ବିଦ୍ୟୁତ୍‌ ତାର ବିପଦସଙ୍କୁଳ: ପରିବର୍ତ୍ତନ ଦାବି କଲେ ଗ୍ରାମବାସୀ

କର୍ଲାମୁଣ୍ଡା,୧୬।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଯୋଗୁ ଆଗାମୀ ଦିନରେ ଦୁର୍ଘଟଣା ଘଟିବା ଯଥେଷ୍ଟ ସମ୍ଭାବନା ରହିଛି। ବ୍ଲକ ସଦରଠାରେ ଥିବା ସରସ୍ବତୀ ଶିଶୁମନ୍ଦିର ଶ୍ରେଣୀଗୃହକୁ ଲାଗି ଟ୍ରାନ୍ସଫର୍ମର ରହିଛି। ଠିକ୍‌ ସେହିଭଳି ସର୍ଗୁଲ ମାଲପଡ଼ା ଗାଁ ଶେଷ ମୁଣ୍ଡରେ ଥିବା ଟ୍ରାନ୍ସଫର୍ମର ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଏନେଇ ବିଭାଗଯନ୍ତ୍ରୀ ପଟେଲଙ୍କୁ ଯୋଗାଯୋଗ କରାଯିବାରୁ କର୍ଲାମୁଣ୍ଡା ବ୍ଲକ ସଦରରେ କେବୁଲର ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଅନ୍ୟପକ୍ଷରେ ସରସ୍ବତୀ ଶିଶୁମନ୍ଦିର ଶ୍ରେଣୀଗୃହକୁ ଲାଗଭି ରହିଥିବା ଟ୍ରାନ୍ସଫର୍ମରକୁ ଅନତ୍ର ସ୍ଥାନାନ୍ତର ପାଇଁ ସାଧାରଣରେ ଦାବି ହେଉଛି। ଏନେଇ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ସୁଜିତ ପୁଟେଲ, ଜିପିଇଓ ଜଗଦୀଶ ନାଏକ, ସଦର ପଞ୍ଚାୟତ ସରପଞ୍ଚ କୃଷ୍ଣଚନ୍ଦ୍ର ବାଗ, ଓ ସମସ୍ତ ପିଇଓ, ଜିଆରଏସ୍‌ଙ୍କର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ୫ଦିନ ମଧ୍ୟରେ ସ୍ଥାୟୀ ସମାଧାନ ପାଇଁ ସ୍ଥିର କରାଯାଇଛି।
ସୂଚନାଯୋଗ୍ୟ, କର୍ଲାମୁଣ୍ଡା ବ୍ଲକ ସଦରରେ ୧୯୮୦ ମସିହାରେ ବିଦ୍ୟୁତ୍‌ ସଂଯୋଗ ହୋଇଥିଲା। ଇତିମଧ୍ୟରେ ୪୦ ବର୍ଷ ବିତି ଯାଇଥିଲେ ହେଁ ପୁରୁଣା ତାର ପରିବର୍ତ୍ତନ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦେଲେ ଏସବୁ ପ୍ରତିଶ୍ରୁତି…

ଭବାନୀପାଟଣା,୮ା୫(ଉତ୍ତମ କୁମାର ଦାଶ): କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ବୁଧବାର କଳାହାଣ୍ଡିକୁ ଦିନିକିଆ ଗସ୍ତରେ ଆସିଥିଲେ। ଅପରାହ୍ନ ୧ଟା ୧୫ରେ ଭବାନୀପାଟଣା ସହରସ୍ଥିତ ରିଜର୍ଭ ପଡ଼ିଆରେ ହେଲିକପ୍ଟରରୁ...

କର୍ମୀ ଦେଉଥିଲେ ଫୁଲମାଳ, ନେଲେନି ନେତା

ବାଲେଶ୍ୱର,୮ା୫(ମାନସ ବିଶ୍ୱାଳ): ବାଲେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ବୁଧବାର ମହା ମେଘବାହନ ଖାରବେଳ ସ୍ବାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମଧ୍ୟାହ୍ନରେ ସେ ତାଙ୍କର ସମର୍ଥକମାନଙ୍କ ସହିତ...

ସ୍ତ୍ରୀ- ପୁଅ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ, ପୁଅଙ୍କୁ ଟାଣିଟାଣି ଥାନାକୁ ଆଣିଲେ ବାପା

ବାସୁଦେବପୁର,୮।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଗ୍ରାମର ଅଜୟ ଜେନା ନାମକ ଜଣେ ବିବାହିତ ଯୁବକ ମଙ୍ଗଳବାର ଚାନ୍ଦିମାଳ ଅଞ୍ଚଳର ଜଣେ...

ଶଙ୍ଖ ଧରିଲେ ବରିଷ୍ଠ ଭାଜପା ନେତାଙ୍କ ସହ ଶତାଧିକ କର୍ମୀ

ଗଞ୍ଜାମ,୮ା୫(ବିଦ୍ୟାଧର ସାହୁ): ଆସନ୍ତା ୧୩ରେ ସାଧାରଣ ନିର୍ବାଚନ। ଏଥିପାଇଁ ସବୁ ଦଳ ନିଜନିଜ ରଣନୀତି ଆରମ୍ଭ କରିଛନ୍ତି।  ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୮ ପୁଇଁତଳା...

ଛେଳି ଚୋରିକୁ ନେଇ ମହାଭାରତ: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବୁଦାମୂଳେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଖୁଣ୍ଟୁଣୀ,୮ା୫(ସଚ୍ଚିଦାନନ୍ଦ ପଣ୍ଡା): ଛେଳି ଚୋରିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅନ୍ୟ କେତେକ ଯୁବକ ମରଣାନ୍ତକ ଆକ୍ରମଣ କରି ମୁମୂର୍ଷୁ ଅବସ୍ଥାରେ ଖୁଣ୍ଟୁଣୀ ଡାକ୍ତରଖାନା ପଛପଟ...

ଆନ୍ଧ୍ରର ଅନୁପ୍ରବେଶ: ମାଗଣା ସ୍ବାସ୍ଥ୍ୟ ଶିବିର ବନ୍ଦ କଲା ପୋଲିସ

ପଟ୍ଟାଙ୍ଗି,୮।୫(ଶରତ ଧଳ): ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ସମସ୍ତ ସରକାରୀ ଅଧିକାରୀ ନିଜ ନିଜର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହାର ସୁଯୋଗ ଉଠାଇ...

ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବଡ ସଫଳତା:୯ ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ,୮।୫(ଅଜିତ କୁମାର ବାରିକ ): ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବୁଧବାର ବଡ ସଫଳତା ମିଳିଛି। ଗତ କିଛି ଦିନ ତଳେ ବୌଦ୍ଧ ପୋଲିସ ଦ୍ୱାରା...

ବଢ଼ିଲା ଅନୁଭବଙ୍କ ଅଡୁଆ

କଟକ,୮।୫: ଅଭିନେତା ତଥା ଭାଜପା ନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି। ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri