କଶ୍ମୀର ନିଷ୍ପତ୍ତି ସମ୍ପର୍କରେ ପୁଟିନଙ୍କୁ ଜଣାଇଲେ ମୋଦି: ମିଥ୍ୟା ପ୍ରସାର କରୁଛି ପାକ୍‌

ଭ୍ଲାଡିଭୋଷ୍ଟକ୍‌,୫ା୯: ଜମ୍ମୁ-କଶ୍ମୀର ମାମଲାରେ ହସ୍ତକ୍ଷେପ କରିବା ପାଇଁ ପାକିସ୍ତାନର ଅନୁରୋଧକୁ ରୁଷିଆ ପ୍ରତ୍ୟାଖ୍ୟାନ କରିଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଶ୍ମୀର ପ୍ରସଙ୍ଗରେ ଇସ୍‌ଲାମାବାଦ ମିଥ୍ୟା ଏବଂ ବିଭ୍ରାନ୍ତିକର ତଥ୍ୟ ପ୍ରସାର କରୁଥିବା ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି।
ଦୁଇଦିନିଆ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ବୁଧବାର ପୁଟିନଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଅବସରରେ ସେ କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତି ସମ୍ପର୍କିତ ବାସ୍ତବତା ସମ୍ପର୍କରେ ପୁଟିନଙ୍କୁ ଅବଗତ କରାଇଥିଲେ ବୋଲି ବହିର୍ବ୍ୟାପାର ସଚିବ ବିଜୟ ଗୋଖ୍‌ଲେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କୌଣସି ଦେଶର ଆଭ୍ୟନ୍ତରୀଣ ମାମଲାରେ ବାହ୍ୟ ହସ୍ତକ୍ଷେପକୁ ଉଭୟ ଭାରତ ଓ ରୁଷିଆ ବିରୋଧ କରନ୍ତି ବୋଲି ଗଣମାଧ୍ୟମକୁ ଦୁଇନେତା କହିଥିଲେ। ଭାରତ-ପାକ୍‌ ସମ୍ପର୍କ ଉପରେ ନୂଆଦିଲ୍ଲୀର ଆଭିମୁଖ୍ୟକୁ ରୁଷିଆ ଦୃଢ଼ ସମର୍ଥନ କରୁଥିବା ଗୋଖ୍‌ଲେ ସୂଚନା ଦେଇଛନ୍ତି। ମୋଦି ଓ ପୁଟିନ୍‌ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂଆ ଶିଖରକୁ ନେବା ଲାଗି ରାଜି ହୋଇଛନ୍ତି। ଆସନ୍ତାବର୍ଷ ମେ’ରେ ରୁଷିଆ ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟର ୭୫ତମ ବାର୍ଷିକୀ ପାଳନ କରିବାକୁ ଯାଉଥିବାବେଳେ ଏଥିରେ ଯୋଗଦେବା ପାଇଁ ମୋଦିଙ୍କୁ ରାଷ୍ଟ୍ରପତି ପୁଟିନ ଆମନ୍ତ୍ରଣ କରିଛନ୍ତି।
ସହାୟତାରେ ଭାରତ ଆଣବିକ ଇନ୍ଧନ ପ୍ରସ୍ତୁତ କରିପାରେ। ପ୍ରଧାନମନ୍ତ୍ରୀ ଏନେଇ ରୁଷିଆ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଭାରତରେ ମିଳିତ ଭାବେ ଆଣବିକ ଇନ୍ଧନ ଉତ୍ପାଦନ କରିବାର ସମ୍ଭାବନା ସମ୍ପର୍କରେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ଏନେଇ ବୁଧବାର ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ରୁଷିଆ ଆଣବିକ କମ୍ପାନୀ ରୋସାଟମ୍‌ ସହଯୋଗରେ ଭାରତ କୁଦନକୁଲମ ଆଣବିକ ପ୍ଲାଣ୍ଟ ନିର୍ମାଣ କରିଛି। ଏହାର ପ୍ରଥମ ଦୁଇଟି ୟୁନିଟରୁ ଉତ୍ପାଦନ ଜାରି ରହିଥିବାବେଳେ ତୃତୀୟ ଓ ଚତୁର୍ଥ ୟୁନିଟ ନିର୍ମାଣ କାର୍ଯ୍ୟ ଚାଲିଛି। ରୁଷିଆ କମ୍ପାନୀ ସହଯୋଗରେ ୨୦ ବର୍ଷ ମଧ୍ୟରେ ଭାରତରେ ଏଭଳି ୧୨ଟି ୟୁନିଟ ନିର୍ମାଣ କରାଯିବ ବୋଲି ପୁଟିନ୍‌ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ରୁଷିଆ ସହିତ ବିଭିନ୍ନ କ୍ଷେତ୍ରରେ ୧୫ଟି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ପାଇଁ ଉଭୟ ସହମତ ହୋଇଛନ୍ତି। ରୁଷିଆ ସେନାବାହିନୀ ପାଇଁ ଯନ୍ତ୍ରାଂଶ ନିର୍ମାଣରେ ଭାରତ ସହାୟତା ଯୋଗାଇଦେବ। ସେହିପରି ଦୃଶ୍ୟଶ୍ରାବ୍ୟ ଯନ୍ତ୍ରାଂଶ ପ୍ରସ୍ତୁତି ଲାଗି ଦୁଇଦେଶ ମଧ୍ୟରେ ରାଜିନାମା ହୋଇଛି। ଏହାବ୍ୟତୀତ ସଡକ ପରିବହନ, ଚେନ୍ନାଇ ଓ ଭ୍ଲାଡିଭୋଷ୍ଟମ୍‌ ବନ୍ଦର ମଧ୍ୟରେ ଜାହାଜ ଚଳାଚଳ, ପରିବହନ କ୍ଷେତ୍ରରେ ପ୍ରାକୃତିକ ଗ୍ୟାସ୍‌ର ବ୍ୟବହାର, ତୈଳ ଓ ଗ୍ୟାସ ସେକ୍ଟରରେ ସହଯୋଗ, ରୁଷିଆରେ କୋକିଂ କୋଲ୍‌ ମାଇନିଂ ପ୍ରକଳ୍ପ କାର୍ଯ୍ୟକାରିତାରେ ସହଯୋଗ ଆଦି ନେଇ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି...

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା

ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍‌ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri