Posted inଜାତୀୟ

ଅତ୍ୟଧିକ ଟିକସ ସାମାଜିକ ଅନ୍ୟାୟ: ସିଜେଆଇ

ନୂଆଦିଲ୍ଲୀ, ୨୫ା୧ (ଆଇଏଏନ୍‌ଏସ୍‌) : ଟିକସ ଠକେଇ ହେଉଛି ଭାରତୀୟ ନାଗରିକମାନଙ୍କ ପ୍ରତି ସାମାଜିକ ଅନ୍ୟାୟ। ସେହିପରି ସରକାରଙ୍କ ପକ୍ଷରୁ ଲୋକଙ୍କ ଉପରେ ସ୍ବେଚ୍ଛାଚାର ଭାବେ କିମ୍ବା ଅତ୍ୟଧିକ ଟାକ୍ସ ଲଗାଇବା ମଧ୍ୟ ସାମାଜିକ ଅନ୍ୟାୟ ଶ୍ରେଣୀରେ ଆସୁଛି ବୋଲି ଶୁକ୍ରବାର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ ପ୍ରକାଶ କରିଛନ୍ତି।
ଇନ୍‌କମ୍‌ ଟାକ୍ସ ଅପିଲେଟ୍‌ ଟ୍ରିବ୍ୟୁନାଲର ୭୯ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସିଜେଆଇ ବୋବ୍‌ଡେ କହିଛନ୍ତି, ଦେଶ ପାଇଁ ସମ୍ପଦ ଜୁଟାଇବା କ୍ଷେତ୍ରରେ ଟାକ୍ସ ନ୍ୟାୟପାଳିକା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। କିନ୍ତୁ ଲୋକଙ୍କ ଉପରେ ମନମୁଖି ଓ ଅତ୍ୟଧିକ ଟିକସ ବୋଝ ଲଦିଦେବା ସେମାନଙ୍କ ପ୍ରତି ଏକ ସାମାଜିକ ଅନ୍ୟାୟ ଭାବେ ଦେଖାଯାଇପାରେ। ଉପଯୁକ୍ତ ଓ ତ୍ୱରିତ ବିବାଦର ସମାଧାନକୁ ଟିକସଦାତାଙ୍କ ପାଇଁ ଏକ ଟାକ୍ସ ଇନ୍‌ସେଣ୍ଟିଭ୍‌ ଭାବେ ପରିଗଣିତ କରାଯାଇଥାଏ ବୋଲି ସିଜେଆଇ ମତବ୍ୟକ୍ତ କରିଛନ୍ତି। ଫେବୃୟାରୀ ୧ରେ ପାର୍ଲାମେଣ୍ଟରେ କେନ୍ଦ୍ରୀୟ ବଜେଟ ଆସିବାକୁ ଥିବାବେଳେ ଏହା ପୂର୍ବରୁ ସିଜେଆଇଙ୍କ ଏହି ମତକୁ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ବିବେଚନା କରାଯାଉଛି। ବିଶେଷକରି ଦେଶରେ ମାନ୍ଦାବସ୍ଥା ଲାଗିରହିଥିବାବେଳେ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଏଭଳି ସମୟରେ ବିରୋଧୀ ଦଳଗୁଡ଼ିକ କେନ୍ଦ୍ରକୁ ଟାର୍ଗେଟ କରୁଥିବାବେଳେ ସରକାରଙ୍କୁ ଅର୍ଥନୀତିର ପାଠ ପଢ଼ାଇଛନ୍ତି ସିଜେଆଇ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଲାଗୁ ହେଲା ପେଟ୍ରୋଲ-ଡିଜେଲର ନୂଆ ଦାମ୍‌

ନୂଆଦିଲ୍ଲୀ,୩।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ଦର ଏବଂ ତେଲ କମ୍ପାନୀଗୁଡ଼ିକର ରୋଜଗାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ରପ୍ତାନି ଉପରେ ଲାଗୁ…

ଭାଜପା ହାରିବାର ୫ ବଡ଼ କାରଣ, ଜାଣନ୍ତୁ…

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆସିସାରିଛି ଏବଂ ଏଠାରେ ୩୦ ବର୍ଷର ରେକର୍ଡ ଭାଙ୍ଗିଯାଇଛି। ଜନ ସୁରାଜ ପାର୍ଟିର ସଂସ୍ଥାପକ ତଥା…

ପିକେଙ୍କ ବିଜୟଠୁ ଭାଜପାର ପରାଜୟ କାହିଁକି ଚର୍ଚ୍ଚାରେ? ବାଙ୍କୀପୁର ଫଳାଫଳର ପ୍ରଭାବ ପଡ଼ିବ ଦିଲ୍ଲୀ ଗାଦି ଉପରେ!

ପାଟନା,୩।୮: ବାଙ୍କୀପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ରାଜନୀତିରେ ଏକ ନୂଆ କୌତୂହଳ ସୃଷ୍ଟି କରିଛି। ଆଜି ସକାଳ ପର୍ଯ୍ୟନ୍ତ ଯେଉଁ ବାଙ୍କୀପୁର ବିଧାନସଭା ଆସନକୁ ଭାଜପାର ଦୁର୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri