Home

ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ୍ୟୁକୁ ନେଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ଜଳେଶ୍ୱର, ୨୨।୧(ଡି.ଏନ.ଏ./ସ୍ବ.ପ୍ର.): ଜଳେଶ୍ୱର ନୋଡ଼ାଲ ଟାଉନ ହାଇସ୍କୁଲର ବାର୍ଷିକ ଉତ୍ସବ ପାଇଁ ନିମନ୍ତ୍ରଣପତ୍ର ବାଣ୍ଟିବାକୁ ଯାଇଥିବା ଜଣେ ଛାତ୍ରଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା…

କିନ୍ନରଙ୍କ ଅଧିକାର ସମ୍ପର୍କିତ ଆଇନ ସଚେତନତା ଶିବିର

ମାଲକାନଗିରି ,୨୨ା୧(ସ୍ବ.ପ୍ର.): ମାଲକାନଗିରି ଜିଲା ଆଇନସେବା ପ୍ରାଧିକରଣ ମାଲକାନଗିରି ଆନୁକୂଲ୍ୟରେ ବୁଧବାର ବାଲିମେଳାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ କିନ୍ନରଙ୍କ ଅଧିକାର ସମ୍ପର୍କିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଲକାନଗିରି ଆଇନସେବା ପ୍ରାଧିକରଣର ସଚିବ ଅମରେଶ ନାୟକ, ଚିତ୍ରକୋଣ୍ଡାର ଅତିରିକ୍ତ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ସଂଯୋଗ ହେଲା ବିଦ୍ୟୁତ୍‌

କୋରକେଣ୍ଡା,୨୨ା୧(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ସଦର ପଞ୍ଚାୟତବୁଦୁଗୁଡା ଗ୍ରାମରେ ପ୍ରାୟ ୬ମାସ ହେବ ବିଦ୍ୟୁତ୍‌ କାଟ୍‌ ହୋଇଥିଲା। ଫଳରେ ଲୋକେ ସନ୍ଧ୍ୟା ହେଲେ ଡିବି, ଲଣ୍ଠନ ଜାଳି ଚଳୁଥିଲେ। ଗ୍ରାମବାସୀଙ୍କ ଉପରେ ସେସୁର ବିଦ୍ୟୁତ୍‌ ବିଲ୍‌ ବକେୟା ଥିବାରୁ ବିଭାଗ ପକ୍ଷରୁ…

ନାଗରିକତ୍ୱ ସଂଶୋଧନ ଆଇନରେ କାହାର ନାଗରିକତା ଯିବନାହିଁ: ଏମ୍‌ପି ରୂପା ଗାଙ୍ଗୁଲି

ମାଲକାନଗିରି,୨୨ା୧(ଡି.ଏନ.ଏ.): ନାଗରିକତ୍ୱ ସଂଶୋଧନ ଆଇନ ପ୍ରଥମେ କଂଗ୍ରେସ ସରକାର ସମୟରେ ଆରମ୍ଭ ହୋଇ ଏକ କାର୍ଡ ଦେବାର ବ୍ୟବସ୍ଥା ଥିଲା। ମାତ୍ର ତାହା ସେମାନେ କରିପାରିଲେ ନାହିଁ। ବର୍ତ୍ତମାନ ମୋଦି ସରକାର କରିଥିବା ନାଗରିକତ୍ୱ ସଂଶୋଧନ ବିଲ୍‌କୁ ସେମାନେ ବିରୋଧ କରୁଛନ୍ତି।…

ଦଳିତ ପରିବାରଙ୍କୁ ଆକ୍ରମଣ ଘଟଣା: ପ୍ରଶାସନକୁ ହାଇକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ପୁରୀ ଅଫିସ, ୨୨ା୧: ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅଧୀନ ନୂଆଗଁ। ଏବଂ କଣାସ ବ୍ଲକ ଅନ୍ତର୍ଗତ ବୀରକେଶରପୁର ଗ୍ରାମର ୬ଟି ଦଳିତ ପରିବାରଙ୍କୁୁ ଆକ୍ରମଣ, ବାସଗୃହ ଭାଙ୍ଗିଦେବା ଘଟଣାରେ ଓଡ଼ିଶା ଗୋତିମୁକ୍ତ ଅଭିଯାନ ପକ୍ଷରୁ ହାଇକୋର୍ଟରେ ଏକ ପିଟିଶନ ଦାୟର…

୩୦ ଗ୍ରାମ ବ୍ରାଉନସୁଗାର ଜବତ: ଯୁବକ ଗିରଫ

ପୁରୀ ଅଫିସ, ୨୨ା୧: ପୁରୀ ଅବକାରୀ ପୋଲିସ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରୁ ଜଣେ ଯୁବକଙ୍କୁ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଗିରଫ କରିଛି। ସେ ହେଲେ ଡେଲାଙ୍ଗ ଥାନା ଅଞ୍ଚଳର ସେବକ ସାହୁପଡ଼ାର ଗଗନ ସାହୁ (୨୭)। ତାଙ୍କଠାରୁ ୩୦ଗ୍ରାମ ବ୍ରାଉନସୁଗାର ଜବତ…

ସଫା ଆଳରେ ସୁନାଗହଣା ଲୁଟ୍‌

ଧାମନଗର,୨୨।୧(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ପଳିକିରି ମେଳଣଡିହି ଗ୍ରାମର ଆରତି ଦାସ ନାମ୍ନୀ ଜଣେ ମହିଳାଙ୍କଠାରୁ ସଫା ଆଳରେ ସୁନାଗହଣା ଲୁଟ୍‌ ହୋଇଥିବା ଧାମନଗର ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁସାରେ, ବୁଧବାର ଦୁଇଜଣ ଅଚିହ୍ନା ଯୁବକ ସୁନା ଗହଣା…

ପଳାତକ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ନାଁରେ ‘ବ୍ଲୁ କର୍ନର ନୋଟିସ’ ଜାରିକଲା ଇଣ୍ଟରପୋଲ୍‌

ଗାନ୍ଧୀନଗର,୨୨ା୧: ଭାରତ ଛାଡ଼ି ପଳାୟନ କରିଥିବା ଆତ୍ମଘୋଷିତ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ତାଙ୍କୁ ଗିରଫ କରିବା ପାଇଁ ଗୁଜରାଟ ପୋଲିସ ଅନୁରୋଧକ୍ରମେ ଇଣ୍ଟରପୋଲ୍‌ ନିତ୍ୟାନନ୍ଦଙ୍କ ବିରୋଧରେ ବୁଧବାର ବ୍ଲୁ କର୍ନର ନୋଟିସ ଜାରି କରିଛି।…

ତାଜମହଲ ସୌନ୍ଦର୍ଯ୍ୟକୁ ଗର୍ଲଫ୍ରେଣ୍ଡଙ୍କ ସହ ଉପଭୋଗ କଲେ ଆମାଜନ୍‌ ସିଇଓ

ଆଗ୍ରା,୨୨।୧: ବିଶ୍ୱର ଧନଶାଳୀ ବ୍ୟକ୍ତି ତଥା ଇ-କମର୍ସ କମ୍ପାନୀ ଆମାଜନ୍‌ର ସିଇଓ ଜେଫ୍‌ ବେଜୋସ୍‌ ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ସେନ୍‌ସେଶନ ପାଲଟିଛି। ପ୍ରେମର ପ୍ରତୀକ କୁହାଯାଉଥିବା ତଥା ବିଶ୍ୱ ପ୍ରସିଦ୍ଧ ତାଜମହଲ ସହ ବେଜୋସ୍‌…

ଏସ୍‌ସିବିକୁ ବିଶ୍ୱସ୍ତରୀୟ ଚିକିତ୍ସାଳୟ କରିବା ଲାଗି ପ୍ରକ୍ରିୟା ଆରମ୍ଭ, ଗୁରୁବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୧(ବ୍ୟୁରୋ): କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା କରିବା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ପହିଲାରୁ ନିର୍ମାଣ…

ଜାନୁୟାରୀ ୩୦ ଭିତରେ ହୋଇପାରେ ରାମ ମନ୍ଦିର ଟ୍ରଷ୍ଟ ଘୋଷଣା: ଅଯୋଧ୍ୟାର ଏହି ସନ୍ଥ ହୋଇପାରନ୍ତି ଅଧ୍ୟକ୍ଷ

ଆଯୋଧ୍ୟା,୨୨।୧: ରାମ ଜନ୍ମଭୂମି ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏବେ ସମସ୍ତଙ୍କ ନଜର ରହିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ ହେବାକୁ ଥିବା ରାମ ମନ୍ଦିର ଟ୍ରଷ୍ଟ ଉପରେ। କାରଣ ୩ ମାସ ମଧ୍ୟରେ ରାମ ମନ୍ଦିର ଟ୍ରଷ୍ଟ ଗଠନ…

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ଜୀବନଗଲା

ପଦ୍ମପୁର,୨୨।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଅଧୀନ ଏକର ସାହି ଗ୍ରାମ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅର୍ଜୁନ ସେନାପତି (୭୫)। ମଙ୍ଗଳବାର ରାତିରେ ଅର୍ଜୁନ ଶୌଚହେବା ପାଇଁ ଯାଇ ଘରକୁ ଫେରି ନ ଥିଲେ। ପରିବାରଲୋକେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri