ଅଶୋଧିତ ତୈଳ ଦର ୨୮ବର୍ଷରେ ସର୍ବବୃହତ ବୃଦ୍ଧି;୭ ଟଙ୍କା ପର୍ଯ୍ୟନ୍ତ ବଢ଼ିବ ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ,୧୭-୯: ବିଶ୍ୱର ସର୍ବବୃହତ ତୈଳ ଉତ୍ପାଦକ କମ୍ପାନୀ ସୌଦି ଆରାମ୍‌କୋରେ ଡ୍ରୋନ ଆକ୍ରମଣ ଯୋଗୁ ଅନ୍ତର୍ଜାତୀୟ ତୈଳ ବଜାରରେ ତେଲ ଦରରେ ନିଆଁ ଲାଗିଛି। ସୋମବାର ବ୍ରେଣ୍ଟ କ୍ରୁଡ୍‌ ଦର ୨୦% ବୃଦ୍ଧି ପାଇଛି, ଯାହା କି ୨୮ବର୍ଷ ପରେ ଗୋଟିଏ ଦିନରେ ଅଥର୍ର୍ାତ୍‌ ୧୯୯୧ ଜାନୁୟାରୀ ୧୪ ପରେ ଗୋଟିଏ ଦିନରେ ଏହା ସର୍ବବୃହତ ବୃଦ୍ଧି ପରିଲକ୍ଷିତ ହୋଇଛି। ତେବେ ଦିନର କାରବାର ଶେଷ ବେଳକୁ ଏହା ୧୦% ଅର୍ଥାତ୍‌ ୬ ଡଲାର ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବା ଯୋଗୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ପ୍ରଭାବିତ ହେବ ବୋଲି କୁହାଯାଉଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଆସନ୍ତା ୧୫ ଦିନ ମଧ୍ୟରେ ଦେଶରେ ତେଲ ଦର ପ୍ରାୟ ୫ରୁ ୭ ଟଙ୍କା ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।
ଶନିବାର ହୁଥି ବିଦ୍ରୋହୀ ସଂଗଠନ ପକ୍ଷରୁ ଆରାମ୍‌କୋର ଅବକ୍ୟାକ୍‌ ଓ ଖୁରାଇସସ୍ଥିତ ଦୁଇଟି ତୈଳ କୂଅ ଉପରେ ଡ୍ରୋନ ଆକ୍ରମଣ କରାଯାଇଥିଲା। ଏହାପରେ ଆରାମ୍‌କୋର ତୈଳ ଉତ୍ପାଦନ ଦୈନିକ ପ୍ରାୟ ୧୦୦ ମିଲିୟନ ବ୍ୟାରେଲର ଅଧା ହୋଇଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୨/୩ ଦିନ ଭିତରେ ଉତ୍ପାଦନ ହ୍ରାସ କରି କୂଅର ମରାମତି କରାଯିବ।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସୋମବାର ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ୧୯.୫% ବୃଦ୍ଧି ପାଇ ବ୍ୟାରେଲ ପିଛା ୭୧.୯୫ ଡଲାରରେ ପହଞ୍ଚତ୍ୟାଇଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇବା ଅର୍ଥ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଯଥେଷ୍ଟ ବଢ଼ିବ। କାରଣ ଭାରତ ଏହାର ଚାହିଦାର ପ୍ରାୟ ୮୦ ପ୍ରତିଶତ ତୈଳ ବିଦେଶରୁ ଆମଦାନୀ କରିଥାଏ। ତେବେ ହୁତି ବିଦ୍ରୋହୀଙ୍କ ଡ୍ରୋନ ଆକ୍ରମଣ ପଛରେ ଇରାନର ହାତ ରହିଥିବା ଆମେରିକା ଅଭିଯୋଗ କରିଛି। ଇରାନ ବିରୋଧରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ଚିନ୍ତା କରୁଛି। ଅନ୍ୟପକ୍ଷରେ ଆକ୍ରମଣ ହେଲେ ଇରାନ ମଧ୍ୟ ଆମେରିକା ବିରୋଧରେ ବଡ଼ ଧରଣର ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା କହିଛି। ଆଗାମୀ ଦିନରେ ଗଲ୍ଫ ଅଞ୍ଚଳରେ ଯୁଦ୍ଧ ଲାଗିଲେ ତେଲ ଦର ଆହୁରି ବଢ଼ିଯିବ ଏଥିରେ ସନ୍ଦେହ ନାହିଁ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ(ଏଚ୍‌ପିସିଏଲ୍‌) ପକ୍ଷରୁ କୁହାଯାଇଛି ଯେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବା ଯୋଗୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବ। କ୍ରୁଡ୍‌ ଦର ୧୦% ବଢ଼ିଲେ ପେଟ୍ରୋଲ ଓ ଡିଜେଲ ଦର ପ୍ରଭାବିତ ହେବ ବୋଲି ଅଧ୍ୟକ୍ଷ ଏମ୍‌.କେ.ସୁରନା କହିଛନ୍ତି।
ତେଲ ଉପଲବ୍ଧତା ପ୍ରଭାବିତ ହେବନି:ଧର୍ମେନ୍ଦ୍ର
ସୌଦି ଆରାମ୍‌କୋରେ ଡ୍ରୋନ୍‌ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହଠାତ୍‌ ବୃଦ୍ଧି ପାଇଛି। ତେଲ ଉତ୍ପାଦନରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କାରେ ଦରବୃଦ୍ଧି ଘଟିଛି। ତେବେ ଭାରତ ପାଇଁ କିଛି ଅସୁବିଧା ହେବ ନାହିଁ ବୋଲି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀଙ୍କୁ ଆଶ୍ୱସ୍ତ କରିବାକୁ ଚାହିଁଛନ୍ତି। ସେ କହିଛନ୍ତି ଯେ, ସରକାର ତୈଳ ମାର୍କେଟିଂ କମ୍ପାନୀଙ୍କ ସହ ମିଶି ସେପ୍ଟେମ୍ବର ମାସ ପାଇଁ ତେଲ ଯୋଗାଣର ସମୀକ୍ଷା କରିଛନ୍ତି। ଦେଶକୁ ତେଲ ଯୋଗାଣରେ କିଛି ଅସୁବିଧା ହେବ ନାହିଁ ବୋଲି ସରକାର ଆଶ୍ୱସ୍ତ ଅଛନ୍ତି। ଦରକାର ପଡିଲେ ଦେଶର ରଣନୈତିକ ଭଣ୍ଡାରରୁ ତେଲ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି। ଧର୍ମେନ୍ଦ୍ର ଜଣାଇଛନ୍ତି ଯେ, ଡ୍ରୋନ୍‌ ଆକ୍ରମଣ ପରେ ସୌଦି ଆରାମ୍‌କୋର ଅଧିକାରୀମାନେ ଦେଶର ତୈଳ କମ୍ପାନୀଙ୍କୁ ଜଣାଇଛନ୍ତି ଯେ, ତାଙ୍କ ଦ୍ୱାରା ତୈଳ ଯୋଗାଣ ବ୍ୟାହତ ହେବ ନାହିଁ। ଏ ସମ୍ପର୍କରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ମଧ୍ୟ ଜାରି କରାଯାଇଛି। ମନ୍ତ୍ରଣାଳୟ, ତୈଳ କମ୍ପାନୀଗୁଡ଼ିକ ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।
୨୦ ଡଲାର ପର୍ଯ୍ୟନ୍ତ ବଢ଼ିବାରେ ଅଶୋଧିତ ତେଲ ଦର
ବିଶେଷଜ୍ଞଙ୍କ ମତକୁ ଉଦ୍ଧାର କରି ରଏଟର୍ସ ଲେଖିଛି ଯେ, ଆସନ୍ତା ୩୦ ତାରିଖ ସୁଦ୍ଧା ସୌଦି ଆରାମ୍‌କୋର ସ୍ଥିତି ନ ସୁଧୁରିଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୧୦୦ ଡଲାର ପ୍ରତି ବ୍ୟାରେଲ ଛୁଇଁପାରେ। ଆସନ୍ତା ୭ ଦିନ ଭିତରେ ସ୍ଥିତିରେ ପରିବର୍ତ୍ତନ ନ ଆସିଲେ ତେଲ ଦର ୧୫ରୁ ୨୦ ଡଲାର ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।
ଅପେକ୍ଷା କରିବାକୁ ହେବ: ଶକ୍ତିକାନ୍ତ
ସୌଦି ଆରାମ୍‌କୋରେ ଡ୍ରୋନ ଆକ୍ରମଣ ଯୋଗୁ ଭାରତୀୟ ଅର୍ଥନୀତି ଉପରେ ଏହାର ଗଭୀର ପ୍ରଭାବ ପଡିବ। କାରଣ ଭାରତର ଚଳନ୍ତି ଖାତା ନିଅଣ୍ଟ ପରିମାଣ ଏବଂ ବିତ୍ତୀୟ ନିଅଣ୍ଟ ପରିମାଣ ବଢ଼ିବ। ଆରାମ୍‌କୋ ଘଟଣା ପରେ ତୈଳ ଓ ମୁଦ୍ରା ଦର ପ୍ରଭାବିତ ହେବ। ଆସନ୍ତା କିଛି ଦିନ ଭିତରେ ଏ ଦିଗରେ ସ୍ପଷ୍ଟତା ଆସିବ। ତେବେ ଆମକୁ ବର୍ତ୍ତମାନ ‘ଅପେକ୍ଷା କରିବାକୁ ହେବ’ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ କହିଛନ୍ତି।
ଚଳନ୍ତି ଖାତା ନିଅଣ୍ଟ ବଢ଼ିବ
ସିଙ୍ଗାପୁରସ୍ଥିତ ଡିବିଏସ୍‌ ବ୍ୟାଙ୍କିଙ୍ଗ୍‌ ଗ୍ରୁପ୍‌ ପକ୍ଷରୁ କୁହାଯାଇଛି ଯେ, ଅଶୋଧିତ ତୈଳ ଦର ୧୦% ବଢ଼ିଲେ ଭାରତର ଚଳନ୍ତି ଖାତା ନିଅଣ୍ଟ ପରିମାଣ ଜିଡିପିର ୦.୪ରୁ୦.୫% ବଢ଼ିବ। ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ଗୋଟିଏ ଡଲାର ବଢ଼ିଲେ ଭାରତର ତୈଳ ଆମଦାନୀ ବିଲ୍‌ରେ ୨ ବିଲିୟନ ଡଲାର ଯୋଡି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri