କାଳିଆ ଯୋଜନା: ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୩.୪୧ ଲକ୍ଷ : ୨୦ ହଜାର ସରକାରୀ ଚାକିରିଆ ପାଇଛନ୍ତି ଟଙ୍କା

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : ରାଜ୍ୟର ପ୍ରାୟ ୧୨,୦୦୦ ବଡଚାଷୀ, ୯୦୦୦ ନାବାଳିକା/ନାବାଳକ ଏବଂ ପ୍ରାୟ ୨୦,୦୦୦ ସରକାରୀ ଚାକିରିଆ ଚାଷୀ ଭାବେ କାଳିଆ ସୁବିଧା ପାଇଛନ୍ତି। ଅନୁରୂପଭାବେ ଗୋଟିଏ ଗୋଟିଏ ମନୋନୀତ ପରିବାରର ୩ ଲକ୍ଷ ହିତାଧିକାରୀ ଏକାଧିକ ବ୍ୟକ୍ତି ଦର୍ଶାଇ କାଳିଆ ସହାୟତା ନେଇ ସାରିଛନ୍ତି। ଏହିପରି ଭାବେ ରାଜ୍ୟର ପ୍ରାୟ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରେ ସହାୟତା ପାଇଛନ୍ତି। ତୃଣମୂଳସ୍ତରରେ ଯୋଗ୍ୟ ହିତାଧିକାରୀ ଯାଞ୍ଚ ହେବା ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି। ତନ୍ମଧ୍ୟରୁ ୧୨,୦୦୦ ବଡଚାଷୀଙ୍କଠାରୁ କିପରି ସହାୟତା ରାଶି ଫେରସ୍ତ ଆସି ପାରିବ ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି।
କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ଯେଉଁ ୯୦୦୦ ନାବାଳିକା/ନାବାଳକ ସହାୟତା ରାଶି ପାଇଛନ୍ତି, ସେହି ପରିବାରଙ୍କୁ ମିଳିବାକୁ ଥିବା ପରବର୍ତ୍ତୀ କିସ୍ତି ଉକ୍ତ ରାଶିରେ ବ୍ୟବସ୍ଥିତ(ଆଡଜଷ୍ଟ) କରାଯିବ । ଅନୁରୂପଭାବେ ୨୦,୦୦୦ ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ ଭୋଗୀଙ୍କ ପାଖକୁ ଯାଇଥିବା ସହାୟତା ରାଶି ଫେରସ୍ତ କରିବା ପାଇଁ ପ୍ରବର୍ତ୍ତାଯିବ। ଯଦି ଏଥିରେ ଆଶାନୁରୂପ ସଫଳତା ନ ମିଳେ, ତେବେ ସେମାନେ ପାଉଥିବା ବେତନ ଅଥବା ପେନ୍‌ସନ୍‌ରୁ ଏହି ରାଶି ଭରଣା କରାଯିବ। ସେହିଭଳି ଗୋଟିଏ ଗୋଟିଏ ମନୋନୀତ ପରିବାରର ଏକାଧିକ ବ୍ୟକ୍ତି ଦର୍ଶାଇ ସହାୟତା ପାଇଥିବା ୩ ଲକ୍ଷ ହିତାଧିକାରୀଙ୍କ ଠାରୁ ମଧ୍ୟ ଟଙ୍କା ଫେରସ୍ତ ଅଣାଯିବ । ସେହିମାନଙ୍କ କ୍ଷେତ୍ରରେ ପରିବାରର ଜଣଙ୍କୁ ସହାୟତା ପାଇଁ ଯୋଗ୍ୟ ବିବେଚିତ କରି, ଅନ୍ୟମାନେ ପାଇଥିବା ରାଶି ପରବର୍ତ୍ତୀ କିସ୍ତିରେ ବ୍ୟବସ୍ଥିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ୧୨,୦୦୦ ବଡଚାଷୀଙ୍କ ଠାରୁ କିଭଳି ସହାୟତା ରାଶି ଫେରସ୍ତ ଅଣାଯାଇ ପାରିବ, ସେଥିଲାଗି ସରକାରୀସ୍ତରେ ବିଚାରବିମର୍ଶ କରାଯାଉଛି। ଏକ ଆନୁମାନିକ ହିସାବରୁ ଜଣାପଡିଛି ଯେ, ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରାୟ ୧୭୦.୫ କୋଟି ଟଙ୍କାର ଅର୍ଥ କାଳିଆ ଯୋଜନାରେ ଦିଆଯାଇଛି। ହେଲେ ବିଭାଗ ପକ୍ଷରୁ ୩.୨୯ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କଠାରୁ କିପରି ଅର୍ଥ ଫେରସ୍ତ ଅଣାଯିବ, ତାହାର ରୂପରେଖ ପ୍ରସ୍ତୁତ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ସେପ୍ଟେମ୍ବର ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀ ଖରିଫ ୨୦୧୯ ପାଇଁ କାଳିଆ ଯୋଜନା ସହାୟତା ପାଇବେ। ଯେଉଁ ଯୋଗ୍ୟ ହିତାଧିକାରୀ ତାଲିକାରୁ ବଞ୍ଚିତ ହୋଇଥିବା ମନେ କରୁଛନ୍ତି, ସେମାନେ ଉପଯୁକ୍ତ ଦସ୍ତାବିଜ ସହ http://kalia.co.in ମାଧ୍ୟମରେ ଆବେଦନ କରିପାରିବେ। ଅଦ୍ୟାବଧି ୪୦ ଲକ୍ଷ ୨୧ ହଜାର ୧୧୩ ଦରଖାସ୍ତର ତଥ୍ୟ ଯାଞ୍ଚ ସରିଛି। ସେଥିରୁ କେତେଜଣ ବାଦ୍‌ ପଡିବେ, ତାହାର ମଧ୍ୟ ତୃଣମୂଳସ୍ତରରେ ତର୍ଜମା ହୋଇଛି। ସେହିପରି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ପି-ପାସ୍‌ , ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସ୍‌ଏଫ୍‌ଏସ୍‌ଏସ୍‌), ସାମାଜିକ ଆର୍ଥିକ ଜାତିଭିତ୍ତିକ ଜନଗଣନା (ଏସ୍‌ଇସିସି) ଏବଂ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା (ଏଚ୍‌ଆରଏମ୍‌ଏସ୍‌ରେ) ଥିବା ପରିସଂଖ୍ୟାନକୁ ତର୍ଜମା କରାଯାଇଛି। ଏବେସୁଦ୍ଧା ପ୍ରାୟ ୧୦ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇସାରିଲାଣି। ଯୋଗ୍ୟ ବିବେଚିତ ଏହି କ୍ଷୁଦ୍ର ଓ ନାମମାତ୍ର ଅଥବା ଭୂମିହୀନ କୃଷି ପରିବାରଙ୍କୁ ଚଳିତ ମାସରେ ସହାୟତା ରାଶି ପ୍ରଦାନ କରାଯିବ।
ସୂଚନାଯୋଗ୍ୟ, ୫୧ ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀ ବିଭିନ୍ନ ବର୍ଗରେ ସହାୟତା ପାଇଥିଲେ। ୨୦୧୮ ଡିସେମ୍ବରରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଚଳିତ ଅଗଷ୍ଟ ୬ରୁ ୩୧ ମଧ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri