Home

ପୂର୍ଣ୍ଣାଙ୍ଗ ହୋଇପାରିଲାନି ଜରାବ୍ୟାଧି ଚିକିତ୍ସା କେନ୍ଦ୍ର: ଅଧିକ ଅନୁଦାନକୁ ମନା କଲେ ସରକାର

ନୟାଗଡ଼ ଅଫିସ, ୩ା୨(ଲୋକନାଥ ମିଶ୍ର): ପରିବର୍ତ୍ତିତ ପ୍ଲାନକୁ ଅନୁମୋଦନ ନ କରି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜରାବ୍ୟାଧି ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ୪୦ଲକ୍ଷ ଟଙ୍କାର ଏହି ଘୋଟାଲା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

ଆବାସ ସମ୍ପୂର୍ଣ୍ଣ କରିବାକୁ ପ୍ରଶାସନର ତତ୍ପରତା

ଯାଜପୁର ଅଫିସ,୩।୨: ଯାଜପୁର ଜିଲାରେ ଆବାସ ଗୃହ ନିର୍ମାଣରେ ଅଗ୍ରଗତି ନୈରାଶ୍ୟଜନକ ରହିଛି। ପୂର୍ବରୁ ଏହି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଘର ମିଳି ନ ଥିବାବେଳେ ଥିଲାବାଲା ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଥିବା ନଜିର ରହିଛି। ତେବେ ଏନେଇ ବିଭିନ୍ନ…

ତାମିମଙ୍କ ନାମରେ ସର୍ବାଧିକ ରନ୍‌ ରେକର୍ଡ

ମୀରପୁର, ୨।୨- ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ ତାମିମ୍‌ ଇକ୍‌ବାଲ ବାଂଲାଦେଶ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ମ୍ୟାଚ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଠାରେ ଅନୁଷ୍ଠିତ ବାଂଲାଦେଶ କ୍ରିକେଟ୍‌ ଲିଗ୍‌ ଅବସରରେ ତାମିମ୍‌ ତ୍ରିଶତକ ହାସଲ କରି…

ଅଷ୍ଟ୍ରେଲିଆନ୍‌ ଓପନ୍‌: ଭାରତୀୟ ବଂଶୋଦ୍ଭବ ରାଜୀବଙ୍କୁ ଟାଇଟଲ୍‌

ମେଲବୋର୍ନ, ୨।୨ (ଏଏଫ୍‌ପି)- ଆମେରିକାରେ ଅବସ୍ଥାପିତ ଭାରତୀୟ ବଂଶୋଦ୍ଭବ ରାଜୀବ ରାମ ବର୍ଷର ପ୍ରଥମ ଟେନିସ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଡବଲ୍ସରେ ଚାମ୍ପିୟନ ହୋଇଛନ୍ତି। ବ୍ରିଟେନର ଜୋଏ ସେଲିସବରୀଙ୍କୁ ସାଥୀ କରି ଖେଳୁଥିବା ରାଜୀବ ଫାଇନାଲରେ ୬-୪, ୬-୨ ସିଧାସଳଖ…

ଇସ୍କନ ବିରୋଧରେ ଏତଲା ଦେଲା ଶ୍ରୀଜଗନ୍ନାଥ ସେନା

ପୁରୀ ଅଫିସ, ୨ା୨:ଇସ୍କନ ପକ୍ଷରୁ ମୁମ୍ବାଇରେ ଗତ ଗୁରୁବାର ଅଦିନିଆ ରଥଯାତ୍ରା ଆୟୋଜିତ ହୋଇଥିଲା। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି ଦର୍ଶାଯାଇ ଏଭଳି ରଥଯାତ୍ରାକୁ ଓଡ଼ିଶାରେ ବିଶେଷକରି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳାସ୍ଥଳ ଶ୍ରୀକ୍ଷେତ୍ରରେ ତୀବ୍ର ବିରୋଧ କରାଯାଇଛି।…

ଓଡ଼ିଶାରେ କରୋନା ସଂକ୍ରମଣ ଭୟ: ୪ ନମୁନା ନେଗେଟିଭ୍‌

ଭୁବନେଶ୍ୱର, ୨ା୨(ବ୍ୟୁରୋ) – ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନାକୁ ନେଇ ଏବେ ବିଶ୍ୱରେ ଭୟ ଓ ଆତଙ୍କ ବଢ଼ିବାରେ ଲାଗିଛି। ଏହି ମାରାତ୍ମକ ଭୂତାଣୁ ଭାରତକୁ ଡେଇଁଥିବାବେଳେ କେରଳରେ ଆଉ ଗୋଟିଏ ନମୁନା ପଜିଟିଭ୍‌ ବାହାରିଛି। ଏହା ଜଣାପଡିବା ପରେ…

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଦୁର୍ନୀତି ନିରୋଧ ଅଭିଯାନ: ମାସକ ମଧ୍ୟରେ ୧୦ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨।୨(ବ୍ୟୁରୋ)- ଦୁର୍ନୀତି ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଗୋଟିଏ ମାସରେ ୧୦ଜଣଙ୍କୁ ବରଖାସ୍ତ କରାଗଲାଣି। ରାଜ୍ୟରୁ ଦୁର୍ନୀତି ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଜିରୋ ଟଲେରାନ୍ସ’ ନୀତିକୁ ବିଭାଗ ପକ୍ଷରୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ନିକଟରେ ବିଭାଗକୁ…

ରଞ୍ଜିତ ବଚ୍ଚନ ହତ୍ୟାକାଣ୍ଡ: ସନ୍ଦିଗ୍ଧଙ୍କ ସ୍କେଚ୍‌ ଜାରି କଲା ପୋଲିସ

ଲକ୍ଷ୍ନୌ,୨।୨: ଅନ୍ତର୍ଜାତୀୟ ହିନ୍ଦୁ ମହାସଭା ଅଧ୍ୟକ୍ଷ ରଞ୍ଜିତ ବଚ୍ଚନ ହତ୍ୟାକାଣ୍ଡ ଘଟଣାରେ ପୋଲିସ ରବିବାର ସନ୍ଦିଗ୍ଧଙ୍କ ସ୍କେଚ୍‌ ଜାରି କରିଛି। ଉକ୍ତ ଘଟଣାରେ ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା…

ଜେଲ୍‌ରୁ ପ୍ରେମିକଙ୍କୁ ମୁକୁଳାଇବାକୁ ପ୍ରେମିକାଙ୍କ ନିଷ୍ପତ୍ତି: ଜେଲ୍‌ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ପଡିଲା ହାତଗଣ୍ଠି

ବାଲେଶ୍ୱର ଅଫିସ,୨।୨-ପ୍ରତାରଣା ଅଭିଯୋଗରେ ବାଲେଶ୍ୱର ଜିଲା କାରାଗାରରେ ଦଣ୍ଡ ଭୋଗୁଥିବା ପ୍ରେମିକଙ୍କୁ ମୁକୁଳାଇବା ପାଇଁ ପ୍ରେମିକା ବିବାହ ନିଷ୍ପତ୍ତି ନେଇଥିଲେ। ଉଭୟ ପରିବାରଙ୍କ ସମ୍ମତି ଏବଂ କୋର୍ଟର ନିର୍ଦ୍ଦେଶରେ କାରାଗାର ପରିସରରେ ଶନିବାର ସନ୍ଧ୍ୟାରେ ପ୍ରେମୀ ଯୁଗଳଙ୍କ ବିବାହ ଅନୁଷ୍ଠିତ ହୋଇଛି।…

ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୨।୨: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ କାରଣ ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ତାହା ସୂଚନା ମିଳିପାରି ନାହିଁ। ଗତ କିଛିବର୍ଷ ହେବ…

ପୁଣି ଚିଲିକାରେ ବୁଡିଗଲା ଡଙ୍ଗା: ୫ ଗୁରୁତର

ବାଲୁଗାଁ,୨।୨(ଡି.ଏନ.ଏ.): ପୁଣି ଚିଲିକାରେ ଡଙ୍ଗା ବୁଡିଛି। ରବିବାର ୨୫ ଜଣ ଯାତ୍ରୀ କାଳିଜାଇ ଦର୍ଶନ ସାରି ଡଙ୍ଗାରେ ଫେରୁଥିବାବେଳେ ଚିଲିକା ମଝିରେ ଡଙ୍ଗାଟି ବୁଡିଯାଇଥିଲା। ଫଳରେ ସେଥିରେ ଥିବା ଯାତ୍ରୀଙ୍କୁ ଅନ୍ୟ ମତ୍ସ୍ୟଜୀବୀ ଡ଼ଙ୍ଗାରେ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ୫…

ନିର୍ଭୟା ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ମାମଲା: ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨।୨ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ରୁଜ୍ଜୁ କରାଯାଇଥିବା ମାମଲାର ରାୟକୁ ଅଦାଲତ ସଂରକ୍ଷିତ ରଖିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri