Home

ରାଜଧାନୀରେ ରାଜମିସ୍ତ୍ରୀଙ୍କୁ କାଠଫାଳିଆରେ ପିଟି ହତ୍ୟା: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ରାଜଧାନୀର ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ ପଛପଟ ବସ୍ତିରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ରାଜମିସ୍ତ୍ରୀ ରାହାସ ବେହେରା। ପୋଲିସ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ସନାତନ ମୁଣ୍ଡାଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ଗୁରୁବାର…

ପୂର୍ବତନ ବିଧାୟକଙ୍କ ଅଜବ ଦାବି: ହନୁମାନ ଚାଳିଶା ପଢିଲେ କରୋନା ସଙ୍କଟରୁ ମିଳିବ ମୁକ୍ତି

ଭୋପାଳ,୧୨।୬: ମଧ୍ୟପ୍ରଦେଶର ସେହୋର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମେଶ ସାକ୍ସେନା କରୋନା ସମ୍ପର୍କରେ ଅଜବ ଦାବି କରିଛନ୍ତି। କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ରମେଶ କହିଛନ୍ତି ଯେ, କରୋନା ପାଇଁ ଡାକ୍ତରୀ ବିଜ୍ଞାନରେ କୌଣସି ଔଷଧ ଏପର୍ଯ୍ୟନ୍ତ ଉପଲବ୍ଧ…

CORONAVIRUS UPDATE: ରାଜ୍ୟରେ ପୁଣି ୧୧୨ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮ରେ ପହଞ୍ଚିଲା

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଆଉ ୧୧୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୦୭ ଜଣ କ୍ୱାରାଣ୍ଟାଇନ୍‌…

ରତନ ଲାଲ୍‌ଙ୍କୁ ମିଳିଲା ବିଶ୍ୱ ଖାଦ୍ୟ ପୁରସ୍କାର ସମ୍ମାନ

ଓ୍ବାଶିଂଟନ୍‌,୧୨।୬: ଭାରତୀୟ ମୂଳର ମୃତ୍ତିକା ବୈଜ୍ଞାନିକ ରତନ ଲାଲଙ୍କୁ ଚଳିତବର୍ଷ ବିଶ୍ୱ ଖାଦ୍ୟ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ଗୁରୁବାର ଏହି ଘୋଷଣା କରାଯାଇଛି। ମୃତ୍ତିକା ସଂରକ୍ଷଣ ପାଇଁ ଗତ ପାଞ୍ଚ ଦଶନ୍ଧି ଧରି ସେ କରିଥିବା ଉଦ୍ୟମ…

ପୋଲିସ କ୍ୟାଣ୍ଟିନରେ ମହିଳାଙ୍କୁ ଗଣବଳାତ୍କାର, ହତ୍ୟା ମାମଲା: ଏସ୍‌ପିଙ୍କୁ ରିପୋର୍ଟ ମାଗିଲେ ମହିଳା କମିଶନ

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ମାଲକାନଗିରି ସଦର ମହକୁମା ପୋଲିସ କ୍ୟାଣ୍ଟିନରେ ଜଣେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ରାଜ୍ୟ ମହିଳା କମିଶନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାର ତଦନ୍ତ ରିପୋର୍ଟ ତୁରନ୍ତ ଦେବାକୁ ମାଲକାନଗିରି ଏସ୍‌ପିଙ୍କୁ ରାଜ୍ୟ ମହିଳା…

ମହାରାଷ୍ଟ୍ର କ୍ୟାବିନେଟ୍‌ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ କରୋନା ଆକ୍ରାନ୍ତ

ମୁମ୍ବାଇ,୧୨।୬: ମହାରାଷ୍ଟ୍ରର ପୁଣି ଜଣେ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନସିପିର ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମୁଣ୍ଡେଙ୍କ ବ୍ୟତୀତ ତାଙ୍କ ଡ୍ରାଇଭର ଏବଂ ରୋଷେୟା ମଧ୍ୟରେ ସଂକ୍ରମିତ ହୋଇଛନ୍ତି। ଗତ…

ବେଆଇନ ଗୋ’ ଚାଲାଣ: ପୋଲିସର ଚଢ଼ାଉ, ୩ ଅଟକ

ଚୌଦ୍ୱାର,୧୨ା୬(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ପୌରପାଳିକାର ୨ ନମ୍ବର ଓ୍ବାର୍ଡ ସୁଲତାନ ନଗରଠାରେ ବେଆଇନ ଗୋରୁଚାଲଣ ରାକେଟକୁ ଠାବ କରିଛି ପୋଲିସ। ଆଜକୁ ଦୀର୍ଘଦିନ ହେବ ଚୌଦ୍ୱାରୁ ଭଦ୍ରକ, କୋଲକାତା ଓ ଅନ୍ୟ ଅଞ୍ଚଳକୁ ବାରମ୍ବାର ଗୋରୁ ଚାଲାଣ…

ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ କୋମଣ୍ଡ ପଞ୍ଚାୟତକୁ ୭୨ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ଓଡ଼ଗାଁ,୧୨ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଓ ତହସିଲ କୋମଣ୍ଡ ପଞ୍ଚାୟତରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ସରପଞ୍ଚ ସୁଶାନ୍ତ କୁମାର ଦଳେଇ ଜିଲାପାଳ କ୍ଷମତା ପ୍ରୟୋଗ କରି ୭୨ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ…

ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୧୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ୩୯୬ ମୃତ

ନୂଆଦିଲ୍ଲୀ,୧୨।୬ : ମହାମାରୀ କରୋନା ଶୁକ୍ରବାର ଭାରତରେ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୫୩୫ ହୋଇଛି । ସେହପରି…

ମୌସୁମୀ ଓଡ଼ିଶା ଛୁଇଁବା ପରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ଗତକାଲି ମାଲକାନଗିରି ଓ କୋରାପୁଟ ଜିଲାକୁ ମୌସୁମୀ ଛୁଇଁଥିବା ବେଳେ ଆଜି ଉପକୂଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି।…

ଏକଦିବସୀୟ କ୍ରିକେଟରରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ବୋଲର

କ୍ରିକେଟରେ ହ୍ୟାଟ୍ରିକ୍‌ ନେବା ସବୁ ବୋଲରଙ୍କଙ୍କ ସ୍ବପ୍ନ ଥାଏ। ଏକଦିବସୀୟ କ୍ରିକେଟରେ ଏପର୍ଯ୍ୟନ୍ତ ୪୯ଟି ହ୍ୟାଟ୍ରିକ ହୋଇଛି। ପ୍ରଥମ ହ୍ୟାଟ୍ରିକ ବେଶ୍‌ ରୋଚକ ଥିଲା। ସାଧାରଣତଃ ବେଲାରମାନେ ହ୍ୟାଟ୍ରିକ୍‌ ନେଲେ ସେହି ମୁହୂର୍ତ୍ତରେ ଖୁସି ହୋଇଥାନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ…

ବଂଶୀବାଦକ ଅଭିରାମ: ବଂଶୀର ସୁରକାର ସେ, କାରିଗର ବି

କଟକ ଅଫିସ,୧୧ା୬: ଖଣ୍ଡେ ବାଉଁଶରୁ ବଂଶୀ ତିଆରି କରିପାରନ୍ତି ଆଉ ସେଥିରେ ଅପୂର୍ବ ସୁର ବି ତୋଳି ଧରନ୍ତି ସେ। ଦେଶବିଦେଶରେ ବଂଶୀ ପାଇଁ ଖ୍ୟାତି ଅର୍ଜିଥିବା ଯେଉଁ ହାତଗଣତି ପ୍ରତିଭା ଓଡ଼ିଶାରେ ରହିଛନ୍ତି, ସେମାନଙ୍କ ଭିତରୁ ବଂଶୀବାଦକ ଅଭିରାମ ନନ୍ଦଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?