ବଦଳିବ ଭୁବନେଶ୍ୱରର ପାର୍କିଂ ଢାଞ୍ଚା
ଭୁବନେଶ୍ୱର,୭।୨(ବ୍ୟୁରୋ): ସହରର ପାର୍କିଂ ପଲିସି ଓ ଏନ୍ଏମ୍ଟି କାର୍ଯ୍ୟକାରିତା ନେଇ ଗୁରୁବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ (ବିଏସ୍ସିଏଲ), ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଓ ଜର୍ମାନ ସଂସ୍ଥା ଜିଆଇଜେଡ଼ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାକୁ…
ଧରାହେଲେ ଆଉ ୨ ବ୍ରାଉନସୁଗାର ବେପାରୀ
ଭୁବନେଶ୍ୱର,୭।୨(ବ୍ୟୁରେ): ରାଜଧାନୀ ପାଲଟିଛି ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳ। ବିଗତ କିଛି ମାସ ହେବ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଓ କମିଶନରେଟ ପୋଲିସ ସ୍ପେଶାଲ ଡ୍ରାଇଭ୍ ଚଳାଇଛି। ଇତିମଧ୍ୟରେ ଚଢ଼ାଉ ଜାରି ରହିଥିବାବେଳେ ବହୁ ନିଶା ମାଫିଆ, ବେପାରୀ ଓ ଗ୍ରାହକ ଧରାପଡିଛନ୍ତି। ଭୁବନେଶ୍ୱରରେ…
ଆଜିଠୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବେ କିନ୍ନର
ଭୁବନେଶ୍ୱର,୭।୨(ବ୍ୟୁରୋ): ବକେୟା ପଡ଼ିଥିବା ହୋଲ୍ଡିଂ ଟ୍ୟାକ୍ସ ଆଦାୟ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କିନ୍ନରମାନଙ୍କୁ ନିଯୁକ୍ତ କରିଛି। ଇତିମଧ୍ୟରେ ସେମାନଙ୍କୁ ସ୍ବତନ୍ତ୍ର ତାଲିମ୍ ଦିଆଯାଇଥିବାବେଳେ ଶୁକ୍ରବାରଠାରୁ କାର୍ଯ୍ୟାରମ୍ଭ କରିବେ। ସକାଳେ ବିଏମ୍ସି ମୁଖ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମିଶନର ପ୍ରେମଚନ୍ଦ୍ର…
ବରିଷ୍ଠ ସାମ୍ବାଦିକଙ୍କ ପତ୍ନୀ ବିୟୋଗ
ଭୁବନେଶ୍ୱର,୭।୨(ବ୍ୟୁରୋ): ଧରିତ୍ରୀର ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ୱର ସଂସ୍କରଣ ମୁଖ୍ୟ ଉପେନ୍ଦ୍ର ପ୍ରସାଦ ମହାଲାଙ୍କ ଧର୍ମପତ୍ନୀ ପ୍ରଭାତୀ ମହାଲା(୫୧)ଙ୍କ ଗୁରୁବାର ରାତି ସାଢ଼େ ୧୦ଟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ ୨୦୧୮ ନଭେମ୍ବରରୁ କର୍କଟ ରୋଗରେ ପୀଡ଼ିତ…
ଏସ୍ସିବି ମେଡିକାଲରେ ପ୍ରଥମ ସ୍ବାଇନ୍ ଫ୍ଲୁ ରୋଗୀ
କଟକ ଅଫିସ,୭।୨: କଟକ ଏସ୍ସିବି ମେଡିକାଲରେ ଚଳିତବର୍ଷର ପ୍ରଥମ ସ୍ବାଇନ୍ ଫ୍ଲୁ ରୋଗୀ ଭର୍ତ୍ତି ହୋଇଛନ୍ତି। ୩୦ ବର୍ଷୀୟ ଏହି ଯୁବକଙ୍କ ଘର ଢେଙ୍କାନାଳ ଜିଲାରେ ବୋଲି ଜଣାପଡ଼ିଛି। ପଲ୍ୟୁମନାରୀ ବିଭାଗ ଅଧୀନ ସ୍ବତନ୍ତ୍ର ୱାର୍ଡରେ ସେ ଚିକିତ୍ସିତ ହେଉଥିବାବେଳେ ତାଙ୍କ…
ଜେଏସ୍ଡବ୍ଲ୍ୟୁକୁ ମିଳିଲା ଜଜାଙ୍ଗ ଖଣି
ଭୁବନେଶ୍ୱର,୭।୨(ବ୍ୟୁରୋ): ସଜ୍ଜନ ଜିନ୍ଦଲ ପରିଚାଳିତ ଜେଏସଡବ୍ଲ୍ୟୁ ଷ୍ଟିଲ କେନ୍ଦୁଝର ଜିଲାରେ ଥିବା ଜଜାଙ୍ଗ ଲୁହାପଥର ଖଣି ହାତେଇବାରେ ସଫଳ ହୋଇଛି। ଏହି ଖଣି ପାଇଁ ଜେଏସ୍ଡବ୍ଲ୍ୟୁ ଷ୍ଟିଲ ରାଜ୍ୟ ସରକାରଙ୍କୁ ଲୁହାପଥର ବିକ୍ରି ମୂଲ୍ୟର ୧୧୦ ପ୍ରତିଶତ ଦେବାକୁ ଚୁକ୍ତି କରିଛି।…
ୟେମେନରେ ଆମେରିକା ସେନା ପକ୍ଷରୁ ଏନକାଉଣ୍ଟର, ଅଲକାଏଦା ନେତା କାସିମ ନିହତ
ଓ୍ବାଶିଂଟନ୍,୭।୨: ଅଲକାଏଦା ନେତା କାସିମ-ଅଲ-ରିମି ଏନକାଉଣ୍ଟରରେ ନିହତ ହୋଇଛନ୍ତି। ୟେମେନରେ ଚାଲିଥିବା ଆତଙ୍କବାଦ ମୁକାବିଲା ଅଭିଯାନବେଳେ ସେ ନିହତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି। ଅଲକାଏଦା ଇନ ଦି ଆରବିୟାନ ପେନିନ୍ସୁଲା(ଏକ୍ୟୁଏପି) ନାମକ ଇସଲାମିକ ସଂଗଠନର ନେତା…
ଓଡ଼ିଶା ସାଉଣ୍ଡ୍ ଡିଜାଇନର୍ଙ୍କୁ ଫିଲ୍ମଫେୟାର
ଭୁବନେଶ୍ୱର,୭।୨(ବ୍ୟୁରୋ): ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ସାଉଣ୍ଡ୍ ଡିଜାଇନର୍ ନୀହାର ରଞ୍ଜନ ସାମଲ। ୬୫ତମ ଫିଲ୍ମଫେୟାର ଆଓ୍ବାର୍ଡରେ ସାଉଣ୍ଡ୍ ଡିଜାଇନ୍ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇ ଫିଲ୍ମଫେୟାର-୨୦୨୦ ଆଓ୍ବାର୍ଡ ପାଇବାକୁ ମନୋନୀତ ହୋଇଛନ୍ତି ନୀହାର। ୨୦୧୯ରେ ରିଲିଜ୍ ହୋଇଥିବା ବହୁଚର୍ଚ୍ଚିତ ଫିଲ୍ମ…
ସରଳ ହେବ ଜମିର କିସମ ପରିବର୍ତ୍ତନ
ଭୁବନେଶ୍ୱର,୭।୨(ବ୍ୟୁରୋ): କିସମ ପରିବର୍ତ୍ତନ ସରଳ ହେବ। ଲୋକମାନେ ଯେପରି କିସମ ପରିବର୍ତ୍ତନ କରିବା ସହ ନିଜର ସ୍ବତ୍ତ୍ୱ ଶୀଘ୍ର ପାଇ ପାରିବେ ସେ ନେଇ ପଦକ୍ଷେପ ନିଆଯିବ। ସାମାଜିକ-ଅର୍ଥନୈତିକ ଦୃଶ୍ୟପଟରେ ବଦଳୁଥିବାରୁ ରାଜସ୍ବ ବିଭାଗର ଏହି ପୁରୁଣା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର…
ମିଳୁନି ଟୋକନ
ପଞ୍ଜୀକୃତ ଚାଷୀଙ୍କୁ ଟୋକନ ପ୍ରଦାନରେ ଅବ୍ୟବସ୍ଥା ଯୋଗୁ ଅନୁଗୋଳ ଜିଲାରେ ଧିମେଇଛି ଧାନକିଣା। ମଣ୍ଡି ଖୋଲିବାର ଦେଢ଼ମାସ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଧାର୍ଯ୍ୟଲକ୍ଷ୍ୟର ଅଧା ବି ଧାନ କିଣା ହୋଇନି। କେତେଜଣ ଚାଷୀଙ୍କୁ ନିୟମିତ ବ୍ୟବଧାନରେ ତଥା ପର୍ଯ୍ୟାୟ…
ଛତିଶଗଡ଼ ଓଡ଼ିଆ ଶିକ୍ଷକଙ୍କ ପାରିଶ୍ରମିକ ବଢ଼ିବ
ଭୁବନେଶ୍ୱର,୭।୨(ବ୍ୟୁରୋ): ଓଡ଼ିଶାର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସମସ୍ୟା ଅନୁଧ୍ୟାନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାସହ ଛତିଶଗଡ଼ରେ ବସବାସ କରୁଥିବା ଓଡ଼ିଆଙ୍କ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବାକୁ ଯାଉଛନ୍ତି। ମୁଖ୍ୟତଃ ଛତିଶଗଡ଼ର…
୧୩ ଜିଲାରେ ବର୍ଷା, ୪ ଜିଲାରେ କୁହୁଡ଼ି
ଭୁବନେଶ୍ୱର,୭।୨(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ ଏବଂ ଗଞ୍ଜାମ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବାନ ରହିଛି। ଏହି ସମୟରେ…
Archives


