ସ୍କୁଲ କର୍ତ୍ତୃପକ୍ଷ ଆଡମିଟ୍ କାର୍ଡ ନ ଦେବାରୁ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ର: ରାମଚଣ୍ଡୀ ଥାନାରେ ଅଭିଭାବକଙ୍କ ଅଭିଯୋଗ
କୋଣାର୍କ,୧୯।୨(ଡି.ଏନ୍.ଏ): ବୁଧବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ଆଡମିଟ୍ କାର୍ଡ ନ ଦେବାରୁ ଜଣେ ଛାତ୍ର ଏହି ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏ ନେଇ ରାମଚଣ୍ଡୀ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ଥାନା ଅନ୍ତର୍ଗତ ବାବା ବାଲି…
ନକଲି ଡିଏଲ୍ ପ୍ରସ୍ତୁତକାରୀ ଦୋକାନ ଠାବ: ବିଭିନ୍ନ ସାମଗ୍ରୀ ଜବତ, ୨ ଗିରଫ
ବଡ଼ବିଲ,୧୯।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଏମଭି ତନଖି କରୁଥିବାବେଳେ ନକଲି ଡ୍ରାଇଭିଂ ଲାଇସେନ୍ସ ଏବଂ ଏକ ବାଇକ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି। ପୋଲିସ ତନାଘନା ସମୟରେ ନକଲି ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରୁଥିବା ପାଟଣା ଥାନା…
ଆନନ୍ଦପୁରରେ ୫ ପରୀକ୍ଷାକେନ୍ଦ୍ରରେ ୧୪୪ ଧାରା
ଆନନ୍ଦପୁର,୧୯। ୨(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ୫ ମାଟ୍ରିକ୍ ପରୀକ୍ଷାକେନ୍ଦ୍ରରେ ୧୪୪ ଧାରା ଲାଗୁ କରାଯାଇଛି। ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଭାବେ ପରିଗଣିତ ଏହି କେନ୍ଦ୍ରଗୁଡିକରେ ପରୀକ୍ଷା ସୁପରିଚାଳନା ପାଇଁ ୧୪୪ ଧାରା ଲାଗୁ କରାଯାଇଥିବା ସୂଚନା ମିଳିଛି। ଆନନ୍ଦପୁର…
ଆରମ୍ଭରୁ ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ, ମନ୍ତ୍ରୀ କହିଲେ ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ
ଧର୍ମଗଡ଼,୧୯।୨(ଡି.ଏନ୍.ଏ.): ବୁଧବାର ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ବେଳେ ଏହାର ଘଣ୍ଟାଏ ନ ପୂରୁଣୁ କଳାହାଣ୍ଡି ଜିଲା ଧର୍ମଗଡ଼ ଅଞ୍ଚଳରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ…
ଦିଲ୍ଲୀ-ମୁମ୍ବାଇ ତାପମାତ୍ରା ଭାଙ୍ଗିବ ରେକର୍ଡ; ଏପ୍ରିଲ୍ରେ ହେବ ଅଧିକ ଗରମ: ପାଣିପାଗ ବିଭାଗ
ନୂଆଦିଲ୍ଲୀ,୧୯।୨: ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଦିଲ୍ଲୀ-ମୁମ୍ବାଇ ତାପମାତ୍ରା ପୂର୍ବର ରେକର୍ଡ ଭାଙ୍ଗିବ। ଏହା ସହିତ ଏପ୍ରିଲ୍ରେ ଏହି ଦୁଇ ଅଞ୍ଚଳରେ ତାପମାତ୍ରାରେ ୧ରୁ ୧.୫ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ…
ସ୍କୁଲ ଅଟୋରୁ ଖସି ପ୍ରଥମ ଶ୍ରେଣୀଛାତ୍ର ମୃତ: ଅଟୋ ସହ ଚାଳକ ଫେରାର, ତାତିଲେ ଲୋକେ
ଦିଗପହଣ୍ଡି,୧୯।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ବିଦ୍ୟୁତ ଷ୍ଟେଶନ ନିକଟ ମୁଖ୍ୟ ରାସ୍ତାରେ ସ୍କୁଲ ଅଟୋରୁ ଖସି ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ର ଜଣକ ହେଲେ କବିସୂର୍ଯ୍ୟ ନଗର ଥାନା ଗୁଡିଆଳି ଗାଁର ବୁଲୁ ପ୍ରଧାନଙ୍କ ପୁଅ…
ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,୧୯।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବାସ ନକ୍ଭୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଚିଠି ଲେଖିଛନ୍ତି। ୨ଟି ପ୍ରସଙ୍ଗରେ ଧର୍ମେନ୍ଦ୍ର ପୃଥକ ପୃଥକ ଚିଠି ଲେଖିଥିବା ଜଣାପଡ଼ିଛି। ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି…
ଟ୍ରମ୍ପ୍ କ’ଣ ଭଗବାନ; ୭୦ ଲକ୍ଷ ଲୋକ କରିବେ ସ୍ବାଗତ: ଅଧିର ରଞ୍ଜନ
ନୂଆଦିଲ୍ଲୀ,୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଇତିମଧ୍ୟରେ ଟ୍ରମ୍ପ୍ଙ୍କର ଏକ ଭିଡ଼ିଓ ଜାରି ହୋଇଛି। ଏଥିରେ ଟ୍ରମ୍ପ୍ କହିଛନ୍ତି ଯେ, ଅହମଦାବାଦ୍ ବିମାନ ବନ୍ଦରଠାରୁ ମୋଟେରା ଷ୍ଟାଡ଼ିୟମ୍ ମଧ୍ୟରେ ତାଙ୍କୁ ୭୦ ଲକ୍ଷରୁ ଅଧିକ…
ଆଉ ଲଗାଇବାକୁ ପଡିବନି ଲମ୍ବା ଲାଇନ୍: ଘରେ ପହଞ୍ଚିବ ରାଶନ
ନୂଆଦିଲ୍ଲୀ,୧୯।୨: ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦ୍ମୀ ପାର୍ଟି(ଏଏପି) ପକ୍ଷରୁ ଘରେ ଘରେ ରାଶନ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଏବେ ଏଏପି ଦିଲ୍ଲୀରେ ସରକାର ଗଢିବା ପରେ ରାଜ୍ୟରେ ଉକ୍ତ ଯୋଜନା ଲାଗୁ ପାଇଁ କାର୍ଯ୍ୟରମ୍ଭ ହୋଇଯାଇଛି। ଖାଦ୍ୟ ଏବଂ…
ପାରା-କୁକୁର ଛୁଆ ବନ୍ଧୁତ୍ୱ: ସୋସିଆଲ୍ ମିଡ଼ିଆରେ ଭାଇରାଲ
ନ୍ୟୁୟର୍କ,୧୯।୨: ଗୋଟିଏ ପ୍ରଜାତିର ପ୍ରାଣୀଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହେବା ସାଧାରଣ କଥା। ତେବେ ଭିନ୍ନ ଭିନ୍ନ ପ୍ରାଣୀଙ୍କ ମଧ୍ୟରେ ବନ୍ଧୁତ୍ୱ ଦେଖାଯିବା ଏକ ନିଆରା ସମ୍ପର୍କ। ନ୍ୟୁୟର୍କର ରୋଚେଷ୍ଟରରେ ଥିବା ଏକ ଉଦ୍ଧାରକାରୀ ସଂଗଠନ ମିଆ ଫାଉଣ୍ଡେଶନ୍ରେ ଥିବା ପାରା…
ମାଟ୍ରିକ ପରୀକ୍ଷା ଆରମ୍ଭ; ପାଟଣା ବ୍ଲକର ୧୧ କେନ୍ଦ୍ରରେ ୧୭୫୨ ପରୀକ୍ଷାର୍ଥୀ: ସିସିଟିଭି କ୍ୟାମେରା ଲାଗିବାକୁ ନେଇ ଅଭିଭାବକ ଅସନ୍ତାଷ
ପାଟଣା,୧୯।୨(ସ୍ବ.ପ୍ର.): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଚାଲିଛି। ସମସ୍ତ ବିଷୟ…
ପୋଲିସ ଷ୍ଟେଶନ ସାମ୍ନାରେ ଗୋମାଂସ ତରକାରି ବାଣ୍ଟିଲେ କଂଗ୍ରେସ କାର୍ଯ୍ୟକର୍ତ୍ତା
ଥିରୁଭାନନ୍ଥପୁରମ୍,୧୯।୨: କେରଳରେ ପୁଣି ଗୋମାଂସକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ପୋଲିସ ପ୍ରଶିକ୍ଷଣ ନେଉଥିବା ପିଲାଙ୍କ ମେନ୍ୟୁରୁ ଗୋମାଂସ ହଟାଯିବା ପରେ କଂଗ୍ରେସ କାର୍ଯ୍ୟକର୍ତ୍ତା କୋଝିକୋଡ ଜିଲାର ମୁକ୍କାମ ପୋଲିସ ଷ୍ଟେଶନ ଆଗରେ ଗୋମାଂସ ତରକାରି ସହ ରୁଟି ବାଣ୍ଟିଛନ୍ତି। କେରଳ…
Archives


