୬୩ ଧନୀକଙ୍କ ପାଖରେ ଦେଶର ଗୋଟିଏ ବର୍ଷର ବଜେଟ ତୁଳନାରେ ଅଧିକ ସମ୍ପତ୍ତି
ନୂଆଦିଲ୍ଲୀ,୨୦।୧: ଦେଶର ୧ ପ୍ରତିଶତ ଧନୀକଙ୍କ ପାଖରେ ୭୦ ପ୍ରତିଶତ ଲୋକଙ୍କ ପାଖରେ ଥିବା ସମ୍ପତ୍ତି ଠୁଳ ହୋଇ ରହିଛି। ଏସବୁ ଧନୀକଙ୍କ ପାଖରେ ଥିବା ସମ୍ପତ୍ତି ଦେଶର ୯୫ କୋଟି ଲୋକଙ୍କ ପାଖରେ ଥିବା ସମ୍ପତ୍ତି ସହ ସମାନ। ସେହିପରି…
ଜାନୁୟାରୀ ୨୮ରେ ଜୟପୁରରେ ବୈଠକ କରିବେ ରାହୁଲ
ନୂଆଦିଲ୍ଲୀ,୨୦।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୨୮ ତାରିଖରେ ଜୟପୁରରେ ଏକ ବୈଠକ ଡକାଇଛନ୍ତି। ଏଥିରେ ସେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ବେରୋଜଗାର ଓ ଦେଶର ଆର୍ଥିକ ସ୍ଥିତିକୁ ନେଇ ଛାତ୍ର, ଯୁବକ ଓ କୃଷକଙ୍କ ସହ ଆଲୋଚନା…
ବଜେଟ ପୂର୍ବରୁ କାହିଁକି ହୁଏ ‘ହାଲଓ୍ବା ରଶମ’
ନୂଆଦିଲ୍ଲୀ,୨୦।୧: ଚଳିତ ବର୍ଷ ଫେବୃୟାରୀ ୧ରେ ଦେଶର ବଜେଟ ଉପସ୍ଥାପନ ହେବ। ୨୦୨୦-୨୧ର ସାଧାରଣ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନିଜର ପେଡ଼ି ଖୋଲି ଉପସ୍ଥାପନ କରିବେ। ତେବେ ଏହା ପୂର୍ବରୁ କେତେକ କାର୍ଯ୍ୟର ବିଶେଷ ମହତ୍ତ୍ୱ ରହିଛି। ସେଥିମଧ୍ୟରୁ ‘ହାଲଓ୍ବା…
ଆହ୍ଲାବାଦ୍ର ନାମ ପରିବର୍ତ୍ତନ: ଯୋଗୀ ସରକାରଙ୍କୁ ସୁପ୍ରିମ୍କୋର୍ଟ ନୋଟିସ୍
ନୂଆଦିଲ୍ଲୀ,୨୦।୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନ ସମୟରେ ଆହ୍ଲାବାଦ୍ର ନାମ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ ଭାବେ ନାମିତ କରାଯାଇଛି। ଏନେଇ ସୋମବାର ଯୋଗୀ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି ହୋଇଛି। ନାମ ପରିବର୍ତ୍ତନ ବିରୋଧରେ ଦାଖଲ .ହୋଇଥିବା ଏକ…
ଶୋପିଆନ ଏନ୍କାଉଣ୍ଟର: ୩ ଆତଙ୍କବାଦୀ ମୃତ
ଶ୍ରୀନଗର,୨୦।୧: ଜମ୍ମୁ-କଶ୍ମୀରର ଶୋପିଆନରେ ସୋମବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଏଥିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କହିଛି କଶ୍ମୀର ଜୋନ୍ ପୋଲିସ। ଏପର୍ଯ୍ୟନ୍ତ ଏମାନଙ୍କର ପରିଚୟ ମିଳିନାହିଁ। ଶୋପିଆନର ଏକ ଘରେ ଆତଙ୍କବାଦୀମାନେ ଲୁଚି ରହିଥିବା…
ମୋବାଇଲ୍ ଇଣ୍ଟରନେଟ୍ ଯୋଗୁ ନ ବଢୁ ଦୂରତା: ପ୍ରତିଦିନ ସନ୍ଧ୍ୟାରେ ଗାଁର ୧୧ ପରିବାର ଘଣ୍ଟାଏ କରୁଛନ୍ତି ଗପସପ
