Home Middle

କାଳିଆ ଯୋଜନା: ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୩.୪୧ ଲକ୍ଷ : ୨୦ ହଜାର ସରକାରୀ ଚାକିରିଆ ପାଇଛନ୍ତି ଟଙ୍କା

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : ରାଜ୍ୟର ପ୍ରାୟ ୧୨,୦୦୦ ବଡଚାଷୀ, ୯୦୦୦ ନାବାଳିକା/ନାବାଳକ ଏବଂ ପ୍ରାୟ ୨୦,୦୦୦ ସରକାରୀ ଚାକିରିଆ ଚାଷୀ ଭାବେ କାଳିଆ ସୁବିଧା ପାଇଛନ୍ତି। ଅନୁରୂପଭାବେ ଗୋଟିଏ ଗୋଟିଏ ମନୋନୀତ ପରିବାରର ୩ ଲକ୍ଷ ହିତାଧିକାରୀ ଏକାଧିକ ବ୍ୟକ୍ତି ଦର୍ଶାଇ କାଳିଆ…

ଆତଙ୍କବାଦୀଙ୍କ ଧମକ ସତ୍ତ୍ୱେ ସେନା ଚାହୁଁଛି ସ୍ବାଭାବିକ ସ୍ଥିତି: ମଝିରେ ଫସିଛନ୍ତି କଶ୍ମୀରୀ

ନୂଆଦିଲ୍ଲୀ/ଶ୍ରୀନଗର,୧୮ା୯: ଜମ୍ମୁ-କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାରକୁ ମଙ୍ଗଳବାର ୪୪ ଦିନ ପୂରିଛି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ନେଇଥିବା ଏହି ନିଷ୍ପତ୍ତି ପରେ ସ୍ଥିତି କ୍ରମଶଃ ସ୍ବାଭାବିକ ହେବାରେ ଲାଗିଛି ବୋଲି ଉଭୟ କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପ୍ରଶାସନ ଦାବି କରୁଥିବାବେଳେ…

ମାନ୍ଦାବସ୍ଥା: କେରଳ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ

ତିରୁଭାନନ୍ତପୁରମ୍‌,୧୮ା୯: ନିକଟରେ କେରଳର ସର୍ବବୃହତ୍‌ ପର୍ବ ଓଣମ୍‌ ପାଳିତ ହୋଇଯାଇଛି। ଏହି ପର୍ବ ପାଳନ ପାଇଁ ରାଜ୍ୟ ସବୁବର୍ଷ ଉତ୍ସବମୁଖର ହୋଇଉଠେ। ସ୍କୁଲ,କଲେଜକୁ ୧୦ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଉଥିବା ବେଳେ ବିଭିନ୍ନ ଅଞ୍ଚଳରେ ଆୟୋଜିତ ହୁଏ ନୌକା ଚାଳନା ପ୍ରତିଯୋଗିତା।…

୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଜୋର୍‌ ଧରିଲା: ନିର୍ଭୁଲ ମାର୍କିଂ ପାଇଁ ଡିଜିପିଏସ୍‌ ସର୍ଭେ;ଖୋଲିଲା କଣ୍ଟ୍ରୋଲ ରୁମ୍‌, ସିଧା ସଳଖ କଥା ହେବେ କ୍ଷତିଗ୍ରସ୍ତ

ପୁରୀ ଅଫିସ, ୧୭ା୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ଥିବା ମଠ, ହୋଟେଲ, ଲଜିଂ, ଧର୍ମଶାଳା, ଦୋକାନ ସବୁ ଉଚ୍ଛେଦ କରାଯିବ। କୌଣସି ବାସଗୃହ ରହିବ ନାହିଁ। ଏଥିପାଇଁ ପ୍ରଥମେ ସିଂହଦ୍ୱାରକୁ ଲାଗି…

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା: ଉଚ୍ଛେଦ କାର୍ଯ୍ୟ ଆଇନ ଅନୁସାରେ କରିବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୧୭।୯: ଶ୍ରୀମନ୍ଦିର ସଂସ୍କାର ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ୭୫ମିଟର ପରିଧିରେ ଉଚ୍ଛେଦ ପ୍ରସଙ୍ଗରେ ସମସ୍ତ କାମ ଆଇନ ଅନୁସାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଅରୁଣ ମିଶ୍ର। ସେ କହିଛନ୍ତି ଯେ, ଉଦ୍ଦେଶ୍ୟ ଯେତେ ମହତ…

ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ ମୋଦି କୌଣସି  ଦାବି କରି ନାହାଁନ୍ତି : ମାଲେସିୟା ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁର,୧୭।୯: ମୁସଲମାନ୍‌ ଧର୍ମଗୁରୁ ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ ମାଲେସିୟା ପ୍ରଧାନମନ୍ତ୍ରୀ ମୋହାଥିର ବିନ୍‌ ମହମ୍ମଦ୍‌ଙ୍କ ମନ୍ତବ୍ୟ ଏବେ ଅନ୍ତର୍ଜାତୀୟସ୍ତର ସହିତ ଭାରତରେ ବିବାଦ ସୃଷ୍ଟି କରିଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ କୌଣସି…

ପରୀକ୍ଷା ମୂଳକ ଉଡ଼ାଣ ବେଳେ ଡିଆର୍‌ଡିଓର ରୁସ୍ତମ୍‌-୨ୟୁଏବି ଦୁର୍ଘଟଣାଗ୍ରସ୍ତ

ବେଙ୍ଗାଲୁରୁ,୧୭।୯: କର୍ନାଟକରେ ମଙ୍ଗଳବାର ସକାଳ ୬ଟା ସମୟରେ ଡିଆର୍‌ଡିଓର ରୁସ୍ତମ୍‌-୨ ୟୁଏବି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମାନବ ବିହୀନ ବିମାନର ପରୀକ୍ଷାମୂଳକ ଉଡ଼ାଣ କରାଯାଉଥିବା ବେଳେ ଏଭଳି ହୋଇଥିବା କୁହାଯାଉଛି। ଏହା ଚୈଲକେର ଏରୋନୋଟିକାଲ ଟେଷ୍ଟ ରେଞ୍ଜ୍‌ରୁ ଉଡ଼ାଣ ଆରମ୍ଭ କରିଥିଲା।…

୬୯ ବର୍ଷରେ ମୋଦି

ନୂଆଦିଲ୍ଲୀ,୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପାଦ ଦେଇଛନ୍ତି। ଜନ୍ମଦିନରେ ମୋଦି ଗୁଜରାଟ ନର୍ମଦା ଜିଲାର ସର୍ଦ୍ଦାର ସରୋବର ଡ୍ୟାମ୍‌ ନିକଟରେ ଇକୋ ଟୁରିଜିମ୍‌ ପାର୍କରେ ପହଞ୍ଚିଛନ୍ତି। ମୋଦି ୧୯୫୦ ସେପ୍ଟେମ୍ବର ୧୭ରେ ଭାଡନଗରରେ ଜନ୍ମଗ୍ରହଣ କରିଥିଲେ।…

ଆଧାର ଲିଙ୍କ୍‌ ସତ୍ତ୍ୱେ ମିଳୁନି ଗ୍ୟାସ୍‌ ସବ୍‌ସିଡି

ଭୁବନେଶ୍ୱର,୧୭-୯(ବ୍ୟୁରୋ):୨୦୧୪ରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଆସିବା ପରେ ପ୍ରତ୍ୟେକ ଘରେ ଗ୍ୟାସ୍‌ ସଂଯୋଗ କରାଇବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲା। ସବୁଘରେ ସ୍ବଚ୍ଛ ଇନ୍ଧନ ପହଞ୍ଚାଇବା ଲକ୍ଷ୍ୟ ରଖି କେନ୍ଦ୍ର ସରକାର ୨୦୧୬ ମେ ୧ରେ ପ୍ରଧାନମନ୍ତ୍ରୀ ଉଜ୍ୱଳା…

ଅଶୋଧିତ ତୈଳ ଦର ୨୮ବର୍ଷରେ ସର୍ବବୃହତ ବୃଦ୍ଧି;୭ ଟଙ୍କା ପର୍ଯ୍ୟନ୍ତ ବଢ଼ିବ ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ,୧୭-୯: ବିଶ୍ୱର ସର୍ବବୃହତ ତୈଳ ଉତ୍ପାଦକ କମ୍ପାନୀ ସୌଦି ଆରାମ୍‌କୋରେ ଡ୍ରୋନ ଆକ୍ରମଣ ଯୋଗୁ ଅନ୍ତର୍ଜାତୀୟ ତୈଳ ବଜାରରେ ତେଲ ଦରରେ ନିଆଁ ଲାଗିଛି। ସୋମବାର ବ୍ରେଣ୍ଟ କ୍ରୁଡ୍‌ ଦର ୨୦% ବୃଦ୍ଧି ପାଇଛି, ଯାହା କି ୨୮ବର୍ଷ ପରେ ଗୋଟିଏ…

ଦେବାଳିଆ ହେଲା ଅନିଲ ଅମ୍ବାନୀଙ୍କ ଆଉ ଏକ କମ୍ପାନୀ

ନୂଆଦିଲ୍ଲୀ,୧୭-୯: ଶିଳ୍ପପତି ଅନିଲ ଅମ୍ବାନୀଙ୍କ ମାଲିକାନାରେ ଥିବା ଆଉ ଏକ କମ୍ପାନୀ ଦେବାଳିଆ ହୋଇଗଲାଣି। ଋଣରେ ବୁଡ଼ି ରହିଥିବା ଟେଲିକମ୍‌ କମ୍ପାନୀ ରିଲାଏନ୍ସ କମ୍ୟୁନିକେଶନ୍ସର ଏକ ସହଯୋଗୀ କମ୍ପାନୀ ଜିସିଏକ୍ସ ଲିମିଟେଡ ନିଜକୁ ଦେବାଳିଆ ଘୋଷଣା ଲାଗି ଆଇବିସି କୋର୍ଟରେ ଆବେଦନ…

ଉତ୍ତର ଦେଉନି ବିକ୍ରମ ଲ୍ୟାଣ୍ଡର: ଯୋଗାଯୋଗର ସମ୍ଭାବନା କ୍ଷୀଣ

ଶ୍ରୀହରିକୋଟା,୧୬।୯ : ଇସ୍ରୋର ଚନ୍ଦ୍ରୟାନ-୨ ମିଶନରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ସମ୍ଭବ ହୋଇପାରୁନି। ନାସା ବିକ୍ରମ ପାଖକୁ ପଠାଇଥିବା ବାର୍ତ୍ତାର ଉତ୍ତର ଏପର୍ଯ୍ୟନ୍ତ ମିଳିନି। ସେପ୍ଟେମ୍ବର ୨୦-୨୧ପରେ ବିକ୍ରମ ସହିତ ଆଉ ଯୋଗାଯୋଗ କରାଯାଇପାରିବ ନାହିଁ। ଚନ୍ଦ୍ରରେ ୧୪ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?