ଅବ୍ୟବସ୍ଥାରେ ନ୍ୟାୟିକ ବ୍ୟବସ୍ଥା

ଭୁବନେଶ୍ୱର,୧୭।୮(ବ୍ୟୁରୋ): ଦେଶର ବିଭିନ୍ନ କୋର୍ଟରେ ବର୍ଷ ବର୍ଷ ଧରି ବିଚାରାଧୀନ ଅବସ୍ଥାରେ ମାମଲାଗୁଡିକ ପଡ଼ି ରହିଛି। ଉପଯୁକ୍ତ ଭିତ୍ତିଭୂମି ନ ଥିବାରୁ କୋର୍ଟ ପରିଚାଳନାରେ ଗୁରୁତର ବ୍ୟାଘାତ ସୃଷ୍ଟି ହେବା ସହ ନ୍ୟାୟ ପାଇବାରୁ ଲୋକେ ବଞ୍ଚତ୍ତ ହେଉଛନ୍ତି। ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ଏଠାରେ ନ୍ୟାୟିକ ବ୍ୟବସ୍ଥାରେ ନାନା ଅବ୍ୟବସ୍ଥା ରହିଥିବା ଏକ ଜାତୀୟସ୍ତରୀୟ ସର୍ଭେ ରିପୋର୍ଟରୁ ଜଣାପଡିଛି। ଯେଉଁଥିପାଇଁ ରାଜ୍ୟରେ ୧୪.୫୮ ଲକ୍ଷ ମାମଲା ବିଚାରାଧୀନ ଥିବାବେଳେ କେବଳ ନିମ୍ନ ଅଦାଲତରେ ୧୨.୯୮ ଲକ୍ଷ ମାମଲା ପଡ଼ି ରହିିଛି।
ଆଇନଗତ ନୀତି ଉପରେ କାର୍ଯ୍ୟ କରୁଥିବା ବିଧି ସେଣ୍ଟର ଫର୍‌ ଲିଗାଲ ପଲିସ ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟ ଅନୁସାରେ, ଓଡ଼ିଶାରେ ଏକାଧିକ କୋର୍ଟରେ ଦିବ୍ୟାଙ୍ଗଙ୍କ ପାଇଁ ପ୍ରତିବନ୍ଧକ ମୁକ୍ତ ପ୍ରବେଶ, ଗାଇଡ୍‌ ମାନଚିତ୍ର କିମ୍ବା ସାଇନେଜ ଅନୁପସ୍ଥିତି, ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରୁଥିବା ୱାଶ୍‌ରୁମ, ଇ-କେସ୍‌ ପ୍ରଦର୍ଶନ ବୋର୍ଡ ଏବଂ ସୁରକ୍ଷା ଯାଞ୍ଚ ଭଳି ମୌଳିକ ସୁବିଧା ନାହିଁ। ଓଡ଼ିଶାରେ ୩୦ ଜିଲା କୋର୍ଟର ଅନେକ ଓକିଲଙ୍କ ସହ ପ୍ରାୟ ୩ଶହ ମକଦ୍ଦମାକାରୀଙ୍କୁ ଏହି ସର୍ଭେରେ ସାମିଲ କରାଯାଇଥିଲା। ଜଣାପଡିଥିଲା ଯେ, ୨୫ ଜିଲା କୋର୍ଟ ପରିସରକୁ ପହଞ୍ଚତ୍ବା ପାଇଁ ଯୋଗାଯୋଗର ସୁବିଧା ରହିଥିବାବେଳେ ବାକି ୫ଟି କୋର୍ଟକୁ ମକଦ୍ଦମାକାରୀମାନେ ଯିବା ପାଇଁ ଘରୋଇ ଗାଡି଼ ଭଡ଼ା କରି ଯାଉଛନ୍ତି। ସେହିପରି ୧୭ ଜିଲା କୋର୍ଟ ପରିସରରେ ଓକିଲ, କୋଟର୍ର୍ କର୍ମଚାରୀ ଓ ମକଦ୍ଦମାକାରୀଙ୍କ ପାଇଁ ଗାଡି ପାର୍କିଂ ସୁବିଧା ନାହିଁ। କେବଳ ୮ଟି ମାତ୍ର ଜିଲା କୋର୍ଟ ପରିସରରେ ଗାଇଡ଼ ମାନଚିତ୍ର ରହିଛି। ଅନ୍ୟପକ୍ଷରେ ରାଜ୍ୟର ଅଧିକାଂଶ କୋର୍ଟରେ ଭଲ ରକ୍ଷଣାବେକ୍ଷଣ ଓ ପରିଷ୍କାର ୱାଶ୍‌ରୁମ୍‌ ନାହିଁ। ୧୮ଟି କୋର୍ଟ ପରିସରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ୱାଶ୍‌ରୁମ୍‌ ନାହିଁ। ଯେଉଁଠି ଓ୍ବାଶ୍‌ରୁମ୍‌ ରହିଛି ସେଠାରେ ସାବୁନ କିମ୍ବା ଆନୁଷଙ୍ଗିକ ବ୍ୟବସ୍ଥା ରହୁ ନ ଥିବାରୁ ମକଦ୍ଦମାକାରୀ ଓ କୋର୍ଟ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି।
ସବୁଠୁ ବଡ଼ କଥା ହେଲା, ଦିବ୍ୟାଙ୍ଗ ମକଦ୍ଦମାକାରୀ କୋର୍ଟ ଭିତରକୁ ପ୍ରବେଶ କରିବା ପାଇଁ ୨୪ ଜିଲା କୋର୍ଟରେ ର଼୍ୟାମ୍ପ୍‌ର ବ୍ୟବସ୍ଥା ନାହିଁ। ଏହାସହ ଦୃଷ୍ଟିହୀନ ପରିଦର୍ଶକଙ୍କ ପାଇଁ ବ୍ରେଲି ନୋଟିସ ବୋର୍ଡ କମ୍ବା ଖଦଡ଼ ଟାଇଲ୍‌ ସୁବିଧା ନାହିଁ। ୧୩ଟି ଜିଲା କୋର୍ଟରେ ଡିଜିଟାଲ ଇ-କେସ୍‌ ପ୍ରଦର୍ଶନ ବୋର୍ଡ ନାହିଁ। କୌଣସି ବି ଜିଲା କୋର୍ଟ ପରିସରର ପ୍ରବେଶ ପଥରେ ବ୍ୟାଗେଜ ସ୍କାନ୍‌ର ସୁବିଧା ନାହିଁ। ସେହିଭଳି ୧୫ କୋର୍ଟରେ ଅଗ୍ନି ନିର୍ବାପକ ଯନ୍ତ୍ର ନ ଥିବାବେଳେ କେବଳ ୪ଟିରେ ଜରୁରୀକାଳୀନ ଅଗ୍ନି ନିରାପତ୍ତା ସଙ୍କେତ ରହିଛି। ୧୭ଟି କୋର୍ଟ ପରିସରରେ ଡାକ ସେବା ସୁବିଧା ନ ଥିବାବେଳେ କେବଳ ୨୩ଟି କୋର୍ଟରେ ୭ଟି ପ୍ରାଥମିକ ଚିକିତ୍ସା ନାହିଁ। ପ୍ରାୟ ୨୬ ଜିଲା କୋର୍ଟ ପରିସରରେ ପୋଲିସ ବୁଥ୍‌ ଓ ସର୍ବସାଧାରଣ ନୋଟାରୀ ସୁବିଧା ଥିବାବେଳେ ୧୦ଟି କୋର୍ଟ ଭିତରେ ବ୍ୟାଙ୍କ ଶାଖା ଓ ୨୧ଟିରେ ଏଟିଏମ୍‌ ସୁବିଧା ରହିଛି। ତେବେ ସମସ୍ତ କୋର୍ଟରେ ଫଟୋ କପିଅର ଓ ଟାଇପିଷ୍ଟ ସୁବିଧା ଥିବାବେଳେ ୯୭ ପ୍ରତିଶତ କୋର୍ଟରେ ଷ୍ଟାମ୍ପ ଭେଣ୍ଡର ଓ ଶପଥ କିମିଶନର ନିଯୁକ୍ତ ଅଛନ୍ତି।
ଏନେଇ ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାଶ କୁହନ୍ତି, ସରକାର ମାଳମାଳ କୋର୍ଟ ଖୋଲିଦେଲେ ହେବ ନାହିଁ। କୋର୍ଟରେ ଆବଶ୍ୟକ କର୍ମଚାରୀ ନିଯୁକ୍ତି ସହ ଭିତ୍ତିଭୂମି ବିକାଶ କଲେ ଲୋକେ ତ୍ୱରିତ ନ୍ୟାୟ ପାଇପାରିବେ।

ଓଡ଼ିଶାକୁ କମ୍‌ ଅର୍ଥ ଆବଣ୍ଟନ
୧୯୯୩-୯୪ରେ ଦେଶରେ ଥିବା ସମସ୍ତ ଜିଲା କୋର୍ଟ ତଥା ଏହା ଅଧୀନ ଅଦାଲତରେ ଭିତ୍ତିଭୂମି ଜନିତ ସମସ୍ୟା ଦୂର ପାଇଁ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା (ସିଏସ୍‌ଏସ୍‌) କାର୍ଯ୍ୟ କରୁଛି। ନିମ୍ନ ଅଦାଲତରେ ଗଦାହୋଇ ପଡିଥିବା ମାମଲାର ଫଏସଲା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଏହି ଯୋଜନାରେ ଅର୍ଥ ଆବଣ୍ଟନ କରାଯାଉଛି। ୨୦୧୨ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ସ୍ଥାପିତ ନ୍ୟାଶନାଲ କୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମର ସବ୍‌ କମିଟିର ରିପୋର୍ଟ ଓ ପରାମର୍ଶ ଅନୁଯାୟୀ ଏହି କେନ୍ଦ୍ରୀୟ ଆର୍ଥିକ ସହାୟତା ଦିଆଯାଉଛି। ଓଡ଼ିଶାର ନ୍ୟାୟିକ ବ୍ୟବସ୍ଥା ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍‌ ପରିମାଣର ଅର୍ଥ ମିଳିଥିବା ରିପୋର୍ଟରୁ ଜଣାପଡିଛି। ୧୯୯୩-୯୪ରୁ ୨୦୧୮-୧୯ ମଧ୍ୟରେ ଉତ୍ତରପ୍ରଦେଶ ୮୫୧.୬୦ କୋଟି, କର୍ନାଟକ ୫୯୯.୬୧କୋଟି ଓ ପଞ୍ଜାବ ୪୭୧.୮୪ କୋଟି ଟଙ୍କା ପାଇଥିବାବେଳେ ଓଡ଼ିଶାକୁ ମାତ୍ର ୯୦.୨୪ କୋଟି ଟଙ୍କା ମିଳିଛି। ଉତ୍ତରାଖଣ୍ଡ ପରି ଛୋଟ ରାଜ୍ୟ ମଧ୍ୟ ନିମ୍ନ ଅଦାଲତଗୁଡିକର ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶାଠାରୁ ଅଧିକ ଅର୍ଥାତ୍‌ ୧୦୫.୬୭କୋଟି ଟଙ୍କା ପାଇଛି।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର କଲେଜ ନିର୍ବାଚନ ପାଇଁ ପୋଲିସ-ପ୍ରଶାସନର ସମନ୍ୱୟ ବୈଠକ: ପଡ଼ୁଛି ଉଠୁଛି କଲେଜ କ୍ୟାମ୍ପସ

ବଞ୍ଚୋ, ୭।୧୦ (ପ୍ରଦୋଷ ବିଶ୍ୱାଳ): ଓଡ଼ିଶା ସରକାରଙ୍କ ନିର୍ଦ୍ଧାରିତ କଲେଜ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆନନ୍ଦପୁର ପୁଲିସ ଓ ଜିଲା…

‘ମୋତେ ଏବେ ହିଁ ନିଦ ଲାଗୁଛି…’, ପ୍ରଥମ ମ୍ୟାଚ ଜିତିବା ପରେ କାହିଁକି ଏମିତି କହିଲେ ଶ୍ରେୟସ ଆୟର? ଜାଣନ୍ତୁ…

ନୂଆଦିଲ୍ଲୀ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ପରେ ଶ୍ରେୟସ ଆୟର କହିଥିଲେ ଯେ ସେ ଏକ ଶତକ ହାସଲ କରିବାକୁ ସ୍ବପ୍ନ ଦେଖୁଥିଲେ ଏବଂ ସେହି…

ଟେଷ୍ଟ, ଦିନିକିଆ, ଟି-୨୦ ତିନୋଟିଯାକ ଫର୍ମାଟରେ ଶତକ ହାସଲ କରି ଏମିତି ଯୋଗ୍ୟତା ଅର୍ଜନ କଲେ ଏହି ଭାରତୀୟ ଖେଳାଳି, ଛୁଟୁଛି ପ୍ରଶଂସା

ନୂଆଦିଲ୍ଲୀ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଇତିହାସ ସୃଷ୍ଟି କରିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟର ତିନୋଟିଯାକ ଫର୍ମାଟରେ ଶତକ ହାସଲ କରିବାରେ…

ଶହୀଦ ଭି. ତେଜାଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର

ରାୟଗଡା, ୭।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଶହୀହ ହୋଇଥିବା ଭି.ତେଜାଙ୍କୁ ତାଙ୍କ ବାସଭବନରେ ଆଜି ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି I ଗାର୍ଡ ଅଫ ହନର…

ଛାତ୍ର ସଂସଦ ନିର୍ବାଚନ: ପୁଅଙ୍କୁ ପଛରେ ପକାଇ ମଇଦାନରେ ଝିଅ ଆଗୁଆ

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଏହାକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ…

‘ଇତିହାସ ସର୍ବଦା…’: ଅଜିତ ଅଗରକରଙ୍କୁ ବିଦାୟ ଜଣାଇ ଏମିତି କ’ଣ କହିଲେ ଗୌତମ ଗମ୍ଭୀର, ଓଦା ହୋଇଯାଉଛି ଆଖି!

ନୂଆଦୀଲ୍ଲୀ,୭।୧୦: ଗୌତମ ଗମ୍ଭୀର ଅଜିତ ଅଗରକରଙ୍କ ପାଇଁ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ବାର୍ତ୍ତା ଲେଖିଛନ୍ତି, ଯିଏ ନିକଟରେ ମୁଖ୍ୟ ଚୟନକର୍ତ୍ତା (Chief Selector) ଭାବରେ ନିଜର କାର୍ଯ୍ୟକାଳ…

ପରସ୍ପର ସହ ଆଖି ମିଳାଇଲେ ନାହିଁ ସ୍ମୃତି ମନ୍ଧାନା-ହରମନପ୍ରୀତ କୌର ; ଡ୍ରେସିଂ ରୁମର ପରିବେଶକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଭାରତୀୟ ମହିଳା କ୍ରିକେଟ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦରୁ ଓହରି ଯାଇଥିଲେ ଏବଂ ଏହା…

ମଧ୍ୟାହ୍ନଭୋଜନରେ ଅନୟମିତତା: ବିଦ୍ୟାଳୟ ଉପସ୍ଥାନ ଖାତାରେ ଅଧିକ ପିଲା, ବାସ୍ତବରେ କମ୍‌

ଝରିଗାଁ,୭ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ସରକାରୀ ସ୍କୁଲରେ ନିମ୍ନମାନର ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଉଥିବା ବେଳେ କିଛି ଛାତ୍ରୀଛାତ୍ର ସେହି ଭୋଜନ ଖାଉ ନାହାନ୍ତି। ଏପରିକି ଯେଉଁ ପିଲାମାନେ ଅଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?