Home

ପୂର୍ବତନ ହକି ଖେଳାଳି ବଲ୍‌ବୀରଙ୍କ ପରଲୋକ

ନୂଆଦିଲ୍ଲୀ, ୧ା୩ (ପି.ଟି.)-ଭାରତର ପୂର୍ବତନ ହକି ଖେଳାଳି ବଲ୍‌ବୀର ସିଂ କୁଲାରଙ୍କ ଦୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ୧୯୬୮ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜୟୀ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ତାଙ୍କର ସ୍ତ୍ରୀ ଏବଂ ଗୋଟିଏ…

ହିଂସା ଯୋଗୁ ପରୀକ୍ଷା ଦେଇ ପାରି ନ ଥିବା ଛାତ୍ରୀଛାତ୍ର ମାର୍ଚ୍ଚ ୭ ପର୍ଯ୍ୟନ୍ତ ଦେବେ ପରୀକ୍ଷା: ସିବିଏସ୍‌ଇ

ନୂଆଦିଲ୍ଲୀ,୧।୩: ଦିଲ୍ଲୀରେ ଘଟିଥିବା ହିଂସା ଯୋଗୁ ପରୀକ୍ଷା ଦେଇପାରି ନ ଥିବା ଛାତ୍ରୀଛାତ୍ର ମାର୍ଚ୍ଚ ୭ ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ସିବିଏସ୍‌ ପକ୍ଷରୁ ହିଂସାକାଣ୍ଡ ଘଟିଥିବା ସ୍କୁଲର ଅଧ୍ୟକ୍ଷଙ୍କୁ…

ଆଖିରେ ଆଖିଏ ସ୍ବପ୍ନ: ପାଉଁଶଗଦାରେ ପ୍ରିୟ ପରିଜନଙ୍କୁ ଖୋଜୁଛନ୍ତି ଲୋକେ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ହଂସାରେ ମୃତ୍ୟୁ ସଂଖ୍ୟା ଇତିମଧ୍ୟରେ ୪୫ରେ ପହଞ୍ଚିଛି। ତେବେ ବି ବହୁ ଲୋକ ନିଖୋଜ ରହିଛନ୍ତି। ଆଖିରେ ଆଖିଏ ସ୍ବପ୍ନ ନେଇ ପ୍ରିୟ ପରିଜନଙ୍କୁ ଖୋଜିବା କାମରେ ଲାଗିଛନ୍ତି ବହୁ ଲୋକ। ହାତରେ ଫଟୋ ଧରି ମୃତଦେହ ରଖାଯାଇ…

୫୦୦ ଏକର ସରକାରୀ ଜମି ହଡ଼ପ ମାମଲା: ଚପରାସୀଙ୍କୁ ଆଜୀବନ କରାଦଣ୍ଡ

ଭୋପାଳ,୧।୩: ମଧ୍ୟପ୍ରଦେଶରେ ସରକାରୀ ଜମି ହଡ଼ପ ମାମଲାରେ ଜଣେ ଚପରାସୀଙ୍କୁ ଆଜୀବନ କାରାଦଣ୍ଡାଦେଶ କରାଯାଇଛି। ଭୋପାଳରେ ଜିଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ବାବୁଲାଲ ସୁନହରେଙ୍କ ବିରୋଧରେ ସରକାରୀ ଜମି ହଡ଼ପ ଅଭିଯୋଗ ହୋଇଥିଲା। ସେ ଏମ୍‌ପି ନଗରରେ ଏହି ଜମି ହଡ଼ପ…

ଦିଲ୍ଲୀ ହିଂସା: ୮ ଦିନ ହେଲା ସ୍ତ୍ରୀ-୪ ପିଲାଙ୍କ ବାଟ ଚାହିଁ ବସିଛନ୍ତି ରିକ୍ସା ଚାଳକ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ହିଂସାରେ ଇତିମଧ୍ୟରେ ୪୫ଟି ମୃତଦେହ ଉଦ୍ଧାର ହୋଇଛି। ଫେବୃୟାରୀ ୨୩ରେ ସ୍ତ୍ରୀ ଓ ୪ ପିଲାଙ୍କଠାରୁ ଅଲଗା ହୋଇଯାଇଥିବା ରିକ୍ସା ଚାଳକ ମଇନୁଦ୍ଦିନ୍‌ ଏବେ ମୁସ୍ତଫାବାଦ ଅଞ୍ଚଳର ଏକ ନାଳ କଡ଼ରେ ପଡ଼ି ରହିଛନ୍ତି। ଆଖିରୁ ତାଙ୍କର ଲୁହ…

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ହେଙ୍ଗୁ, ଜାଣନ୍ତୁ କେମିତି କରିବେ ବ୍ୟବହାର

ଏକ ରିପୋର୍ଟରୁ ପ୍ରକାଶ, ଭାରତରେ ପ୍ରତି ୫ ଜଣରେ ଜଣେ ରକ୍ତଚାପର ଶିକାର ହୋଇଥାନ୍ତି। ରକ୍ତଚାପ ବଢ଼ିଲେ ଅନ୍ୟ ରୋଗ ଆଶଙ୍କା ମଧ୍ୟ ବଢ଼ିଯାଇଥାଏ। ତେଣୁ ଉକ୍ତ ରକ୍ତଚାପ ରୋଗକୁ ହାଲ୍‌କା ଭାବରେ ନେବା ଉଚିତ୍‌ ନୁହେଁ। ଡାକ୍ତରଙ୍କ ପରାମର୍ଶ ବ୍ୟତୀତ…

ନିଜକୁ ଜୀବିତ ପ୍ରମାଣ କରିବା ପାଇଁ ୨ ବର୍ଷ ହେଲା ସରକାରୀ କାର୍ଯ୍ୟାଳୟରେ ଘୁରି ବୁଲୁଛନ୍ତି ମହିଳା

ଭୋପାଳ,୧।୩: ଫିଲ୍ମ କାହାଣୀରେ ଜଣଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ସେ ଜୀବିତ ଥିବା ଦେଖିବାକୁ ମିଳିଥାଏ। ତେବେ ମଧ୍ୟପ୍ରଦେଶରେ ଜଣେ ମହିଳାଙ୍କ ଜୀବନ ଏବେ ଫିଲ୍ମ କାହାଣୀ ପାଲଟି ଯାଇଛି। ସରକାରୀ କାଗଜପତ୍ରରେ ସେ ମୃତ ଘୋଷିତ ହୋଇଛନ୍ତି। ନିଜକୁ ଜୀବିତ…

କବାଟ ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ବାହାରେ ଫିଙ୍ଗିଲେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

ବାହାନଗା,୧।୩(ଡି.ଏନ୍‌.ଏ.): ଶନିବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଷଷ୍ଠୀ ଗ୍ରାମସ୍ଥିତ ଉଡମ୍ବର ସାହିରେ ଜଣେ ବ୍ୟକ୍ତିଙ୍କ ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଏନେଇ ରବିବାର ସକାଳେ…

ଏନ୍‌ଡିଏ ସହ ମିଶି ୨ଶହ ବିଧାନସଭା ଆସନରେ ଜିତିବ ଜେଡିୟୁ: ନୀତୀଶ

ପାଟନା,୧।୩: ବିହାର ବିଧାନସଭା ନିର୍ବାଚନ ଚଳିତ ବର୍ଷ ହେବାକୁ ଯାଉଛି। ଏବେଠାରୁ ଏହାକୁ ନେଇ ରାଜନୀତି ହେଲାଣି ସରଗରମ। ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଜନ୍ମଦିନ ଅବସରରେ ପାଟନାର ଗାନ୍ଧୀ ମଇଦାନରୁ ଜନସଭାର ଶୁଭାରମ୍ଭ କରିଛନ୍ତି। ଏହି ଜନସଭାରେ…

୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ

ଜଳେଶ୍ୱର,୧।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ଜଳେଶ୍ବରରେ ବ୍ରାଉନସୁଗାର କାୟା ବିସ୍ତାର କରିଥିବା ବେଳେ ପୋଲିସ ଏହାର ମାଷ୍ଟରମାଇଣ୍ଡ ଶେଖ୍‌ ସାଦିକ୍‌ ଓରଫ ଚୁଇଁଙ୍କ ସମେତ ୩ ଜଣଙ୍କୁ ରବିବାର ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଜଳେଶ୍ବର ଆଇଆଇସି ଧନେଶ୍ୱର ସାହୁଙ୍କ…

ଜଳ ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଲେ ୨୦ ହଜାର ଲୋକ: ୩ ଘଣ୍ଟାରେ ନିର୍ମାଣ ହେଲା ୪୦ ହଜାର କୁଣ୍ଡ

ଝାବୁଆ,୧।୩: ଜଳ ସଂରକ୍ଷଣ ପାଇଁ ମଧ୍ୟପ୍ରଦେଶ ଝାବୁଆ ଜିଲାରେ ରବିବାର ୨୦ ହଜାର ଲୋକ ମିଳିତ ଭାବେ କାମ କରିଛନ୍ତି। ସେମାନେ ସକାଳ ୬ଟା ପୂର୍ବାହ୍ନ ୯ଟା ମଧ୍ୟରେ ୪୦ ହଜାର ଜଳସଂରକ୍ଷଣ କୁଣ୍ଡ ନିର୍ମାଣ କରିଛନ୍ତି। ସାମାଜିକ ସଂସ୍ଥା ଶିବଗଙ୍ଗା…

ଚାଇନାକୁ ୨ଶହ ଟନ୍‌ ଚାଉଳ ଦାନ କଲା ମ୍ୟାନମାର

ୟାନଗୋନ,୧।୩: କରୋନା ଭାଇରସ କବଳରେ ପଡି ଆର୍ଥିକ ସ୍ତରରେ ପଛକୁ ଚାଲିଯାଇଥିବା ଚାଇନାକୁ ଏବେ ବିଭିନ୍ନ ଦେଶ ସହାୟତାର ହାତ ବଢାଇଛନ୍ତି। ଏହି କ୍ରମରେ ରବିବାର ମ୍ୟାନମାର ଚାଇନାକୁ ୨୦୦ଟନ୍‌ ଚାଉଳ ଦାନ କରିଥିବା ଘୋଷଣା କରିଛି। ୟାଗୋନ ଅଞ୍ଚଳରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?