ପୁରୀ ବିଶ୍ୱ ଐତିହ୍ୟ ନଗରୀ ପ୍ରକଳ୍ପ:୩ ନୂଆ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୬-୯(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକସେବା ଭବନରେ ‘ପୁରୀ ବିଶ୍ୱ ଐତିହ୍ୟ ନଗରୀ ପ୍ରକଳ୍ପ’ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ କରି ୩ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଶ୍ରୀମନ୍ଦିର ଚାରିପାଖରେ ଜାରି ରହିିଥିବା ଉଚ୍ଛେଦ ଦ୍ୱାରା ଯେପରି ପୁରାତନ କୀର୍ତ୍ତିରାଜି ନଷ୍ଟ ନ ହେବ, ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉଚ୍ଛେଦ ଦ୍ୱାରା ପ୍ରଭାବିତ ହେଉଥିବା ଜନସାଧାରଣଙ୍କୁ ଉପଯୁକ୍ତ କ୍ଷତିପୂରଣ ସହ ଥଇଥାନ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ଐତିହ୍ୟ ସୁରକ୍ଷା ଅଞ୍ଚଳ ତଥା ଶ୍ରୀମନ୍ଦିରର ୭୫ ମିଟର ଅଞ୍ଚଳ ମଧ୍ୟରେ ଏହାର ପବିତ୍ର ଭୌଗୋଳିକ ଅବସ୍ଥିତି, ବିଭିନ୍ନ ପ୍ରାଚୀନ ଦେବଦେବୀ ମୂର୍ତ୍ତି, ଜଗନ୍ନାଥ ସଂସ୍କୃତି ସହ ସଂଶ୍ଳିଷ୍ଟ ବୃକ୍ଷଲତା, କଳା ସ୍ଥାପତ୍ୟ ଓ ଭୋଗକ୍ଷେତ୍ରକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ପୁନଃବିନ୍ୟାସ କରାଯିବା ନେଇ ନିଷ୍ପତ୍ତି କରାଯାଇଛି। ଏହି ପୁନଃବିନ୍ୟାସକୁ ତଦାରଖ କରିବା ଲାଗି ଏକ ବିଶେଷଜ୍ଞ ମଣ୍ଡଳୀ ଗଠନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ମେଘନାଦ ପାଚେରିଠାରୁ ୭୫ ମିଟର ଅଞ୍ଚଳ ମଧ୍ୟରେ ଚଳାଚଳ ପାଇଁ ୧୫ ମିଟର ରାସ୍ତା କରାଯିବ, ବାକି ୬୦ ମିଟର ଅଞ୍ଚଳର ପୁନଃବିନ୍ୟାସ କରାଯିବ। ଅନୁରୂପ ଭାବେ ଏମାର ମଠ ଜମିର କିଛି ଅଂଶରେ ରଘୁନନ୍ଦନ ଲାଇବ୍ରେରିର ପୁନଃନିର୍ମାଣ କରାଯିବ। ଏହାକୁ ଜଗନ୍ନାଥ ସଂସ୍କୃତିର ଏକ ଗବେଷଣା କେନ୍ଦ୍ର ଭାବେ ବିକଶିତ କରାଯିବ। ଏଥିପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ୨୫ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଉଚ୍ଛେଦ କାରଣରୁ ବିସ୍ଥାପିତ ପରିବାରଗୁଡିକ ପାଇଁ ମନ୍ଦିରଠାରୁ ୧.୫ କିଲୋ ମିଟର ଦୂରତା ମଧ୍ୟରେ ବିଭିନ୍ନ ସ୍ଥାନରେ ୬୦୦ଟି ଘର ନିର୍ମାଣ କରାଯିବ। ପ୍ରତି ଘର ବିଲ୍ଟ ଅପ୍‌ ଏରିଆ ପ୍ରାୟ ୫୨୦ ଫୁଟ୍‌ ରହିବ, ଏହି ଯୋଜନା ପାଇଁ ସ୍ବତନ୍ତ୍ର ଭାବେ ୯୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଅବଢ଼ା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୬୫ କୋଟି ଟଙ୍କା ବିନିଯୋଗରେ ଏକାଧିକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୫୯୫ କୋଟି ଟଙ୍କା ବିନିଯୋଗରେ ଶ୍ରୀସେତୁ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମୂଷାନଦୀ ପୁନରୁଦ୍ଧାର, ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ, ଅଠରନଳା ଓ ମଠଗୁଡିକର ବିକାଶ ପାଇଁ ଯୋଜନା କରାଯାଇଛି। ଏଥିସହିତ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୂର୍ତ୍ତ ବିଭାଗ ସହଯୋଗରେ ଡିଜାଇନ୍‌ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଏଥିପାଇଁ ତୁରନ୍ତ ଟେଣ୍ଡର ଡକାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଆଇନ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୪।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

ନିର୍ବାଚନରୁ ଓହରିଲେ ବିରଞ୍ଚତ୍

ଭୁବନେଶ୍ୱର, ୨୩।୪ (ବନ୍ଦନା ସେଠୀ):ନିର୍ବାଚନ ମଇଦାନରୁ ଓହରିଲେ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ବିରଞ୍ଚତ୍ ମହାସୁପକାର ଓରଫ ଲିଟୁ। ଏବେ ସେ ଦଳ ପାଇଁ...

ନିଦ ହଜାଇଲେଣି ସାଇବର ଅପରାଧୀ

ଭୁବନେଶ୍ୱର,୨୩।୪ (ସୂର୍ଯ୍ୟକାନ୍ତ ବେହେରା):ବାରମ୍ବାର ସଚେତନତା ସତ୍ତ୍ୱେ ଦିନକୁ ଦିନ ଠକାମିର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ କୌଶଳ ଆପଣାଇ ଲୁଟୁଛନ୍ତି ସାଇବର ଅପରାଧୀ। କେତେବେଳେ ହ୍ବାଟ୍‌ସଆପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri