
ଶ୍ରୀନଗର,୧୧।୪: ଜମ୍ମୁ-କଶ୍ମୀର ଶୋପିଆନ୍ରେ ଆତଙ୍କବାଦ ବିରୋଧି ଅପରେଶନରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସ୍ଥାନୀୟ ହାଦିପୋରାରେ କିଛି ଆତଙ୍କବାଦୀ ଲୁଚି ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ସେମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ୧୪ ବର୍ଷର ନାବାଳକ ଥିଲେ। ତାଙ୍କୁ ଆତ୍ମସମର୍ପଣ ଲାଗି ସୁରକ୍ଷାକର୍ମୀଙ୍କ ପକ୍ଷରୁ ବହୁ ଉଦ୍ୟମ ହୋଇଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିବା କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅନନ୍ତନାଗ ଜିଲାର ବିଜବିହାରାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସେଠାରେ ସର୍ଚ୍ଚ ଅପରେଶନ୍ ଜାରି ରହିଛି।