ଓ୍ବାର୍ଡ ସଭ୍ୟାଙ୍କୁ ମାଡ଼ ମାରିବା ଘଟଣା: କାର୍ଯ୍ୟାନୁଷ୍ଠାନ ନ ହେବା ପ୍ରତିବାଦରେ ବ୍ଲକ ସମ୍ମୁଖରେ ଧାରଣା
ପଟ୍ଟାମୁଣ୍ଡାଇ,୧୮ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଖାରୁଣି ପଞ୍ଚାୟତର ୧ ନମ୍ବର ଓ୍ବାର୍ଡସଭ୍ୟା ପଦ୍ମାବତୀ ମଳିକଙ୍କୁ ସରପଞ୍ଚଙ୍କ ସ୍ବାମୀ ପ୍ରଶାନ୍ତ ମଳିକ ମେ’ ୨୯ରେ ମାଡ଼ ମାରିଥିଲେ । ଏଥିନେଇ ପଦ୍ମାବତୀ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେଇଥିଲେ। ସେହିପରି ଜନୈକା ବୃଦ୍ଧା…
ଏହି ମହିଳା କ୍ରିକେଟରଙ୍କୁ ବାଉନ୍ସର ମାରିବାକୁ ଚେତାବନୀ ଦେଇଥିଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ
ଦିନେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିବାହ ପସ୍ତାବ ଦେଇଥିବା ଇଂଲଣ୍ଡ ମହିଳା କ୍ରିକେଟ ଖେଳାଳି ଡାନିଏଲ୍ ଓ୍ବାଟ୍ ଏବଂ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥାଏ। ଏପରିକି ଉଭୟ ପ୍ରେମରେ…
ବଣାଇ ବିଧାୟକଙ୍କ ପିଏସ୍ଓଙ୍କ ଆତ୍ମହତ୍ୟା: ସର୍ଭିସ ରିଭଲଭର୍ରୁ ନିଜକୁ କଲେ ଗୁଳି
ବଣାଇଁ, ୧୮।୬(ସ୍ବ.ପ୍ର.)- ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଲହୁଣିପଡ଼ା ଥାନା ଅନ୍ତର୍ଗତ କୁର୍ଡା ଗ୍ରାମରେ ଥିବା ନିଜ ବାସଭବନରେ ଗୁରୁବାର ସକାଳୁ ଛାତ ଉପରକୁ ଯାଇ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି। ପ୍ରାଥମିକ ତଦନ୍ତରୁ ମୃତ୍ୟୁର କାରଣ ସ୍ପଷ୍ଟ…
ଦିଲ୍ଲୀ-ଏନ୍ସିଆରରେ କରୋନା ସ୍ଥିତିକୁ ନେଇ ଶାହାଙ୍କ ବଡ଼ ବୈଠକ
ନୂଆଦିଲ୍ଲୀ,୧୮।୬: ଦେଶରେ କେରାନା ଭାଇରସ୍ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହିକ୍ରମରେ ରାଜଧାନୀ ଦିଲ୍ଲୀ ମଧ୍ୟ ପଛରେ ପଡ଼ିନାହିଁ। ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। କରୋନା ମୁକାବିଲା ନେଇ…
ଓକିଲ, ମୋହରିର, ଅଭିଯୁକ୍ତଙ୍କଠାରେ କରୋନା ପଜିଟିଭ୍: ପୁରୀ କୋର୍ଟ, ଜିଲାପାଳଙ୍କ କାର୍ଯ୍ୟାଳୟ ବିଶୋଧନ
ପୁରୀ ଅଫିସ,୧୮ା୬ : ପୁରୀ ଜିଲା ସିଭିଲ୍ କୋର୍ଟ ପରିସରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି। ବୁଧବାର କୋର୍ଟ ସମେତ ଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ଏହାର ଆଖପାଖ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ…
ମହାନଦୀ ଗର୍ଭରେ ଠାବ ହୋଇଛି ଗୋପୀନାଥ ମନ୍ଦିର: ପୁନଃଉଦ୍ଧାର ସହ ସ୍ଥାନାନ୍ତରଣ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,୧୮।୬(ବ୍ୟୁରୋ): ନୟାଗଡ଼ ଜିଲା ଭାପୁର ବ୍ଲକ ପଦ୍ମାବତୀ ଗ୍ରାମ ମହାନଦୀ ଗର୍ଭରେ ଠାବ ହୋଇଥିବା ୫ଶହ ବର୍ଷ ତଳ ପ୍ରାଚୀନ ଗୋପୀନାଥ ମନ୍ଦିରର ପୁନଃଉଦ୍ଧାର ସହ ଏହାକୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଗୁରୁବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ…
ନୀରବତା ବି କହି ଦେଇଥାଏ ବହୁ କଥା: ସୁଶାନ୍ତ ସିଂଙ୍କ ମୃତ୍ୟୁରେ ଭାବୁକ ହେଲେ ବିଦ୍ୟୁତ୍ ଜାମଓ୍ବାଲ
ମୁମ୍ବାଇ, ୧୮।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଶୁଣିବାକୁ ମିଳୁଛି। ସୋସିଆଲ୍ ମିଡ଼ିଆରେ ବହୁ ୟୁଜର ନାନା ମନ୍ତବ୍ୟ ଦେଉଛନ୍ତି। ତେବେ ଦୁଇ ଦିନ ଧରି ଅଭିନେତା ବିଦ୍ୟୁତ୍ ଜାମଓ୍ବାଲ…
ସୁଶାନ୍ତଙ୍କ ସମ୍ମାନରେ ୩୪୦୦ ପରିବାରଙ୍କୁ ଭୋଜନ ଦେବେ ପ୍ରଗ୍ୟା
ମୁମ୍ବାଇ, ୧୮।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସୁଶାନ୍ତଙ୍କ ସହିତ ଅଭିଷେକଙ୍କ ପରିବାରର ଭଲ ସମ୍ପର୍କ ଥିଲା। ତେଣୁ ଅଭିଷେକଙ୍କ ସ୍ତ୍ରୀ ପ୍ରଗ୍ୟା କପୁର ସୁଶାନ୍ତଙ୍କ ସମ୍ମାନରେ…
ଗଞ୍ଜାମରେ ୧୩ କରୋନା ଯୋଦ୍ଧା ସମେତ ୫୬ ପଜିଟିଭ୍
ଛତ୍ରପୁର,୧୮ା୬(ଡି.ଏନ୍.): ଗଞ୍ଜାମ ଜିଲାରେ ଗୁରୁବାର ପୁଣି ୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୩ କରୋନା ଯୋଦ୍ଧା ଅଛନ୍ତି। ଏମାନେ ସମସ୍ତେ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୫କୁ ବୃଦ୍ଧି…
ମୌସୁମୀ ଆସିବାର ୭ ଦିନ ପୂର୍ବରୁ ଏହି ମନ୍ଦିରରୁ ମିଳିଥାଏ ସଙ୍କେତ, ଛାତରୁ ଅଚାନକ ଗଳେ ପାଣି
ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଉତ୍ତର ପ୍ରଦେଶର କାନପୁରରେ ଥିବା ଏକ ମନ୍ଦିରରେ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ। ଏଠାରେ ମୌସୁମୀ ପହଞ୍ଚିବା ପୂର୍ବରୁ ସଙ୍କେତ ମିଳିଯାଇଥାଏ। ମୌସୁମୀ ଆସିବାର ୭ ଦିନ ପୂର୍ବରୁ ମନ୍ଦିରର ଛାତରୁ…
ମାନସିକ ଚିକିତ୍ସା ପାଇଁ ଭାରତୀୟଙ୍କ ପାଖରେ ନାହିଁ ଟଙ୍କା
ନୂଆଦିଲ୍ଲୀ, ୧୮।୬: ପରିବର୍ତ୍ତିତ ଜୀବନ ଶୈଳୀରେ ବହୁ ଭାରତୀୟ ମାନସିକ ଅବସାଦ ଗ୍ରସ୍ତ ହୋଇଥାନ୍ତି। କେତେକ ଏହାର ଚିକିତ୍ସା ମଧ୍ୟ କରିଥାନ୍ତି। ଅପରପକ୍ଷରେ ଏହାର ଚିକିତ୍ସା ପାଇଁ ଲାଗୁ ଥିବା ଟଙ୍କାର ଅଭାବ ଯୋଗୁ ବହୁ ଲୋକ ନିଜର ସ୍ଥିତି ସହିତ…
ସିଙ୍ଗାପୁରରୁ ଆସିଲା ଖୁସି ଖବର: କରୋନା ସଂକ୍ରମଣ ରୋକିବାକୁ ସକ୍ଷମ ୫ ଆଣ୍ଟିବଡ଼ି
ସିଙ୍ଗାପୁର, ୧୮।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସିଙ୍ଗାପୁରରୁ ଖୁସି ଖବର ଆସିଛି। ଏଠାରେ କିଛି ବୈଜ୍ଞାନିକ ଲାବୋରେଟୋରିରେ ୫ ପ୍ରକାର ଆଣ୍ଟିବଡ଼ି ବିକଶିତ…
Archives


