ହାତୀ ଉପଦ୍ରବ, ଲୋକେ ଆତଙ୍କିତ
ଖୁଣ୍ଟୁଣୀ/ ଚୌଦ୍ୱାର, ୧୯।୧୨(ଡି.ଏନ୍.ଏ.):ଖୁଣ୍ଟୁଣୀ ଥାନା ଅଧୀନ ଡାଳଭାଗ ଓ ତଳଗଡ଼ ଗ୍ରାମରେ ହାତୀପଲ ପଶି ଫସଲ ନଷ୍ଟ କରିବା ସହ ଧାନ, ପନିପରିବା ଖାଇଦେଇଛନ୍ତି। ଡାଳଭାଗ ଗ୍ରାମର ନିଧି ମହାନ୍ତିଙ୍କ ବାରିରୁ ୬୦ ହଳା ଓ ଲକ୍ଷ୍ମୀଧର ମହାନ୍ତିଙ୍କ ବାରିରୁ ୪୦…
ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି
ଚଳିତବର୍ଷ ପାଇଁ ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ମାର୍ଟିନ୍ ଲିସିସ୍ଙ୍କୁ ଚୟନ କରାଯାଇଛି। ୩୫୦ କିଲୋ ଓଜନର ଜିନିଷ ଠାରୁ ଆରମ୍ଭ କରି ବୋଇଂ ବିମାନକୁ ମଧ୍ୟ ଅନାୟସରେ ସେ ଉଠାଇ ଦେଇଥାନ୍ତି। ଆମେରିକାରେ ପ୍ରତିବର୍ଷ…
କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରି-ବିଡିଂ ବୈଠକ: ‘କମ୍ପାନୀ ହାତକୁ ଯିବାକୁ ଲାଗିବ ୨ ମାସ’
କଟକ ଅଫିସ,୧୯।୧୨: କଟକ ମହାନଗର ନିଗମ(ସିଏମ୍ସି)ର କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆହୁତ ଗ୍ଲୋବାଲ ଟେଣ୍ଡରର ବୁଧବାର ପ୍ରି-ବିଡିଂ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭ଟି କମ୍ପାନୀର ପ୍ରାୟ ୧୨ଜଣ ପ୍ରତିନିଧି ଯୋଗଦେଇଥିଲେ। ଆସନ୍ତା ୧୪ତାରିଖରେ ଟେକ୍ନିକାଲ ବିଡ୍ ବୈଠକ ଅନୁଷ୍ଠିତ…
ଐତିହାସିକ ରାମଚନ୍ଦ୍ର ଗୁହା ଅଟକ
ବେଙ୍ଗାଲୁରୁ,୧୯।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ବୁଦ୍ଧିଜୀବିମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଥିବା ଦେଖାଯାଇଛି। ମୋଦି ସରକାରଙ୍କୁ ଘୋର ବିରୋଧ କରୁଥିବା ଐତିହାସିକ ରାମଚନ୍ଦ୍ର ଗୁହା ସିଏଏକୁ ବିରୋଧ କରୁଥିବା ବେଳେ ଗୁହାଙ୍କ ସମେତ ଅନ୍ୟ ୩୦ ଜଣଙ୍କୁ ଗୁରୁବାର ବେଙ୍ଗାଲୁରୁ…
ଦୋକାନର ମାଲିକାନା ଦାବି: ମହିଳାଙ୍କ ଧାରଣା
ନିଶ୍ଚିନ୍ତକୋଇଲି,୧୯।୧୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ କଟିକଟା ବଜାରରେ ଥିବା ଏକ ଜଳଖିଆ ଦୋକାନର ମାଲିକାନା ଦାବି କରି ବୁଧବାର ଜଣେ ବୟସ୍କ ମହିଳା ଧାରଣାରେ ବସିଛନ୍ତି। ସେ ହେଲେ ଅସୁରେଶ୍ୱର ପଞ୍ଚାୟତ ଅନ୍ତର୍ଗତ କୁଳଗାଁଇଶାଳ ଗ୍ରାମର ସ୍ବର୍ଗତ ଗଣେଶ…
ଜାମିଆ ଛାତ୍ରଙ୍କ ସପକ୍ଷରେ ବାହାରିଲେ ଅଭିନେତ୍ରୀ ସୋନମ କପୁର
ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ କରି ନୂଆଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଚର୍ଚ୍ଚାକୁ ଆସିଛି। ଏଠାକାର ଛାତ୍ରମାନେ ଏହି ଆଇନକୁ ତୀବ୍ର ବିରୋଧ କରିଛନ୍ତି। ଏନେଇ ବିଶ୍ୱବିଦ୍ୟାଳୟ ପରିସର ଅଶାନ୍ତ ହୋଇପଡିଥିବାବେଳେ ସେମାନଙ୍କୁ ସମର୍ଥନ କରିଛନ୍ତି ଦେଶର ଅନ୍ୟ କେତେକ…
ଏସ୍ସିବି ମେଡିକାଲ: ୟୁଜର୍ସ ପାଣ୍ଠିରୁ ଠକେଇ
କଟକ ଅଫିସ, ୧୯।୧୨: ଏସ୍ସିବି ମେଡିକାଲ ୟୁଜର୍ସ ପାଣ୍ଠିରୁ ବଡ଼ଧରଣର ଠକେଇ କରାଯାଇଛି। ମେଡିକାଲରେ ୟୁଜର୍ସ ଫି’ ଆଦାୟ ଦାୟିତ୍ୱରେ ଥିବା ଏକ ଘରୋଇ ସଂସ୍ଥା ଏହି ଠକେଇ କରିଛି। ଲୋକାଲ ଅଡିଟ୍ରୁ ଠକେଇ ଧରାପଡ଼ିବା ପରେ ସମ୍ପୃକ୍ତ ଘରୋଇ ସଂସ୍ଥା…
ନିର୍ଭୟା ଦୋଷୀଙ୍କୁ ମିଳିଲା ଆଉ ମାସେ ସମୟ: ୨୪ ଜାନୁୟାରୀରେ ହେବ ଶୁଣାଣି
ନୂଆଦିଲ୍ଲୀ,୧୯।୧୨: ନିର୍ଭୟା ମାମଲାର ଦୋଷୀ ପଓ୍ବନ କୁମାର ଗୁପ୍ତାଙ୍କ ଦ୍ୱାରା କରାଯାଇଥିବା ଆବେଦନର ଶୁଣାଣିକୁ ଗୁରୁବାର ଦିଲ୍ଲୀ ହାଇକୋର୍ଟ ଆସନ୍ତା ଜାନୁୟାରୀ ୨୪କୁ ଘୁଞ୍ଚାଇ ଦେଇଛନ୍ତି। ପଓ୍ବନଙ୍କ ଓକିଲ ନୂଆ ଦଲିଲ ଉପସ୍ଥାପନ ପାଇଁ ସମୟ ମାଗିଥିଲେ ଯାହାକୁ କୋର୍ଟ ସ୍ଥଗିତ…
ଶୀତରେ ଥରୁଛି ଉତ୍ତର ଭାରତ: ହିମାଚଳରେ ବିଯୁକ୍ତ ୧୩ ଡିଗ୍ରୀ
ନୂଆଦିଲ୍ଲୀ/ଶିମ୍ଲା,୧୯।୧୨(ପି.ଟି.): ପ୍ରବଳ ଶୀତଳ ଲହରିରେ ସମଗ୍ର ଉତ୍ତର ଭାରତ ଥରୁଛି। ହିମାଚଳପ୍ରଦେଶର ମନାଲି, ସୁନ୍ଦରନଗର, ଭୁନ୍ତର ଏବଂ କଳ୍ପାରେ ତାପମାତ୍ରା ଶୂନ ଡିଗ୍ରୀ ସେଲ୍ସିୟସ ତଳେ ରହିଥିବାବେଳେ କେଲଙ୍ଗରେ ତାପମାତ୍ରା ବିଯୁକ୍ତ ୧୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆଗାମୀ ୨/୩ ଦିନ…
ୟୁଏନ୍ଏସ୍ସିରେ କଶ୍ମୀର ଆଲୋଚନା: ଅନୁରୋଧ ପ୍ରତ୍ୟାହାର କଲା ଚାଇନା
ଜାତିସଂଘ,୧୯।୧୨(ପି.ଟି): ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ଜମ୍ମୁ-କଶ୍ମୀର ସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ପୂର୍ବରୁ ଚାଇନା କରିଥିବା ଅନୁରୋଧକୁ ପ୍ରତ୍ୟାହାର କରିନେଇଛି। କଶ୍ମୀର ସ୍ଥିତିକୁ ନେଇ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଜାତିସଂଘ ସୁରକ୍ଷା ପରିଷଦକୁ ୧୨ ତାରିଖରେ…
ପେନ୍ସନ ସଂସ୍କାରକୁ ବିରୋଧ, ଫ୍ରାନ୍ସରେ ବିକ୍ଷୋଭ
ପ୍ୟାରିସ୍ ,୧୯।୧୨(ଏଏଫ୍ପି): ଫ୍ରାନ୍ସ ସରକାରଙ୍କ ପେନ୍ସନ ସଂସ୍କାର ଯୋଜନାକୁ ନେଇ ଅଚଳାବସ୍ଥା ଲାଗିରହିଥିବାବେଳେ ଏହାକୁ ବିରୋଧ କରି ମଙ୍ଗଳବାର ଲକ୍ଷାଧିକ ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦୁଇ ସପ୍ତାହ ହେଲା ପେନ୍ସନ ସଂସ୍କାରକୁ ନେଇ ବିରୋଧ ଜାରି ରହିଥିବାରୁ ପରିବହନ ବାଧାପ୍ରାପ୍ତ ହୋଇଛି।…
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଏକକାଳୀନ ୩ ସ୍ଥାନରେ ଚଢ଼ାଉ
ବାରିପଦା ଅଫିସ,୧୯।୧୨: ମୟୂରଭଞ୍ଜ ଜିଲା ବାରିପଦା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି। ଯନ୍ତ୍ରୀଙ୍କ ନାମରେ ଆୟ ବହିଃର୍ଭୂତ ମାମଲା ରୁଜୁ ହୋଇଥିବାରୁ ଏହି ଚଢ଼ାଉ କରାଯାଉଥିବା ପ୍ରକାଶ।…
Archives


