Posted inଫୁରସତ

ଅନ୍‌ଲାଇନ୍‌ ଶିକ୍ଷାଦାନକୁ ନେଇ ଶିକ୍ଷୟିତ୍ରୀଙ୍କ ଅଭିନବ ପ୍ରୟାସ, ଲୋକେ କରୁଛନ୍ତି ପ୍ରଶଂସା

କରୋନା ମହାମାରୀ ଯୋଗୁ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ବନ୍ଦ ରହିଛି। ତେଣୁ ଶିକ୍ଷୟିତ୍ରୀ/ଶିକ୍ଷକମାନେ ପିଲାମାନଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ଦେଉଛନ୍ତି। କେଉଁଠି ଇଣ୍ଟର୍‌ନେଟ୍‌ ଗତି କମ୍‌ ରହୁଛି ତ ଆଉ କେଉଁଠି ବ୍ଲାକବୋର୍ଡରେ ଗଣିତ, ବିଜ୍ଞାନ ଭଳି କଠିନ ବିଷୟ ପଢ଼ାଇବାରେ ଶିକ୍ଷୟିତ୍ରୀ ଶିକ୍ଷକ ବଦ୍ଧପରିକର। ଏଭଳି ପରିସ୍ଥିତିରେ ଜଣେ ଶିକ୍ଷୟିିତ୍ରୀ ହ୍ୟାଙ୍ଗର, ଚେୟାର, ଡ୍ରେସ୍‌ କ୍ଲିପିଂରୁ ଅନ୍‌ଲାଇନ୍‌ ଶ୍ରେଣୀ ପାଇଁ ଏକ ଟ୍ରାଇପଡ୍‌ ତିଆରି କରିଛନ୍ତି। ଯାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଶେୟାର ହୋଇଥିବା ଫଟୋକୁ ଲୋକେ ବେଶ୍‌ ପସନ୍ଦ କରିଛନ୍ତି।
ଟୁଇଟରରେ ଏକ ଫଟୋ ଶେୟାର କରି ଭାରତୀୟ ବନ ସେବା ଅଧିକାରୀ ସୁଦର୍ଶନ ରମଣ ଲେଖିଛନ୍ତି, ‘ଏହି ଫଟୋରେ ଅନେକ ସକାରାତ୍ମକତା ଏବଂ ଆଶା ଅଛି। ରସାୟନ ବିଜ୍ଞାନର ଏହି ଶିକ୍ଷୟିତ୍ରୀଙ୍କ ପ୍ରତିବଦ୍ଧତା ଦେଖନ୍ତୁ। ପ୍ରାୟ ଏକ ସପ୍ତାହ ପୂର୍ବରୁ ଶିକ୍ଷୟିତ୍ରୀ ମୌମିତା ବି ଏହି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ। ସେ ଲେଖିଛନ୍ତି, ‘ମୋ’ ପାଖରେ ଟ୍ରାଇପଡ୍‌ ନ ଥିବାରୁ ମୁଁ ମୋ’ ଘରୁ ଅନ୍‌ଲାଇନ୍‌ କ୍ଲାସ ନେବାକୁ ଏକ ଅଭିନବ ପ୍ରୟାସ କରିଥିଲି।
ସେ ନିଜ ଫୋନ୍‌କୁ ଏକ ହ୍ୟାଙ୍ଗରରେ ବାନ୍ଧି ରଖିଥିଲେ। ଏହାକୁ ଦଉଡ଼ି ସାହାଯ୍ୟରେ ଏକ ପ୍ଲାଷ୍ଟିକ ଚେୟାର ଏବଂ ଛାତରେ ବାନ୍ଧି ଟ୍ରାଇପଡ୍‌ ପ୍ରସ୍ତୁତ କଲେ। ତାଙ୍କର ଏହି ଭିଡିଓ ଲିଙ୍କ୍‌ଦିନ୍‌ରେ ଭାଇରାଲ ହୋଇଛି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୬୦୦ରୁ ଅଧିକ ଲୋକ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି।
ଜଣେ ୟୁଜର ଲେଖିଛନ୍ତି, ମାଡାମ୍‌, ଏହା ଦେଖି ଆମେ ବୁଝିଗଲୁ ଯେ, ସମ୍ବଳ ସବୁ ସମସ୍ୟାର ସମାଧାନ କରେ ନାହିଁ । ଯଦି ଆମର ଏହା କରିବାକୁ ପ୍ରେରଣା ଅଛି, ତେବେ ସମସ୍ୟା ନିଜେ ସମାଧାନ କରିପାରିବେ। ଶିକ୍ଷୟିତ୍ରୀ ମୌମିତା ଏଥିରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେ ମୋର ଏକମାତ୍ର ଉଦ୍ଦେଶ୍ୟ ଥିଲା ଶ୍ରେଣୀଗୃହ ପରିବେଶ ସୃଷ୍ଟି କରିବା। ଯାହାଦ୍ୱାରା ବୋର୍ଡ ଛାତ୍ରୀଛାତ୍ରଙ୍କୁ ଭଲଭାବେ ଦେଖାଯିବ। ଫଳରେ ସେମାନେ ଉପକୃତ ହୋଇପାରିବେ।
ଟୁଇଟର୍‌ରେ ମଧ୍ୟ ଶିକ୍ଷୟିତ୍ରୀଙ୍କ ଏଭଳି ପ୍ରୟାସକୁ ଖୁବ୍‌ ପ୍ରଶଂସା କରାଯାଉଛି। ଜଣେ ୟୁଜର ଲେଖିଛନ୍ତି, ‘ମୁଁ ଜାଣେନା ଏହା କେଉଁଠାରେ ଘଟିଛି ଏବଂ କିଏ ଏହା କରିଛି। କିନ୍ତୁ ଏହି ଫଟୋ ମୋ’ ଆଖି ଖୋଲିଦେଇଛି। ଜଣେ ଶିକ୍ଷୟିତ୍ରୀ ଏପରି ଅନ୍‌ଲାଇନ୍‌ କ୍ଲାସ ନେବା ସ୍ବାଗତଯୋଗ୍ୟ। ସେହିପରି ବହୁ ୟୁଜର ଶିକ୍ଷୟିତ୍ରୀଙ୍କ ଏଭଳି ଶିକ୍ଷାଦାନକୁ ଢେର୍‌ ପ୍ରଂଶସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri