କରୋନା ନେଲାଣି ୨୬ ମୁଣ୍ଡ

ବେଜିଂ,୨୫ା୧(ପି.ଟି.): ଚାଇନାରେ କରୋନା ଭୂତାଣୁ ନେଲାଣି ୨୬ ଜୀବନ। ସେଠାରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ୮୩୦ରୁ ଊର୍ଦ୍ଧ୍ୱ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଚାଇନା ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ମାରାତ୍ମକ ଭୂତାଣୁର କେନ୍ଦ୍ରସ୍ଥଳ କୁହାଯାଉଥିବା ୟୁହାନ ସମେତ ୧୩ଟି ସହରକୁ ଗମନାଗମନ ବନ୍ଦ କରିଦିଆଯିବା ସହ ଏହି ସହରଗୁଡ଼ିକୁ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ କରିଦିଆଯାଇଛି। ଫଳରେ ୪୧ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ୟୁହାନକୁ କେହି ନ ଯିବା ପାଇଁ ପୂର୍ବରୁ ସରକାର ଆଡଭାଇଜରି ଜାରି କରିଥିଲେ। କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ୟୁହାନରେ ହଜାର ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯାଉଛି। ୬ ଦିନରେ ହସ୍ପିଟାଲ ନିର୍ମାଣ ସମ୍ପୂର୍ଣ୍ଣ ହେବ। କେନ୍ଦ୍ରୀୟ ହୁବେଇ ପ୍ରଦେଶର ଜିଆନିଆଙ୍ଗ, ଜିଆଓଗାନ, ଇନ୍‌ଶି, ଝିଜିଆଙ୍ଗ ସହରକୁ ବସ୍‌ ଓ ଟ୍ରେନ୍‌ ଚଳାଚଳ ସମେତ ସାଧାରଣ ପରିବହନ ସେବା ବନ୍ଦ କରିଦିଆଯାଇଛି। ସାର୍ସ (ସିଭିୟର ଆକ୍ୟୁଟ୍‌ ରେସ୍ପିରେଟୋରି ସିଣ୍ଡ୍ରୋମ୍‌) ସହ ଏହି ଭାଇରସ୍‌ର ସାମଞ୍ଜସ୍ୟ ରହିଥିବାରୁ ଏହାକୁ ନେଇ ଆତଙ୍କ ଖେଳିଯାଇଛି। ୨୦୦୨-୦୩ରେ ସାର୍ସ ସଂକ୍ରମଣ ଯୋଗୁ ଚାଇନା ଓ ହଂକଂରେ ୬୫୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ପ୍ରତିକାର ବ୍ୟବସ୍ଥା ସ୍ବରୂପ ଝିଜିଆଙ୍ଗ, ଇନ୍‌ଶି ସହ ସମସ୍ତ ବ୍ୟବସାୟ କାରବାର ବନ୍ଦ ରଖିଛି। ସେହିପରି ଜିଙ୍ଗଝୋଉ ସହରରୁ ରେଳସେବା ବନ୍ଦ ରଖାଯାଇଛି। ହୁଆଙ୍ଗ୍‌ଶି ଶୁକ୍ରବାର ସ୍ଥଳପଥ ସହ ଜଳପଥ ପରିବହନ ରୁଟ୍‌କୁ ବନ୍ଦ କରିଛି।
କରୋନା ଭୂତାଣୁ ସଂକ୍ରମଣକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଉଦ୍‌ବେଗ ପ୍ରକାଶ କରିବା ସହ ଚାଇନା ପାଇଁ ଜରୁରୀ ପରିସ୍ଥିତି ଜାରି କରିଛି। ଫଳରେ ଚାଇନା କର୍ତ୍ତୃପକ୍ଷ ଚାନ୍ଦ୍ର ନବବର୍ଷରେ ବିଭିନ୍ନ ମନ୍ଦିରକୁ ବନ୍ଦ ରଖିଛନ୍ତି। ଏପରିକି ଫର୍‌ବିଡିନ୍‌ ସିଟି ଓ ଗ୍ରେଟ୍‌ ଓ୍ବାଲ୍‌ର କିଛି ଅଂଶକୁ ମଧ୍ୟ ବନ୍ଦ କରିଦିଆଯାଇଛି। ନବବର୍ଷ ଛୁଟି ଆରମ୍ଭ ହୋଇଥିବାବେଳେ ଭୂତାଣୁ ସଂକ୍ରମଣ ଭୟ ବୃଦ୍ଧି ପାଇଛି। ଲୋକମାନଙ୍କୁ ବାହାରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ଦକ୍ଷିଣ କୋରିଆ, ଥାଇଲାଣ୍ଡ, ଭିଏତ୍‌ନାମ, ସିଙ୍ଗାପୁର, ଜାପାନ, ଭାରତ, ତାଇଓ୍ବାନ, ବ୍ରିଟେନ୍‌ ଓ ଆମେରିକାରେ ମଧ୍ୟ ଏହି ଭୂତାଣୁ ଚିହ୍ନଟ ହେଲେଣି।
ୟୁହାନରେ ଗତମାସଠାରୁ ଆରମ୍ଭ ହୋଇଥିବା ଏହି ଭୂତାଣୁ ସଂକ୍ରମଣ ଯୋଗୁ ଫାର୍ମାସିଗୁଡ଼ିକରେ ଯୋଗାଣ ସଙ୍କଟ ଦେଖାଯାଇଛି। ଭୟଭୀତ ଲୋକମାନେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବହୁସଂଖ୍ୟାରେ ହସ୍ପିଟାଲ ଆସୁଥିବା ଦେଖାଯାଇଛି। ପ୍ରଥମେ ପ୍ରାଣୀ ଶରୀରରୁ ଏହି ଭୂତାଣୁ ମଣିଷ ଦେହକୁ ସଂକ୍ରମିତ ହୋଇଥିଲା। ପରେ ଏହା ଜଣକଠାରୁ ଅନ୍ୟ ଜଣକୁ ବ୍ୟାପୁଥିବାରୁ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ୧୧ ନିୟୁତ ଜନସଂଖ୍ୟା ବିଶିଷ୍ଟ ୟୁହାନ ଏବଂ ୭ ନିୟୁତ ଲୋକ ରହୁଥିବା ହୁଆଙ୍ଗଗାଙ୍ଗ ସହରକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri