କରୋନା ବିଶ୍ୱ ମହାମାରୀ ଘୋଷିତ
ନୂଆଦିଲ୍ଲୀ,୧୨ା୩: କରୋନଜନିତ ମୃତ୍ୟୁସଂଖ୍ୟା ବୁଧବାର ୪୩୦୦ ଅତିକ୍ରମ କରିଥିବାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଏହାକୁ ବିଶ୍ୱ ମହାମାରୀ ଘୋଷଣା କରିଛି। ସାରା ପୃଥିବୀରେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଆମେ ଗଭୀର ଭାବେ ଚିନ୍ତିତ ବୋଲି ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଟେଡ୍ରୋସ୍…
କରୋନା: ୧୭ ନମୁନା ନେଗେଟିଭ୍
ଭୁବନେଶ୍ୱର, ୧୨ା୩(ବ୍ୟୁରୋ): ବର୍ତ୍ତମାନ ବିଶ୍ୱର ଅଧିକାଂଶ ଦେଶ କରୋନା ଭୂତାଣୁ (କୋଭିଡ୍-୧୯) ସଂକ୍ରମଣରେ ପ୍ରଭାବିତ। ଏପରିସ୍ଥଳେ ସତର୍କତା ଅବଲମ୍ବନ ହିଁ ଏହି ସଂକ୍ରମଣର ମୁଖ୍ୟ ପ୍ରତିଷେଧକ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ…
ଆମ୍ବୁଲାନ୍ସ, ରୋଗୀଙ୍କୁ ଛାଡ଼ିଲେନି ଆନ୍ଦୋଳନକାରୀ
ପାଲଲହଡ଼ା, ୧୨ା୩(ଡି.ଏନ.ଏ.): ୬ ଦଫା ଦାବି ନେଇ ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡର କେନ୍ଦୁପତ୍ର ତୋଳାଳିମାନେ ବୁଧବାର ୪୯ନଂ. ଜାତୀୟ ରାଜପଥର ଶିବ ମନ୍ଦିର ଛକ ଓ ୧୪୯ ନଂ. ବାଇପାସ୍ ରାସ୍ତା ଅବରୋଧ ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ…
ହାତରେ ଟର୍ଚ୍ଚ ଧରି ଏଭରେଷ୍ଟ ଶୃଙ୍ଗ ଚଢୁଛନ୍ତି ପର୍ବତାରୋହୀ
କାଠମାଣ୍ଡୁ,୧୨।୩: ଏବେ ଗିରି ଶୃଙ୍ଗ ଏଭରେଷ୍ଟ ଚଢିବା ପାଇଁ ପର୍ବତାରୋହୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗିରିଶୃଙ୍ଗ ଆରୋହଣ କରିବାର ନିଶାରେ ମସଗୁଲ୍ ପର୍ବତାରୋହୀ ହାତରେ ଟର୍ଚ୍ଚ ଧରି ଆଗେଇ ଚାଲିଛନ୍ତି। ଏ ସମ୍ପର୍କିତ ଏକ ଫଟୋ ଆଇଏଫ୍ଏସ୍ ଅଫିସର ପରବିନ୍ କାସଓ୍ବାନ…
ବିଜେଡି ରାଜ୍ୟ ସଭା ପ୍ରାର୍ଥୀଙ୍କ ସତ୍ୟପାଠ: ସୁଜିତ୍ ସମସ୍ତଙ୍କଠାରୁ ଧନୀ
ଭୁବନେଶ୍ୱର,୧୨ା୩(ବ୍ୟୁରୋ): ଚଳିତ ରାଜ୍ୟ ସଭା ପାଇଁ ବୁଧବାର ବିଜେଡିର ୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏହି ୪ ଜଣ ପ୍ରାର୍ଥତ୍ପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରେ ନିଜର ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତା ଆଦି ଉଲ୍ଲେଖ କରିଛନ୍ତି। ସତ୍ୟପାଠରୁ ମିଳିଥିବା…
ଟମ୍ ହଙ୍କ୍,ରିଟା ଓ୍ବିଲସନଙ୍କୁ କରୋନା ସଂକ୍ରମଣ
ଲସ୍ଏଞ୍ଜେଲସ୍,୧୨।୩: ହଲିଉଡ୍ ଅଭିନେତା ଟମ୍ ହଙ୍କ୍ ଏବଂ ତାଙ୍କ ସ୍ତ୍ରୀ ରିଟା ଓ୍ବିଲସନ୍ଙ୍କୁ କରୋନା ସଂକ୍ରମଣ ହୋଇଛି। ସେମାନଙ୍କ ନମୂନା ପରୀକ୍ଷାରୁ ଏହା ଜଣାପଡ଼ିଛି। ଅଷ୍ଟ୍ରେଲିଆରେ ହୋଇଥିବା ଏକ ପରୀକ୍ଷାରେ ଉଭୟ ଟମ୍ ଓ ରିଟାଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି।…
ଦୋଳପୂର୍ଣ୍ଣିମାରେ ପୁଣି ଏକ ପରମ୍ପରାରେ ବ୍ୟତିକ୍ରମ
ପୁରୁଣା ଭୁବନେଶ୍ୱର, ୧୨ା୩ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିରରେ ଥରକୁ ଥର ପରମ୍ପରା ଭଙ୍ଗ ହେବା ନେଇ ଜନ ଅସନ୍ତୋଷ ଦେଖାଦେଇଛି। ସୋମବାର ଦୋଳପୂର୍ଣ୍ଣିମାରେ ପୁଣି ଏକ ପରମ୍ପରାରେ ବ୍ୟତିକ୍ରମ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାତଃରୁ ଶ୍ରୀଜୀଉମାନଙ୍କର ଯଥାରୀତି…
ଇଟାଲି, ଇରାନରୁ ଭାରତୀୟଙ୍କୁ ଫେରାଇ ଅଣାଯିବ
ନୂଆଦିଲ୍ଲୀ, ୧୨।୩: କରୋନା ପ୍ରଭାବିତ ଇଟାଲି, ଇରାନ ଆଦି ଦେଶରୁ ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ଫେରାଇ ଅଣାଯିବା ଲାଗି କେନ୍ଦ୍ର ସରକାର ଅଗ୍ରାଧିକାର ଦେଉଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ପ୍ରକାଶ କରିଛନ୍ତି। ଗୁରୁବାର ସୁଦ୍ଧା ଇଟାଲିକୁ ଏକ ଡାକ୍ତରୀ ଦଳ…
୩ ହିଜବୁଲ ଆତଙ୍କବାଦୀ ଗିରଫ
ଶ୍ରୀନଗର, ୧୨।୩: ଜମ୍ମୁ-କଶ୍ମୀରର କୁପଓ୍ବାଡ଼ାରୁ ୩ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ରାଜ୍ୟ ପୋଲିସ ଏବଂ ୫ ବିହାର ରେଜିମେଣ୍ଟ ପକ୍ଷରୁ ସୂଚନା ପାଇ ସ୍ଥାନୀୟ କ୍ରାଲ୍ପୋରା ଅଞ୍ଚଳରେ ଅତର୍କିତ ଚଢାଉ କରାଯାଇଥିଲା। ଗିରଫ ଆତଙ୍କବାଦୀ ହିଜବୁଲ କମାଣ୍ଡର ବାଶିର…
ବସ୍ ମାଲିକଙ୍କୁ ଆକ୍ରମଣ ଘଟଣା:୨ ଗିରଫ
ଭୁବନେଶ୍ୱର,୧୨ା୩ (ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁର୍ବୁତ୍ତମାନେ ରବିବାର ବସ୍ ମାଲିକ ଆଇଗିଣିଆର ବିମ୍ବାଧର ସୁନ୍ଦରାୟଙ୍କୁ ଗୁଳି ମାଡ଼ କରିବା ସହ ଗୋଡେଇ ଗୋଡେଇ ହାଣିଥିଲେ। ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ…
ବେଜିଂକୁ ଦୋଷଦେଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ, ୧୨।୩: ଅରୁଣାଚଳ ପ୍ରଦେଶ, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବହୁବାର ସ୍ପଷ୍ଟ ଭାବେ ଚାଇନାକୁ ବୁଝାଯାଇଛି। ତଥାପି ବେଜିଂ ଜାଣିଶୁଣି ସୀମାବିବାଦକୁ ବଢ଼ାଇବା ଲାଗି ପ୍ରୟାସ କରୁଛି ବୋଲି ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.…
ପ୍ରେମରେ ଧୋକା: ଥାନା ଆଗରେ ଦେହରେ ନିଆଁ ଲଗାଇଲେ ମହିଳା
ଭୁବନେଶ୍ୱର,୧୨ା୩(ବ୍ୟୁରୋ): ପ୍ରେମିକଙ୍କ ଧୋକା ସହି ନ ପାରି ନୂଆପଲ୍ଲୀ ଥାନା ସମ୍ମୁଖରେ ଜଣେ ମହିଳା ଦେହରେ କିରୋସିନ ଢାଳି ନିଅଁା ଲଗାଇ ଦେଇଥିଲେ। ମହିଳାଙ୍କ ଘର ଜଗତସିଂହପୁର ଜିଲା ଝଙ୍କଡ ଅଞ୍ଚଳରେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ…
Archives


