ପୁରୀ ବିଶ୍ୱ ଐତିହ୍ୟ ନଗରୀ ପ୍ରକଳ୍ପ:୩ ନୂଆ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର,୬-୯(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକସେବା ଭବନରେ ‘ପୁରୀ ବିଶ୍ୱ ଐତିହ୍ୟ ନଗରୀ ପ୍ରକଳ୍ପ’ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ କରି ୩ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଶ୍ରୀମନ୍ଦିର ଚାରିପାଖରେ ଜାରି ରହିିଥିବା…
ତିହାର ଜେଲ୍ ଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍
ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ମାମଲାରେ ଗିରଫ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କୁ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ତିହାରର ସେଣ୍ଟ୍ରାଲ ଜେଲ୍କୁ ପଠାଇ ଦେଇଛନ୍ତି। ତିହାର ଜେଲରେ ଚିଦାମ୍ବରମ୍ଙ୍କୁ କେଉଁସବୁ ସୁବିଧା…
ସମୁଦ୍ର ଓ ଆକାଶରେ ମିଳିତ ଭାବେ କାର୍ଯ୍ୟ କରିବେ ଭାରତ-ରୁଷିଆ: ମୋଦିଙ୍କ ଘୋଷଣା
ଭ୍ଲାଡିଭୋଷ୍ଟକ୍,୫।୯: ଭାରତ-ରୁଷିଆ ଏଣିକି ସମୁଦ୍ର ଏବଂ ଆକାଶରେ ମିଳିତ ଭାବେ କାର୍ଯ୍ୟ କରିବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଷ୍ଟର୍ଣ୍ଣ ଇକୋନୋମିକ୍ ଫୋରମରେ ଘୋଷଣା କରିଛନ୍ତି। ଭାରତ-ରୁଷିଆ ମଧ୍ୟରେ ୫୦ ଦ୍ୱିପାକ୍ଷିକ ଚୁକ୍ତି ହୋଇଥିବା ମୋଦି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେବା…
ସ୍ପେଶାଲ କୋର୍ଟରେ ଚିଦାମ୍ବରମ୍ ଏବଂ କାର୍ତ୍ତିଙ୍କ ଆଗୁଆ ଜାମିନ୍ ମଞ୍ଜୁର
ନୂଆଦିଲ୍ଲୀ,୫।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ଙ୍କ ଆଗୁଆ ଜାମିନ୍ ଦିଲ୍ଲୀର ସିବିଆଇ ସ୍ପେଶାଲ କୋର୍ଟ ଗୁରୁବାର ମଞ୍ଜୁର କରିଛନ୍ତି। ଏୟାରସେଲ୍-ମ୍ୟାକ୍ସିସ୍ ମାମଲାରେ ଇଡ଼ି ଏବଂ ସିବିଆଇ ପକ୍ଷରୁ କରାଯାଇଥିବା ଅଭିଯୋଗରେ ଉଭୟଙ୍କୁ ଜାମିନ୍ ମିଳିଛି।…
ନିୟମ ଉଲ୍ଲଂଘନ କଲେ ପୋଲିସ ଦେବେ ୨ ଗୁଣା ଜରିମାନା
ନୂଆଦିଲ୍ଲୀ,୫।୯: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ସାଧାରଣ ଜନତା ମୋଟା ଅଙ୍କର ଜରିମାନା ଗଣୁଥିବା ଦେଖିବାକୁ ମିଳିଛି। ହେଲେ ବୁଧବାର ଦିଲ୍ଲୀ ଜଏଣ୍ଟ ଟ୍ରାଫିକ୍ ପୋଲିସ କମିଶନର, ମିନୁ ଚୌଧୁରୀ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ…
ଏଲଓସି ନିକଟରେ ପାକ୍ ସେନା
ଶ୍ରୀନଗର,୫।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ଭାରତ ବିରୋଧରେ ପ୍ରତ୍ୟକ୍ଷ ଭାବେ କିଛି କରି ପାରୁ ନ ଥିବା ବେଳେ ଏବେ ଆତଙ୍କବାଦୀଙ୍କ ସାହାରା ନେଇଛି। ଗୋଇନ୍ଦା ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ପାକିସ୍ତାନୀ ସେନା…
ହରଡ଼ଘଣାରେ ମୋଦି ସରକାର: ୩ ବର୍ଷରେ ବେକାରଙ୍କ ସଂଖ୍ୟା ୮.୪ ପ୍ରତିଶତ ବୃଦ୍ଧି
