ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ମୋଦି, ଏହି ଦୁଃଖ ସମୟରେ ମସ୍କୋ ସହ ଠିଆ ହୋଇଛି ଭାରତ
ନୂଆଦିଲ୍ଲୀ,୨୩।୩: ରୁଷିଆର ରାଜଧାନୀ ମସ୍କୋ ନିକଟରେ ଥିବା କ୍ରୋକସ ସିଟି ହଲରେ ଏକ କନ୍ସର୍ଟ ସମୟରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ନିର୍ଦ୍ଦୟ ଭାବରେ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୧୦୦ରୁ…
ହୋଲି ବେଳେ ୪୦ ଡେଇଁବ ତାପମାତ୍ରା
ନୂଆଦିଲ୍ଲୀ,୨୩ା୩(ପି.ଟି.): ହୋଲି ବେଳେ ଦେଶର ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିବା ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ଅସ୍ବାଭାବିକ ସ୍ଥିତି ଉପୁଜିପାରେ ବୋଲି ତାପମାତ୍ରା ଉପରେ ୧୯୭୦ରୁ ବିଶ୍ଳେଷଣ କରୁଥିବା ଏକ ସଂସ୍ଥା ପକ୍ଷରୁ କୁହାଯାଇଛି। ବୈଜ୍ଞାନିକମାନଙ୍କ ସଂସ୍ଥା…
ଭାରତ-ଭୁଟାନ ଟ୍ରେନ୍ ଚାଲିବ
ଥିମ୍ଫୁ,୨୩।୩ (ପି.ଟି.): ଶକ୍ତି, ବାଣିଜ୍ୟ, ଡିଜିଟାଲ ଯୋଗାଯୋଗ, ମହାକାଶ ଏବଂ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ଭୁଟାନ ମଧ୍ୟରେ ଶୁକ୍ରବାର ଅନେକ ବୁଝାମଣା ପତ୍ର (ଏମ୍ଓୟୁ) ବିନିମୟ ହେବା ସହ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଦୁଇ ଦେଶ ମଧ୍ୟରେ…
ଆମେରିକାରେ ୮,୦୦୦ ମାଇଲ ବୁଲିବ ରାମମନ୍ଦିର ରଥ
ଓ୍ବାଶିଂଟନ୍,୨୩ା୩: ଆମେରିକାର ଶିକାଗୋରୁ ସୋମବାର ବାହାରିବାକୁ ଥିବା ରାମମନ୍ଦିର ରଥଯାତ୍ରା ଦେଶର ୪୮ ରାଜ୍ୟ ଭ୍ରମଣ କରିବ। ୬୦ ଦିନ ମଧ୍ୟରେ ଏହା ୮,୦୦୦ରୁ ଅଧିକ ମାଇଲ ଅତିକ୍ରମ କରି ୮୫୧ ମନ୍ଦିର ବୁଲିବ। ସେହିପରି କାନାଡାର ୧୫୦ ମନ୍ଦିର ମଧ୍ୟ ବୁଲିବ…
‘ଏଜେନ୍ସିର ଦୁରୁପଯୋଗ କରୁଛି ଭାଜପା’
ନୂଆଦିଲ୍ଲୀ,୨୩ା୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବାର ଦିନକ ପରେ ବିରୋଧୀ ବ୍ଲକ୍ ଇଣ୍ଡିଆନ୍ ନ୍ୟାଶନାଲ ଡେଭେଲପ୍ମେଣ୍ଟ ଇନ୍କ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ) ନେତାମାନେ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଫେରାଦ ହୋଇଛନ୍ତି। କେନ୍ଦ୍ରରେ କ୍ଷମତାସୀନ ଭାଜପା ବିରୋଧୀ…
ବିଜୟରୁ ଆଇପିଏଲ୍ ଅଭିଯାନ ଆରମ୍ଭ କଲା ଚେନ୍ନାଇ
ଚେନ୍ନାଇ, ୨୩।୩: ଚେନ୍ନାଇର ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୭ଶ ସଂସ୍କରଣ ଆରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)କୁ ପରାସ୍ତ କରିଛି। ଆରସିବି ୨୦ ଓଭରରେ ୬ ଉଇକେଟ…
ବିଜେଡି-ଭାଜପା ମେଣ୍ଟ ହେବନି
ଭୁବନେଶ୍ୱର, ୨୩।୩(ସୁନିତ୍ ମିଶ୍ର): ରାଜ୍ୟରେ ଭାଜପା ଏକାକୀ ଲଢ଼ିବ ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ‘ଏକ୍ସ’ରେ ପୋଷ୍ଟ କରିବା ପରେ ଦଳୀୟ ନେତା ଓ କର୍ମୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ବାଣ ଫୁଟାଇ, ମିଠା…
ହୋଲି ପାଳିବ ନାହିଁ AAP, ମାର୍ଚ୍ଚ ୨୬ରେ ପ୍ରଧାନମନ୍ତ୍ରୀ ଆବାସ ଘେରିବ
ନୂଆଦିଲ୍ଲୀ,୨୨।୩: ଚଳିତ ବର୍ଷ ହୋଲି ପାଳିବ ନାହିଁ ଆମ ଆଦମୀ ପାର୍ଟି(ଏଏପି)। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତଥା ଏଏପି ସୁପ୍ରିମୋ ଗିରଫ ହେବା ପରେ କିଛି ଏଭଳି ନିଷ୍ପତ୍ତି ନେଇଛି ଦଳ। ଏପରିକି ଇଡିର ଗିରଫଦାରୀକୁ ବିରୋଧ କରି କାର୍ଯ୍ୟକର୍ତ୍ତା…
ମେଣ୍ଟ ନ ହେବାର ମୁଖ୍ୟ କାରଣ
ଭୁବନେଶ୍ୱର,୨୨।୩:ମେଣ୍ଟରେ ପଡିଲା ପୂର୍ଣ୍ଣଚ୍ଛେଦ। ଆଲୋଚନା ହେଲାନି ସଫଳ । ଦୁଇ ଦଳ ଭିତରେ ଆସନ ବୁଝାମଣା ହୋଇପାରିଲାନି। ତେବେ କ’ଣ ସତରେ ଆସନ ଭାଗବଣ୍ଟା ହୋଇପାରିଲାନି ନା ମେଣ୍ଟ ନ ହେବା ପଛରେ ରହିଛି ଅନ୍ୟ କେଉଁ କାରଣ । ତେବେ…
କେଜରିଓ୍ବାଲଙ୍କୁ ୬ଦିନିଆ ରିମାଣ୍ଡରେ ନେଲା ଇଡି
ନୂଆଦିଲ୍ଲୀ,୨୨।୩: ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି ଇଡି। ଏହି ସମୟରେ ଅବକାରୀ ନୀତି ସହ ବିଭିନ୍ନ ପ୍ରସଙ୍ଗରେ ଇଡି କେଜରିୱାଲଙ୍କୁ ଜେରା କରିବ। ରାଉଜ ଆଭିନ୍ୟୁ କୋର୍ଟ କେଜରିୱାଲଙ୍କୁ…
ସବୁ କଥା ହେଲା କ୍ଲିଅର! ମେଣ୍ଟ ନେଇ ଫାଇନାଲ କଥା କହିଲେ ବିଜେଡି ନେତା
ଭୁବନେଶ୍ୱର,୨୨।୩: ମେଣ୍ଟ ହେବ ହେବନି ଦ୍ୱନ୍ଦ ଭିତରେ ପଡିଛି ପୂର୍ଣ୍ଣଚ୍ଛେଦ! ସବୁ ଗୁଜବ, ବୟାନର ଫାଇନାଲ ଦ ଏଣ୍ଡ! ଏନେଇ ଦୁଇ ଦଳର ନେତା ସଫାସଫା ବୟାନ ଦେଇଛନ୍ତି। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ବୟାନ ପରେ ଏବେ ବିଜେଡିର…
ଖଣି କମ୍ପାନୀର ଟଙ୍କାରେ ବିଜେଡି ହୋଇଛି ଧନୀ, ଏହି ପରିଚିତ କମ୍ପାନୀରୁ ମିଳିଛି ପୁଳାପୁଳା ଚାନ୍ଦା
ଭୁବନେଶ୍ୱର,୨୨।୩: ଖଣି କମ୍ପାନୀଗୁଡିକରୁ ଚାନ୍ଦାରେ ପୁଳାପୁଳା ଟଙ୍କା ପାଇଛି ବିଜେଡି। ନିର୍ବାଚନୀ ବଣ୍ଡ ଆକାରରେ ଚାନ୍ଦା ପାଇବାରେ ବିଜେଡି ଦେଶର ପଞ୍ଚମମ ସର୍ବାଧିକ ପାଣ୍ଠି ହାସଲକାରୀ ଦଳ ପାଲଟିଛି। ବିଜେଡିକୁ ବିଶେଷକରି ଏସେଲ ମାଇନିଂ, ରୁଙ୍ଗଟା ସନ୍ସ, ରଶ୍ମୀ ମେଟାଲିକ୍ସ, ବେଦାନ୍ତ,…
Archives


