ସରପଞ୍ଚଙ୍କ ନିଷ୍ପତ୍ତିକୁ ମାନିଲାନି ପ୍ରଶାସନ: ଜିଲାପାଳ କ୍ଷମତା ଫେରାଇନେବାକୁ କହିଲେ ସରପଞ୍ଚ

ଟିକିରି,୨୨ା୫:ପ୍ରତ୍ୟେକ ପଞ୍ଚାୟତରେ କରୋନା ସଂକ୍ରମଣକୁ ରୋକିବା ଏବଂ ସରପଞ୍ଚମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ଏହି କ୍ଷମତାର ଉପଯୋଗକରି ଅନେକ ସରପଞ୍ଚ ଚର୍ଚ୍ଚାର ପରିସରକୁ ମଧ୍ୟ ଆସିଛନ୍ତି। ତେବେ ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ଟିକିରି ପଞ୍ଚାୟତରେ ଦେଖିବାକୁ ମିଳିଛି ଭିନ୍ନ ପରିସ୍ଥିତି। ସୂଚନା ପ୍ରକାରେ, ଲକ୍‌ଡାଉନ୍‌ ଘୋଷଣା ପରଠାରୁ ଟିକିରି ସାପ୍ତାହିକ ହାଟ ବନ୍ଦ ରହିଥିଲା। ଏବେ ହାଟ ଖୋଲିବା ନିଷ୍ପତ୍ତି ହେବାପରେ ଜନସାଧାରଣଙ୍କ ଗହଳି ବଢ଼ିବାରେ ଲାଗିଛି। ସେହିପରି ରାଜ୍ୟ ବାହାରୁ ଶ୍ରମିକମାନଙ୍କ ଫେରିବା ପ୍ରକ୍ରିୟା ମଧ୍ୟ ଚାଲିଛି। ତେଣୁ ପଞ୍ଚାୟତରେ ସଂକ୍ରମଣ ଏଡ଼ାଇବା ପାଇଁ ଟିକିରି ସରପଞ୍ଚ କୁମାରୀ ପିଡିକା ଶୁକ୍ରବାର ହାଟକୁ ବନ୍ଦ କରିବା ସହ ଟିକିରିକୁ ଶଟ୍‌ଡାଉନ୍‌ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏ ନେଇ ସେ ଗୁରୁବାର ବ୍ଲକ୍‌ ପ୍ରଶାସନ ଏବଂ ଜିଲା ପ୍ରଶାସନର କେତେଜଣ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଲିଖିତ ଆକାରରେ ଜଣାଇଥିଲେ। ପରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଏ ନେଇ ପଞ୍ଚାୟତରେ ପ୍ରଚାର ମଧ୍ୟ କରାଯାଇଥିଲା। ହେଲେ ଶେଷରେ ସରପଞ୍ଚଙ୍କୁ ନିରାଶ ହେବାକୁ ପଡ଼ିଛି। ଏ ନେଇ ଜିଲାପାଳଙ୍କ ସହ ଆଲୋଚନା କରାଯିବା ପରେ ସୂଚନା ଦିଆଯିବ ବୋଲି ସରପଞ୍ଚଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ପ୍ରଚାର ଶେଷ ପରେ ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଶଟ୍‌ଡାଉନ କାର୍ଯ୍ୟକାରୀ ପାଇଁ ଅନୁମତି ଦେଇ ନ ଥିବା ସରପଞ୍ଚ ପିଡିକା କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଶଟ୍‌ଡାଉନ୍‌ ନେଇ ଗୁରୁବାର ପଞ୍ଚାୟତରେ ପ୍ରଚାର କରାଯାଇଥିବାରୁ ଶୁକ୍ରବାର ସାପ୍ତାହିକ ହାଟ ସମେତ ସମସ୍ତ ଦୋକାନ, ବଜାର ବନ୍ଦ ରହିଥିଲା। ଏହା ଏବେ ପଞ୍ଚାୟତରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ପ୍ରଶାସନ ଅନୁମତି ନ ଦେବା ବିଷୟକୁ ନେଇ ସରପଞ୍ଚ ପିଡିକା ଦୁଃଖପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଜିଲାପାଳ କ୍ଷମତା ଫେରାଇ ନିଅନ୍ତୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri