୟତ ମାଧ୍ୟମରେ ସେମାନେ ଜଳସେଚନ ସୁବିଧା ପାଇ ଯେଭଳି ସ୍ବାବଲମ୍ବୀ ହୋଇପାରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ…
୩ କୋଠରିରେ ଚାଲିଛି ୮ ଶ୍ରେଣୀ
ବଅଁରପାଳ,୧୮।୧ (ଡି.ଏନ୍.ଏ.) – ବଅଁରପାଳ ବ୍ଲକ କଲଣ୍ଡାପାଳ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛି। ବର୍ତ୍ତମାନ ୩ଟି କୋଠରିରେ ୮ଟି ଶ୍ରେଣୀର ଛାତ୍ରୀଛାତ୍ର ପଢ଼ୁଥିବା ଅଭିଯୋଗ ହେଉଛି। ଏଥିସହ ଆବଶ୍ୟକ ଶିକ୍ଷକ ନ ଥିବାରୁ…
ଉପଖଣ୍ଡ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ
ପାଲଲହଡା,୧୮ା୧(ଡି.ଏନ.ଏ.) – ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ଡାକ୍ତର, କର୍ମଚାରୀ ନ ଥିବାବେଳେ କେତେକ ମେଶିନ ଅଚଳ ଅବସ୍ଥାରେ ରହିଛି। ଫଳରେ ଦୈନିକ ଏଠାକୁ ଆସୁଥିବା ଶତାଧିକ ରୋଗୀ ଉନ୍ନତ ଚିକିତ୍ସା ପାଇ ନ ପାରି ଅସୁବିଧାର…
ବକେୟା ବାଦ୍ ଦିଅ, ନଗଦ ବିଲ୍ ଆଦାୟ କର
ଢେଙ୍କାନାଳ ଅଫିସ, ୧୮।୧ – ବକେୟା ବିଦ୍ୟୁତ୍ ବିଲ୍ ପୈଠ କରୁଥିବା ଉପଭୋକ୍ତାଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ସେସୁ। ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ଶୁକ୍ରବାର ସନ୍ଧ୍ୟାରେ ଜିଲାର ବିଦ୍ୟୁତ୍ ଉପଭୋକ୍ତା ସୁରକ୍ଷା…
ସଚେତନତାରେ ସୀମିତ ‘ରାବଣଛାୟା’
ପାଲଲହଡା,୧୮।୧ – କଳାର ରାଜ୍ୟ ଓଡ଼ିଶାରେ ଏକଦା ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଥିଲା ଲୋକକଳା ରାବଣଛାୟା। ଅନୁଗୋଳ ଜିଲା ପାଲଲହଡ଼ା ଗଡ଼ଜାତରୁ ଦିନେ ଏହା ଦେଶବିଦେଶରେ ପହଞ୍ଚି ପାରିଥିଲା। ପୋଥି, ପୁରାଣମନସ୍କ ସେତେବେଳର ମଣିଷଙ୍କୁ ଆହୁରି ସଂସ୍କୃତିସମ୍ପନ୍ନ କରିବାରେ ଏହା ବେଶ୍…
ଅଚଳ ହେବାକୁ ବସିଛି ଖୁଚୁରା ଟଙ୍କା
ରାଇସୁଅଁ।, ୧୮।୧(ଡି.ଏନ.ଏ.)- କେନ୍ଦୁଝର ଜିଲା ସଦର ଅଞ୍ଚଳରେ ଖୁଚୁରା ଟଙ୍କା ଅଚଳ ନେଇ ଗୁଜବ ଥମିବାର ନଁ। ଧରୁନି। ଏଭଳି ଗୁଜବ ଯୋଗୁ ଧୀରେ ଧୀରେ ଟଙ୍କିକିଆ ଓ ୨ ଟଙ୍କିଆ କଏନ ଅଚଳ ହେବାକୁ ବସିଛି। ସରକାର ଏହି ୨…
ସରକାରୀ ଧାନ କିଣା ପ୍ରହସନ
ରାଇସୁଅଁ।,୧୮।୧(ଡି.ଏନ.ଏ)-ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ପ୍ରତି ୧୮୦୦ଟଙ୍କାରେ କିଣିବାକୁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଛି। ଯେପରି କୃଷକମାନେ ସେମାନଙ୍କ ପ୍ରକୃତ ମୂଲ୍ୟ ପାଇପାରିବେ। ଏଥିପାଇଁ ସରକାରୀ ଧାନ କ୍ରୟ କେନ୍ଦ୍ରମାନ ଖୋଲାଯାଇଛି। କିନ୍ତୁ କେନ୍ଦୁଝର ଜିଲା ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁ ବହୁ…
ଘଣ୍ଟେଶ୍ୱର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି: ୪୦ କି.ମି. ଚାଲି ଅଭିଯୋଗ ପରେ ଚେତିଲା ପ୍ରଶାସନ
ଭଦ୍ରକ ଅଫିସ, ୧୮।୧-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଘଣ୍ଟେଶ୍ୱର ଅଞ୍ଚଳବାସୀ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ଗୁରୁବାର ୪୦ କି.ମି. ଚାଲି ଚାଲି ଆସି ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ସେମାନେ ଜିଲା ଚିକିତ୍ସାଧିକାରୀଙ୍କ…
ଘନକୁହୁଡ଼ି ବୋଟ୍କୁ କଲା ଦିଗହରା
ଚାନ୍ଦବାଲି, ୧୮।୧(ଡି.ଏନ.ଏ.)-ଘନକୁହୁଡ଼ି କାରଣରୁ ଶୁକ୍ରବାର ସକାଳେ କେନ୍ଦ୍ରାପଡ଼ା ଜିଲାର ତାଳଚୁଆରୁ ଭଦ୍ରକ ଜିଲା ଚାନ୍ଦବାଲିକୁ ଆସୁଥିବା ଏକ ସରକାରୀ ବୋଟ୍ ଧାମରା ମୁହାଣ ନିକଟରେ ଦିଗହରା ହୋଇଯାଇଥିଲା। ସକାଳ ପ୍ରାୟ ୭ଟା ବେଳେ ଏହି ଘଟଣା ଘଟିଥିଲା। ଏହାର ପ୍ରାୟ ୫…
ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପର ଚର୍ଚ୍ଚା’ରେ ଅଂଶଗ୍ରହଣ କରିବେ ସ୍ବସ୍ତିକ
ରାଇରଙ୍ଗପୁର,୧୮ା୧(ଡି.ଏନ୍.ଏ.): ନୂଆଦିଲ୍ଲୀଠାରେ ଆସନ୍ତା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପର ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ ସମଗ୍ର ଭାରତରୁ ୨୨ ହଜାର ଛାତ୍ରୀଛାତ୍ରଙ୍କୁ ଚୟନ କରାଯାଇଛି। ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ମନୋନୀତ ହୋଇଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲା…
ବୁଲିଲା ମୋ ସରକାର ଅଭିଯାନ ସଚେତନତା ରଥ
ବାରିପଦା ଅଫିସ,୧୮ା୧- ମୟୂରଭଞ୍ଜ ଜିଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଜିଲା ମଙ୍ଗଳ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମଗୁଡିକ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମୋ ସରକାର ଅଭିଯାନ ସଚେତନାତା ରଥ…
Archives


