ମହାତ୍ମାଙ୍କୁ ହତ୍ୟା କରିଥିଲେ ଜଣେ କଠୋର ପନ୍ଥୀ: ରାଷ୍ଟ୍ରପତି
ନୂଆଦିଲ୍ଲୀ, ୩୦।୧: ଅନ୍ୟକୁ ଭଲ ପାଇବାର ବାର୍ତ୍ତା ଦେଉଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଜଣେ କଠୋର ପନ୍ଥୀ ହତ୍ୟା କରିଥିଲେ। ତେବେ ମହାତ୍ମାଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ଅନୁସରଣ କଲେ ଦେଶର ହିତ ସାଧନ ହୋଇପାରିବ। ମହାତ୍ମାଙ୍କ ପୁଣ୍ୟତିଥି ଅବସରରେ…
ଭବିଷ୍ୟନିଧି ପାଣ୍ଠି ଠକେଇ: ୯ ଲକ୍ଷ କର୍ମଚାରୀଙ୍କ ନାମରେ ସରକାରଙ୍କୁ ୩୦୦ କୋଟି ଠକିଛନ୍ତି ୮୦ ହଜାର କମ୍ପାନୀ
ନୂଆଦିଲ୍ଲୀ,୩୦।୧: ଦେଶରେ ଲୋକଙ୍କ ମଧ୍ୟରେ ନିଯୁକ୍ତି ସୁଯୋଗ ବଢ଼ାଇବା ପାଇଁ ତଥା ବେକାର ସମସ୍ୟା ଦୂର ଲାଗି ସରକାର ସଂଗଠିତ କ୍ଷେତ୍ର ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏନେଇ ସରକାର ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି। ତେବେ…
ଜାମିଆ ବିଶ୍ୱବିଦ୍ୟାଳୟ ପରିସରରେ ଫୁଟିଲା ଗୁଳି
ନୂଆଦିଲ୍ଲୀ,୩୦।୧: କିଛିଦିନ ହେବ ଆଶନ୍ତ ଥିବା ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ପରିସର ପୁଣିଥରେ ଅଶାନ୍ତ ହୋଇ ପଡିଛି। ଗୁରୁବାର ଏଠାରେ ଜଣେ ଯୁବକ ଗୁଳି କରୁଥିବା ଦେଖିବାକୁ ମିଳିଛି। ଜାମିଆ ବିଶ୍ୱବିଦ୍ୟାଳୟ ପରିସରରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ…
ଆତ୍ମ ସମର୍ପଣ କଲେ ଏନ୍ଡିଏଫ୍ବିର ୧,୬୧୫ କ୍ୟାଡର
ଗୁଆହାଟି,୩୦।୧: ଆସାମ ଗୁଆହାଟିର ଏକ ସମାରୋହରେ ନ୍ୟାଶନାଲ ଡେମୋକ୍ରେଟିକ ଫ୍ରଣ୍ଟ ଅଫ୍ ବୋଡୋଲାଣ୍ଡ(ଏନ୍ଡିଏଫ୍ବି)ର ବିଭିନ୍ନ ଗ୍ରୁପର ପ୍ରାୟ ୧,୬୧୫ କ୍ୟାଡର ନିଜ ନିଜ ମାରଣାସ୍ତ୍ର ସହ ଗୁରୁବାର ଆତ୍ମସମର୍ପଣ କରିଥିବା ସୂଚନା କିଳିଛି। ସୂଚନାଯୋଗ୍ୟ, ଭାରତ ସରକାର ଜାନୁୟାରୀ ୨୭ରେ ଏନ୍ଡିଏଫ୍ବି…
ନିର୍ଭୟା ମାମଲା: ଫାଶୀ ତାରିଖ ଘୁଞ୍ଚାଇବାକୁ ଆବେଦନ କଲେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ
ନୂଆଦିଲ୍ଲୀ,୩୦।୧: ବେଳକୁ ବେଳ ନିର୍ଭୟା ଗଣବଳାତ୍କାର ମାମଲା ଭିନ୍ନ ମୋଡ ନେଉଛି ବୋଲି ଆଲୋଚନା ହେଲାଣି। ଫେବୃୟାରୀ ୧ରେ ଏହି ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ଏହାକୁ ନେଇ ଅନିଶ୍ଚିତତା ଦେଖାଯାଇଛି। ଗୁରୁବାର…
କରୋନା ଭୂତାଣୁ ସଂକ୍ରମଣରେ ତ୍ରିପୁରାର ଜଣଙ୍କର ମୃତ୍ୟୁ
ସେପାହିଜାଲା,୩୦।୧: ତ୍ରିପୁରା ମଧୁପୁର ଥାନା ଅନ୍ତର୍ଗତ ପୁରାଥଲ ରାଜନଗର ଗାଁର ଜଣେ ଯୁବକଙ୍କର କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ମନିର ହୋସେନ ନାମକ ଜଣେ ୨୩ ବର୍ଷୀୟ ଯୁବକ ମାଲେସିୟାରେ କାମ କରୁଥିବା ବେଳେ…
ବିବାଦରେ ଟ୍ରମ୍ପ୍ଙ୍କ ମଧ୍ୟପ୍ରାଚ୍ୟ ଶାନ୍ତିନୀତି
ଓ୍ବାଶିଂଟନ,୩୦ା୧(ଏଏଫ୍ପି): ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଦୀର୍ଘଦିନ ଧରି ରହିଥିବା ବିବାଦର ସମାଧାନ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟପ୍ରାଚ୍ୟ ଶାନ୍ତି ଯୋଜନା ଆଣିଛନ୍ତି। ତାଙ୍କର ଏହି ବହୁପ୍ରତୀକ୍ଷିତ ଇସ୍ରାଏଲ-ପାଲେଷ୍ଟାଇନ ଶାନ୍ତି ଯୋଜନା ସେଠାରେ ଏକ ନୂତନ ସକାଳ ଆଣିବ…
ସୁପର ଓଭରରେ ଛକା ମାରି ଜିତାଇଲେ ରୋହିତ
ହାମିଲଟନ,୨୯।୧- ଏଠାରେ ବୁଧବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ତୃତୀୟ ଟି୨୦ ମ୍ୟାଚ୍କୁ ସୁପର ଓଭରରେ ଛକା ମାରି ଓପନର ରୋହିତ ଶର୍ମା ଭାରତୀୟ ଦଳକୁ ଜିତାଇ ଦେଇଛନ୍ତି। ସୁପର ଓଭରରେ ଘରୋଇ ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୧୮ ରନ୍ର ବିଜୟ ଲକ୍ଷ୍ୟ ନେଇ…
ସିଏଏକୁ ନେଇ ଭାରତ ବନ୍ଦ: ପଶ୍ଚିମବଙ୍ଗରେ ହିଂସା; ୨ ମୃତ
କୋଲକାତା,୨୯।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍ଆର୍ସି)କୁ ନେଇ ହୋଇଥିବା ଭାରତବନ୍ଦରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଘଟିଛି। ସ୍ଥାନୀୟ ମୁର୍ଶିଦାବାଦ୍ରେ ଭାରତବନ୍ଦ ହିଂସାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ହିଂସାକାଣ୍ଡରେ ୫ ଜଣ ଆହତ ହୋଇଛନ୍ତି। ଜଲାଙ୍ଗି ଅଞ୍ଚଳରେ ତୃଣମୂଳ…
ପାଣ୍ଠିର ଅଭାବ: ୯୦ ହଜାର ଯବାନଙ୍କୁ ମିଳିବନି ୨ ମାସ ଦରମା
ନୂଆଦିଲ୍ଲୀ,୨୯।୧: ସଶସ୍ତ୍ର ସୀମା ବଳ(ଏସ୍ଏସ୍ବି)ରେ ଏବେ ପାଣ୍ଠିର ଅଭାବ ଦେଖାଦେଇଛି। ତେଣୁ ଜାନୁୟାରୀ ଓ ଫେବୃୟାରୀ ୨ ମାସ ଧରି ଏସ୍ଏସ୍ବି ଯବାନଙ୍କୁ ଦରମା ମିଳିବ ନାହିଁ। ମାର୍ଚ୍ଚ ମାସରେ ସେମାନଙ୍କୁ ଏରିୟର ସହିତ ଦରମା ମିଳିବ ବୋଲି ଏସ୍ଏସ୍ବି ପକ୍ଷରୁ…
ଭାରତରେ ସକ୍ରିୟ ହେବା ଲାଗି ଅଲ୍-କାଏଦାର ଉଦ୍ୟମ: ଅଡ଼ିଓ-ଭିଡ଼ିଓ ଟେପ୍ ଜାରି
ନୂଆଦିଲ୍ଲୀ,୨୯।୧: ଭାରତରେ ସକ୍ରିୟ ହେବା ଲାଗି ଆତଙ୍କବାଦୀ ସଂଗଠନ ଅଲ୍-କାଏଦା ଉଦ୍ୟମ ଜାରି ରଖିଛି। ଏନେଇ ଯୁବବର୍ଗଙ୍କ ବ୍ରେନ୍ ଓ୍ବାଶ୍ କରିବା ପାଇଁ ଏହାର ସଦସ୍ୟ ଓସାମା ମହମୁଦ୍ ଏକ ଅଡ଼ିଓ-ଭିଡ଼ିଓ ଟେପ୍ ଜାରି କରିଛନ୍ତି। ଏଥିରେ ସେ ଉତ୍ତେଜନା ସୃଷ୍ଟିକାରୀ…
ପଦ୍ମ ଧରିଲେ ସାଇନା ନେହଓ୍ବାଲ
ନୂଆଦିଲ୍ଲୀ, ୨୯।୧: ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ବୁଧବାର ଭଉଣୀ ଚନ୍ଦ୍ରାଂଶୁ ନେହଓ୍ବାଲଙ୍କ ସହ ଭାଜପାରେ ଯୋଗଦେଇଛନ୍ତି। ଭାଜପାର ଦିଲ୍ଲୀ କାର୍ଯ୍ୟାଳୟଠାରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି। ଅଲିମ୍ପିକ୍ସରେ ୩ ଥର ଦେଶକୁ ପ୍ରତିନିଧିତ୍ୱ…

