କରୋନା ଭାଇରସ: ସ୍ଥଗିତ ରହିଲା ରାଜ୍ୟ ସଭା ନିର୍ବାଚନ
ନୂଆଦିଲ୍ଲୀ,୨୪।୩: କରୋନା ଭାଇରସର ସଂକ୍ରମଣକୁ ଦେଖି ଆଗାମୀ ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ କରି ଦିଆଯାଇଛି। ମଙ୍ଗଳବାର ନିର୍ବାଚନ କମିଶନ ଏହା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ହେବାକୁ ସ୍ଥିର କରାଯାଇଥିଲା। ୭ ରାଜ୍ୟର ୧୮ଟି ଆସନ ପାଇଁ…
ଆଜି ସନ୍ଧ୍ୟା ସୁଦ୍ଧା ଏସ୍ସି,ଏସ୍ଟି ହଷ୍ଟେଲ ଛାତ୍ରୀଛାତ୍ରଙ୍କୁ ଘରେ ପହଞ୍ଚାଯିବ: ସୁବ୍ରତୋ ବାଗ୍ଚୀ
ଭୁବନେଶ୍ୱର, ୨୪।୩(ବ୍ୟୁରୋ): ରାଜ୍ୟର ସମସ୍ତ ଜିଲା ମଙ୍ଗଳବାର ମଧ୍ୟରାତ୍ରରୁ ମାର୍ଚ୍ଚ ୨୯ ଯାଏ ଲକ୍ଡାଉନ୍ ରହିବ। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍ଚୀ। ସମଗ୍ର ରାଜ୍ୟ ଲକ୍ଡାଉନ୍ ହେଉଥିବାରୁ ଅନୁସୂଚିତ…
କରୋନା ପ୍ରଭାବ: ଚଢ଼ା ଦର ନେଉଛନ୍ତି ବ୍ୟବସାୟୀ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ, ଦର ନିୟନ୍ତ୍ରଣ କରିବାକୁ ଦାବି
ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ସମଗ୍ର ରାଜ୍ୟକୁ ମଙ୍ଗଳବାର ମଧ୍ୟରାତ୍ରରୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହି ମହାମାରୀର କୌଣସି ପ୍ରତିକାର ନ ଥିବାରୁ ଲୋକମାନେ ନିଜର ତଥା ପରିବାର ବର୍ଗଙ୍କ ଜୀବନ ବଞ୍ଚାଇବା ପାଇଁ ପଦାକୁ ନ…
ଗଣମାଧ୍ୟମ ନିରବଚ୍ଛିନ୍ନ ଖବର ପ୍ରକାଶ କରିବାକୁ ରାଜ୍ୟକୁ ପରାମର୍ଶ ଦେଲା କେନ୍ଦ୍ର
ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନା (କୋଭିଡ-୧୯)ର କରାଳ ପ୍ରକୋପ ସମଗ୍ର ବିଶ୍ୱକୁ ଗ୍ରାସ କରିସାରିଲାଣି। ଭାରତରେ ମଧ୍ୟ ଧୀରେ ଧୀରେ ଏହା ଭୟଙ୍କର ପରିସ୍ଥିତିକୁ ଗତି କରୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମହାମାରୀର ମୁକାବିଲା କରିବା ପାଇଁ ଗୋଟିଏ…
ସହରରେ ଘୋଷଣା ପୂର୍ବରୁ ଲକ୍ଡାଉନ୍: ଭୟଭୀତ ଅବସ୍ଥାରେ ଲୋକେ
କେନ୍ଦୁଝର, ୨୪।୩ (ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ସହରରେ ସୋମବାରଠାରୁ ଅଘୋଷିତ ଲକ୍ଡାଉନ୍ ଲାଗୁ ହୋଇଛି। ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବନ୍ଦ କରିଦିଆଯାଇଛି। ଫଳରେ ଅପ୍ରସ୍ତୁତ ଲୋକମାନେ…
ଲକ୍ଡାଉନ୍ ମାନୁନାହାନ୍ତି ଲୋକେ: ପରିବା ମାର୍କେଟରେ ଭିଡ଼ ଅସମ୍ଭାଳ
ରଣପୁର, ୨୪।୩(ଡି.ଏନ୍.ଏ.): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୟାଗଡ଼ ଜିଲାକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ମଙ୍ଗଳବାର ଲକ୍ଡାଉନ୍ର ପ୍ରଥମ ଦିନରେ ରାଜସୁନାଖଳାର ବିଭିନ୍ନ ସ୍ଥାନରେ ଲୋକେ ପ୍ରଶାସନିକ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ଦେଖିବାକୁ…
ବହୁମତରେ ବିଜୟଲାଭ କଲେ ଶିବରାଜ: ଆସିଲେ ନାହିଁ କଂଗ୍ରେସ ବିଧାୟକ
ଭୋପାଳ,୨୪।୩: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଶିବରାଜ ସିଂ ଚୌହାନ ମଙ୍ଗଳବାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛନ୍ତି। ଏହି ସମୟରେ ବିଧାନସଭାରେ କୌଣସି ଜଣେ ହେଲେ କଂଗ୍ରେସ ବିଧାୟକ ଉପସ୍ଥିତ ନ ଥିବା କୁହାଯାଉଛି। ସୋମବାର ରାତି…
କରୋନା ପାଇଁ ଔଷଧ: ଲାଗିପାରେ ବର୍ଷେରୁ ଦେଢ଼ ବର୍ଷ; ଲକ୍ଡାଉନ୍ରେ ରହି ହେବ କି ଏତେ ଦିନ !
ଓ୍ବାଶିଂଟନ,୨୪।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କରୋନା ଭୂତାଣୁ ଭିନ୍ନ ଭିନ୍ନ ପରିବେଶରେ ଅଲଗା ଅଲଗା କ୍ରିୟାଶୀଳତା ଦେଖାଉଥିବାରୁ ଏହାକୁ ରୋକିବା ପାଇଁ ଔଷଧ ପ୍ରସ୍ତୁତିରେ ବର୍ତ୍ତମାନ ସୁଦ୍ଧା ସାରା ପୃଥିବୀର ବୈଜ୍ଞାନିକ ଅସଫଳ ରହିଛନ୍ତି।…
ନିୟମ ଉଲ୍ଲଂଘନକାରୀଙ୍କୁ ‘ମୁଁ ସମାଜର ଶତ୍ରୁ’ ଲେଖି ପୋଷ୍ଟର ଧରାଇଲା ପୋଲିସ
ଡେରାଡୁନ,୨୪।୩: ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ‘ଜନତା କର୍ଫ୍ୟୁ’ ଘୋଷଣା କରିଥିବା ବେଳେ ଏହାକୁ ଅଧିକାଂଶ ଲୋକ ଅବମାନନା କରୁଥିବା ଦେଖାଯାଇଛି। ଗତ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ‘ଜନତା କର୍ଫ୍ୟୁ’ ଘୋଷଣା କରାଯାଇଥିବା…
ଶାହିନବାଗ ଆନ୍ଦୋଳନ: ପୋଲିସକୁ ଧନ୍ୟବାଦ ଦେଲେ ଜନତା
ନୂଆଦିଲ୍ଲୀ,୨୪।୩: ଦୀର୍ଘ ପ୍ରାୟ ୧୦୦ ଦିନର ଆନ୍ଦୋଳନ ପରେ ମଙ୍ଗଳବାର ଖାଲି ହୋଇଛି ଶାହିନବାଗ। ଏହାକୁ ଦେଖି ଦକ୍ଷିଣ ଦିଲ୍ଲୀର ଡିସିପି ଆର୍ପି ମିନା ଓ ତାଙ୍କ ସହଯୋଗୀଙ୍କୁ ସାଧାରଣ ଜନତା ଧନ୍ୟବାଦ ଜଣାଇବା ସହ ଫୁଲ ଦେଇ ଶୁଭେଚ୍ଛା ଜଣାଇଛନ୍ତି।…
କରୋନା ଭୟ: ଘରେ ବାସନ ଧୋଉଛନ୍ତି ଏହି ଷ୍ଟାର
ମୁମ୍ବାଇ: ସାରା ଦେଶରେ କରୋନା ଭାଇରସ୍ ପ୍ରକୋପ ଜାରି ରହିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ଭାଇରସ୍ରେ ସଂକ୍ରମିତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୫୦୦ରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ପ୍ରାୟ…
୮ମାସ ପରେ ଗୃହବନ୍ଦୀରୁ ମୁକୁଳିଲେ ଓମାର ଅବଦ୍ଦୁଲା
ଶ୍ରୀନଗର,୨୪।୩: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲାଙ୍କୁ ଦୀର୍ଘ ୮ମାସ ପରେ ଗୃହବନ୍ଦୀରୁ ମୁକ୍ତ କରାଯାଇଛି। ଓମାରଙ୍କ ଉପରେ ଲାଗିଥିବା ପିଏସ୍ଏ ହଟାଇ ଦିଆଯାଇଛି ବୋଲି ଜମ୍ମୁ-କଶ୍ମୀରର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଓମାରଙ୍କ ଭଉଣୀ ସାରା ଅବଦ୍ଦୁଲା ପାଇଲଟ ଗୃହବନ୍ଦୀରୁ…
Archives


