Posted inଫୁରସତ

ବାସ୍ତବ ଦୁନିଆର ‘ମୋଗଲି’: ଆଖି ପିଛୁଳାକେ ଚଢ଼ନ୍ତି ଗଛ, ଜଙ୍ଗଲରେ ବିତାନ୍ତି ସମୟ

ନୂଆଦିଲ୍ଲୀ: ଫିଲ୍ମ ‘ଜଙ୍ଗଲ ବୁକ୍‌’ରେ ବେଶ୍‌ ଲୋକପ୍ରିୟ ହୋଇଥିଲା ମୋଗଲି ଚରିତ୍ର। ଜଙ୍ଗଲରେ ରହିବା ସହ ପଶୁପକ୍ଷୀଙ୍କ ମଧ୍ୟରେ ସମୟ ବିତାଉଥିବାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଥିଲା। ହେଲେ ବାସ୍ତବରେ ମୋଗଲୀଙ୍କୁ ଦେଖିବାକୁ ଚାହାନ୍ତି ଯଦି ଆପଣଙ୍କୁ ପୂର୍ବ ଆଫ୍ରିକାର ରଓ୍ବାଣ୍ଡା ଯିବାକୁ ହେବ। ସେଠାରେ ରୁହନ୍ତି ୨୧ ବର୍ଷୀୟ ଏଲି। ସେ ମାଇକ୍ରୋସେଫଲି ନାମକ ରୋଗରେ ପୀଡ଼ିତ। ଫଳରେ ତାଙ୍କର ମୁଣ୍ଡ ସାଧାରଣ ମନୁଷ୍ୟଠାରୁ ବଡ଼। ପିଲାଦିନୁ ଏଲିଙ୍କୁ ଏହି ରୋଗ ହୋଇଛି। ଫଳରେ ସେ ଅନ୍ୟମାନଙ୍କଠାରୁ ଅଲଗା ଦେଖାଯାଇଥାନ୍ତି। ତାଙ୍କୁ ଦେଖିବାରେ ଓ ଶୁଣିବାରେ ଅସୁବିଧା ହେବା ଯୋଗୁ ସେ କେବେ ସ୍କୁଲ ଯାଇନାହାନ୍ତି। ଲୋକମାନେ ତାଙ୍କ ବିଷୟରେ ଅଜବ କଥା କହିବା ସହ ଅଶୋଭନୀୟ ବ୍ୟବହାର କରିଥାନ୍ତି। ଫଳରେ ସେ ନିଜର ଅଧିକାଂଶ ସମୟ ଜଙ୍ଗଲରେ ଏକାକି ବିତାଇଥାନ୍ତି। ଏଣୁ ତାଙ୍କୁ ଗାଁ ସହ ଆଖପାଖର ଲୋକେ ‘ମୋଗଲୀ’ ବୋଲି ଡାକିଥାନ୍ତି। ଜଙ୍ଗଲରେ ରହିବା ସମୟରେ ସେ ଅନେକ କଥା ଶିଖିଛନ୍ତି। ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ସେ ଏକାକି ଚାଲିପାରନ୍ତି। ଏହାଛଡ଼ା ବଡ଼ ବଡ଼ ଗଛ ଉପରେ ଆଖି ପିଛୁଳାକେ ଚଢ଼ିଯାଆନ୍ତି। ଏବେ ଏଲିଙ୍କ ଜୀବନକାହାଣୀ ସର୍ବସମ୍ମୁଖକୁ ଆସିବା ପରେ ଲୋକମାନେ ତାଙ୍କ ସହାୟତା ପାଇଁ ଆଗକୁ ଆସୁଛନ୍ତି। ଏଯାବତ ୨.୯୨ ଲକ୍ଷରୁ ଅଧିକ ଟଙ୍କା ଜମା କରାଯାଇଥିବା ଜଣାପଡ଼ିଛି।

ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବା ବେଳେ ହଠାତ୍ ହେଲା ଭୂକମ୍ପ, ଲୋକେ ଛାନିଆ ହୋଇ…

ଗୁଆହାଟୀ,୬।୧୦: ଆସାମର ନଗାଓଁ ଜିଲାରେ ମଙ୍ଗଳବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ବଡ଼ ଦୁର୍ଘଟଣା; କ୍ରାଶ ହେଲା ସାମରିକ ବିମାନ, ୩୨ ମୃତ

ଆବୁଜା,୬।୧୦: ଦକ୍ଷିଣ ନାଇଜେରିଆରେ ସୋମବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ମେମ୍ବର ସମେତ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?