ଲଗାତାର ୬୦ ଥର ଥରିଲା ତୁର୍କୀ: ଚାପି ହୋଇ ୧୮ଜଣଙ୍କ ଜୀବନ ଗଲା

ଆଙ୍କରା,୨୫।୧: ତୁର୍କୀରେ ଶୁକ୍ରବାର ବିଳମ୍ବିତ ରାତ୍ରରେ ଲଗାତାର ୬୦ ଥର ଭୂକମ୍ପ ଅନୁଭୁତ ହୋଇଛି। ସେଥିମଧ୍ୟରେ ୧୫ଥର ବଡ଼ ଧରଣର ଭୂକମ୍ପ ହୋଇଛି। ଏଥିରେ ୧୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏଥିରେ ୫୦୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। କିଛି ଲୋକ ମାଟିତଳେ ଚାପିହୋଇ ରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଥିବା ସ୍ଥାନୀୟ ପ୍ରଶାସନ କହିଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୮ ଥିଲା ବୋଲି ଆମେରିକା ଭୂଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନୀୟ ସମୟ ରାତ୍ର ୮ଟାରେ ଭୂକମ୍ପ ହୋଇଥିଲା। ପ୍ରତି ୪୦ ସେକେଣ୍ଡରେ ଲଗାତାର ଭୂକମ୍ପ ହେବା ଯୋଗୁ ବହୁ କୋଠାରେ ଫାଟ ସୃଷ୍ଟି ହୋଇଛି। ଲୋକେ ଆତଙ୍କିତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ସିବରିସ୍‌ ସହରର ୧୦ କିମି ଅଞ୍ଚଳ ମଧ୍ୟରେ ଭୂକମ୍ପର ତୀବ୍ରତା ଅଧିକ ଥିଲା। ସୂଚନାଯୋଗ୍ୟ, ୨୧ ବର୍ଷ ତଳେ ୧୯୯୯ରେ ତୁର୍କୀରେ ହୋଇଥିବା ଭୂକମ୍ପରେ ୧୮ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ନିହତ; ମା’ କହିଲେ: ‘ଘର ଉପରେ ମଧ୍ୟ ବୁଲଡୋଜର ଚଲାଇ ଦିଅ’

ନୂଆଦିଲ୍ଲୀ,୩୧।୫: ଗାଜିଆବାଦରେ ସୂର୍ଯ୍ୟା ଚୌହାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆସଦ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ଇନ୍ଦିରାପୁରମରେ ଆସଦକୁ ଏନକାଉଣ୍ଟରରେ ନିଯୁକ୍ତ କରିଥିଲା। ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଦାବି ବିଶ୍ୱଗୁରୁର, ହେଲେ ଦେଶରେ ଗୋଟିଏ ବି ପରୀକ୍ଷା କରାଇପାରୁନାହାନ୍ତି; CUET ବିଭ୍ରାଟକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ,୩୦।୫: ଦେଶର ବିଭିନ୍ନ କେନ୍ଦ୍ରରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ୟୁଜି (CUET-UG) ୨୦୨୬ ପରୀକ୍ଷା ବିଳମ୍ୱରେ ଆରମ୍ଭ ହେବାକୁ ନେଇ ପ୍ରବଳ ହଙ୍ଗାମା ହୋଇଛି। ପରବର୍ତ୍ତୀ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri