Home

ମାସ୍କ ନ ପିନ୍ଧି ଜରିମାନା ଗଣିଲେ

ଖୋର୍ଦ୍ଧା ଅଫିସ,୧୪ା୪: ଲକଡାଉନ ବେଳେ ସାମାଜିକ ଦୂରତା ରକ୍ଷା ସହ ବାହାରକୁ ଆସିଲେ ମାସ୍କ ପିନ୍ଧିବାକୁ ସରକାର ଗତ ୯ତାରିଖରୁ ବାଧ୍ୟତାମୂଳକ କରିଛନ୍ତି। ତଥାପି କେତେଜଣ ଅମାନିଆ ଏହାକୁ ବେଖାତିର କରି ବିନା ମାସ୍କରେ ବୁଲୁଛନ୍ତି। ସୋମବାର ଏଭଳି ଅମାନିଆଙ୍କୁ ସାବାଡ…

୫୦ ସ୍ବାବ୍‌ ପରୀକ୍ଷା ପାଇଁ ପଠାଗଲା

ଖୋର୍ଦ୍ଧା ଅଫିସ,୧୪ା୪: ଖୋର୍ଦ୍ଧା ଜିଲାର ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନକୁ ବାଦ୍‌ ଦେଇ ସୋମବାର ସୁଦ୍ଧା ୪୦୨ ଜଣଙ୍କ ସ୍ବାବ ନମୁନା ପରୀକ୍ଷା ଲାଗି ଭୁବନେଶ୍ୱର ପଠାଯାଇଛି। ତନ୍ମଧ୍ୟରେ ଖୋର୍ଦ୍ଧାରୁ ୨୦, ଟାଙ୍ଗିରୁ ୫, ବୋଲଗଡରୁ ୬, ବାଳକାଟୀରୁ ୪, ବାଣପୁରରୁ ୧୫…

ଅନ୍‌ଲାଇନ ପାଠପଢ଼ା ବେଳେ ଅଶ୍ଳୀଳ ଭିଡିଓ

କଟକ ଅଫିସ୍‌,୧୪ା୪: ଲକ୍‌ଡାଉନ୍‌ ଚାଲିଥିବା ଯୋଗୁ ସ୍କୁଲ, କଲେଜ ବନ୍ଦ ରହିଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ତରଫରୁ ନିଜ ଉଦ୍ୟମରେ ଅନ୍‌ଲାଇନ୍‌ରେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଯାଉଛି। ସୋମବାର କଟକର ଏକ ଘରୋଇ ସ୍କୁଲ ପକ୍ଷରୁ ଅନ୍‌ଲାଇନ୍‌ରେ ପାଠପଢ଼ା ଚାଲିଥିବା ବେଳେ କିଛି ସମୟ…

୨ ଦିନରେ ୧୯ଶହ ଗାଡ଼ି ଜବତ

କଟକ ଅଫିସ୍‌,୧୪ା୪: ଲକ୍‌ଡାଉନ୍‌ କଟକଣାକୁ କଟକ ସହରରେ ପୁଣି ଥରେ ଖୋଲାଖୋଲି ଉଲ୍ଲଂଘନ ଆରମ୍ଭ ହୋଇଛି। ନିୟମିତ ଭାବେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ଏଥିରେ କିଛି ମାତ୍ରାରେ ଅଙ୍କୁଶ ଲାଗିଥିଲା । ଏବେ ଦୁଇ ଦିନ ହେଲା କଟକଣାକୁ ନ ମାନି…

ପିଏମ୍‌ କେୟାର୍ସ ଫଣ୍ଡକୁ ଦାନ

କଟକ ଅଫିସ୍‌,୧୪ା୪: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦାରା ଗଠିତ ପିଏମ୍‌ କେୟାର୍ସ ଫଣ୍ଡକୁ ଜଣେ ପୂଜକ ୪୧୦୦ ଟଙ୍କା ପ୍ରଦାନ କରିଛନ୍ତି। ସେ ହେଲେ ଉରାଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଠସାହି ଗ୍ରାମରେ ଥିବା ଲୋକନାଥ ମନ୍ଦିରର ପୂଜକ ତଥା ସାଧୁ…

ଅଗ୍ନିକାଣ୍ଡରେ ୨ ବଖରା ଜଳିଗଲା

ନିମାପଡା,୧୪ା୪(ଡି.ଏନ.ଏ.): ନିମାପଡା ଥାନା ଅନ୍ତର୍ଗତ ହରିଶପୁର ନିକଟସ୍ଥ ଚିଙ୍ଗୁଡିଆକଣ୍ଟା ଗାଁରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡରେ ୨ ବଖରା ପୋଡି ଯାଇଛି। ଏଥିରେ ଗୃହକର୍ତ୍ତା କାର୍ତ୍ତିକେଶ୍ୱର ବେହେରାଙ୍କ ସହ ତାଙ୍କ ୨ଟି ଗାଈ ପୋଡି ଗୁରୁତର ହୋଇଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀ…

ଭକ୍ତଙ୍କ ବିନା ହେଲା ପୂଜାର୍ଚ୍ଚନା

ପୁରୀ ଅଫିସ,୧୪ା୪: ଶ୍ରୀକ୍ଷେତ୍ରରେ ପାଳିତ ହୋଇଯାଇଛି ପବିତ୍ର ମହାବୀର ଜୟନ୍ତୀ ତଥା ମହାବିଷୁବ ସଂକ୍ରାନ୍ତି। ଓଡ଼ିଆ ନବବର୍ଷକୁ ସ୍ବାଗତ କାର୍ଯ୍ୟକ୍ରମ ଚଳିତବର୍ଷ ଫିକା ପଡ଼ିିଥିଲା। ସବୁ ମନ୍ଦିରରେ ଦେବଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। କିନ୍ତୁ ନ ଥିଲେ ଭକ୍ତ। ଅର୍ଥାତ୍‌ କୌଣସି ମନ୍ଦିର…

ଆଜିଠୁ ବସ୍ତିବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): ଭୁବନେଶ୍ୱରରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ଏହି କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ରାଜଧାନୀର ୩୭୦ ଅଙ୍ଗନଓ୍ବାଡି କେନ୍ଦ୍ରର ତଥ୍ୟ ଅନୁସାରେ ବସ୍ତିରୁ ବସ୍ତି ବୁଲି…

ଶ୍ରୀଲିଙ୍ଗରାଜ ମାର୍କେଟରେ ସାମାଜିକ ଦୂରତ୍ୱ ଅମାନ୍ୟ

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): କରୋନା ସଂକ୍ରମଣକୁ ଏଡ଼ାଇବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଲୋକଙ୍କୁ ସଚେତନ କରିବାରେ ଲାଗିପଡିଛି। ହେଲେ ହାଟଗୁଡିକରେ ସାମାଜିକ ଦୂରତ୍ୱକୁ ବ୍ୟବସାୟୀ ଓ ଲୋକେ ଅମାନ୍ୟ କରି ଗହଳି କରୁଛନ୍ତି। ବିଏମ୍‌ସି ରାଜଧାନୀର ମୁଖ୍ୟ ହାଟକୁ ୬୮ ଭାଗରେ ବିଭକ୍ତ…

କରୋନା ପାଇଁ କମିଲା ବିଏମ୍‌ସିର ରାଜସ୍ବ

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ରାଜସ୍ବ ଆଦାୟ ଲକ୍ଷ୍ୟ ଅପେକ୍ଷାକୃତ ହ୍ରାସ ପାଇଛି। ବିଏମ୍‌ସି ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୫୦ କୋଟିର ରାଜସ୍ବ ଲକ୍ଷ୍ୟ ରଖିଥିଲା। ହେଲେ ରାଜସ୍ବ ୧୦୦ କୋଟି…

ବୌଦ୍ଧରେ କୋଭିଡ୍‌ ହେଲ୍‌ଥ କେୟାର ସେଣ୍ଟର

ବୌଦ୍ଧ,୧୩।୪(ସ୍ବ.ପ୍ର): ବୌଦ୍ଧ ପୁରଣା ଜେଲଠାରେ ନୂତନ ଭାବେ କୋଭିଡ୍‌-୧୯ ହେଲ୍‌ଥ କେୟାର ସେଣ୍ଟର ସୋମବାର ଉଦ୍‌ଘାଟିତ ହୋଇଛି । ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏହି ସେଣ୍ଟରର ଉଦ୍‌ଘାଟନ କରିଥିଲେ । ଏହି ହେଲ୍‌ଥ କେୟାର ସେଣ୍ଟରରେ ୧୨୦ଟି ନୂତନ ଶଯ୍ୟା ରହିଛି…

ପଣା ପିଇ ୨୬ ଅସୁସ୍ଥ

ଭଣ୍ଡାରିପୋଖରୀ,୧୩ା୪(ଡ଼ି.ଏନ୍‌.ଏ)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ପିରିପୁର ମହୁରା ଗ୍ରାମରେ ସୋମବାର ପଣା ପିଇ ୨୬ ଜଣ ଅସୁସ୍ଥ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥମାନଙ୍କ ମଧ୍ୟରେ ୧୮ ଜଣ ଶିଶୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri