ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ
ମୁମ୍ବାଇ,୧୨।୪: ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଶିକ୍ଷା ବିଭାଗ ପକ୍ଷରୁ ସୋମବାର ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ନିର୍ଦ୍ଧାରିତ ସମୟରେ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ମହାରାଷ୍ଟ୍ରରେ ବର୍ତ୍ତମାନର କରୋନା ସ୍ଥିତି ଅସମ୍ଭାଳ ହୋଇଥିବା…
ଭୋଟରଙ୍କ ଚୌକା-ଛକାରେ ଶତକ ପୂରଣ କଲା ଭାଜପା: ମୋଦି
କୋଲକାତା,୧୨।୪: ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଚଳିତ ବିଧାନସଭା ନିର୍ବାଚନରେ ପରାଜିତ ହେବ। ରାଜ୍ୟର ଭୋଟରଙ୍କ ଚୌକା ଏବଂ ଛକାରେ ଭାଜପା ଶତକ ପୂରଣ କରିବାକୁ ସକ୍ଷମ ହୋଇ ପାରିଛି ବୋଲି ପ୍ରଧାନମନ୍ତ୍ରୀ…
ଘଣ୍ଟାକରେ ୩୮ ଜଣଙ୍କ ମୁଣ୍ଡ ନେଉଛି କରୋନା
ନୂଆଦିଲ୍ଲୀ,୧୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଜାରି ରହିଥିଲେ ମଧ୍ୟ କରୋନା ସହିତ ଲଢ଼େଇ ଧୀରେଧୀରେ କଷ୍ଟକର ହେବାରେ ଲାଗିଛି। ଦେଶରେ ପ୍ରତିଘଣ୍ଟାରେ ହାରାହାରି ୭ ହଜାର ୩୮ ଜଣ ନୂଆ…
ସୁପ୍ରିମ୍କୋର୍ଟର ଅଧା କର୍ମଚାରୀ କରୋନା ପଜିଟିଭ୍
ନୂଆଦିଲ୍ଲୀ,୧୨।୪: ସୁପ୍ରିମ୍କୋର୍ଟର ଅଧାରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କର ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି। କୋର୍ଟର ଅଧିକାଂଶ କ୍ଲର୍କ ଏବଂ ତଳିଆ କର୍ମଚାରୀମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାଦ୍ୱାରା କୋର୍ଟର ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି ହେବାର…
୨ ଲକ୍ଷ ମୁହାଁ କରୋନା
ନୂଆଦିଲ୍ଲୀ,୧୨।୪: ଦେଶରେ କରୋନାର ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨ ଲକ୍ଷ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୬୮ ହଜାର ୯୧୨ରେ ପହଞ୍ଚିଛି।…
ଆଜି କ୍ୟାବିନେଟ୍
ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ମଧ୍ୟାହ୍ନ ୧୨ଟା ୩୦ରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ଭିଡିଓ କନ୍ଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଉପସ୍ଥିତ ରହିବେ। ଏଥିରେ…
ଟିକା ନାହିଁ: ୯୦୦ କେନ୍ଦ୍ର ବନ୍ଦ
ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗୋଟିଏ ପଟେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ସରକାରଙ୍କୁ ଟିକା ଚିନ୍ତା ଘାରିଛି। ଟିକା ଅଭାବ ଯୋଗୁ ରାଜ୍ୟରେ ଟିକାକରଣ ଘୋର ବାଧାପ୍ରାପ୍ତ ହୋଇଛି। ଦୈନିକ ୨ଲକ୍ଷ ଟିକାକରଣ ପାଇଁ…
୪ ଦିନିଆ ଟିକା ଉତ୍ସବ: ମୋଦିଙ୍କ ୪ ସୂତ୍ରୀ କରୋନା ଲଢ଼େଇ ଫର୍ମୂଲା
ନୂଆଦିଲ୍ଲୀ,୧୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ ଲୋକଙ୍କ ମଧ୍ୟରେ ଦେଶରେ ଜାରି ରହିଥିବା ସାର୍ବଜନୀକ ଟିକାକରଣ ଅଭିଯାନ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାରଠାରୁ ୪ ଦିନିଆ ଟିକା ଉତ୍ସବ କାର୍ଯ୍ୟକ୍ରମ…
ଏହି ରାଜ୍ୟରେ ଜାରି ହେବ ୧୫ ଦିନିଆ ଲକ୍ଡାଉନ୍: ମୁଖ୍ୟମନ୍ତ୍ରୀ ଦେଲେ ସଙ୍କେତ…
ମୁମ୍ବାଇ,୧୧।୪: ଦେଶରେ କରୋନା ସଂକ୍ରମଣ ଥମିବାର ନା ଧରୁନି। ଏପରିସ୍ଥଳେ ମହାରାଷ୍ଟ୍ରର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ପ୍ରତିଦିନ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ରହୁଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ରାଜ୍ୟରେ…
୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା
ଶ୍ରୀନଗର,୧୧।୪: ଜମ୍ମୁ-କଶ୍ମୀର ଶୋପିଆନ୍ରେ ଆତଙ୍କବାଦ ବିରୋଧି ଅପରେଶନରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସ୍ଥାନୀୟ ହାଦିପୋରାରେ କିଛି ଆତଙ୍କବାଦୀ ଲୁଚି ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ…
ପାରଦ ବଢ଼ାଉଛି ପାଣି ଚିନ୍ତା
ବଇଣ୍ଡା,୧୧ା୪: ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ମାସାଧିକ ହେଲା ଜଙ୍ଗଲ ଜଳୁଛି। ଫଳରେ ତାପମାତ୍ରାରେ ନିୟମିତ ବୃଦ୍ଧି ପରିଲକ୍ଷିତ ହେଉଛି। ଦିନକୁ ଦିନ ପାରଦ ଉପରମୁହାଁ ହେଉଥିବାରୁ ବହୁ ଗାଁରେ ପିଇବା ପାଣି ଚିନ୍ତା ବଢ଼ିଯାଇଛି। କିନ୍ତୁ ଗ୍ରୀଷ୍ମ ମୁକାବିଲା ଦିଗରେ ଏ ଯାଏ…
୨୪ ଘଣ୍ଟାରେ ଦେଢ଼ଲକ୍ଷ ଟପିଲା କରୋନା
ନୂଆଦିଲ୍ଲୀ,୧୧।୪: ଦେଶରେ କରୋନାର ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ଲକ୍ଷ ଟପିଛିି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୫୨ ହଜାର ୮୭୯ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ…
Archives


