ଅବ୍ୟବସ୍ଥାରେ ନ୍ୟାୟିକ ବ୍ୟବସ୍ଥା

ଭୁବନେଶ୍ୱର,୧୭।୮(ବ୍ୟୁରୋ): ଦେଶର ବିଭିନ୍ନ କୋର୍ଟରେ ବର୍ଷ ବର୍ଷ ଧରି ବିଚାରାଧୀନ ଅବସ୍ଥାରେ ମାମଲାଗୁଡିକ ପଡ଼ି ରହିଛି। ଉପଯୁକ୍ତ ଭିତ୍ତିଭୂମି ନ ଥିବାରୁ କୋର୍ଟ ପରିଚାଳନାରେ ଗୁରୁତର ବ୍ୟାଘାତ ସୃଷ୍ଟି ହେବା ସହ ନ୍ୟାୟ ପାଇବାରୁ ଲୋକେ ବଞ୍ଚତ୍ତ ହେଉଛନ୍ତି। ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ଏଠାରେ ନ୍ୟାୟିକ ବ୍ୟବସ୍ଥାରେ ନାନା ଅବ୍ୟବସ୍ଥା ରହିଥିବା ଏକ ଜାତୀୟସ୍ତରୀୟ ସର୍ଭେ ରିପୋର୍ଟରୁ ଜଣାପଡିଛି। ଯେଉଁଥିପାଇଁ ରାଜ୍ୟରେ ୧୪.୫୮ ଲକ୍ଷ ମାମଲା ବିଚାରାଧୀନ ଥିବାବେଳେ କେବଳ ନିମ୍ନ ଅଦାଲତରେ ୧୨.୯୮ ଲକ୍ଷ ମାମଲା ପଡ଼ି ରହିିଛି।
ଆଇନଗତ ନୀତି ଉପରେ କାର୍ଯ୍ୟ କରୁଥିବା ବିଧି ସେଣ୍ଟର ଫର୍‌ ଲିଗାଲ ପଲିସ ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟ ଅନୁସାରେ, ଓଡ଼ିଶାରେ ଏକାଧିକ କୋର୍ଟରେ ଦିବ୍ୟାଙ୍ଗଙ୍କ ପାଇଁ ପ୍ରତିବନ୍ଧକ ମୁକ୍ତ ପ୍ରବେଶ, ଗାଇଡ୍‌ ମାନଚିତ୍ର କିମ୍ବା ସାଇନେଜ ଅନୁପସ୍ଥିତି, ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରୁଥିବା ୱାଶ୍‌ରୁମ, ଇ-କେସ୍‌ ପ୍ରଦର୍ଶନ ବୋର୍ଡ ଏବଂ ସୁରକ୍ଷା ଯାଞ୍ଚ ଭଳି ମୌଳିକ ସୁବିଧା ନାହିଁ। ଓଡ଼ିଶାରେ ୩୦ ଜିଲା କୋର୍ଟର ଅନେକ ଓକିଲଙ୍କ ସହ ପ୍ରାୟ ୩ଶହ ମକଦ୍ଦମାକାରୀଙ୍କୁ ଏହି ସର୍ଭେରେ ସାମିଲ କରାଯାଇଥିଲା। ଜଣାପଡିଥିଲା ଯେ, ୨୫ ଜିଲା କୋର୍ଟ ପରିସରକୁ ପହଞ୍ଚତ୍ବା ପାଇଁ ଯୋଗାଯୋଗର ସୁବିଧା ରହିଥିବାବେଳେ ବାକି ୫ଟି କୋର୍ଟକୁ ମକଦ୍ଦମାକାରୀମାନେ ଯିବା ପାଇଁ ଘରୋଇ ଗାଡି଼ ଭଡ଼ା କରି ଯାଉଛନ୍ତି। ସେହିପରି ୧୭ ଜିଲା କୋର୍ଟ ପରିସରରେ ଓକିଲ, କୋଟର୍ର୍ କର୍ମଚାରୀ ଓ ମକଦ୍ଦମାକାରୀଙ୍କ ପାଇଁ ଗାଡି ପାର୍କିଂ ସୁବିଧା ନାହିଁ। କେବଳ ୮ଟି ମାତ୍ର ଜିଲା କୋର୍ଟ ପରିସରରେ ଗାଇଡ଼ ମାନଚିତ୍ର ରହିଛି। ଅନ୍ୟପକ୍ଷରେ ରାଜ୍ୟର ଅଧିକାଂଶ କୋର୍ଟରେ ଭଲ ରକ୍ଷଣାବେକ୍ଷଣ ଓ ପରିଷ୍କାର ୱାଶ୍‌ରୁମ୍‌ ନାହିଁ। ୧୮ଟି କୋର୍ଟ ପରିସରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ୱାଶ୍‌ରୁମ୍‌ ନାହିଁ। ଯେଉଁଠି ଓ୍ବାଶ୍‌ରୁମ୍‌ ରହିଛି ସେଠାରେ ସାବୁନ କିମ୍ବା ଆନୁଷଙ୍ଗିକ ବ୍ୟବସ୍ଥା ରହୁ ନ ଥିବାରୁ ମକଦ୍ଦମାକାରୀ ଓ କୋର୍ଟ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି।
ସବୁଠୁ ବଡ଼ କଥା ହେଲା, ଦିବ୍ୟାଙ୍ଗ ମକଦ୍ଦମାକାରୀ କୋର୍ଟ ଭିତରକୁ ପ୍ରବେଶ କରିବା ପାଇଁ ୨୪ ଜିଲା କୋର୍ଟରେ ର଼୍ୟାମ୍ପ୍‌ର ବ୍ୟବସ୍ଥା ନାହିଁ। ଏହାସହ ଦୃଷ୍ଟିହୀନ ପରିଦର୍ଶକଙ୍କ ପାଇଁ ବ୍ରେଲି ନୋଟିସ ବୋର୍ଡ କମ୍ବା ଖଦଡ଼ ଟାଇଲ୍‌ ସୁବିଧା ନାହିଁ। ୧୩ଟି ଜିଲା କୋର୍ଟରେ ଡିଜିଟାଲ ଇ-କେସ୍‌ ପ୍ରଦର୍ଶନ ବୋର୍ଡ ନାହିଁ। କୌଣସି ବି ଜିଲା କୋର୍ଟ ପରିସରର ପ୍ରବେଶ ପଥରେ ବ୍ୟାଗେଜ ସ୍କାନ୍‌ର ସୁବିଧା ନାହିଁ। ସେହିଭଳି ୧୫ କୋର୍ଟରେ ଅଗ୍ନି ନିର୍ବାପକ ଯନ୍ତ୍ର ନ ଥିବାବେଳେ କେବଳ ୪ଟିରେ ଜରୁରୀକାଳୀନ ଅଗ୍ନି ନିରାପତ୍ତା ସଙ୍କେତ ରହିଛି। ୧୭ଟି କୋର୍ଟ ପରିସରରେ ଡାକ ସେବା ସୁବିଧା ନ ଥିବାବେଳେ କେବଳ ୨୩ଟି କୋର୍ଟରେ ୭ଟି ପ୍ରାଥମିକ ଚିକିତ୍ସା ନାହିଁ। ପ୍ରାୟ ୨୬ ଜିଲା କୋର୍ଟ ପରିସରରେ ପୋଲିସ ବୁଥ୍‌ ଓ ସର୍ବସାଧାରଣ ନୋଟାରୀ ସୁବିଧା ଥିବାବେଳେ ୧୦ଟି କୋର୍ଟ ଭିତରେ ବ୍ୟାଙ୍କ ଶାଖା ଓ ୨୧ଟିରେ ଏଟିଏମ୍‌ ସୁବିଧା ରହିଛି। ତେବେ ସମସ୍ତ କୋର୍ଟରେ ଫଟୋ କପିଅର ଓ ଟାଇପିଷ୍ଟ ସୁବିଧା ଥିବାବେଳେ ୯୭ ପ୍ରତିଶତ କୋର୍ଟରେ ଷ୍ଟାମ୍ପ ଭେଣ୍ଡର ଓ ଶପଥ କିମିଶନର ନିଯୁକ୍ତ ଅଛନ୍ତି।
ଏନେଇ ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାଶ କୁହନ୍ତି, ସରକାର ମାଳମାଳ କୋର୍ଟ ଖୋଲିଦେଲେ ହେବ ନାହିଁ। କୋର୍ଟରେ ଆବଶ୍ୟକ କର୍ମଚାରୀ ନିଯୁକ୍ତି ସହ ଭିତ୍ତିଭୂମି ବିକାଶ କଲେ ଲୋକେ ତ୍ୱରିତ ନ୍ୟାୟ ପାଇପାରିବେ।

ଓଡ଼ିଶାକୁ କମ୍‌ ଅର୍ଥ ଆବଣ୍ଟନ
୧୯୯୩-୯୪ରେ ଦେଶରେ ଥିବା ସମସ୍ତ ଜିଲା କୋର୍ଟ ତଥା ଏହା ଅଧୀନ ଅଦାଲତରେ ଭିତ୍ତିଭୂମି ଜନିତ ସମସ୍ୟା ଦୂର ପାଇଁ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା (ସିଏସ୍‌ଏସ୍‌) କାର୍ଯ୍ୟ କରୁଛି। ନିମ୍ନ ଅଦାଲତରେ ଗଦାହୋଇ ପଡିଥିବା ମାମଲାର ଫଏସଲା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଏହି ଯୋଜନାରେ ଅର୍ଥ ଆବଣ୍ଟନ କରାଯାଉଛି। ୨୦୧୨ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ସ୍ଥାପିତ ନ୍ୟାଶନାଲ କୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମର ସବ୍‌ କମିଟିର ରିପୋର୍ଟ ଓ ପରାମର୍ଶ ଅନୁଯାୟୀ ଏହି କେନ୍ଦ୍ରୀୟ ଆର୍ଥିକ ସହାୟତା ଦିଆଯାଉଛି। ଓଡ଼ିଶାର ନ୍ୟାୟିକ ବ୍ୟବସ୍ଥା ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍‌ ପରିମାଣର ଅର୍ଥ ମିଳିଥିବା ରିପୋର୍ଟରୁ ଜଣାପଡିଛି। ୧୯୯୩-୯୪ରୁ ୨୦୧୮-୧୯ ମଧ୍ୟରେ ଉତ୍ତରପ୍ରଦେଶ ୮୫୧.୬୦ କୋଟି, କର୍ନାଟକ ୫୯୯.୬୧କୋଟି ଓ ପଞ୍ଜାବ ୪୭୧.୮୪ କୋଟି ଟଙ୍କା ପାଇଥିବାବେଳେ ଓଡ଼ିଶାକୁ ମାତ୍ର ୯୦.୨୪ କୋଟି ଟଙ୍କା ମିଳିଛି। ଉତ୍ତରାଖଣ୍ଡ ପରି ଛୋଟ ରାଜ୍ୟ ମଧ୍ୟ ନିମ୍ନ ଅଦାଲତଗୁଡିକର ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶାଠାରୁ ଅଧିକ ଅର୍ଥାତ୍‌ ୧୦୫.୬୭କୋଟି ଟଙ୍କା ପାଇଛି।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri