ନିଯୁକ୍ତି ଦେବାରେ ଓଡ଼ିଶା ବିଫଳ
ଭୁବନେଶ୍ୱର,୫ା୯(ବ୍ୟୁରୋ): ଦେଶର ଆର୍ଥିକ ସ୍ଥିତି ମାନ୍ଦା ଅବସ୍ଥା ଦେଇ ଗତି କରୁଛି। ସାମଗ୍ରିକ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ଗତ ୬ ବର୍ଷର ସବୁଠାରୁ ରେକର୍ଡସ୍ତରକୁ ହ୍ରାସ ପାଇଛି। ଏହାର ପ୍ରଭାବ ଓଡ଼ିଶାରେ ଦେଖାଦେଇଛି। ଆର୍ଥିକ ମାନ୍ଦାବସ୍ଥା ଯୋଗୁ ରାଜ୍ୟର ବେକାର…
ଚନ୍ଦ୍ରର ନିକଟତର ହେଲା ଲ୍ୟାଣ୍ଡର୍
ଚେନ୍ନାଇ: ଚନ୍ଦ୍ରଯାନ-୨ ଅର୍ବିଟରରୁ ପ୍ରଥମ ମୁନ୍ ଲ୍ୟାଣ୍ଡର ବିକ୍ରମ ଅଲଗା ହେବା ପରେ ମଙ୍ଗଳବାର ପ୍ରଥମ ଓ ବୁଧବାର ଦ୍ୱିତୀୟ ଡି-ଅର୍ବିଟାଲ ଅପରେଶନ ସକାଳ ୩ ଟା୪୨ ମିନିଟ୍ରେ ଅନ-ବୋର୍ଡ ପ୍ରୋପଲ୍ଶନ ସିଷ୍ଟମ ମାଧ୍ୟମରେ ଆରମ୍ଭ କରାଯାଇ ୯ମିନିଟ୍ରେ ଶେଷ କରାଯାଇଛି।…
ଅଟୋ ଚାଳକଙ୍କୁ ୫୨ହଜାର ଜରିମାନା, ୮ ନିୟମ ଭାଙ୍ଗିଥିଲେ
ଭୁବନେଶ୍ୱର, ୪।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଟୋ ଚାଳକଙ୍କ ଉପରେ ଲାଗିଛି ୫୨ହଜାର ଟଙ୍କାର ଜରିମାନା। ଚାଳକଜଣଙ୍କ ହେଲେ ହରିବନ୍ଧୁ କହଁର। ସେ ସ୍ଥାନୀୟ ବଡ଼ଗଡ଼ ଅଞ୍ଚଳରେ…
ୟୁଏପିଏ ଆଧାରରେ ମାସୁଦ ଆଝାରଙ୍କ ସମେତ ୪ ଜଣଙ୍କୁ ଆତଙ୍କବାଦୀ ଘୋଷିତ
ନୂଆଦିଲ୍ଲୀ,୪।୯: ଭାରତ ମାସୁଦ ଆଝାର, ହାଫିଜ ସୟିଦ, ଦାଉଦ୍ ଇବ୍ରାହିମ୍ ଓ ଜକି-ଉର୍-ରହମାନ ଲଖଭିଙ୍କୁ ଆତଙ୍କବାଦୀ ଘୋଷଣା କରିଛି। ଏମାନଙ୍କୁ Unlawful Activities (Prevention) Act ଅଧିନିୟମ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରାଯାଇଛି। ଏହାସହ ଏମାନଙ୍କ ବିରୋଧରେ ରେଡ କର୍ନର ନୋଟିସ…
ବିଜେଡିର ନୂଆ ମୁଖପାତ୍ର ତାଲିକା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ..
ଭୁବନେଶ୍ୱର, ୪।୯(ବ୍ୟୁରୋ): ବିଜେଡି ପକ୍ଷରୁ ବୁଧବାର ନୂଆ ମୁଖପାତ୍ର ତାଲିକା ପ୍ରକାଶ ପାଇଛି। ଏଥିରେ ମିଡିଆ କୋର୍ଡିନେଟର ଭାବେ ଏମ୍ପି ସସ୍ମିତ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିଭଳି ୫ଜଣଙ୍କୁ ଜାତୀୟ ମୁଖପାତ୍ର, ୧୪ଜଣଙ୍କୁ ବିଜେଡି ମୁଖପାତ୍ର ଏବଂ ୧୦ଜଣଙ୍କୁ ପ୍ୟାନେଲିଷ୍ଟ ଭାବେ…
ମୋଦି-ପୁଟିନ୍ଙ୍କ ମିଳିତ ବିବୃତି: ଦେଶର ଆଭ୍ୟନ୍ତରୀଣ ମାମଲାରେ ଅନ୍ୟ କାହାର ହସ୍ତକ୍ଷେପ ବରଦାସ୍ତ କରାଯିବନି
ଭ୍ଲାଡ଼ିଭୋସ୍ତକ,୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯାଇଛନ୍ତି। ଭ୍ଲାଡ଼ିଭୋସ୍ତକଠାରେ ଏକ ଖବରଦାତା ସମ୍ମିଳନୀରେ ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର୍ ପୁଟିନ୍ ମିଳିତ ଭାବେ ବିବୃତି ଦେଇଛନ୍ତି। ଦେଶର ଆଭ୍ୟନ୍ତରୀଣ ମାମଲାରେ ଅନ୍ୟ କୌଣସି ବାହାର ଦେଶର ହସ୍ତକ୍ଷେପକୁ ବରଦାସ୍ତ…
ପୁରୀ ସୁରକ୍ଷା ମଞ୍ଚ- ପ୍ରଶାସନ ବୈଠକ ବିଫଳ: ଜିଲାପାଳ କହିଲେ ‘ବ୍ୟବସାୟିକ କୋଠା ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ’
ପୁରୀ ଅଫିସ,୪।୯: ପୁରୀରେ ଚାଲିଥିବା ଉଚ୍ଛେଦ ଅଭିଯାନକୁ ନେଇ ସୁରକ୍ଷା ମଞ୍ଚ ଏବଂ ପ୍ରଶାସନ ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଛି। ଉଚ୍ଛେଦ ବନ୍ଦ ନେଇ ପ୍ରତିନିଧି ଦଳର ଦାବିକୁ ଜିଲାପାଳ ଅଗ୍ରାହ୍ୟ କରିଛନ୍ତି। ଏନେଇ ପ୍ରତିକ୍ରିୟା ଦେଇ ଜିଲାପାଳ ବଳଓ୍ବନ୍ତ…
ବାଲାକୋଟ ଏୟାରଷ୍ଟ୍ରାଇକ୍ ସଫଳ ହେଲେ ଫୋନ୍ରେ ‘ବନ୍ଦର’ କହି ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଧନଓ୍ବା
ନୂଆଦିଲ୍ଲୀ,୪।୯: ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ନେଇ ଅପରେଶନ୍ ପ୍ରମୁଖ ଏୟାର ମାର୍ଶଲ ସି.ହରି କୁମାର କେତେକ ଗୁପ୍ତ ସୂଚନା ଦେଇଛନ୍ତି। ସେ ଦିନ ହରିଙ୍କର ଜନ୍ମ ଦିନ ଥିଲା। ତେବେ ରାତ୍ର ୧୨ଟାରେ ସେ ସ୍ବାଭାବିକ ଭାବେ ସାଙ୍ଗମାନଙ୍କ ସହିତ ଇଣ୍ଡିଆ ଗେଟ୍…
ଅଯୋଧ୍ୟା ମାମଲା: ନିର୍ମୋହି ଆଖଡ଼ାକୁ ପୂଜା କରିବା ଅନୁମତି ଥିଲା; ନ ଥିଲା ଜମିର ଅଧିକାର କହିଲେ ମୁସଲମାନ୍ ପକ୍ଷ ଆଇନଜୀବୀ
ନୂଆଦିଲ୍ଲୀ,୪।୯: ଅଯୋଧ୍ୟା ମାମଲାର ୧୯ତମ ଦିନର ଶୁଣାଣି ବୁଧବାର ହୋଇଛି। ଏଥିରେ ମୁସଲମାନ୍ ପକ୍ଷ ଆଇନଜୀବୀ ରାଜୀବ ଧାଓ୍ବନ ଖଣ୍ଡପୀଠଙ୍କ ସମ୍ମୁଖରେ କହିଛନ୍ତି ଯେ, ୧୮୮୫ ପରଠାରୁ ନିର୍ମୋହି ଆଖଡ଼ା ପାଖରେ ବିବାଦୀୟ ଜମିରେ ପୂଜା କରିବାକୁ ଅନୁମତି ଥିଲା। ତେବେ…
ବିିହାରରେ ଏନ୍ଆର୍ସି ଲାଗୁ ନେଇ ଭାଜପା-ଜେଡ଼ିୟୁ ମୁହାଁମୁହିଁ
ପାଟନା,୪।୯: ବିହାରରେ ଏନ୍ଆର୍ସି ଲାଗୁ ନେଇ ଭାଜପା ଏବଂ ଶାସକ ଜେଡ଼ିୟୁ ମୁହାଁମୁହିଁ ହୋଇଛନ୍ତି। ଭାଜପା ରାଜ୍ୟସଭା ଏମ୍ପି ରାକେଶ ସିହ୍ନା ବିହାରର କଟିହାର, ପୂର୍ନିୟା, କିଶନଗଞ୍ଜ୍ ଆଦି ଅଞ୍ଚଳରେ ବୃଦ୍ଧି ପାଉଥିବା ଜନସଂଖ୍ୟା ନେଇ ଏନ୍ଆର୍ସି ଲାଗୁ ଉପରେ ଜୋର୍…
କୀଟନାଶକ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ: ଟଙ୍କା ପୈଠ ନ କରିବାରୁ ମୃତଦେହ ଛାଡ଼ିଲାନି ମେଡିକାଲ
ସମ୍ବଲପୁର,୪।୯(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଖଇରମାଳ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଋଣଭାର, ଫସଲ ନଷ୍ଟ ଯୋଗୁ କୀଟନାଶକ ପିଇ ଜଣେ ଚାଷୀଙ୍କ ବୁଧବାର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଚାଷୀ…
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରାଜସ୍ଥାନ ହାଇକୋର୍ଟଙ୍କ ଝଟକା: ମିଳିବନି ଆଉ ଆଜୀବନ ସରକାରୀ ସୁବିଧା ସୁଯୋଗ
ଜୟପୁର,୪।୯: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତି ଯୋଗୁ ଏକ ବଡ଼ ଝଟକା ଲାଗିଛି। ଏଣିକି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଆଜୀବନ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ମିଳିବନି। ହାଇକୋର୍ଟ ରାଜସ୍ଥାନ ମନ୍ତ୍ରୀ ବେତନ ସଂଶୋଧନ ଅଧିନିୟମ ୨୦୧୭କୁ ଅବୈଧ ଘୋଷିତ…

