ବାହାରିଲା ମାଟ୍ରିକ ପରୀକ୍ଷା ଫଳ: ପାସ୍ ହାର ୭୮.୭୬ ପ୍ରତିଶତ
ଭୁବନେଶ୍ୱର, ୨୯।୭(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳ ବୁଧବାର ସକାଳ ୧୧ଟାରେ ପ୍ରକାଶ ପାଇଛି। ଚଳିତବର୍ଷ ମାଟ୍ରିକ ପାସ୍ ହାର ୭୮.୭୬% ରହିଛି। ପୁଅଙ୍କ ତୁଳନାରେ ଝିଅମାନେ ଏଥର ବାଜିମାତ୍ କରିଛନ୍ତି। ଏ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।…
୧୨ ଦିନରେ ୫ ଲକ୍ଷ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ, ୨୯।୭: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୧୨ ଦିନ ମଧ୍ୟରେ ଦେଶରେ ୫ ଲକ୍ଷ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବୁଧବାର ଦେଶରେ…
ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ ପାକିସ୍ତାନୀଙ୍କ ମୁଣ୍ଡ ଗଡ଼ିଲା
ଶ୍ରୀନଗର, ୨୯।୭: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାଠାରେ ପୁଣି ୨ ଜଣ ପାକିସ୍ତାନୀଙ୍କ ମୁଣ୍ଡ ଗଡ଼ିଛି। ରାଜୌରୀ ଜିଲାର ନୌସେରା ସେକ୍ଟରରେ ପାକିସ୍ତାନୀମାନେ ନିୟନ୍ତ୍ରଣ ରେଖା ଡେଇଁ ଭାରତରେ ପ୍ରବେଶ କରିବାର ଉଦ୍ୟମ କରୁଥିଲେ। ଭାରତୀୟ ଫରଓ୍ବାର୍ଡ ପୋଷ୍ଟରୁ ନେଇ ସତର୍କ ସୂଚନା…
ବାଘଛାଲ ଚାଲାଣରେ ଭାରତ ଆଗୁଆ
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯ା୭: ବାଘର ଛାଲ, ନଖ, ହାଡ଼ ଓ ଅଙ୍ଗଗୁଡ଼ିକ ଚୋରା ଚାଲାଣ କ୍ଷେତ୍ରରେ ଭାରତ ଅନ୍ୟ ଦେଶ ଅପେକ୍ଷା ଆଗରେ ରହିଛି। ଭାରତ ଓ ଥାଇଲାଣ୍ଡରୁ ବିଦେଶକୁ ବାଘର ଅଙ୍ଗପ୍ରତ୍ୟଙ୍ଗ ସର୍ବାଧିକ ଚୋରା ଚାଲାଣ ହୋଇ ଯାଉଛି। ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ…
ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୭ କରୋନା ଆକ୍ରାନ୍ତ: ମୋଟ ଆରୋଗ୍ୟ ସଂଖ୍ୟା ୧୮ ହଜାର ଟପିଲା
ଭୁବନେଶ୍ୱର,୯୨୮।୭(ବ୍ୟୁରୋ): ରାଜ୍ୟରେ ଆଉ ୬୮୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରୁ ସର୍ବାଧିକ ୩୦୭ଜଣ ଗଞ୍ଜାମର ଅଛନ୍ତି। ଏହାଛଡ଼ା ଜଗତସିଂହପୁରରୁ ୫୯, ଭଦ୍ରକରୁ ୫୨, ନୟାଗଡ଼ରୁ ୩୫, ଝାରସୁଗୁଡ଼ାରୁ ୩୦, ଯାଜପୁରରୁ ୨୫, କଟକରୁ ୨୪, ଗଜପତିରୁ ୨୩, ମାଲକାନଗିରିରୁ ୧୮,…
କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ପ୍ଲାଜମା ବ୍ୟାଙ୍କ
ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ଲାଜମା ଚିକିତ୍ସା ନୂଆ ଆଶା ସଞ୍ଚାର କରିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଡରାଇଲାଣି କରୋନା: ରାଜଧାନୀରୁ ଚିହ୍ନଟ ହେଲେ ଆଉ ୨୧୫ ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ..
ଭୁବନେଶ୍ୱର,୯୨୮।୭(ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ପୁଣି ୨୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୦ କ୍ୱାରାଣ୍ଟାଇନ୍ କେସ୍ ରହିଥିବା ବେଳେ ୬୫ ଲୋକାଲ କେସ୍ ରହିଛନ୍ତି। ସେହିଭଳି ୧୩୦ଜଣ ସୁସ୍ଥ…
କଟକ @୭୭୭: ଆଜି ଚିହ୍ନଟ ହେଲେ ଆଉ ୪୧ ଆକ୍ରାନ୍ତ
କଟକ ଅଫିସ, ୨୮।୭: କଟକରେ ମଙ୍ଗଳବାର ଆଉ ୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭୭ରେ ପହଞ୍ଚିଛି। ସେଥିରୁ ୩୧୪ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୪୫୩ ଆକ୍ଟିଭ୍ କେସ୍ ରହିଛି।…
ରାମମନ୍ଦିର ଭୂମି ପୂଜନ: ଦେଶରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନର ଷଡ଼ଯନ୍ତ୍ର
ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୦୦ ଜଣ ଅତିଥି ଯୋଗଦେବେ ବୋଲି ଯୋଜନା କରାଯାଇଛି। ଏହି ଦିନ ଦେଶରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ…
ଭୋକ ସହି ନ ପାରି ପ୍ରତିମାସରେ ୧୦ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଛି
ଜେନେଭା, ୨୮।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବହୁ ଦେଶରେ ଲକ୍ଡାଉନ୍ ଜାରି ରହିଛି। ଏହାଯୋଗୁ ଗରିବ ଲୋକେ କାମଧନ୍ଧା ପାଇପାରୁ ନାହାଁନ୍ତି। ସେମାନଙ୍କ ପାଖରେ ଟଙ୍କାର ଅଭାବ ସୃଷ୍ଟି ହୋଇଛି। ଫଳରେ…
ଦେଶର ୫ଟି ଅଞ୍ଚଳରେ ହେବ କରୋନା ଟୀକା ପରୀକ୍ଷଣ…
ନୂଆଦିଲ୍ଲୀ, ୨୮।୭: ଭାରତରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଏସଷ୍ଟ୍ରାଜେନିକା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ପ୍ରତିଷେଧକ ଟୀକା ‘କୋଭି ଶିଲ୍ଡ’ର ତୃତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ଭାରତରେ କରାଯିବ। ଦେଶର ୫ଟି ଅଞ୍ଚଳରେ…
୫ ବର୍ଷର ଶିଶୁଙ୍କୁ ଛାଡିଲାନି କରୋନା: ରାଜ୍ୟରେ ନେଲା ଆଉ ୭ ମୁଣ୍ଡ
ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଏକ ୫ ବର୍ଷର ଶିଶୁ ସମେତ ୭ ଜଣଙ୍କ ଜୀବନ ନେଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୪ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…
Archives


