Home

କରୋନା ସଂକ୍ରମଣରୁ ମୁକ୍ତ ହେଲେ ଇଧି ଫାଉଣ୍ଡେଶନର ମୁଖ୍ୟ

ଇସ୍‌ଲାମାବାଦ,୭।୫: ପାକିସ୍ତାନରେ ଥିବା ଇଧି ଫାଉଣ୍ଡେଶନର ମୁଖ୍ୟ ଫୈଜଲ ଇଧି କରୋନା ସଂକ୍ରମଣରୁ ମୁକ୍ତ ହୋଇଥିବା ଜଣାପଡିଛି। ଗତ ମାସରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଏବେ ପ୍ରଥମଥର ଲାଗି ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏହାପରେ ଆଉ…

ଅଡୁଆ କରୁଛି ୧୨ ଘଣ୍ଟିଆ କର୍ଫ୍ୟୁ କଟକଣା

ଭଦ୍ରକ ଅଫିସ,୭।୫: ଭଦ୍ରକରେ ଏବେ ପରିବା ଚାଷୀ, ମାଛ ଚାଷୀ ତଥା ଅନ୍ୟାନ୍ୟ ବ୍ୟବସାୟୀଙ୍କୁ ସରକାରୀ କଟକଣା ଅଡୁଆ କରୁଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜାରି ହୋଇଥିବା କର୍ଫ୍ୟୁ କଟକଣା ଯୋଗୁ ଚାଷୀ ଓ…

ମେ ୧୩ରେ ଶପଥ ନେବେ ନେତାନ୍ୟାହୁ

ଜେରୁଜେଲମ୍‌,୭।୫: ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ଭାବେ ବେଞ୍ଜାମିନ୍‌ ନେତାନ୍ୟାହୁ ମେ ୧୩ରେ ଶପଥ ନେବେ। ତାଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ କରାଯାଇଥିବା ଏକ ଆବେଦନକୁ ସ୍ଥାନୀୟ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଏହା ସହିତ ତାଙ୍କୁ ସରକାର ଗଠନ ଲାଗି ଅନୁମତି ପ୍ରଦାନ…

CORONAVIRUS UPDATE: ଗଞ୍ଜାମରେ କରୋନା ପଜିଟିଭ୍‌ ୨୧କୁ ବୃଦ୍ଧି, ସମସ୍ତେ ସୁରଟ ଫେରନ୍ତା; ଜିଲାପାଳ

ଛତ୍ରପୁର, ୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଗୁରୁବାର ପୁଣି ୧୭ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୪ଜଣଙ୍କଠାରେ କରୋନା ପଜିଟିଭ୍‌ ମିଳିଥିବା ବେଳେ ବର୍ତ୍ତମାନ ଏହି ପଜିଟିଭ୍‌ ସଂଖ୍ୟା ୨୧ରେ ପହଞ୍ଚିଛି। ଗୁରୁବାର ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।…

କେମିକାଲ ପ୍ଲାଣ୍ଟ ଗ୍ୟାସ ଲିକ୍‌ ମାମଲା: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୭।୫: ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ହୋଇଥିବା ଗ୍ୟାସ ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ସହ କଥା ହୋଇଛନ୍ତି। ଏହାସହ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ନ୍ୟାଶନାଲ…

ପୃଥିବୀ ନିକଟରେ ଥିବା ବ୍ଲାକ୍‌ ହୋଲ୍‌ର ମିଳିଲା ସନ୍ଧାନ

ଓ୍ବାଶିଂଟନ,୭।୫: ପୃଥିବୀ ନିକଟରେ ଥିବା ଏକ ବ୍ଲାକ୍‌ ହୋଲ୍‌ର ସନ୍ଧାନ ମିଳିଛି। ଏହା ପୃଥିବୀଠାରୁ ପ୍ରାୟ ୧୦୦୦ ଆଲୋକ ବର୍ଷ ଦୂରରେ ରହିଛି ବୋଲି ୟୁରୋପିଆନ୍‌ ମାହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏହା ବ୍ୟାସ ୪୦ କିଲୋମିଟର ବୋଲି ଅନୁମାନ କରାଯାଉଛି।…

କରୋନାର କରୁଣ ଦୃଶ୍ୟ: ମୃତଦେହ ଥିବା ବେଡ୍‌ ନିକଟରେ ଶୋଇ ଚିକିତ୍ସିତ ହେଉଛନ୍ତି ସଂକ୍ରମିତ

ମୁମ୍ବାଇ,୭।୫:ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହେଉଛି। ଫଳରେ ମୃତଦେହ ରହିଥିବା ଓ୍ବାର୍ଡରେ ମଧ୍ୟ ସଂକ୍ରମିତଙ୍କୁ ଚିକିତ୍ସା କରାଯାଉଛି। ଏଭଳି ଏକ…

୪୩ ଦିନରେ ପହଞ୍ଚିଲା ରନ୍ଧା ଖାଦ୍ୟ ବଣ୍ଟନ ପ୍ରକ୍ରିୟା

ଭଦ୍ରକ ଅଫିସ,୭।୫: ଦୀର୍ଘ ୪୩ ଦିନ ଧରି ରୋଟାରୀ କ୍ଲବ ମିଡ୍‌ଟାଉନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଜାରି ରହିଛି। ଗୁରୁବାରଠାରୁ ଏଣିକି ଜାତୀୟ ରାଜପଥରେ ଚାଲି ଚାଲି ଘରକୁ ଫେରୁଥିବା ଲୋକଙ୍କୁ ଅଟକାଇ ରନ୍ଧା…

ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ଭଦ୍ରକ ଅଫିସ,୭।୫: ଦେଶରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ଏହି ରୋଗର ନିରାକରଣ ସହାୟତା ପାଇଁ ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ…

ଲକ୍‌ଡାଉନ୍‌ ପରେ କାର୍ଯ୍ୟରେ ଯୋଗଦେବାକୁ ଚାହାନ୍ତି ୯୩% କର୍ମଚାରୀ: ୫୯% ସ୍ବାସ୍ଥ୍ୟ ସଚେତନକୁ ଦେଉଛନ୍ତି ଗୁରୁତ୍ୱ

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଆଶଙ୍କା ଯୋଗୁ ଗତ ମାର୍ଚ୍ଚ ୨୫ରୁ ସାରାଦେଶରେ ଲକ୍‌ଡାଉନ ଜାରି ରହିଛି। ଏହା ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଲକ୍‌ଡାଉନ ଯୋଗୁ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ପ୍ରାୟ ସବୁ ଅନୁଷ୍ଠାନ ବନ୍ଦ ରହିଛି। କର୍ମକ୍ଷେତ୍ର ଏକପ୍ରକାର…

ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ

ଛେଣ୍ଡିପଦା,୭।୫(ସ୍ବ.ପ୍ର.): ଅନୁଗୋଳ ଜିଲା ନିଶା ଥାନା ଅନ୍ତର୍ଗତ ଛେଣ୍ଡିପଦା ଅନୁଗୋଳ ଯାଇଥିବା ୬୩ନଂ ରାଜ୍ୟ ରାଜପଥରେ ଗୁରୁବାର ସକାଳେ ଭାରସାମ୍ୟ ହରାଇ ଏକ ୧୦୮ ଆମ୍ବୁଲାନ୍ସ ଓଲଟିପଡିଛି। ଏହି ଦୁର୍ଘଟଣାରେ ରୋଗୀ, ସମ୍ପର୍କୀୟ ଓ ଗାଡି କର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା…

କେମିକାଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‌: ୮ ମୃତ, ୫ହଜାର ଅସୁସ୍ଥ

ବିଶାଖାପଟନମ,୭।୫: ଆନ୍ଧ୍ର ପ୍ରଦେଶର ଭାଇଜାକରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ଗ୍ୟାସ୍‌ ଲିକ୍‌ ହେବା ପରେ ସକାଳ ୧୦ଟା ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ହଜାର ଲୋକ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି। ମୃତକଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri