ଦୋକାନ ଖୋଲିବାକୁ ମିଳିଲା ଅନୁମତି
ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୪(ବ୍ୟୁରୋ): କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ମାସେରୁ ଊର୍ଦ୍ଧ୍ୱକାଳ ଧରି ଲକ୍ଡାଉନ ରହିଛି। ଦୋକାନ ବଜାର, ବେପାର ବାଣିଜ୍ୟ, କାମଧନ୍ଦା ସବୁକିଛି ବନ୍ଦ ହୋଇଯାଇଛି। ଲୋକମାନେ ହାତବାନ୍ଧି ଘରେ ବସିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ଶେଷ ହେବାକୁ ଆହୁରି ସପ୍ତାହେ…
ସଞ୍ଜୟ କୋଠାରି ନୂଆ ସିଭିସି
ନୂଆଦିଲ୍ଲୀ,୨୬।୪ପି.ଟି.): ରାଷ୍ଟ୍ରପତିଙ୍କ ସଚିବ ଥିବା ସଞ୍ଜୟ କୋଠାରିଙ୍କୁ ଶନିବାର କେନ୍ଦ୍ରୀୟ ଭିଜିଲାନ୍ସ ଆୟୁକ୍ତ (ସିଭିସି) ନିଯୁକ୍ତ କରାଯାଇଛି। କେ.ସି. ଚୌଧ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଗତବର୍ଷ ଜୁନ୍ରୁ କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗର ମୁଖ୍ୟ ପଦ ଖାଲି ପଡ଼ିଥିଲା। ଶନିବାର ପୂର୍ବାହ୍ନ…
୧୯୧୮ରେ ‘ସ୍ପାନିଶ୍ ଫ୍ଲୁ’କୁ ହରାଇଥିଲେ, ଏବେ କରୋନାକୁ
ମାଦ୍ରିଦ୍,୨୬।୪: କରୋନା ଭାଇରସ୍(କୋଭିଡ୍-୧୯)ରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ। ଉଦାହରଣ ଭାବେ ଏହି ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ଆମେରିକାର ନ୍ୟୁୟର୍କକୁ ଦେଖାଗଲେ, ଏଠାରେ ପ୍ରାୟ ୨ଲକ୍ଷ ୮୦ ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ୨୧…
ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ: ୧୦ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ନିଂ ଜାରି
ଭୁବନେଶ୍ୱର,୨୬।୪(ବ୍ୟୁରୋ): ଛତିଶଗଡ, ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବିଦର୍ଭ ଏବଂ ପୂର୍ବ ମଧ୍ୟ ପ୍ରଦେଶ ଉପରେ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି। ଏହାଛଡା ବଙ୍ଗୋପସାଗରୁ ବହୁ ଅଂଶରେ ଜଳୀୟ ବାଷ୍ପ ବାୟୁ ମଣ୍ଡଳକୁ…
ରାଉରକେଲାର ୩ ନୂଆ ପଜିଟିଭ୍ଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ: ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ, ୨ ମହିଳା
ଭୁବନେଶ୍ୱର,୨୬।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର କରିଛି। ରବିବାର ଆଉ ୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ତେବେ ଏସବୁ ଆକ୍ରାନ୍ତ ସୁନ୍ଦରଗଡ଼ ଜିଲା ରାଉରକେଲାର। ଏମାନଙ୍କ ମଧ୍ୟରେ ଜଣେ ୨୩ବର୍ଷୀୟ…
ମାଓବାଦୀଙ୍କଠାରୁ ସାମାଜିକ ଦୂରତା ରକ୍ଷା ପାଇଁ ନିବେଦନ
ବାଲିଗୁଡା,୨୬ା୪(ଡି.ଏନ୍.ଏ.)- ବିଶ୍ୱରେ ମହାମାରୀ କରୋନାର ଭୟାବହତା ଜାରି ରହିଛି। ଏପରି ସ୍ଥଳେ ସାମାଜିକ ଦୂରତ୍ୱକୁ ବିଶେଷ ପ୍ରାଧାନ୍ୟ ଦିଆଯାଉଛି। ଏନେଇ ଦେଶରେ ଲକ୍ଡାଉନ୍ କଟକଣା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ବାଲିଗୁଡା, ନୂଆଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ମାଓବାଦୀମାନଙ୍କଠାରୁ ଜନସାଧାରଣ ସାମାଜିକ…
ଛାତ୍ରୀଛାତ୍ରଙ୍କୁ ଘରକୁ ଯାଇ ପୁସ୍ତକ ବାଣ୍ଟିଲେ ଶିକ୍ଷକ: ମେ’ ୩ ସୁଦ୍ଧା ବଣ୍ଟାଯିବ ୧୮୭୭୨୫୮ ବହି
ବ୍ରହ୍ମପୁର ଅଫିସ,୨୬ା୪ – କରୋନା ମୁକାବିଲା ପାଇଁ ସରକାର ଲକ୍ଡାଉନ ଘୋଷଣା କରିଛନ୍ତି। ଏହାର ପ୍ରଭାବରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି। ଯାହାଦ୍ୱାରା ବିଦ୍ୟାର୍ଥୀଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ଅନ୍ୟପକ୍ଷରେ ନୂତନ ଶିକ୍ଷାବର୍ଷ ପାଇଁ…
କରୋନା ସାଙ୍ଗକୁ କାଳବୈଶାଖୀ: ଚାଷୀ ସର୍ବସ୍ବାନ୍ତ
ବାରିପଦା ଅଫିସ, ୨୬ା୪-ମହାମାରୀ କରୋନା ଲାଗି ଲୋକଙ୍କ ଜୀବନ ଦୁର୍ବିଷହ ହୋଇପଡିଥିବା ବେଳେ ବେଡି ଉପରେ କୋରଡା ମାଡ ସଦୃଶ ଚାଷୀଙ୍କ ପାଇଁ ସର୍ବନାଶ କାରଣ ହୋଇଛି କାଳବୈଶାଖୀ। ଏହାର ପ୍ରଭାବରେ ପ୍ରତିଦିନ ବର୍ଷା ଓ କୁଆପଥର ମାଡ଼ରେ ମୟୂରଭଞ୍ଜ ଜିଲାରେ…
ନୂତନ କ୍ୱାରାଣ୍ଟାଇନ୍ କେନ୍ଦ୍ର ସ୍ଥିତି ପରଖିଲେ ଜିଲାପାଳ
ଚୌଦ୍ୱାର,୨୫ା୪(ଡି.ଏନ୍.ଏ.) : କଟକ ଜିଲା ଚୌଦ୍ୱାର ସହାରାଞ୍ଚଳରେ ଗାନ୍ଧିଛକସ୍ଥିତ ଟାଉନ୍ହଲରେ ୬୦ ଶଯ୍ୟା ବିଶିଷ୍ଟ କ୍ୱାରାଣ୍ଟାଇନ ସେଣ୍ଟର ଚାଲୁ ରହିଛି। ଆସନ୍ତା ମେ’ ୩ ତାରିଖ ଲକ୍ଡାଉନ ହଟିବା ପରେ ରାଜ୍ୟ ବାହାରୁ ବହୁ ଶ୍ରମିକ ନିଜ ଅଞ୍ଚଳକୁ ଫେରିବା ଅନୁମାନ…
ଖୋର୍ଦ୍ଧା ଗାମୁଛାରେ ପ୍ରସ୍ତୁତ ମାସ୍କର ଚାହିଦା ବଢୁଛି
ଖୋର୍ଦ୍ଧା ଅଫିସ,୨୫ା୪: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ବାହାରକୁ ବାହାରିଲେ ମାସ୍କ ପରିଧାନ ଲାଗି ସରକାର କଟକଣା ମଧ୍ୟ କରିଛନ୍ତି। ଏହି ସମୟରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ମାସ୍କ ପ୍ରସ୍ତୁତ କରାଯାଉଛି।…
ମାରଣାସ୍ତ୍ର ଦେଖାଇ ଆତଙ୍କ, କାବୁ କଲେ ଏସ୍ଏଚ୍ଜି ମହିଳା
ବରଗଡ଼ ଅଫିସ୍,୨୫।୪: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ବୁଡ଼େନ ଥାନାର ଲୁହାଖାନ ଗ୍ରାମରେ ଶନିବାର ପିସ୍ତଲ, ଛୁରୀ ଭଳି ମାରଣାସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି କରୁଥିବା ଅଭିଯୁକ୍ତମାନଙ୍କୁ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି) ମହିଳାମାନେ କାବୁ କରିଛନ୍ତି। ପରେ ପୋଲିସ ଘଟଣାସ୍ଥଳରେ…
୩୦ ଯାଏ ଭିଜିବ ଓଡ଼ିଶା
ଭୁବନେଶ୍ୱର,୨୫ା୪(ବ୍ୟୁରୋ) : ମହାରାଷ୍ଟ୍ର ଏବଂ ଛତିଶଗଡ଼ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏପ୍ରିଲ ୩୦ ଯାଏ ଓଡ଼ିଶାର ବିଭିନ୍ନ ଜିଲାରେ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…
Archives


