ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ,୩୧।୧୦: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ୧୪୫ ତମ ଜନ୍ମ ବାର୍ଷିକୀରେ ଦେଶ ଶ୍ରଦ୍ଧାଞ୍ଜଳି ଦେଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର କେଓ୍ବଡ଼ିଆଠାରେ…
ଦୀପ୍ତିପଦ୍ମା ବେସିକ୍ ସାଇନ୍ସ ଟପ୍ପର
ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ (ଓୟୁଏଟି) ପରିଚାଳିତ ବେସିକ୍ ସାଇନ୍ସ କଲେଜ +୩ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଯାଜପୁର ଜିଲା ବିଞ୍ଝାରପୁରର ଦୀପ୍ତିପଦ୍ମା ମଲ୍ଲିକ ୯୦.୧୬ ପ୍ରତିଶତ ନମ୍ବର ରଖି…
ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଷଷ୍ଠ ସେମିଷ୍ଟର ପରୀକ୍ଷାଫଳ ପ୍ରକାଶିତ: ବିଜ୍ଞାନରେ ସାଗରିକା, ବାଣିଜ୍ୟରେ ଇପ୍ସା ଟପ୍ପର
ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ): ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ଯୁକ୍ତ୩ (ସ୍ନାତକ) କଲେଜର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ୬ଷ୍ଠ ସେମିଷ୍ଟର ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିସହ ବିଜ୍ଞାନ, ବାଣିଜ୍ୟ ବିଭାଗର ଦ୍ବିତୀୟ ଓ ଚତୁର୍ଥ ସେମିଷ୍ଟର ବ୍ୟାକ୍ ପେପର୍ ପରୀକ୍ଷା ଫଳ…
ଛାଡ଼ପତ୍ର ମାମଲା: ୧୫ରେ ବର୍ଷା-ଅନୁଭବ ବୁଝାମଣା
ନୂଆଦିଲ୍ଲୀ,୩୧।୧୦: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ଏମ୍ପି ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ନଭେମ୍ବର ୧୫ରେ ପରସ୍ପରକୁ ଭେଟି ଛାଡ଼ପତ୍ର ମାମଲାର ଆପୋଷ ସମାଧାନ ଲାଗି ଆଲୋଚନା କରିବେ। ସୁପ୍ରିମକୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଏହି ବୁଝାମଣା ଅନୁଷ୍ଠିତ ହେବ।…
ନଭେମ୍ବରର ସବୁ ଶନିବାର ସରକାରୀ ଅଫିସ ଛୁଟି
ଭୁବନେଶ୍ୱର, ୩୧।୧୦(ବ୍ୟୁରୋ): ରାଜ୍ୟ ସରକାର ଆସନ୍ତା ମାସରେ ମଧ୍ୟ ସବୁ ଶନିବାର ସରକାରୀ ଅଫିସ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି। ଏନେଇ ଶୁକ୍ରବାର ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ସେଥିରେ…
ବ୍ରହ୍ମପୁରରେ ଆଇପିଏଲ୍ ବେଟିଂ ର଼୍ୟାକେଟ୍ ଠାବ
ବ୍ରହ୍ମପୁର ଅଫିସ,୩୧ା୧୦: ବ୍ରହ୍ମପୁର ସହରରେ ଦୀର୍ଘଦିନ ଧରି ଚାଲିଥିବା ଏକ ବଡ଼ ଧରଣର ଆଇପିଏଲ୍ ବେଟିଂ କାରବାର ପୋଲିସ ଠାବ କରିଛି। ପୋଲିସ ଏହି ର଼୍ୟାକେଟ୍ ଚଳାଉଥିବା ଦୁଇଜଣ ମୁଖ୍ୟଙ୍କୁ ଶୁକ୍ରବାର ଗିରଫ କରିବା ସହ ଅନ୍ଲାଇନ୍ କ୍ରିକେଟ ବେଟିଂର ପର୍ଦ୍ଦାଫାଶ…
ସ୍ବାର୍ଥ ରାଜନୀତି ବଦଳରେ ସେନାର ମନୋବଳ ବୃଦ୍ଧି କରିବା ଜରୁରୀ: ମୋଦି
ଅହମଦାବାଦ,୩୧।୧୦: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପାକିସ୍ତାନ କରାଇଥିଲା। ଦୀର୍ଘଦିନ ପରେ ଏହି ସତ୍ୟତା ପଦାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପୁଲଓ୍ବାମା ଆତଙ୍କବାଦୀ ଘଟଣାରେ ପାକିସ୍ତାନ ସମ୍ପୃକ୍ତ ଥିବା ଏହାର ଜଣେ ମନ୍ତ୍ରୀ ପାର୍ଲାମେଣ୍ଟରେ ସ୍ବୀକାର କରିଛନ୍ତି। ଏହା ପରେ…
ନୀରବ ବିଦ୍ରୋହ ଭାରି ପଡ଼ିବ
ତିର୍ତ୍ତୋଲ, ୩୧ା୧୦ (ସ୍ବ.ପ୍ର.): ୨୦୧୯ ନିର୍ବାଚନରେ ତିର୍ତ୍ତୋଲ ବିଧାନସଭା ଆସନରୁ ବିଜୟୀ ହୋଇଥିବା ବିଜେଡି ନେତା ବିଷ୍ଣୁଚରଣ ଦାସଙ୍କ ପରଲୋକ ପରେ ଏବେ ଚାଲିଛି ସେଠାରେ ଉପନିର୍ବାଚନ ପ୍ରକ୍ରିୟା। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୩ ବ୍ଲକ୍ ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ିର ୬୧…
ଲଘୁଚାପ: ଓଡ଼ିଶାରେ ପ୍ରଭାବ ନାହିଁ
ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୩୧ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ। ଓଡିଶାରେ ଏହାର କୌଣସି ପ୍ରଭାବ ରହିବ ନାହିଁ। ତାହା ୪୮ ଘଣ୍ଟା ମଧ୍ୟରେ…
ପୂଣ୍ୟତିଥିରେ ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି-ଶାହା-ସୋନିଆ-ମନମୋହନ-ରାହୁଲ
ନୂଆଦିଲ୍ଲୀ,୩୧।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୩୬ତମ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଟୁଇଟ୍ କରି ଇନ୍ଦିରାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।…
ବେଙ୍ଗାଲୁରୁ ଫାର୍ମକୁ କ୍ଷତିପୂରଣ ଦେବା ପାଇଁ ଇସ୍ରୋକୁ ନିର୍ଦ୍ଦେଶ
ଓ୍ବାଶିଂଟନ,୩୧।୧୦: ଡେଭାସ ମଲ୍ଟିମିଡିଆ ନାମକ ବେଙ୍ଗାଲୁରୁର ଏକ ଷ୍ଟାର୍ଟଅପ୍କୁ ୧.୨ ବିଲିୟନ ଡଲାର କ୍ଷତିପୂରଣ ଦେବା ଲାଗି ଆମେରିକାର ଏକ ଅଦାଲତ ଇସ୍ରୋର ବ୍ୟବସାୟିକ ଶାଖା ଆଣ୍ଟ୍ରିକ୍ସ କର୍ପୋରେଶନକୁ ନିର୍ଦ୍ଦେଶ ଦେଇଛି। ୨୦୦୫ରେ ଉକ୍ତ ଷ୍ଟାର୍ଟଅପ୍ର ଏକ ସାଟେଲାଇଟ୍ ଚୁକ୍ତିନାମାକୁ ଆଣ୍ଟ୍ରିକ୍ସ…
ଇଭିଏମ୍ରୁ ଚିହ୍ନ ହଟାଇବା ଲାଗି ସୁପ୍ରିମକୋର୍ଟରେ ଆବେଦନ
ନୂଆଦିଲ୍ଲୀ,୩୧।୧୦(ପି.ଟି.): ବାଲଟ ପେପର ଏବଂ ଇଲେକ୍ଟ୍ରୋନିକ୍ ଭୋଟିଂ ମେଶିନ୍ (ଇଭିଏମ୍)ରୁ ଦଳୀୟ ଚିହ୍ନ ହଟାଇ ତାହା ପରିବର୍ତ୍ତେ ପ୍ରାର୍ଥୀଙ୍କ ନାମ, ବୟସ, ଶିକ୍ଷାଗତ ଯୋଗ୍ୟତା ଓ ଫଟୋ ଲଗାଇବା ନିମନ୍ତେ ନିର୍ଦ୍ଦେଶ ଦେବା ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ଲାଗି…
Archives


