Home

ଦିଲ୍ଲୀର ସବୁ ସ୍କୁଲରେ ପଢାଯାଉ ହନୁମାନ ଚାଳିଶା: କୈଳାସ ବିଜୟବର୍ଗୀୟ

ନୂଆଦିଲ୍ଲୀ, ୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ବହୁମତରେ ବିଜୟ ହାସଲ କରିଛି। ଦଳର ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଏସବୁ ଭିତରେ ଭାଜପା ରାଷ୍ଟୀୟ ମହାସଚିବ କୈଳାସ ବିଜୟବର୍ଗୀୟ କେଜ୍‌ରିଓ୍ବାଲଙ୍କୁ ଉପଦେଶ ଦେଇ…

୧୨ କୋଟି ଟଙ୍କାର ଲଟେରୀ ଜିଣିଲେ ଦିନ ମଜୁରିଆ

କନ୍ନୁର,୧୨।୨: କେରଳର ଜଣେ ଦିନ ମଜୁରିଆଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି। ସେ ୧୨ କୋଟି ଟଙ୍କାର ଲଟେରୀ ଜିଣିଛନ୍ତି। ସ୍ଥାନୀୟ କନ୍ନୁରର ଥୋଲାମ୍ବ୍ରାସ୍ଥିତ ପୁରାଲିମାଲା କାଥାଚାଲ୍‌ କୁରିଚୟା କଲୋନୀରେ ବାସକରୁଥିବା ୫୮ ବର୍ଷ ବୟସ୍କ ପେରୁନ୍ନନ୍‌ ରାଜନ ଏହି ଲଟେରୀ…

କିସ୍‌ ଡେ’: ଜାଣନ୍ତୁ କାହାକୁ କେମିତି କରିବେ କିସ୍‌

ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ୍‌ ୧୪ରେ ଶେଷ ହେବ। ଏହାର ଗୋଟିଏ ଦିନ ପୂର୍ବରୁ…

୧୨ ବର୍ଷ ପରେ ଇରାକରେ ପୁଣି ତୁଷାରପାତ

ବାଗଦାଦ୍‌,୧୨।୨: ଇରାକରେ ପୁଣି ୧୨ ବର୍ଷ ପରେ ତୁଷାରପାତ ହୋଇଛି। ଫଳରେ ରାଜରାସ୍ତା ଧଳା ଚାଦରରେ ଘୋଡ଼ି ହେବା ଭଳି ଦୃଶ୍ୟ ସୃଷ୍ଟି ହୋଇଛି। ବାଗଦାଦ୍‌ ସହିତ କର୍ବଲା ସହରରେ ମଧ୍ୟ ତୁଷାରପାତ ହୋଇଛି। ଅନ୍ୟ କେତେକ ସହରରେ ମଧ୍ୟ ମଙ୍ଗଳବାର…

ଫେବୃୟାରୀ ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୨।୨: ଅରବିନ୍ଦ କେଜରିଓ୍ବାଲ ଫେବୃୟାରୀ ୧୬ରେ ରାମଲୀଳା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବୁଧବାର ଆମ୍‌ ଆଦ୍‌ମୀ ପାର୍ଟ(ଏଏପି) ପକ୍ଷରୁ ସୂଚନା ଦିଆଯାଇଛି। ଏହି ଶପଥ ଗ୍ରହଣ ଉତ୍ସବରେ ଦଳର ୬୨ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ କେତେକ ଶପଥ ନେବାର…

ଜନ୍ମାଷ୍ଟମୀରେ ଜନ୍ମଗ୍ରହଣ କରିଥିଲେ ଅରବିନ୍ଦ କେଜ୍‌ରିଓ୍ବାଲ, ପରିବାର ଲୋକେ ଶ୍ରଦ୍ଧାରେ ଡାକନ୍ତି ଏହି ନାମରେ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦ୍‌ମୀ ପାର୍ଟି(ଏଏପି) ପୂର୍ଣ୍ଣ ବହୁମତରେ ସରକାର ଗଢିବାକୁ ଯାଉଛି। କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ପରେ କେଜ୍‌ରିଓ୍ବାଲ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ଲଗାତର ୩ଥର ଏହି ପଦ ଅଳଙ୍କୃତ କରିବେ। ଯଦିଓ କେଜ୍‌ରିଓ୍ବାଲଙ୍କ କର୍ମଭୂମି…

ଫିଲ୍ମ ଫେୟାର ପୁରସ୍କାର ଫେରାଇ ଦେଇଥିଲେ ବଲିଉଡ୍‌ର ଆଙ୍ଗ୍ରିମ୍ୟାନ୍‌

ବଲିଉଡ୍‌ର ଆଙ୍ଗ୍ରି ମ୍ୟାନ୍‌ ଭାବେ ପରିଚିତ ପ୍ରାନ୍‌ଙ୍କ ଆଜି ୧୦୦ତମ ଜନ୍ମଦିବସ। ୧୯୨୦ ମସିହା ଫେବୃୟାରୀ ୨୦ରେ ସେ ପୁରୁଣା ଦିଲ୍ଲୀର ବଲ୍ଲୀମାରା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ସେ ଆଂସୁ ବନ୍‌ ଗଏ ମୁସ୍କାନ, ଉପକାର ଏବଂ ବେଇମାନ ପିଲ୍ମ ପାଇଁ…

ମିଳିଲା ୨୫୦୦ ବର୍ଷ ପୁରୁଣା ୩୦ ବହି

ଏଥେନ୍ସ୍‌,୧୨।୨: ଗୀସ୍‌ର ଏଥେନ୍ସ୍‌ରୁ ୨୫୦୦ ବର୍ଷ ପୁରୁଣା ୩୦ଟି ବହି ମିଳିଛି। ସ୍ଥାନୀୟ ଏକ ୩୦ଫୁଟର କୂଅ ମଧ୍ୟରେ ଏଗୁଡ଼ିକ ରହିଥିଲା। ଏଥିରେ ଅନ୍ୟକୁ କିିଭଳି ଅଭିଶପ୍ତ କରାଯାଇ ପାରିବ ସେ ସମ୍ପର୍କରେ ଉଲ୍ଲେଖ ରହିଛି। ତତ୍‌କାଳୀନ ଗ୍ରୀସ୍‌ ସମାଜରେ ଏଭଳି…

ରତନ ଟାଟାଙ୍କ ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ

ମୁମ୍ବାଇ: ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍‌ ରତନ ଟାଟାଙ୍କ ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷରୁ ଅଧିକ ଫଲୋଅର୍ସ ହୋଇଗଲେଣି। ଏଥିପାଇଁ ରତନ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏହା ଅଦ୍ଭୁତ ଅନ୍‌ଲାଇନ୍‌ ପରିବାର। ଯାହା ସହିତ ଜଡ଼ିତ ହୋଇ ମୁଁ ବହୁତ ଖୁସି।…

ନିର୍ବାଚନ ଫଳାଫଳ ଘୋଷଣା ପରେ ରୋଷେଇ ଘରେ ମହଙ୍ଗା ମାଡ଼: ବଢ଼ିଲା ଅଣ-ସବସିଡ୍‌ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ରୋଷେଇ ଘରେ ମହଙ୍ଗାମାଡ଼ ହୋଇଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର କିଛି ଘଣ୍ଟା ମଧ୍ୟରେ ଅଣ-ସବସିଡ୍‌ ସିଲଣ୍ଡର ଦାମରେ ୧୪୯ ଟଙ୍କା ବୃଦ୍ଧି ହୋଇଛି। ଏନେଇ ଆଇଓସି ପକ୍ଷରୁ ରିପୋର୍ଟ ଜାରି ହୋଇଛି। ଦିଲ୍ଲୀରେ…

ପିଆଜ କିଣି ଅଡୁଆରେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୨।୨(ବ୍ୟୁରୋ):ଅତ୍ୟାବଶ୍ୟକ ସାମଗ୍ରୀ ପିଆଜର ଦର ବୃଦ୍ଧି ଦୁଇ ତିନି ମାସ ଧରି ସାଧାରଣ ଖାଉଟିଙ୍କୁ ହନ୍ତସନ୍ତ କରିବା ପରେ ଏବେ ବଜାରରେ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ପିଆଜ କିଲୋ ହୋଲସେଲ ବଜାରରେ ୨୫ ଟଙ୍କା ଥିବାବେଳେ ଖୁଚୁରା ବଜାରରେ ୩୦…

ଘର ସହ ଜଳିଗଲେ ନବବଧୂ

ଭଦ୍ରକ ଅଫିସ, ୧୨।୨: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ସେରପୁର ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡ ଘଟି ତିନି ବଖରା ସହ ଜଣେ ନବବଧୂ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ଜଣକ ହେଲେ ସରୋଜିନୀ ପରିଡା। ସରୋଜିନୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?