Posted inଫୁରସତ

ବାସ୍ତବ ଦୁନିଆର ‘ମୋଗଲି’: ଆଖି ପିଛୁଳାକେ ଚଢ଼ନ୍ତି ଗଛ, ଜଙ୍ଗଲରେ ବିତାନ୍ତି ସମୟ

ନୂଆଦିଲ୍ଲୀ: ଫିଲ୍ମ ‘ଜଙ୍ଗଲ ବୁକ୍‌’ରେ ବେଶ୍‌ ଲୋକପ୍ରିୟ ହୋଇଥିଲା ମୋଗଲି ଚରିତ୍ର। ଜଙ୍ଗଲରେ ରହିବା ସହ ପଶୁପକ୍ଷୀଙ୍କ ମଧ୍ୟରେ ସମୟ ବିତାଉଥିବାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଥିଲା। ହେଲେ ବାସ୍ତବରେ ମୋଗଲୀଙ୍କୁ ଦେଖିବାକୁ ଚାହାନ୍ତି ଯଦି ଆପଣଙ୍କୁ ପୂର୍ବ ଆଫ୍ରିକାର ରଓ୍ବାଣ୍ଡା ଯିବାକୁ ହେବ। ସେଠାରେ ରୁହନ୍ତି ୨୧ ବର୍ଷୀୟ ଏଲି। ସେ ମାଇକ୍ରୋସେଫଲି ନାମକ ରୋଗରେ ପୀଡ଼ିତ। ଫଳରେ ତାଙ୍କର ମୁଣ୍ଡ ସାଧାରଣ ମନୁଷ୍ୟଠାରୁ ବଡ଼। ପିଲାଦିନୁ ଏଲିଙ୍କୁ ଏହି ରୋଗ ହୋଇଛି। ଫଳରେ ସେ ଅନ୍ୟମାନଙ୍କଠାରୁ ଅଲଗା ଦେଖାଯାଇଥାନ୍ତି। ତାଙ୍କୁ ଦେଖିବାରେ ଓ ଶୁଣିବାରେ ଅସୁବିଧା ହେବା ଯୋଗୁ ସେ କେବେ ସ୍କୁଲ ଯାଇନାହାନ୍ତି। ଲୋକମାନେ ତାଙ୍କ ବିଷୟରେ ଅଜବ କଥା କହିବା ସହ ଅଶୋଭନୀୟ ବ୍ୟବହାର କରିଥାନ୍ତି। ଫଳରେ ସେ ନିଜର ଅଧିକାଂଶ ସମୟ ଜଙ୍ଗଲରେ ଏକାକି ବିତାଇଥାନ୍ତି। ଏଣୁ ତାଙ୍କୁ ଗାଁ ସହ ଆଖପାଖର ଲୋକେ ‘ମୋଗଲୀ’ ବୋଲି ଡାକିଥାନ୍ତି। ଜଙ୍ଗଲରେ ରହିବା ସମୟରେ ସେ ଅନେକ କଥା ଶିଖିଛନ୍ତି। ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ସେ ଏକାକି ଚାଲିପାରନ୍ତି। ଏହାଛଡ଼ା ବଡ଼ ବଡ଼ ଗଛ ଉପରେ ଆଖି ପିଛୁଳାକେ ଚଢ଼ିଯାଆନ୍ତି। ଏବେ ଏଲିଙ୍କ ଜୀବନକାହାଣୀ ସର୍ବସମ୍ମୁଖକୁ ଆସିବା ପରେ ଲୋକମାନେ ତାଙ୍କ ସହାୟତା ପାଇଁ ଆଗକୁ ଆସୁଛନ୍ତି। ଏଯାବତ ୨.୯୨ ଲକ୍ଷରୁ ଅଧିକ ଟଙ୍କା ଜମା କରାଯାଇଥିବା ଜଣାପଡ଼ିଛି।

ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri