Home Middle

ଏସ୍‌ସିବି ପୁନର୍ବିନ୍ୟାସ: କ୍ଷତିଗ୍ରସ୍ତଙ୍କ ଥଇଥାନ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୧(ବ୍ୟୁରୋ): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲ(ଏସ୍‌ସିବି) ପୁନର୍ବିନ୍ୟାସ କାର୍ଯ୍ୟକ୍ରମରେ କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଏବଂ ସହାୟତା ପ୍ୟାକେଜକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ପ୍ୟାକେଜରେ ସ୍ଥାୟୀ ବାସଗୃହ, ଅନଧିକୃତ ଭାବେ ନିର୍ମିତ ବାସଗୃହ,…

‘ହାଉଡ଼ି ମୋଦି’ ପରି ଫେବୃୟାରୀ ୨୫ରେ ଅହମ୍ମଦାବାଦ୍‌ରେ ‘କେମ୍‌ ଛୋ ଟ୍ରମ୍ପ୍‌’: ୬୦ ହଜାର ଲୋକ ଦେବେ ଯୋଗ

ଗାନ୍ଧିନଗର,୨୫।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଆସନ୍ତା ଫେବୃୟାରୀରେ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଗୁଜରାଟ ଅହମ୍ମଦାବାଦ୍‌ରେ ଫେବୃୟାରୀ ୨୫ରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯିବ। ଏହି ସଭାରେ ୫୦-୬୦ ହଜାର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ…

ପୋଲିସ ମେଡାଲ ଘୋଷଣା: ସାହସିକତା, ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୯ଜଣଙ୍କୁ ମିଳିବ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଶନିବାର ପୋଲିସ ମେଡାଲ ଘୋଷଣା କରାଯାଇଛି। ତିନୋଟି ବର୍ଗରେ ଓଡ଼ିଶାରୁ ମୋଟ ୨୯ଜଣ ପାଇବେ ମେଡାଲ। ସାହସିକତା ପାଇଁ ୧୬ ପୋଲିସ କର୍ମଚାରୀ, ବିଶିଷ୍ଟ ସେବା ପାଇଁ ୨ ଏବଂ ଉଲ୍ଲେଖନୀୟ ସେବା ପାଇଁ…

ନିର୍ଭୟା ମାମଲା: ଦୋଷୀ ବିନୟଙ୍କୁ ଦିଆ ଯାଇଛି ସ୍ଲୋ ପଏଜନ୍‌; କୋର୍ଟ ନୀରବ

ନୂଆଦିଲ୍ଲୀ,୨୫।୧: ନିର୍ଭୟା ମାମଲାରେ ଦୋଷୀ ଫାଶୀରୁ ବଞ୍ଚିବା ପାଇଁ ନୂଆ ନୂଆ ଯୋଜନା କରୁଥିବା କୁହାଯାଉଛି। ଇତିମଧ୍ୟରେ ଦୋଷୀ ବିନୟ ଶର୍ମାଙ୍କ ଆଇନଜୀବୀ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିନୟଙ୍କ ଆଇନଜୀବୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ…

ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ ସୁରକ୍ଷା ଛାଉଣିରେ ପରିଣତ; ୨୨ ହଜାର ପୋଲିସ ମୁତୟନ

ନୂଆଦିଲ୍ଲୀ, ୨୫।୧: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ଗଳିକନ୍ଦିରେ ସୁରକ୍ଷାକର୍ମୀଙ୍କୁ ସଜାଗ ରଖାଯାଇଛି। ସୁରକ୍ଷା କାର୍ଯ୍ୟରେ ୨୨ ହଜାର ପୋଲିସଙ୍କୁ ମୁତୟନ କରାଯାଇଛି। ଦିଲ୍ଲୀର ସ୍ଥଳ ଓ ଆକାଶ ସୁରକ୍ଷା ଛାଉଣୀରେ ପରିଣତ ହୋଇଛି।…

ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣା: ଠିକାଦାର ଅଟକ, କାଗଜପତ୍ର ଯାଞ୍ଚ କରୁଛି କମିଶନରେଟ ପୋଲିସ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାରେ ଶନିବାର ଠିକାଦାରୀ ସଂସ୍ଥା ମୁଖ୍ୟ ଦିଲୀପ ଖଟୋଇଙ୍କୁ ଅଟକ ରଖାଯାଇଛି। ଡିସିପିଙ୍କ ନେତୃତ୍ୱରେ କମିଶନରେଟ ପୋଲିସ ଦିଲୀପଙ୍କୁ ପଚରାଉଚରା କରୁଛି। ଏଥିସହ ସଂସ୍ଥାର କାଗଜପତ୍ର ଯାଞ୍ଚ କରାଯାଉଥିବା ସୂଚନା ମିଳିଛି।…

ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ପୁଲଓ୍ବାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୫।୧: ରାତି ପାହିଲେ ସାଧାରଣତନ୍ତ୍ର ଦିବସ। ଏହାର ଗୋଟିଏ ଦିନ ପୂର୍ବରୁ ଦକ୍ଷିଣ କଶ୍ମୀରର ପୁଲଓ୍ବାମା ଜିଲାର ତ୍ରାଲ୍‌ଠାରେ ଶନିବାର ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ର ହାର୍ଡକୋର୍‌ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨ ଜଣ…

ଲଗାତାର ୬୦ ଥର ଥରିଲା ତୁର୍କୀ: ଚାପି ହୋଇ ୧୮ଜଣଙ୍କ ଜୀବନ ଗଲା

ଆଙ୍କରା,୨୫।୧: ତୁର୍କୀରେ ଶୁକ୍ରବାର ବିଳମ୍ବିତ ରାତ୍ରରେ ଲଗାତାର ୬୦ ଥର ଭୂକମ୍ପ ଅନୁଭୁତ ହୋଇଛି। ସେଥିମଧ୍ୟରେ ୧୫ଥର ବଡ଼ ଧରଣର ଭୂକମ୍ପ ହୋଇଛି। ଏଥିରେ ୧୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏଥିରେ ୫୦୦ରୁ ଅଧିକ ଲୋକ ଆହତ ହୋଇଥିବା…

କରୋନା ନେଲାଣି ୨୬ ମୁଣ୍ଡ

ବେଜିଂ,୨୫ା୧(ପି.ଟି.): ଚାଇନାରେ କରୋନା ଭୂତାଣୁ ନେଲାଣି ୨୬ ଜୀବନ। ସେଠାରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ୮୩୦ରୁ ଊର୍ଦ୍ଧ୍ୱ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଚାଇନା ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି।…

ରାଜନୀତିକୁ ଅପରାଧମୁକ୍ତ କରାଯାଉ

ନୂଆଦିଲ୍ଲୀ,୨୫ା୧,(ପି.ଟି./ଆଇଏଏନ୍‌ଏସ୍‌) : ଆପରାଧିକ ପୃଷ୍ଠଭୂମିର ବ୍ୟକ୍ତିମାନଙ୍କୁ ରାଜନୀତିରୁ ବାହାର କରାଯିବ। ସେମାନଙ୍କ ଉପସ୍ଥିତି ରାଜନୈତିକ ବାତାବରଣକୁ କଳୁଷିତ କରିବାରେ ଲାଗିଛି। ଏଥିପାଇଁ ରାଜନୀତିର ଅପରାଧୀକରଣକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ…

ଅତ୍ୟଧିକ ଟିକସ ସାମାଜିକ ଅନ୍ୟାୟ: ସିଜେଆଇ

ନୂଆଦିଲ୍ଲୀ, ୨୫ା୧ (ଆଇଏଏନ୍‌ଏସ୍‌) : ଟିକସ ଠକେଇ ହେଉଛି ଭାରତୀୟ ନାଗରିକମାନଙ୍କ ପ୍ରତି ସାମାଜିକ ଅନ୍ୟାୟ। ସେହିପରି ସରକାରଙ୍କ ପକ୍ଷରୁ ଲୋକଙ୍କ ଉପରେ ସ୍ବେଚ୍ଛାଚାର ଭାବେ କିମ୍ବା ଅତ୍ୟଧିକ ଟାକ୍ସ ଲଗାଇବା ମଧ୍ୟ ସାମାଜିକ ଅନ୍ୟାୟ ଶ୍ରେଣୀରେ ଆସୁଛି ବୋଲି ଶୁକ୍ରବାର…

୬ ଦିନ ମଧ୍ୟରେ ଦ୍ୱିତୀୟଥର କେ-୪ ବାଲିଷ୍ଟିକ କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ

ବିଶାଖାପାଟନମ,୨୪।୧: ସରକାରୀ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ ମାତ୍ର ୬ ଦିନ ମଧ୍ୟରେ ଦ୍ୱିତୀୟଥର ଭାରତ କେ-୪ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ୩୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖୁଥିବା ଏହି କ୍ଷେପଣାସ୍ତ୍ରକୁ ବିଶାଖାପାଟନମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri