ସରପଞ୍ଚଙ୍କ ନିଷ୍ପତ୍ତିକୁ ମାନିଲାନି ପ୍ରଶାସନ: ଜିଲାପାଳ କ୍ଷମତା ଫେରାଇନେବାକୁ କହିଲେ ସରପଞ୍ଚ

ଟିକିରି,୨୨ା୫:ପ୍ରତ୍ୟେକ ପଞ୍ଚାୟତରେ କରୋନା ସଂକ୍ରମଣକୁ ରୋକିବା ଏବଂ ସରପଞ୍ଚମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ଏହି କ୍ଷମତାର ଉପଯୋଗକରି ଅନେକ ସରପଞ୍ଚ ଚର୍ଚ୍ଚାର ପରିସରକୁ ମଧ୍ୟ ଆସିଛନ୍ତି। ତେବେ ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ଟିକିରି ପଞ୍ଚାୟତରେ ଦେଖିବାକୁ ମିଳିଛି ଭିନ୍ନ ପରିସ୍ଥିତି। ସୂଚନା ପ୍ରକାରେ, ଲକ୍‌ଡାଉନ୍‌ ଘୋଷଣା ପରଠାରୁ ଟିକିରି ସାପ୍ତାହିକ ହାଟ ବନ୍ଦ ରହିଥିଲା। ଏବେ ହାଟ ଖୋଲିବା ନିଷ୍ପତ୍ତି ହେବାପରେ ଜନସାଧାରଣଙ୍କ ଗହଳି ବଢ଼ିବାରେ ଲାଗିଛି। ସେହିପରି ରାଜ୍ୟ ବାହାରୁ ଶ୍ରମିକମାନଙ୍କ ଫେରିବା ପ୍ରକ୍ରିୟା ମଧ୍ୟ ଚାଲିଛି। ତେଣୁ ପଞ୍ଚାୟତରେ ସଂକ୍ରମଣ ଏଡ଼ାଇବା ପାଇଁ ଟିକିରି ସରପଞ୍ଚ କୁମାରୀ ପିଡିକା ଶୁକ୍ରବାର ହାଟକୁ ବନ୍ଦ କରିବା ସହ ଟିକିରିକୁ ଶଟ୍‌ଡାଉନ୍‌ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏ ନେଇ ସେ ଗୁରୁବାର ବ୍ଲକ୍‌ ପ୍ରଶାସନ ଏବଂ ଜିଲା ପ୍ରଶାସନର କେତେଜଣ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଲିଖିତ ଆକାରରେ ଜଣାଇଥିଲେ। ପରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଏ ନେଇ ପଞ୍ଚାୟତରେ ପ୍ରଚାର ମଧ୍ୟ କରାଯାଇଥିଲା। ହେଲେ ଶେଷରେ ସରପଞ୍ଚଙ୍କୁ ନିରାଶ ହେବାକୁ ପଡ଼ିଛି। ଏ ନେଇ ଜିଲାପାଳଙ୍କ ସହ ଆଲୋଚନା କରାଯିବା ପରେ ସୂଚନା ଦିଆଯିବ ବୋଲି ସରପଞ୍ଚଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ପ୍ରଚାର ଶେଷ ପରେ ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଶଟ୍‌ଡାଉନ କାର୍ଯ୍ୟକାରୀ ପାଇଁ ଅନୁମତି ଦେଇ ନ ଥିବା ସରପଞ୍ଚ ପିଡିକା କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଶଟ୍‌ଡାଉନ୍‌ ନେଇ ଗୁରୁବାର ପଞ୍ଚାୟତରେ ପ୍ରଚାର କରାଯାଇଥିବାରୁ ଶୁକ୍ରବାର ସାପ୍ତାହିକ ହାଟ ସମେତ ସମସ୍ତ ଦୋକାନ, ବଜାର ବନ୍ଦ ରହିଥିଲା। ଏହା ଏବେ ପଞ୍ଚାୟତରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ପ୍ରଶାସନ ଅନୁମତି ନ ଦେବା ବିଷୟକୁ ନେଇ ସରପଞ୍ଚ ପିଡିକା ଦୁଃଖପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଜିଲାପାଳ କ୍ଷମତା ଫେରାଇ ନିଅନ୍ତୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଆରପି ଥାନା ଦାବି କଲା ରେଳ ଉପଭୋକ୍ତା ସଂଘ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ଗୁରୁବାର ବରଗଡ଼ ଏସ୍‌ପି ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କୁ ଫେରାଦ ହୋଇଥିଲେ। ନୂତନ…

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ…

ବୁଲା କୁକୁର ଆତଙ୍କ, ଗୋଟିଏ ଦିନରେ ୭ଜଣଙ୍କୁ କାମୁଡ଼ିଲା

ଅମ୍ବାଦଳା,୪।୬(ରବୀନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଅମ୍ବାଦଳା ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଗୁରୁବାର ଏକ ବୁଲା କୁକୁର କାମୁଡାରେ ଜଣେ ଶିଶୁଙ୍କ ସହ ମୋଟ ୭ଜଣ…

ଅଫିସରେ ଅସୁସ୍ଥତା, ଘରେ ଆଖି ବୁଜିଲେ ଜନସ୍ୱାସ୍ଥ୍ୟ ଵିଭାଗ କିରାଣୀ ଗୋପାଳ ରଥ

ବଲାଙ୍ଗୀର, ୪।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜୀବ ନଗର ନିବାସୀ ଗୋପାଳ ଚରଣ ରଥଙ୍କ ଗୁରୁବାର ପରଲୋକ ହୋଇଛି। ସେ ବଲାଙ୍ଗୀର ପିଏଚଡି ସବଡିଭିଜନ ଅଫିସରେ ବିଲିଂ…

ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ଜମି ମାଲିକ

କୋରୁକୋଣ୍ଡା,୪।୬(ଶିବଦତ୍ତ ସାହୁ): ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ଜିଲା ଓର୍କେଲ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ: ଖାର୍ଗେ-ପୱନ ଖେରା କର୍ନାଟକରୁ ମନୋନୀତ

ନୂଆଦିଲ୍ଲୀ,୪।୬: କଂଗ୍ରେସ ଦଳ କର୍ନାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ କର୍ନାଟକରୁ…

ପଦ୍ମପୁରରେ ନିଶା କାରବାର ଉପରେ ଚଢାଉ: ୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ…

ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ରୀଛାତ୍ରଙ୍କ ସଫଳତା, ଏନ୍‌. ଝାନ୍ସିରାଣୀ ବିଶ୍ବବିଦ୍ୟାଳୟ ଟପ୍ପର

ବରଗଡ,୪।୬(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ବିବିଏ ପରୀକ୍ଷାରେ ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରି ଅନୁଷ୍ଠାନ ଓ ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri