କରୋନା ଛଡ଼ାଉଛି ଆଘ୍ରାଣ କ୍ଷମତା

ପ୍ୟାରିସ,୭ା୭: ମହାମାରୀ କରୋନା ଯୋଗୁ ସାରା ବିଶ୍ୱବାସୀ ଦୁର୍ଦ୍ଦଶାରେ ଜିଉଁଛନ୍ତି। ଅଦ୍ୟାବଧି ୧.୧୬ କୋଟିରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବାବେଳେ ପ୍ରାୟ ୫ ଲକ୍ଷ ୪୦ ହଜାର ଲୋକଙ୍କ ଜୀବନଗଲାଣି। ହେଲେ ଯେଉଁମାନେ କରୋନାରୁ ଆରୋଗ୍ୟ ହେଉଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣ ଆନ୍ସୋମିଆ(ଗନ୍ଧ ଅନୁଭବ ନ କରିବା)ର ଶିକାର ହୋଇଛନ୍ତି। ସେମାନଙ୍କୁ ଆଘ୍ରାଣ କ୍ଷମତା ହରାଇବା ଭଳି ‘ଅଦୃଶ୍ୟ ଅକ୍ଷମତା’ ସହ ହିଁ ବଞ୍ଚତ୍ତ୍ବାକୁ ପଡ଼ିପାରେ। ଏହାର ପ୍ରକୃତ ଚିିକିତ୍ସା ନ ଥିବାରୁ ଏଭଳି ଅକ୍ଷମତା ସହ ଜିଇବା ମାନସିକସ୍ତରରେ କଷ୍ଟସାଧ୍ୟ ବୋଲି କରୋନା ପୀଡ଼ିତଙ୍କୁ ସାହାଯ୍ୟ ପାଇଁ ଗଠିତ ଫ୍ରାନ୍ସ ଗ୍ରୁପ୍‌ ‘ଆନ୍ସୋମିଆ.ଓଆରଜି’ର ସଭାପତି ଜିନ୍‌ ମାଇକେଲ ମେଲାର୍ଡ କହିଛନ୍ତି। ତାଙ୍କ କହିବାନୁଯାୟୀ, ‘ଆନ୍ସୋମିଆ ଗନ୍ଧ ବାରିବାର ଶକ୍ତିକୁ ସମାପ୍ତ କରିଦିଏ। ଏହା ଏକ ଯନ୍ତ୍ରଣା। ସକାଳ କଫିର ବାସ୍ନା, ସାବୁନ ଗନ୍ଧ କିଛି ବି ଅନୁଭବ କରିହେବ ନାହିଁ। ଆନ୍ସୋମିଆର ଶିକାର ବ୍ୟକ୍ତିମାନେ ଧୂଅଁା, ଗ୍ୟାସ୍‌ ଲିକ୍‌ କିମ୍ବା ଡଷ୍ଟବିନ୍‌ର ଦୁର୍ଗନ୍ଧକୁ ବାରିବାରେ ମଧ୍ୟ ଅସମର୍ଥ।
ଫ୍ରାନ୍ସ ରାଜଧାନୀ ପ୍ୟାରିସସ୍ଥିତ ଏକ ହସ୍ପିଟାଲର କାନ, ନାକ ଏବଂ ଗଳା ବିଶେଷଜ୍ଞ ଆଲାନ କୋରେ କୁହନ୍ତି, ଖାଇବା ସମ୍ପୂର୍ଣ୍ଣ ଭିନ୍ନ ଅନୁଭୂତି। ଖାଦ୍ୟର ସୁଗନ୍ଧ ଅନୁଭବ କରିବା ପରେ ଲୋକେ ଖାଦ୍ୟକୁ ପ୍ରଶଂସା କରିଥାନ୍ତି। କିନ୍ତୁ ଆନ୍ସୋମିଆ ହେତୁ ଏହା କରିପାରିବେ ନାହିଁ। ସେ କହିଛନ୍ତି, ଆନ୍ସୋମିଆ ହେବା ପଛରେ ନାସିକା ସଂକ୍ରମଣ, ମଧୁମେହ, କ୍ରୋନିକ ରାଇନାଇଟିସ୍‌, ଅଲଜାଇମର୍‌, ପାର୍କିନ୍‌ସନ୍ସ ଭଳି ଅନେକ କାରଣ ରହିଛି। ଏହି ତାଲିକାରେ ଏବେ କରୋନା ସଂକ୍ରମଣ ଯୋଡ଼ି ହୋଇଯାଇଛି। କୋରେ କହିଛନ୍ତି ଯେ, ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ ଆନ୍ସୋମିଆରୁ ମୁକ୍ତି ନ ମିଳିଲେ ତାହା ନିହାତି ଚିନ୍ତାଜନକ। କାରଣ ଏଭଳି ପରିସ୍ଥିତିର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ଅନେକ କରୋନା ରୋଗୀଙ୍କର ଓଲଫ୍ୟାକ୍ଟ୍ରି ନ୍ୟୁରନ୍ସଗୁଡ଼ିକ (ଯାହା ଗନ୍ଧ ଚିହ୍ନଟ କରେ) ନଷ୍ଟ ହୋଇଯାଏ। କିନ୍ତୁ ଭଲ ଖବର ହେଉଛି, ନାକ ପଛପଟେ ଥିବା ଏହି ନ୍ୟୁରନ୍ସଗୁଡ଼ିକ ପୁନରୁତ୍ପତ୍ତି ହେବାରେ ସକ୍ଷମ। ପ୍ୟାରିସ୍‌ର ଦୁଇଟି ହସ୍ପିଟାଲାରେ ଏଭଳି ମାମଲା ଉପରେ ଅଧିକ ଅଧ୍ୟୟନ ଚାଲିଛି। ଏକ କର୍ଟିସୋନ (ପ୍ରଦାହ ଓ ଆଲର୍ଜି ନିରାକରଣ ପାଇଁ ବ୍ୟବହୃତ ଜୀବରସ ବା ହରମୋନ) ଆଧାରିତ ଚିକିତ୍ସା ପ୍ରଭାବଶାଳୀ ପ୍ରମାଣିତ ହୋଇଛି ଏବଂ ସେଥିରୁ ଆଶା ସଞ୍ଚାର ହୋଇଛି ବୋଲି କୋରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri