ସାମାଜିକ ଦୂରତ୍ୱ ଉଲ୍ଲଂଘନ: ପୋଲିସ ଅସହାୟ

ପୁରୀ ଅଫିସ,୨୩ା୫: ମହାମାରୀ କରୋନା ହୁ ହୁ ହୋଇ ମାଡ଼ୁଛି। ଏହାକୁ କିପରି ମୁକାବିଲା କରାଯାଇପାରିବ ସେଥିଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ ଚାଲିଛି। ଲକ୍‌ଡାଉନ ଗାଇଡ୍‌ଲାଇନ ଅନୁସାରେ କୌଣସି ଗୋଟିଏ ଜାଗାରେ ଲୋକେ ସମାଗମ ହେବେ ନାହିଁ, ସାମାଜିକ ଦୂରତା ରକ୍ଷା ଦିଗରେ ସମସ୍ତେ ଗୁରୁତ୍ୱ ଦେବେ। ହେଲେ ଏହି ନିୟମକୁ ଖୋଲାଖୋଲି ଭାବେ ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଉଲ୍ଲଂଘନ କରାଯାଇଛି। ଶୁକ୍ରବାର ଅପରାହ୍ନରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ। ମହାପ୍ରସାଦ ନେବା ଲାଗି ଏମିତି ଗହଳି ହୋଇଥିଲା।
ସାବିତ୍ରୀ ବ୍ରତ ଅବସରରେ ପ୍ରତିବର୍ଷ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। ବେଢା ପରିସରସ୍ଥ ସାବିତ୍ରୀ ମନ୍ଦିରରେ ସକାଳୁ ସଧବାମାନେ ଧାଡ଼ି ଲଗାଇ ପୂଜାର୍ଚ୍ଚନା କରିଥାନ୍ତି। ପରେ ଆନନ୍ଦବଜାରରେ ମହାପ୍ରସାଦ ପାଇ ଫେରିଥାନ୍ତି। ଏହିଦିନ ପୁରୀ ସହରର ପ୍ରାୟ ଅଧିକାଂଶ ପରିବାର ମହାପ୍ରସାଦ ସେବନ କରିଥାନ୍ତି। କିନ୍ତୁ ଏଥର କରୋନା ପାଇଁ ଏଥିରେ ବ୍ୟତିକ୍ରମ ଘଟିଛି। ବର୍ତ୍ତମାନ ଶ୍ରୀମନ୍ଦିର ଭିତରକୁ ଭକ୍ତ ଯାଉନାହାନ୍ତି। ତେଣୁ ଶୁକ୍ରବାର ମହାପ୍ରସାଦ ନେବା ପାଇଁ ଶହ ଶହ ଭକ୍ତ ଉତ୍ତର ଦ୍ୱାରରେ ଭିଡ଼ ଲଗାଇଥିଲେ। ପୂର୍ବରୁ ଅର୍ଡର ପାଇଥିବା ଅନୁସାରେ ସୁଆର ସେବକମାନେ ସେମାନଙ୍କୁ ଆଣି ଉତ୍ତର ଦ୍ୱାରରେ ମହାପ୍ରସାଦ ଦେଉଥିଲେ। ସେହିପରି କେତେଜଣ ବୋଝିଆ ବି ଶ୍ରଦ୍ଧାଳୁଙ୍କ କହିବା ମୁତାବକ ଆନନ୍ଦ ବଜାରରୁ ମହାପ୍ରସାଦ ଆଣି ଯୋଗାଇ ଦେଉଥିଲେ। ଏଥିପାଇଁ ଗହଳି ଏମିତି ହୋଇଥିଲା ଯେ, ଅପରାହ୍ନ ୧ଟାରୁ ପ୍ରାୟ ଦୁଇଘଣ୍ଟା ଧରି ଉତ୍ତର ଦ୍ୱାର ସମ୍ମୁଖ ରାସ୍ତା ଦେଇ ଯିବା ଅସମ୍ଭବ ହୋଇପଡ଼ିଥିଲା। ତେବେ ସବୁଠୁ ଉଦ୍‌ବେଗର ବିଷୟ ଯେ, ପୋଲିସ ଆଗରେ ସାମାଜିକ ଦୂରତ୍ୱକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଥିଲା। ପୋଲିସ ସତେ ଯେମିତି ହାତ ଟେକିଦେଇଥିଲା ବୋଲି ଚର୍ଚ୍ଚା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସକାଳେ ସ୍ତ୍ରୀଙ୍କ ସହ କଥା ହେଲେ ରାତିରେ ଆସିଲା ମୃତ୍ୟୁଖବର, ହାଇଦ୍ରାବାଦରେ କାମ କରୁକରୁ ଶିବା…

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ସମସ୍ୟା ଗମ୍ଭୀର ରୂପ ନେଇଛି। ପରିବାର ଚଳାଇବା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

Surya Grahan 2026: ଏହି ୫ରାଶିଙ୍କ ଜୀବନରେ ଆସିବ ବଡ଼ ପ୍ରଳୟ! ଧନହାନୀ ସହ ପ୍ରେମ ସମ୍ପର୍କରେ ପଡିବ ଭଟ୍ଟା…

ଧାର୍ମିକ ଓ ଖଗୋଳୀୟ ଦୃଷ୍ଟିକୋଣରୁ ଆଜିର ଦିନଟି ବହୁତ ଖାସ୍, କାରଣ ଆଜି ଅର୍ଥାତ୍ ୧୨ ଅଗଷ୍ଟ ୨୦୨୬ ରେ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି।…

ମୌଳିକ ସୁବିଧାରୁ ବଞ୍ଚିତ ସିଆଲପଡ଼ାବାସୀ: ଯାତାୟାତ ନେଇ ବଢୁଛି ଚିନ୍ତା

କର୍ଲାମୁଣ୍ଡା,୧୨।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ଯୋରାଡବରା ଗ୍ରାମ ପଞ୍ଚାୟତର କୁଶୁର୍ଲା ରାଜସ୍ବ ଗ୍ରାମର ହାମଲେଟ ହେଉଛି ସିଆଲପଡ଼ା। ତେବେ ପଡ଼ାର ରାସ୍ତାର ଅବସ୍ଥା…

୨୦୦୦ ଟଙ୍କା ପାଇଁ ମା’ଙ୍କୁ ରାସ୍ତା ମଝିରେ ଘୋଷାଡ଼ି ପିଟିଲେ ପୁଅ: ପୋଲିସ ପହଞ୍ଚିବାରୁ ମା’ ଯାହା କହିଲେ ପାଦତଳୁ ଖସିଯିବ ମାଟି

ଜବଲପୁର,୧୨।୮:କଥାରେ ଅଛି, ମା’ ପରି ଦୁନିଆରେ କେହି ନାହିଁ। ଛୁଆ ଯେତେ ବିପଥଗାମୀ ହେଲେ ମଧ୍ୟ, ଜଣେ ମା’ ପାଇଁ ସେ ସବୁବେଳେ ଭଲ ହୋଇଥାଏ। ଏହାର…

ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ ହାତୀପଲ

ପାଟଣା,୧୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ବିଷ୍ଣୁପୁର ଗାଁରେ ଦୋଳଗୋବିନ୍ଦ ମିଶ୍ରଙ୍କ ଘର ଭାଙ୍ଗିବା ପରେ ପାଟଣା ସେକ୍ସନ ଅନ୍ତର୍ଗତ ମଲ୍ଲିପୋଷି ବିଟ୍‌ର…

କଳାହାଣ୍ଡିରେ ଲଜ୍ଜା: ପ୍ରାର୍ଥନା ବାହାନାରେ ନେଇ ମହିଳାଙ୍କୁ ବଳାତ୍କାର କଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପାଷ୍ଟିକୁଡି ଅଞ୍ଚଳରୁ ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି। ପ୍ରାର୍ଥନା ବାହାନାରେ ଜଣେ ଗର୍ଭବତୀ ମହିଳାଙ୍କୁ…

ରକ୍ଷାବନ୍ଧନରେ ଲାଗିବ ଚନ୍ଦ୍ରଗ୍ରହଣ: ଏହି ୩ ରାଶିଙ୍କ ଉପରେ ବଡ଼ ସଙ୍କଟ! ଜାଣନ୍ତୁ ଅଶୁଭ ପ୍ରଭାବରୁ ବଞ୍ଚିବାର ଉପାୟ

୨୭ ଅଗଷ୍ଟରେ ଶ୍ରାବଣ ପୂର୍ଣ୍ଣିମାର ଆରମ୍ଭ ସକାଳ ୯ଟା ୮ ମିନିଟରେ ହେବ। ଏହାର ସମାପ୍ତି ୨୮ ଅଗଷ୍ଟ ରାତି ୯ଟା ୪୮ ମିନିଟରେ ହେବ। ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri