ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ, ୨ ଲକ୍ଷ ସହାୟତା ଘୋଷଣା
ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ବୁଧବାର ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପା…
ଫେବୃୟାରୀ-୧ରେ ଫାଶୀ: ରକ୍ଷା ପାଇବା ଲାଗି ବିନୟ-ଅକ୍ଷୟ-ପଓ୍ବନଙ୍କ ପାଖରେ ରହିଛି ବିକଳ୍ପ
ନୂଆଦିଲ୍ଲୀ,୨୯।୧: ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀଦଣ୍ଡ ପାଇଁ ମୃତ୍ୟୁ ଓ୍ବାରେଣ୍ଟ୍ ଜାରି ହୋଇସାରିଛି। ଇତିମଧ୍ୟରେ ମୁକେଶ ସିଂଙ୍କ ଫାଶୀରୁ ରକ୍ଷା ପାଇବା ସମସ୍ତ ବିକଳ୍ପ ଶେଷ ହୋଇଛି। ବୁଧବାର ରାଜକ୍ଷମା ବିରୋଧରେ ସେ ସୁପ୍ରିମ୍କୋର୍ଟରେ କରିଥିବା ଆବେଦନ…
ରାଷ୍ଟ୍ରପତିଙ୍କ ନିଷ୍ପତ୍ତିର ହେବନି ନ୍ୟାୟିକ ବିଚାର: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୨୯।୧: ନିର୍ଭୟା ମାମଲାରେ ଦୋଷୀ ମୁକେଶ ସିଂଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହୋଇଥିବା ରାଜକ୍ଷମା ବିରୋଧରେ କରାଯାଇଥିବା ଆବେଦନକୁ ଝଟ୍କା ଲାଗିଛି। ସୁପ୍ରିମ୍କୋର୍ଟ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିର ନ୍ୟାୟିକ ବିଚାର ପାଇଁ କୌଣସି ଆଧାର ନ ଥିବା ଦର୍ଶାଇ ଏହାକୁ…
କରୋନା ମୃତ୍ୟୁ ସଂଖ୍ୟା ୧୩୨ରେ ପହଞ୍ଚିଲା: ବୁହାନରେ ୫୦୦ ଭାରତୀୟ ସୁରକ୍ଷିତ; ଜାନୁୟାରୀ ୩୧ରେ ହୋଇପାରନ୍ତି ଏୟାରଲିଫ୍ଟ୍
ନୂଆଦିଲ୍ଲୀ/ବେଜିଂ, ୨୯।୧: ଚାଇନାର ବୁହାନରେ କରୋନା ଭୁତାଣୁ ସଂକ୍ରମଣରେ ଇତିମଧ୍ୟରେ ୧୩୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାଦ୍ୱାରା ୬ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ସ୍ତାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ଥିବା ୫୦୦ ଭାରତୀୟ ସୁରକ୍ଷିତ ଥିବା…
କେରଳ ବିଧାନସଭା: ପ୍ରବଳ ହଟ୍ଟଗୋଳ ମଧ୍ୟରେ ସିଏଏ ବିରୋଧରେ ପ୍ରସ୍ତାବ ପାଠ କଲେ ରାଜ୍ୟପାଳ
ଥରୁଭାନନ୍ତପୁରମ୍,୨୯।୧: କେରଳ ବିଧାନସଭା ବଜେଟ୍ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ରାଜ୍ୟପାଳ ଆରିଫ୍ ଅହମ୍ମଦ୍ ଖାଁ ସିଏଏ ବିରୋଧରେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ପାଠ କରିଛନ୍ତି। ପୂର୍ବରୁ ସେ ଏହି ପ୍ରସ୍ତାବ ପାଠ…
ବସ୍ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଲା, ୩୮ ଗୁରୁତର
ବ୍ରହ୍ମପୁର ଅଫିସ,୨୯।୧: ତପ୍ତପାଣି ଘାଟିରେ ବୁଧବାର ବଡି ଭୋରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଥିବାବେଳେ ୩୮ଜଣ ଗୁରୁତର ଆହତ ହୋଇଛନ୍ତି। ରାୟଗଡା ଜିଲ୍ଲା ଟିକିରି ରୁ ୪୮ ଜଣ ଯାତ୍ରୀଙ୍କୁ ନେଇ ପୁରୁଷୋତ୍ତମପୁର…
‘ଅନ୍ୟାୟ ସୁଧାରିବ ସିଏଏ’
ନୂଆଦିଲ୍ଲୀ,୨୯ା୧(ପି.ଟି.): ଐତିହାସିକ ଅନ୍ୟାୟକୁ ସୁଧାରିବା ପାଇଁ ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଅଣାଯାଇଛି। ଏହି ପଦକ୍ଷେପ ଯୋଗୁ ପଡ଼ୋଶୀ ଦେଶଗୁଡ଼ିକର ସଂଖ୍ୟାଲଘୁଙ୍କୁ ଭାଜପା ଦେଇଥିବା ପୁରୁଣା ପ୍ରତିଶ୍ରୁତି ପୂରଣ ହେବ ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି।…
ବ୍ରିଜ୍ ତଳକୁ ଖସିଲା ବସ୍: ୩ ମୃତ, ୨୭ରୁ ଊର୍ଦ୍ଧ୍ୱ ଆହତ
ବ୍ରହ୍ମପୁର ଅଫିସ,୨୯।୧: ଗଞ୍ଜାମ ଜିଲା ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ବୁଧବାର ଭୋରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ବ୍ରିଜ୍ ତଳକୁ ଖସିପଡିବାରୁ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ମୃତକମାନଙ୍କ ମଧ୍ୟରେ ଜଣେ…
୧୯ ବର୍ଷରୁ କମ୍ ବିଶ୍ୱକପ୍: ଅଷ୍ଟ୍ରେଲିଆକୁ ହରାଇ ସେମିରେ ଭାରତ
ପୋଚେଫ୍ସଟ୍ରୁମ୍, ୨୮।୧(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍ରେ ଗତଥରର ଚାମ୍ପିୟନ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ବିଶ୍ୱକପ୍ର ଏହି ୧୩ତମ ସଂସ୍କରଣରେ ଭାରତ ମଙ୍ଗଳବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୭୪ ରନରେ ପରାସ୍ତ କରି…
‘ଅପରେଶନ୍ ମା’: ଆତଙ୍କବାଦ ଛାଡ଼ି ଘର ବାହୁଡ଼ିଛନ୍ତି ୫୦ ଯୁବକ
ଶ୍ରୀନଗର,୨୮।୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଶେଷ ହେବାକୁ ଯାଉଛି। ପୁଣି ଏଠାରେ ଶାନ୍ତି ଫେରି ଆସୁଛି ବୋଲି ଲ୍ୟୁଟନାଟ୍ ଜେନେରାଲ କନଓ୍ବଲ୍ଜିତ୍ ସିଂ ଧିଲୋନ କହିଛନ୍ତି। ଇତିମଧ୍ୟରେ ‘ଅପରେଶନ୍ ମା’ ଦ୍ୱାରା ୫୦ ଯୁବକ ଆତଙ୍କବାଦ ରାସ୍ତା ଛାଡ଼ି ଘରକୁ ବାହୁଡ଼ିଛନ୍ତି। ମା’ଙ୍କ…
ଦେଶରେ ହିଂସା ସୃଷ୍ଟି କରୁଛନ୍ତି ମୋଦି ସରକାର: ରାହୁଲ
ଜୟପୁର,୨୮।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ। ସେ ରାଜସ୍ଥାନ ଜୟପୁରରେ ଯୁବ ଆକ୍ରୋଶ ରାଲିରେ ଯୋଗଦେଇ କହିଛନ୍ତି ଯେ, ମୋଦି ସରକାର ଦେଶରେ ହିଂସା ସୃଷ୍ଟି କରୁଛନ୍ତି। ଭାରତ ବଡ଼…
ପାକିସ୍ତାନକୁ ଯୁଦ୍ଧରେ ହରାଇବାକୁ ୧୦ ଦିନ ବି ଲାଗିବନି: ମୋଦି
ନୂଆଦିଲ୍ଲୀ,୨୮।୧: ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ୩ ଥର ପରାଜିତ ହୋଇଛି। ଏବେ ଯୁଦ୍ଧ ହେଲେ ପାକିସ୍ତାନକୁ ହରାଇବାକୁ ୧୦ ଦିନ ସମୟ ବି ଲାଗିବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି। ସ୍ଥାନୀୟ କାରିୟପ୍ପା ପରେଡ଼ ପଡ଼ିଆରେ ଜାତୀୟ ସମର…

