ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ତଦାରଖ କଲେ ଅତିରିକ୍ତ ଜିଲାପାଳ
ବନ୍ତ,୨୯।୩(ଡି.ଏନ୍.ଏ.): ଅତିରିକ୍ତ ଜିଲାପାଳ(ରାଜସ୍ବ) ଅରୁଣ କୁମାର ମହାପାତ୍ର ରବିବାର ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ତଦାରଖ କରିଛନ୍ତି। ନିଳୋକ ହାଇସ୍କୁଲସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପାନୀୟ ଜଳ, ପାଇଖାନା, ବିଜୁଳି, ଔଷଧ ସମେତ ସାନିଟାଇଜେସନ୍, ସାମାଜିକ ଦୂରତା, ସଙ୍ଗରୋଧ…
କରୋନା ଯୁଦ୍ଧର ସାରଥି ସାଜି ଭୋକିଲାଙ୍କୁ ଗହମ ଦେଲେ ଚାଷୀ
ମୁମ୍ବାଇ,୨୯।୩: କରୋନା ଭାଇରସ କାରଣରୁ ସାରା ଦେଶକୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଫଳରେ ସାଧାରଣ ଖଟିଖିଆ ଶ୍ରମିକ ଦିନକୁ ଦିଓଳି ଖାଦ୍ୟ ଯୋଗାଡ କରିବା କଷ୍ଟକର ବ୍ୟାପାର ହୋଇପଡିଛି। ଏହି ସମୟରେ ଅନ୍ୟକୁ ସାହାଯ୍ୟର ହାତ ବଢାଇବାକୁ କୁହାଯାଉଥିବା ବେଳେ ମହାରାଷ୍ଟ୍ର…
କରୋନା ସହାୟତା: ୯୦ ମିଲିୟନ ୟୁରୋ ପ୍ରଦାନ କରିବେ ରୋନାଲ୍ଡୋ, ଜୁଭେଣ୍ଟସ୍
ରୋମ, ୨୯।୩(ଏ.ପି.): ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରୀଷ୍ଟିଆନୋ ରୋନାଲ୍ଡୋ, କୋଚ୍ ମାଉରିଜିଓ ସାରିଙ୍କ ସମେତ ତାଙ୍କ କ୍ଲବ ଜୁଭେଣ୍ଟସର ଅନ୍ୟ ସଦସ୍ୟମାନେ କରୋନା ବିପତ୍ତି ପାଇଁ ୯୦ ମିଲିୟନ ୟୁରୋ ବା ୧୦୦ ମିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବାକୁ ଘୋଷଣା…
କୋଭିଡ-୧୯ରେ ପୀଡ଼ିତ ପ୍ରଥମ ଶିଶୁଙ୍କ ମୃତ୍ୟୁ
ନ୍ୟୁୟର୍କ,୨୯।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଥିବା ବେଳେ ଆମେରିକାରେ ପ୍ରଥମ କରି ଜଣେ ଶିଶୁର ମୃତ୍ୟୁ ହୋଇଛି। ୧ବର୍ଷରୁ କମ୍ ବୟସର ଏହି ଶିଶୁର ମୃତ୍ୟୁ ପରେ ଏହାର କାରଣ ଖୋଜୁଛନ୍ତି ବିଶେଷଜ୍ଞ। କାରଣ…
ଲକ୍ଡାଉନ୍ ନ ମାନି ୪ ଗିରଫ
ଦାରିଙ୍ଗବାଡ଼ି,୨୯।୩(ଡି.ଏନ୍.ଏ.): କରୋନା ସଂକ୍ରମଣ ରୋକିବା ନେଇ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏଥିପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ାକଡ଼ି ଭାବେ ପାଟ୍ରୋଲିଂ କରାଯିବା ସହ ଦୁଇ ଥାନାର ପୋଲିସ ଏବେ କଠୋର ହୋଇପଡ଼ିଛି।…
ଛତ୍ରପୁରରେ ଖୋଲିଲା ୨୩ ଆଇସୋଲେଶନ ସେଣ୍ଟର
ଛତ୍ରପୁର,୨୯।୩(ଡି.ଏନ୍.ଏ.): କରୋନା ଭୟାବହତା ପରିପ୍ରେକ୍ଷୀରେ ଏହାର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛି। ରାଜ୍ୟ ସରକାର ଓ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ସହର ଓ ଗ୍ରାମାଞ୍ଚଳରେ ୨୩ଟି ଆଇସୋଲେଶନ ସେଣ୍ଟର…
ଆନ୍ଧ୍ରରେ ଫସିଛନ୍ତି ଗଞ୍ଜାମର ୧୫୦ ଜଣ
ଛତ୍ରପୁର,୨୯।୩(ଡି.ଏନ୍.ଏ.): ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲା ଚିକାଭରମଠାରେ ଗଞ୍ଜାମ ଜିଲାର ୧୫୦ ଜଣ ଫସିରହିଛନ୍ତି। ଉଦ୍ଧାର କରି ଘରକୁ ଫେରାଇ ନେବା ସହ ଖାଇବାକୁ ଦେବା ପାଇଁ ଏମାନେ ନିବେଦନ କରିଛନ୍ତି। ଏମାନଙ୍କ ପକ୍ଷରୁ ଏକ ଭିଡିଓ କ୍ଲିପ୍କୁ ସୋସିଆଲ ମିଡିଆରେ ଛଡ଼ାଯାଇଛି।…
ସେଲ୍ଫ ଆଇସୋଲେଶନରେ ରହି ସମସ୍ତଙ୍କୁ ଘରେ ରହିବାକୁ କହିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ
ଲଣ୍ଡନ,୨୯।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ କରୋନା ଭାଇରସରେ ସଂକ୍ରମିତ ହୋଇ ଏବେ ସେଲ୍ଫ ଆଇସୋଲେଶନରେ ରହିଛନ୍ତି। ଏହି ସମୟରେ ବ୍ରିଟେନର ପ୍ରାୟ ୩୦ ମିଲିୟନ ଲୋକଙ୍କୁ ଘରେ ରହିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ। ସେ କହିଛନ୍ତି କରୋନାକୁ ନେଇ ସବୁ…
କରୋନା ସହାୟତା: ରିଜିଜୁ ଦେଲେ ଗୋଟିଏ ମାସର ଦରମା
ନୂଆଦିଲ୍ଲୀ,୨୮।୩(ପି.ଟି.): କୋଭିଡ-୧୯ ମୁକାବିଲା ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶନିବାର ତାଙ୍କର ଗୋଟିଏ ମାସର ଦରାମା ଦାନ କରିଛନ୍ତି। ଦେଶର ସ୍ବାସ୍ଥ୍ୟବସ୍ଥାର ଉନ୍ନତି ପାଇଁ ଅର୍ଥଦାନ ଦେବା ଏବେ ଅପରିହାର୍ଯ୍ୟ ହୋଇପଡିଛି ଓ ଏଥିପାଇଁ ଗୋଟିଏ ମାସର ଦରମା ପ୍ରଦାନ…
କରୋନା ସମୟରେ କଳାକାରଙ୍କୁ ଭତ୍ତା ଦେବାକୁ ଭୁଲିଗଲେ ସରକାର
ଧାମନଗର,୨୯।୩(ଡି.ଏନ୍.ଏ.): କରୋନା କବଳରୁ ମୁକ୍ତି ପାଇଁ ସରକାରଙ୍କ ପ୍ରଚେଷ୍ଟା ଜାରି ରହିଥିବାବେଳେ ଗୃହବନ୍ଦୀ କରାଯାଇ ଜନସାଧାରଣଙ୍କୁ ଖାଦ୍ୟପେୟ ଯୋଗାଇ ଦିଆଯାଉଛି। ଗରିବ ବୃଦ୍ଧା,ବୃଦ୍ଧ, ବିଧବା, ଭିନ୍ନକ୍ଷମଙ୍କୁ ଅଗ୍ରୀମ ୩ ମାସର ଭତ୍ତା ପ୍ରଦାନ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଉଥିବା ୫୦ ହଜାର…
କ୍ଷମା ମାଗିଲେ ମୋଦି
ନୂଆଦିଲ୍ଲୀ,୨୯।୩: କରୋନା ପାଇଁ ସାରା ଦେଶକୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଫଳରେ ଦେଶ ଏକ ପ୍ରକାର ଠପ୍ ହୋଇ ଯାଇଛି। ଲକ୍ ଡାଉନକୁ ୫ ଦିନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ…
ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅକ୍ଷୟ ଦାନକଲେ ୨୫ କୋଟି
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର୍ ଅକ୍ଷୟ କୁମାର କରୋନା ପ୍ରଭାବିତଙ୍କ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସ୍ବାମୀଙ୍କ ଏପରି କାର୍ଯ୍ୟକୁ ନେଇ ଗର୍ବ ଅନୁଭବ କରିଛନ୍ତି ସ୍ତ୍ରୀ ଟ୍ବିଙ୍କିଲ୍ ଖାନ୍ନା। ସେ କହିଛନ୍ତି, ଅକ୍ଷୟଙ୍କୁ…
Archives