ନୂଆଦିଲ୍ଲୀ,୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦେଶରେ ବୃଦ୍ଧି ପାଉଥିବା ବେକାରି ସମସ୍ୟା ନେଇ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ଗତ ୩ ବର୍ଷ ମଧ୍ୟରେ ବେକାରି ସମସ୍ୟା ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ଅଗଷ୍ଟରେ ବେକାରସ୍ତର ୮.୪ ପ୍ରତିଶତ ରହିଛି।…
ମୋଦିଙ୍କ ଜମ୍ମୁ-କଶ୍ମୀର ରୋଡ୍ମ୍ୟାପ୍: ୧୦ ମନ୍ତ୍ରଣାଳୟର ମିଳିତ ସହଯୋଗରେ ହେବ ବିକାଶ
ଶ୍ରୀନଗର,୫।୯: ଜମ୍ମୁ-କଶ୍ମୀର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ୧୦ଟି ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏଠାକାର ବିକାଶ ସମ୍ଭବ ହେବ। ରୋଡ୍ମ୍ୟାପ୍ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାବେଳେ ଏହାଦ୍ୱାରା ବିଏସ୍ଏଫ୍ ଏବଂ…
ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି: ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ ଆଲୋଚନା
ଭ୍ଲାଡିଭୋଷ୍ଟକ୍,୫।୯: ଭାରତରୁ ପଳାୟନ କରିଥିବା ଜାକିର୍ ନାଇକଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଲେସିଆ ପ୍ରତିପକ୍ଷ ମହାତିର୍ ବିନ୍ ମହମ୍ମଦଙ୍କ ସହିତ ଆଲୋଚନା କରିଛନ୍ତି। ରୁଷିଆର ଭ୍ଲାଡିଭୋଷ୍ଟକ୍ରେ ଏନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିବାଦୀୟ ଇସଲାମିକ୍…
ଗିରଫ ଲଶ୍କର ଆତଙ୍କବାଦୀ ମାନିଲେ: ପାକ୍ ସହାୟତାରେ ଅନୁପ୍ରବେଶ କରିଥିଲେ
ଶ୍ରୀନଗର,୫ା୯: ଗତ ମାସରେ ଜମ୍ମୁ-କଶ୍ମୀର ସୀମାନ୍ତରୁ ଗିରଫ ହୋଇଥିବା ଲଶ୍କର-ଇ-ତୋଇବାର ଦୁଇଜଣ ଆତଙ୍କବାଦୀ ପାକିସ୍ତାନ ସରକାରଙ୍କ ସହାୟତାରେ ଅନୁପ୍ରବେଶ କରିଥିଲେ ବୋଲି ସ୍ବୀକାର କରିଛନ୍ତି। ଜମ୍ମୁ-କଶ୍ମୀରରେ ଆକ୍ରମଣ କରିବା ଲାଗି ସେମାନଙ୍କୁ ପଠାଯାଇଥିଲା ବୋଲି ବୁଧବାର ଖବରଦାତା ସମ୍ମିଳନୀରେ ଜଣେ ବରିଷ୍ଠ…
କଶ୍ମୀର ନିଷ୍ପତ୍ତି ସମ୍ପର୍କରେ ପୁଟିନଙ୍କୁ ଜଣାଇଲେ ମୋଦି: ମିଥ୍ୟା ପ୍ରସାର କରୁଛି ପାକ୍
ଭ୍ଲାଡିଭୋଷ୍ଟକ୍,୫ା୯: ଜମ୍ମୁ-କଶ୍ମୀର ମାମଲାରେ ହସ୍ତକ୍ଷେପ କରିବା ପାଇଁ ପାକିସ୍ତାନର ଅନୁରୋଧକୁ ରୁଷିଆ ପ୍ରତ୍ୟାଖ୍ୟାନ କରିଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଶ୍ମୀର ପ୍ରସଙ୍ଗରେ ଇସ୍ଲାମାବାଦ ମିଥ୍ୟା ଏବଂ ବିଭ୍ରାନ୍ତିକର ତଥ୍ୟ ପ୍ରସାର କରୁଥିବା…
ପୁରୀ ସୁରକ୍ଷା ମଞ୍ଚ-ପ୍ରଶାସନ ଆଲୋଚନା ବିଫଳ
ପୁରୀ ଅଫିସ, ୫ା୯: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ନିର୍ମାଣ ଉଚ୍ଛେଦ ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଅଶାନ୍ତ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ପ୍ରଶାସନର ଉଚ୍ଛେଦ ଅଭିଯାନକୁ ବିରୋଧ କରି ମେଳି ବାନ୍ଧୁଛନ୍ତି ମଠ ମହନ୍ତ, ଦୋକାନୀ ଏବଂ କ୍ଷତିଗ୍ରସ୍ତ।…