ରାୟପୁର,୨୦।୧: ସମ୍ପ୍ରତି ମୋବାଇଲ୍ ଇଣ୍ଟରନେଟ୍ ଯୋଗୁ ଲୋକେ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ସାଇଟ୍ରେ ଦେଶ-ବିଦେଶରେ ବହୁ ଲୋକଙ୍କ ସହିତ ବନ୍ଧୁତା କରିପାରୁଛନ୍ତି। ତେବେ ଇଣ୍ଟରନେଟ୍ରେ ବ୍ୟସ୍ତ ରହିବା ଯୋଗୁ ନିକଟରେ ଥିବା ପ୍ରିୟ ପରିଜନ ତଥା ବନ୍ଧୁବାନ୍ଧବଙ୍କୁ ସେମାନେ ସମୟ ଦେଇପାରୁ…
ଏସ୍ସିଏସ୍ କଲେଜରେ ଉତ୍ତେଜନା
ପୁରୀ ଅଫିସ,୨୦।୧: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ସମସ୍ତ ବିଷୟରେ ୩୩ ପ୍ରତିଶତ ପାସ୍ହାର ନିଷ୍ପତ୍ତିକୁ ଏସ୍ଇଏସ୍ କଲେଜ(ଏ) ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଛାତ୍ର ତୀବ୍ର ବିରୋଧ କରିଛନ୍ତି। ଏନେଇ କଲେଜରେ…
ସୂର୍ଯ୍ୟକିରଣ ଓ ଅସ୍ଥି
ଅସ୍ଥି ମଜଭୁତ ରହିବା ପାଇଁ ଭିଟାମିନ୍ ‘ଡି’ର ପ୍ରମୁଖ ଭୂମିକା ରହିଛି। ତେଣୁ ଏପରି ଭିଟାମିନ୍ଯୁକ୍ତ ଖାଦ୍ୟକୁ ଆମେ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ଦରକାର। ସୂର୍ଯ୍ୟକିରଣ ଏହାର ଅନ୍ୟତମ ଉତ୍ସ ଭାବରେ ପରିଗଣିତ। ତେବେ ଅନ୍ୟଦିନ ଅପେକ୍ଷା ଶୀତଦିନର…
ବରଫରେ ସ୍ପୋର୍ଟସ କାର୍ ନିର୍ମାଣ କଲେ ଯୁବକ
ଶ୍ରୀନଗର, ୨୦।୧: ଜମ୍ମୁ-କଶ୍ମୀରରେ ପ୍ରବଳ ଥଣ୍ଡା ସାଙ୍ଗକୁ ବରଫପାତ ହେଉଛି। ଜୁବୈର ଅହମ୍ମଦ ନାମକ ଜଣେ ଯୁବକ ଏହି ବରଫରେ ଏକ ଅଦ୍ଭୁତ କଳା ପ୍ରଦର୍ଶନ କରିଛନ୍ତି। ସେ ବରଫରେ ଏକ ସ୍ପୋର୍ଟସ କାର୍ ନିର୍ମାଣ କରିଛନ୍ତି। ବଡଗାମର ରାସ୍ତା କଡରେ…
ବିବାହରେ ଅତିଥିମାନଙ୍କ ପାଇଁ ପ୍ରବେଶ ଫି ରଖିଲେ ଯୁବତୀ: ସୋସିଆଲ୍ ମିଡ଼ିଆରେ ହେଲେ ଟ୍ରୋଲ୍
ନ୍ୟୁୟର୍କ,୨୦।୧: ବିବାହରେ ନବ ବିବାହିତ ଯୋଡ଼ାଙ୍କୁ ଆଶୀର୍ବାଦ ଦେବା ପାଇଁ ଅତିଥିମାନେ ଆସିଥାନ୍ତି। ଏଥି ଲାଗି କୌଣସି ପ୍ରବେଶ ଫି ନ ଥାଏ। ତେବେ ଆମେରିକାର ଜଣେ ୨୬ ବର୍ଷ ବୟସ୍କା ଯୁବତୀ ତାଙ୍କ ବିବାହରେ ଅତିଥିମାନଙ୍କ ପାଇଁ ୫୦ ଡଲାରର…
ଗିରଫ ହେଲେ ଆଇଏସ୍ଆଇ ଏଜେଣ୍ଟ
ବାରାଣସୀ,୨୦।୧: ଉତ୍ତରପ୍ରଦେଶର ଆଣ୍ଟି ଟେରର ସ୍କ୍ବାଡ(ଏଟିଏସ୍)ସେନା ଇଣ୍ଟଲିଜେନ୍ସର ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ଆସନ ବାରାଣସୀରୁ ଜଣେ ଆଇଏସ୍ଆଇ ଏଜେଣ୍ଟଙ୍କୁ ସୋମବାର ଗିରଫ କରିଛି। ରଶିଦ ଅହମ୍ମଦ ନାମକ ୨୩ ବର୍ଷୀୟ ଯୁବକ ଛିତୁପୁରରେ ରହୁଥିବା ବେଳେ ଜଣଙ୍କ ସେନା…
ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର କର୍ମକର୍ତ୍ତା ନିର୍ବାଚନ
ବାଲିଗୁଡ଼ା,୨୦।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ରାଜ୍ୟ ସଭାପତି ସରୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି l…
Archives


